Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ‘ଗ୍ରାଣ୍ଡ ଆଲୁମନି ମିଟ୍’ ପାଇଁ ପ୍ରଥମ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଷାଠିଏ ବର୍ଷ ଅବସରରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଦୀର୍ଘବର୍ଷ ଧରି ପୁରାତନ ଛାତ୍ରଛାତ୍ରୀ କମିଟି ଗଠନ ହୋଇପାରିନଥିଲା। ନୂତନ ଭାବେ ବିନାୟକ ହୋତା କଲେଜର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର କମିଟି ଗଠନ କରି ଗ୍ରାଣ୍ଡ ଆଲୁମନି ମିଟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଅଣ୍ଟା ଭିଡ଼ିଛନ୍ତି।

ଗତ କିଛଦିନ ପୂର୍ବେ ପୁରାତନ ଛାତ୍ର ସଂଘର କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ଚୟନ ହୋଇଥିବା ବେଳେ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ ଉକ୍ତ କମିଟିର ସଭାପତି ଭାବେ ମନୋନୀତ ହୋଇଥିଲେ। ତେବେ ଆଜି କଲେଜ ଅଧ୍ୟୟନ କକ୍ଷରେ ସଭାପତିଙ୍କ ଆବାହାନ କ୍ରମେ ପ୍ରଥମଥର କାର୍ଯ୍ୟକାରୀ କମିଟିର ବୈଠକ ଆହୁତ ହୋଇଥିଲା।

ସଂଗଠନକୁ ରେଜିଷ୍ଟ୍ରେସନ କରିବା, ଉଚ୍ଚ ପଦ ପଦବୀରେ ଥିବା ପୁରାତନ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରିବା, ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସଂଗଠନରେ ସାମିଲ କରିବା ଏବଂ ସେମାନଙ୍କ ମାଧ୍ୟମରେ କଲେଜର ଉନ୍ନତି କରିବାକୁ ଲକ୍ଷ୍ୟ ରଖି ଆଗକୁ ବଢିବାକୁ ସର୍ବସମ୍ମତ କ୍ରମେ ଏକାଧିକ ପ୍ରସ୍ତାବ ଗୃହୀତ ହୋଇଥିଲା।

ତତସହିତ ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବଡଧରଣର ସମ୍ମିଳନୀ କରିବାକୁ ପ୍ରସ୍ତାବ ନିଆଯାଇଥିଲା। ଯେଉଁଥିପାଇଁ ସଂଗଠନରେ ସଦସ୍ୟମାନେଏକ ସର୍ବନିମ୍ନ ରାଶି ରସିଦ ଜରିଆରେ ସଂଗଠନକୁ ଦେବେ। ଯାହାକୁ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷଙ୍କ ନାମରେ ବ୍ୟାଙ୍କରେ ଜମା କରାଯିବ।

ଉକ୍ତ ସଂଗଠନରେ କଲେଜର ଉନ୍ନତି ପାଇଁ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ସାମିଲ ହେବାକୁ ସଭାପତି ଏବଂ ଅଧ୍ୟକ୍ଷ ନିବେଦନ କରିଛନ୍ତି।

ଏହି ବୈଠକରେ ସଭାପତି ଓ ଅଧ୍ୟକ୍ଷଙ୍କ ସମେତ ସମ୍ପାଦକ ଲକ୍ଷ୍ମୀପ୍ରସାଦ ମିଶ୍ର, ଉପ ସଭାପତି ଅମରେନ୍ଦ୍ର ରଣସିଂହ, ମହେଶ୍ୱର ଜେନା, ମୋହିନୁଲ ହକ, ଗୋପୀନାଥ ମହାରଣା, ସଂଗ୍ରାମ କେଶରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନ ଏବଂ ସମସ୍ତ କମିଟି ସଭ୍ୟ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ଗଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ୧୯୬୩ ମସିହାରେ ପ୍ରତିଷ୍ଠିତ ଏବଂ ଓଡିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ର ସ°ଘ ରବିବାର ଦିନ ମହାବିଦ୍ୟାଳୟ ପରିସରରେ ଗଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ସଭାପତିତ୍ୱରେ ଆୟୋଜିତ ଓ ସ°ଯୋଜକ ଲକ୍ଷ୍ମୀ ପ୍ରସାଦ ମିଶ୍ରଙ୍କ ସ°ଯୋଜନାରେ ପରିଚାଳିତ ଏହି ବୈଠକରେ ଅନେକ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ନିଜନିଜର ଅନୁଭୂତି ବଖାଣିବା ସହ ପୁରାତନ ଛାତ୍ର ସ°ଘ ଜରିଆରେ ମହାବିଦ୍ୟାଳୟର ଉନ୍ନତିକରଣ ପାଇଁ ବିଭିନ୍ନ ମତ ଉପସ୍ଥାପନ କରିଥିଲେ।

