Categories
ଆଜିର ଖବର ଜାତୀୟ ଖବର

ଗୋଆ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୋଆ ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ, ‘ଗୋଆ ପ୍ରତିଷ୍ଠା ଦିବସ ଅବସରରେ ଶୁଭେଚ୍ଛା! ଗୋଆ ଶାନ୍ତି ଏବଂ ଉଲ୍ଲାସର ଏକ ଉତ୍କୃଷ୍ଟ ମିଶ୍ରଣ, ଯାହା କି ଅନନ୍ୟ ସଂସ୍କୃତି ଏବଂ ଅଦ୍ଭୁତପୂର୍ବ ବିଚାରଧାରାରେ ପ୍ରେରିତ କରିଥାଏ। ମୁଁ ଗୋଆବାସୀଙ୍କ ଉନ୍ନତି ଏବଂ ସମୃ୍‌ଦ୍ଧି ପାଇଁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି କି ସେମାନେ ଭାରତର ବିକାଶପଥକୁ ମଜଭୁତ କରିବା ଜାରି ରଖିବେ।’

Categories
ଆଜିର ଖବର ଜାତୀୟ ଖବର

ଗୋଆ ରାଜ୍ୟ ଦିବସ ଉପଲକ୍ଷେ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ, ଗୋଆ ରାଜ୍ୟ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଗୋଆ ଏହାର ସୁନ୍ଦର ଉପକୂଳ ଏବଂ ଆତିଥ୍ୟ ପାଇଁ ପ୍ରସିଦ୍ଧ ଏବଂ ଏହି ରାଜ୍ୟ ଅର୍ଥନୈତିକ ଅଭିବୃଦ୍ଧି ଏବଂ ନିରନ୍ତର ବିକାଶର ଏକ ଉତ୍କୃଷ୍ଟ ଉଦାହରଣ। ଗୋଆର ନିରନ୍ତର ବିକାଶ ଏବଂ ଲୋକଙ୍କ କଲ୍ୟାଣ ପାଇଁ ରାଷ୍ଟ୍ରପତି କାମନା କରିଛନ୍ତି।

ସେହିପରି ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ମଧ୍ୟ ଆଜି ଗୋଆ ରାଜ୍ୟ ଦିବସରେ ଗୋଆବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଆଗାମୀ ବର୍ଷରେ ଗୋଆର ବିକାଶ ନୂତନ ଉଚ୍ଚତାରେ ପହଞ୍ଚିବା ପାଇଁ ସେ କାମନା କରିଛନ୍ତି।