ଆହୂତ ବୈଠକରେ ପୁରାତନ ଛାତ୍ର ଓ ପୂର୍ବତନ ମନ୍ତ୍ରୀ ଡ଼ ଦେବେନ୍ଦ୍ର ନାଥ ମାନସିଂହଙ୍କୁ ପୁରାତନ ଛାତ୍ର ସଂଘର ସଭାପତି ଭାବରେ ମନୋନୀତ କରାଯାଇଥିବା ବେଳେଡ ଡ଼ା ନୃସିଂହ ଚରଣ ପ୍ରଧାନ କାର୍ଯ୍ୟକାରୀ ସଭାପତି, ଅମରେନ୍ଦ୍ର ରଣସି°ହ ଓ ମିଟୁ ନାୟକ ଉପସଭାପତି, ଲକ୍ଷ୍ମୀ ପ୍ରସାଦ ମିଶ୍ର ସମ୍ପାଦକ, ଏସ୍ କେ ମୋହିନୁଲ୍ ହକ୍ ଓ ମହେଶ୍ଵର ଜେନା ଯୁଗ୍ମ ସମ୍ପାଦକ, ଜିତେନ୍ଦ୍ର ଭୋଳ କୋଷାଧ୍ୟକ୍ଷ, ସୁନୀଲ କୁମାର ପଣ୍ଡା ସହ କୋଷାଧ୍ୟକ୍ଷ ଓ ସର୍ବଶ୍ରୀ ସର୍ବେଶ୍ଵର ଷଡ଼ଙ୍ଗୀ, ପ୍ରକାଶ ପ୍ରଧାନ, ସୀତାରାମ୍ ଅଗ୍ରୱାଲ, ଅରୁଣ କୁମାର ପଣ୍ଡା ,ଶକ୍ତି ପ୍ରସାଦ ମହାନ୍ତି, ଶକ୍ତି ପ୍ରସାଦ ମହାପାତ୍ର , ଅନନ୍ତ ବାରିକୀ, ସୁନୀଲ ସୁବୁଦ୍ଧି ,ଉମାକାନ୍ତ ଲାଠି,ମନ୍ମଥ ମିଶ୍ର ,ଅଜୟ ଦାଶ,ଦୁର୍ଯୋଧନ ସାହୁ, ବିର°ଚି ନାରାୟଣ କାଣ୍ଡି ପ୍ରମୁଖ କାର୍ଯ୍ୟକାରୀ କମିଟିର ସଦସ୍ୟ ଭାବରେ ମନୋନୀତ ହୋଇଛନ୍ତି।

ପ୍ରାଧ୍ୟାପକ ଶୂର ପ୍ରତାପ ନରେନ୍ଦ୍ର ସି°ହ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଆସନ୍ତା ଅପ୍ରେଲ ୨ ତାରିଖ ରବିବାର ଦିନ ଆଲୁମିନି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଯାଇଛି।

Categories
ଆଞ୍ଚଳିକ

ବାଣପୁରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଜାତୀୟ ବିଜ୍ଞାନ ଦିବସ ସ୍ଥାନୀୟ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଓ ମହାବିଦ୍ୟାଳୟର ବିଜ୍ଞାନ ସମାଜ ସହଯୋଗରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ପାଠଚକ୍ରରେ ଅଧକ୍ଷତା କରିଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ବିଜ୍ଞାନର ମହତ୍ୱ ଓ ବିଶେଷତ୍ୱ ଉପରେ ବିଶଦ ଆଲୋଚନା କରିଥିଲେ।

ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର ଶୂର ପ୍ରତାପ ନରେନ୍ଦ୍ର ସିଂବର୍ମା ବିଜ୍ଞାନ ଦିବସ ପାଳନର ଉପକାରିତା ଓ ଭବିଷ୍ୟତ ସମାଜରେ ବିଜ୍ଞାନର ଗୁରୁତ୍ୱ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ।

ଏହି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସତ୍ୱlଧିକାରୀ ସଞ୍ଜୟ କୁମାର ଦାସ (ନିଲୁ ଭାଇ ) ଶ୍ରୀଅରବିନ୍ଦ ଦର୍ଶନ ଓ ବିଜ୍ଞାନ ମଧ୍ୟରେ ଥିବା ସାମଞ୍ଜସ୍ୟ ସମ୍ପର୍କରେ ବୁଝାଇବା ସହିତ ବିଜ୍ଞାନ ଓ ଆଧ୍ୟାତ୍ମିକତାକୁ ଆଧର କରି ଭାରତ ପୁଣି ବିଶ୍ୱଗୁରୁ ହେବ ବୋଲି ସେ ଦୃଢ଼ ମତ ରଖିଥିଲେ।

ଏହି ସଭାକୁ ପରିଚାଳନା କରିଥିଲେ ଗଣିତ ବିଭାଗର ଅଧ୍ୟାପକ ସପିନ କୁମାର ପୃଷ୍ଟି ଏବଂ ବେଦପାଠ କରି ଧନ୍ୟବାଦ ଅର୍ପଣ କରିଥିଲେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ସୁଜାତା ମିଶ୍ର।

ଏହି ଅବସରରେ ମହାବିଦ୍ୟାଳୟରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆନୁକୂଲ୍ୟରେ ପୁଷ୍ପ ପଦର୍ଶନୀ ଓ ଥ୍ରୀ ଡି ପଦର୍ଶନୀ କରାଯାଇଥିଲା।

Categories
ଆଞ୍ଚଳିକ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ଚକ୍ଷୁ ପରୀକ୍ଷା ଏବଂ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ଓ ଗୋଦାବରୀଶ ମହାବିଦ୍ୟାଳୟର ମିଳିତ ଆନୁକୁଲ୍ୟରେ ଓ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସହଯୋଗରେ ମହାବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଓ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା। ମୋଟ ୧୩୦ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ସମସ୍ତଙ୍କୁ ଔଷଧ ବଣ୍ଟନ କରାଯିବା ସଂଗେ ସଂଗେ ୬୦ ଜଣଙ୍କୁ ଚଷମା ଦିଆଯାଇଥିଲା। ସେଥିମଧ୍ୟରୁ ୨୫ ଜଣଙ୍କର ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପାଇଁ ଚିହ୍ନଟ କରାଯାଇ ୧୨ ଜଣଙ୍କୁ ଭୂବନେଶ୍ବର ରୟାଲ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ଅସ୍ତ୍ରୋପଚାର ନିମନ୍ତେ ପଠାଯାଇଅଛି। ପୁନଃଶ୍ଚ ଆସନ୍ତା କାଲି ଅବଶିଷ୍ଟ ୧୩ ଜଣଙ୍କୁ ପଠାଯିବ। ଚକ୍ଷୁ ବିଶେଷଜ୍ଞ ଡାକ୍ତର ଅଜୟ କୁମାର ସିଂ ଓ ସହକାରୀ ଚକ୍ଷୁ ଚିକିତ୍ସା ସହାୟକ ତଥା କ୍ଳବର ପ୍ରାକ୍ତନ ସଭାପତି ବିଜୟ କୁମାର ବେହେରା ଚକ୍ଷୁ ପରୀକ୍ଷା କରିଥିଲେ।

ସେହିପରି ଖୋର୍ଦ୍ଧା ବ୍ଳଡ ବ୍ୟାଙ୍କ ଟିମଙ୍କ ଦ୍ବାରା ରକ୍ତ ସଂଗ୍ରହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟମାନେ ରକ୍ତଦାନ କରିଥିଲେ। ମୋଟ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୁନୀଲ କୁମାର ପାତ୍ରଙ୍କ ସମେତ ପ୍ରାକ୍ତନ ସଭାପତି ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସୁରେଶ କୁମାର ବେହେରା, ଧୀରେନ୍ଦ୍ରନାଥ ପାତ୍ର, ପଦ୍ମନାଭ ମାଝି, ରବିନାରାୟଣ ନାୟକ ଓ ଆସନ୍ତା ବର୍ଷର ସଭାପତି ପାଇଁ ମନୋନୀତ ସଦସ୍ୟ ନନ୍ଦକିଶୋର ମିଶ୍ର ଏବଂ ସଦସ୍ୟ ବିପ୍ଳବ କୁମାର ମୁଦୁଲି, ସୂର୍ଯ୍ୟନାରାୟଣ ସେନାପତି, ସଚ୍ଚିଦାନନ୍ଦ ସେଠୀ, ହିମାଂଶୁ କୁମାର ପାତ୍ର, ଶ୍ୟାମ ସୁନ୍ଦର ପୃଷ୍ଟି, ପ୍ରଭୁଦତ୍ତ ସୁବୁଦ୍ଧିଙ୍କ ସମେତ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଉପାଧ୍ୟକ୍ଷ ଏସ ପି ଏନ ଏସ ବର୍ମା, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତା, ଲକ୍ଷ୍ମୀ ପ୍ରସାଦ ମିଶ୍ର, ସୂଜାତା ମିଶ୍ର, ସତ୍ୟାନନ୍ଦ ମହାରଣା ଓ ବୈରାଗି ଚରଣ ବଳ ପ୍ରମୂଖ ଶିବିରକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ରାଜ୍ୟର ଏକ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରିବ । ୧୯୬୩ ମସିହାରେ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ଚଳିତ ବର୍ଷ ୬୦ ବର୍ଷରେ ପଦାର୍ପଣ କରିଛି ।

ଏଥି ନିମନ୍ତେ ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଛି ଏକାଧିକ ପଦକ୍ଷେପ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି ‘ନାକ’ ଟିମ ଗସ୍ତ । ୨୦୦୬ ମସିହା ପରଠାରୁ ମହାବିଦ୍ୟାଳୟ କୁ ‘ନାକ’ ଟିମ ପରିଦର୍ଶନ ପାଇଁ ଆସି ନ ଥିବାରୁ ମହାବିଦ୍ୟାଳୟ ର ଗ୍ରେଡ଼ ବୃଦ୍ଧି ପାଉନି ଏବଂ କଲେଜର ଆଖିଦୃଷ୍ଟିଆ ଉନ୍ନତି ନ ହେବା ସହ ବହୁ କେନ୍ଦ୍ରୀୟ ଅନୁଦାନ ମଧ୍ୟ କଲେଜ ହରାଉଛି ।

ତେବେ ମହାବିଦ୍ୟାଳୟ ର ଉନ୍ନତି ତଥା ‘ ନାକ’ ଟିମ ଗସ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀଙ୍କ ଅବଦାନ ନିତାନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ମହାବିଦ୍ୟାଳୟର ଅଧ୍ୟୟନ କକ୍ଷରେ ଅଧ୍ୟକ୍ଷ ପ୍ରଫେସର ବିନାୟକ ହୋତାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାମ୍ବାଦିକ ଓ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ବୈଠକରେ ଆଗକୁ ଅନୁଷ୍ଠିତ ହେବାକୁ ଥିବା ‘ ଗ୍ରାଣ୍ଡ ଆଲୁମନି ମିଟ ‘ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ମହାବିଦ୍ୟାଳୟ ପ୍ରଶାସନ ପକ୍ଷରୁ ସମସ୍ତ ସାମ୍ବାଦିକଙ୍କ ଏହା ଉପରେ ମତାମତ ଲୋଡ଼ାଯାଇଥିଲା। ନାକ ଟିମ ଚଳିତ ବର୍ଷ କଲେଜ ପରିଦର୍ଶନକୁ ଆସିବାକୁ ଥିବା ବେଳେ ଏହା ପୁର୍ବରୁ ଆଲୁମନି ଆସୋସିଏସନ କୁ ସକ୍ରିୟ କରିବା ଲକ୍ଷରେ ଅଧ୍ୟକ୍ଷ ଶ୍ରୀ ହୋତା ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ।

ସର୍ବସହମତି କ୍ରମେ ଏପ୍ରିଲ ମାସରେ ଗ୍ରାଣ୍ଡ ଆଲୁମନି ମିଟ ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ସ୍ଥିର ହୋଇଛି । ତେବେ ଉକ୍ତ ମହାବିଦ୍ୟାଳୟ ରୁ ବହୁ ଛାତ୍ର ଛାତ୍ରୀ ପାଠପଢି ଆଜି ଦେଶ ବିଦେଶ ଓ ରାଜ୍ୟରେ ବିଭିନ୍ନ କ୍ଷେତ୍ର ରେ ଉଚ୍ଚ ପଦବୀରେ ଅବସ୍ଥାପିତ ଥିବା ସତ୍ବେ ମହାବିଦ୍ୟାଳୟ ପ୍ରତି ସେମାନଙ୍କ ଅନ୍ତରିକତା ରହୁ ନ ଥିବା ପରିଲକ୍ଷିତ ହେଉଛି।

ଏଥି ନିମନ୍ତେ ସେମାନଙ୍କୁ ବର୍ତ୍ତମାନ ପିଢ଼ି ସହ ଯୋଡିବା ପାଇଁ ଅଧ୍ୟକ୍ଷ ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ଲୋଡ଼ିଥିଲେ ଏବଂ ଗ୍ରାଣ୍ଡ ଆଲୁମନି ମିଟ ର ପ୍ରଚାରପ୍ରସାର କରିବା ସହ ପୁରାତନ ଛାତ୍ରଛାତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମ ସହ ଯୋଡିବା ପାଇଁ ଅନୁରୋଧ କରିଥିଲେ ।

ତେବେ ଯାହା ହେଉନା କାହିଁକି ଅଧ୍ୟକ୍ଷଙ୍କ ଏପରି ସୁନ୍ଦର ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳବାସୀ, କଲେଜ କର୍ମଚାରୀ ଓ ସାମ୍ବାଦିକମାନେ ପ୍ରଶଂସା କରିବା ସହ ସମସ୍ତେ ଏକ ମନ ହୋଇ ମହାବିଦ୍ୟାଳୟ ର ଉନ୍ନତି ପାଇଁ କାର୍ଯ୍ୟ କରିବେ ବୋଲି ଉକ୍ତ ବୈଠକରେ ସଂକଳ୍ପ ନେଇଥିଲେ । ଉକ୍ତ ବୈଠକରେ ଅନ୍ୟ ଅତିଥି ଭାବେ ମହାବିଦ୍ୟାଳୟ ପ୍ରଶାସନିକ ଅଧିକାରୀ ଡ଼ା ଏସପିଏନଏସ ବର୍ମା, ସହକାରୀ ପ୍ରଶାସନିକ ଅଧିକାରୀଣୀ ଡ଼ା ସୁଜାତା ମିଶ୍ର ଏବଂ ଆଲୁମନି ମିଟ ସଂଯୋଜକ ପ୍ରଫେସର ଲକ୍ଷ୍ମୀପ୍ରସାଦ ମିଶ୍ର ଆଦି ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

୬୦ ବର୍ଷରେ ଗୋଦାବରୀଶ ମହାବିଦ୍ୟାଳୟ: ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଲେ ନୂତନ ଅଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ରାଜ୍ୟର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଅଟେ। ୧୯୬୩ ମସିହାରେ ପ୍ରତିଷ୍ଠିତ ଉକ୍ତ ମହାବିଦ୍ୟାଳୟ ଓଡ଼ିଶାର ପ୍ରଥମ ୩୬ ଗୋଟି କଲେଜ ମଧ୍ୟରୁ ଅନ୍ୟତମ। ଉକ୍ତ ଶିକ୍ଷାନୁଷ୍ଠାନରୁ ଶିକ୍ଷା ନେଇ ବହୁ ବ୍ୟକ୍ତି ଆଜି ରାଜ୍ୟ ଏବଂ ଦେଶ ବିଦେଶରେ ବହୁ ଉଚ୍ଚ ପଦରେ ଅବସ୍ଥିତ।

ଉକ୍ତ ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ଗୋଦାବରୀଶ ମିଶ୍ର ରାଜ୍ୟର ଅନ୍ୟତମ ମହାପୁରୁଷ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ସଦସ୍ୟ ଅଟନ୍ତି। ଉକ୍ତ ମହାବିଦ୍ୟାଳୟର ସମସାମୟିକ କଲେଜ ତଥା ଖୋର୍ଦ୍ଧା ପି.ଏନ ଏବଂ ନୟାଗଡ଼ କଲେଜ ବହୁ ପୁର୍ବରୁ ସ୍ୱୟଂଶାସିତ ମାନ୍ୟତା ପାଇସାରିଥିବା ବେଳେ ଗୋଦାବରୀଶ ମହାବିଦ୍ୟାଳୟ ସ୍ୱୟଂଶାସିତ ତ ଦୂରର କଥା ଏପରିକି ପୂର୍ଣ୍ଣ ସରକାରୀ ମାନ୍ୟତା ପାଇବା ପାଇଁ ମଧ୍ୟ ସଂଘର୍ଷ କରୁଛି।

ତେବେ ରାଜନୈତିକ ଇଚ୍ଛାଶକ୍ତି ଏହାର ମୂଳ ବାଧକ ସାଜିଥିବା ନେଇ ଚର୍ଚ୍ଚା ହେଉଛି। ଉକ୍ତ କଲେଜରୁ ପାଠ ପଢି ଅନେକ ବ୍ୟକ୍ତି ବିଧାୟକ, ସାଂସଦ ଏବଂ ମନ୍ତ୍ରୀ ହୋଇଥିବା ବେଳେ କଲେଜର ଉନ୍ନତି ପ୍ରତି କାହାର ଆନ୍ତରିକତା ନାହିଁ। ଇତି ମଧ୍ୟରେ କଲେଜକୁ ୫୯ ବର୍ଷ ବିତିଯାଇଥିବା ବେଳେ ଚଳିତ ବର୍ଷ ଏହା ୬୦ବର୍ଷରେ ପଦାର୍ପଣ କରିଛି। ଚଳିତ ଜୁଲାଇ ୨୬ ତାରିଖରେ ଉକ୍ତ କଲେଜ ହୀରକ ଜୟନ୍ତୀ ପାଳନ କରିବାକୁ ଥିବା ବେଳେ ନିକଟରେ ନୂତନ ଅଧ୍ୟକ୍ଷ ଭାବେ ଦାଇତ୍ୱ ଗ୍ରହଣ କରିଥିବା ପ୍ରଫେସର ବିନାୟକ ହୋତା କଲେଜର ପୂର୍ବ ଗୌରବ ଫେରାଇଆଣିବା ପାଇଁ ଏକାଧିକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛନ୍ତି।  କହିବାକୁ ଗଲେ ଗୋଦାବରୀଶ ମହାବିଦ୍ୟାଳୟ ଆଖିଦୃଷ୍ଟିଆ ଉନ୍ନତି ଅଦ୍ୟାବଧି କରିପାରିନଥିବା ବେଳେ ନୂତନ ଅଧ୍ୟକ୍ଷ ଏବଂ ନୂତନ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟ ଏହାକୁ ବିକଶିତ କରିବା ପାଇଁ ଅହରହ ଉଦ୍ୟମରତ ଅଛନ୍ତି।

କୌଣସି ମହାବିଦ୍ୟାଳୟ ଅବା ବିଶ୍ୱବିଦ୍ୟାଳୟର ଉନ୍ନତି ତଥା କେନ୍ଦ୍ରୀୟ ଅନୁଦାନ ପାଇଁ ‘ନାକ’ ମାନ୍ୟତା ଅପରିହାର୍ଯ୍ୟ। ନାକ ଯେଉଁ କଲେଜକୁ ଯେତେ ଭଲ ଗ୍ରେଡ଼ ଦେବ ସେହି କଲେଜ ସେତେ ଉନ୍ନତି କରିବ। ତେବେ ଗୋଦାବରୀଶ ମହାବିଦ୍ୟାଳୟକୁ ନାକ ଶେଷଥର ପାଇଁ ୧୬ ବର୍ଷ ତଳେ ପରିଦର୍ଶନକୁ ଆସିଥିବା ବେଳେ ଅଦ୍ୟାବଧି ପୁନଃ ପରିଦର୍ଶନକୁ ଆସିନାହିଁ। ଯାହାଦ୍ୱାରା କଲେଜର ବହୁତ କ୍ଷତି ହେଉଛି।

ଏହାକୁ ଗୁରୁତ୍ୱ ଦେଇଛନ୍ତି ନୂତନ ଅଧ୍ୟକ୍ଷ ଶ୍ରୀ ହୋତା। କିପରି ନାକ ଟିମ କଲେଜକୁ ଯଥାଶୀଘ୍ର ପରିଦର୍ଶନ ପାଇଁ ଆସିବ ସେ ନେଇ ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ଶ୍ରୀ ହୋତା।  ପ୍ରାଥମିକ ପଦକ୍ଷେପ ଭାବେ ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ଧ୍ୟାନ ଦେଇ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ଲାସ କରିବା ବାଧ୍ୟତାମୂଳକ କରାଯାଇଛି। କ୍ଲାସ ନକରି ବାହାରେ ବୁଲୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ନୋଟିସ ଜାରି କରିଛନ୍ତି ମହାବିଦ୍ୟାଳୟ କର୍ତ୍ତୃପକ୍ଷ।

ସେହିପରି ଭାବେ କ୍ଲାସ ସରିଗଲାପରେ ଛାତ୍ରଛାତ୍ରୀମାନେ ବାହାରେ ନବୁଲି ଘରକୁ ଫେରିଯିବା ପାଇଁ ନିର୍ଦ୍ଦେଶ ରହିଛି। ତତସହିତ ଅଭିଭାବକଙ୍କୁ କଲେଜ ସହ ଯୋଡିବା ପାଇଁ ଅଧ୍ୟକ୍ଷ ଏକ ଅଭିନଵ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଧ୍ୟକ୍ଷ ଓ ଟିମ ବିଭିନ୍ନ ଗ୍ରାମକୁ ଯାଇ ସେଠାକାର ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନଙ୍କୁ ଭେଟି ଗ୍ରାମସଭା ପରି ବୈଠକ କରୁଥିବାର ଦେଖାଯାଇଛି।

ଉକ୍ତ ବୈଠକରେ ଅଭିଭାବକ ମାନେ ସିଧାସଳଖ ଅଧ୍ୟକ୍ଷ ଏବଂ ଅଧ୍ୟାପକମାନଙ୍କ ଠାରୁ ସେମାନଙ୍କ ପିଲାମାନଙ୍କ କଲେଜ ମଧ୍ୟରେ କାର୍ଯ୍ୟକଳାପ ଓ ପାଠପଢା ବିଷୟରେ ବିସ୍ତୃତ ଭାବେ ଜାଣିବାକୁ ସକ୍ଷମ ହେଉଛନ୍ତି। ଯାହାଫଳରେ ଛାତ୍ରଛାତ୍ରୀ ମାନେ ମଧ୍ୟ ଆହୁରି ସଚେତନ ହେଉଛନ୍ତି।

ସେହିପରି ଭାବେ ପ୍ରତ୍ୟେକ କ୍ଲାସରେ କ୍ୟାରିଅର କାଉନସେଲିଙ୍ଗ ମଧ୍ୟ ଜାରି ରହିଥିବାର ଜଣାପଡିଛି। ଯୁକ୍ତ ୩ ର ପ୍ରତ୍ୟେକ ବିଭାଗରେ ସାପ୍ତାହିକ ଆଲୋଚନା ଚକ୍ରକୁ ବାଧ୍ୟତାମୂଳକ କରିଛନ୍ତି ଅଧ୍ୟକ୍ଷ, ଯାହାଦ୍ୱାରା ପିଲାମାନଙ୍କ ବୌଦ୍ଧିକ ବିକାଶ ହୋଇପାରିବ। ନାକ ଟିମ ଗସ୍ତ ପାଇଁ ପୁରାତନ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଅଭିଭାବକ, ସାମ୍ବାଦିକ, ଜନ ପ୍ରତିନିଧି, ସ୍ଥାନୀୟ ଅଞ୍ଚଳବାସୀ ଏବଂ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକାଙ୍କ ସହଯୋଗ ଲୋଡ଼ିବା ନେଇ ଆସନ୍ତା ଜାନୁଆରୀ ୨୮ ତାରିଖରେ ମହାବିଦ୍ୟାଳୟ ପକ୍ଷରୁ ଏକ ଜରୁରୀକାଳିନ ବୈଠକ ଅନୁଷ୍ଠିତ ହେବ ବୋଲି ଅଧ୍ୟକ୍ଷ ଶ୍ରୀ ହୋତା କହିଛନ୍ତି।

ପୁରୁଣା ସମସ୍ୟାଗୁଡିକୁ ନଧରି କିପରି ବର୍ତ୍ତମାନ ଆମେ ସମସ୍ତେ ଏକ ହୋଇ ସହାଭାଗିତାର ସହ ଆମ ମହାବିଦ୍ୟାଳୟର ଉତ୍ତୋରତର ଉନ୍ନତି କରିପାରିବା ତାହାକୁ ଗୁରୁତ୍ୱ ଦେବାକୁ ଅନୁରୋଧ କରିଛନ୍ତି ଶ୍ରୀ ହୋତା। ତେବେ ଯାହା ହେଉ ନୂତନ ଅଧ୍ୟକ୍ଷ ଦାଇତ୍ୱ ନେବାର ମାତ୍ର କେଇଟା ଦିନ ହୋଇଥିବା ବେଳେ ତାଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପକୁ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସିତ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ ଯୋଗ ଦେଲେ ନୂଆ ଅଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ର ନୂତନ ଅଧ୍ୟକ୍ଷ ଭାବେ ଆଜି ଦାଇତ୍ୱ ଗ୍ରହଣ କରିଛନ୍ତି ପ୍ରାଣୀବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ବିନାୟକ ହୋତା । ଶ୍ରୀ ହୋତା ଆଜି ମଧ୍ୟାହ୍ନରେ ଅସ୍ଥାୟୀ ଅଧ୍ୟକ୍ଷ ଡ଼ା. ଏସପିଏନଏସ ବର୍ମାଙ୍କ ନିକଟରୁ ମହାବିଦ୍ୟାଳୟ ପରିଚାଳନା ସମିତି ସଭାପତି ବିଜୟା ବନ୍ଦନା ରାଉତରାୟଙ୍କ ଉପସ୍ଥିତିରେ ନୂତନ ଦାଇତ୍ୱ ଭାର ଗ୍ରହଣ କରିଥିଲେ ।

ଏହାପରେ ନୂତନ ଅଧ୍ୟକ୍ଷ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋଦାବରୀଶ ମିଶ୍ର, ଗଣେଶ ଏବଂ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଉକ୍ତ ସଭାଟି ମହାବିଦ୍ୟାଳୟ ନୂତନ ପାଠ୍ୟ ଗୃହ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ତେବେ ଗୋଦାବରୀଶ ମହାବିଦ୍ୟାଳୟ ଓଡିଶାର ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବା ବେଳେ ବର୍ତ୍ତମାନ ଏହା ବିଭିନ୍ନ ସମସ୍ୟାମାନ ଦେଇ ଗତି କରୁଛି । ମହାବିଦ୍ୟାଳୟ କୁ ‘ନାକ’ ଗସ୍ତ, ସରକାରୀ ମାନ୍ୟତା ,ସ୍ୱୟଂଶାସିତ ମାନ୍ୟତା ,ଯୁକ୍ତ ୩ ବାଣିଜ୍ୟ ବିଭାଗ ଖୋଲିବା, ଯୁକ୍ତ ୩ ଶିକ୍ଷା ବିଭାଗ ଖୋଲିବା ଆଦି ଏକାଧିକ ଚ୍ୟାଲେଞ୍ଜ ଦୀର୍ଘବର୍ଷରୁ ଥିବା ବେଳେ ମହାବିଦ୍ୟାଳୟ ପ୍ରଶାସନର ଆନ୍ତରିକତା ଓ ଇଛାଶକ୍ତି ଅଭାବରୁ ଏଯାବତ ତାହା ପୂରଣ ହୋଇପାରୁନାହିଁ ।

ଅପରପକ୍ଷେ ଆସନ୍ତାବର୍ଷ ଗୋଦାବରୀଶ ମହାବିଦ୍ୟାଳୟର ୬୦ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ପାଳନ ମଧ୍ୟ ହେବ । ତେବେ ନୂତନ ଅଧ୍ୟକ୍ଷ ସ୍ଥାନୀୟ ବାସିନ୍ଦା ଏବଂ ଉକ୍ତ ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ର ହୋଇଥିବାରୁ ମହାବିଦ୍ୟାଳୟର ଉକ୍ତ ସମସ୍ୟା ଗୁଡ଼ିକର ସମାଧାନ ଦିଗରେ ନିଶ୍ଚିତ ସହାଭାଗିତାର ସହ କାର୍ଯ୍ୟ କରିବେ ବୋଲି ଅଞ୍ଚଳବାସି ଆଶା ପ୍ରକଟ କରିଛନ୍ତି ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ନୂତନ ଭୋଟର ଅନଲାଇନ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟୟନ କକ୍ଷରେ ନୂତନ ଭୋଟର ଅନଲାଇନ ପଞ୍ଜିକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କର୍ମଶାଳାରେ ଅଧ୍ୟକ୍ଷତା କରିଥିଲେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠି।

ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଯୁକ୍ତ ତିନି ଛାତ୍ରଛାତ୍ରୀଙ୍କୁ ଅନଲାଇନ ଭୋଟର ପଞ୍ଜିକରଣର ତାଲିମ ଦିଆଯାଇଥିଲା। ୨୦୦୫ ଅକ୍ଟୋବର ୧ ପୁର୍ବରୁ ଜନ୍ମ ହୋଇଥିବା ଛାତ୍ରଛାତ୍ରୀମାନେ ଉକ୍ତ କର୍ମଶାଳାରେ ଭାଗନେବା ସହ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ଏକାଧିକ ଛାତ୍ରଛାତ୍ରୀ ଭୋଟର ପଞ୍ଜିକରଣ ଅନଲାଇନ ମାଧ୍ୟମରେ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, ବିଡ଼ିଓ ବୁଲବୁଲ ବେହେରା, ଅତିରିକ୍ତ ତହସିଲଦାର ସାହୀନ ନାଜ, ପ୍ରାଧ୍ୟାପକ ବିନାୟକ ହୋତା ଆଦି ଛାତ୍ରଛାତ୍ରୀଙ୍କୁ ସହଯୋଗ କରିଥିବା ବେଳେ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ା ଏସପିଏନଏସ ବର୍ମା ଏହାକୁ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି

ସୀତାରାମ ଅଗ୍ରୱାଲ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ବଦଳି ହୋଇଛି। ଏ ନେଇ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବଦଳି ନିର୍ଦ୍ଦେଶନାମା ଜାରି କରାଯାଇଛି। ଉକ୍ତ ନିର୍ଦ୍ଦେଶନାମାରେ ସାରା ରାଜ୍ୟର ବିଭିନ୍ନ ଅଣ ସରକାରୀ ସାହାଯ୍ୟପ୍ରାପ୍ତ କଲେଜର ସମୁଦାୟ ୯୪ ଜଣ ଅଧ୍ୟାପକ/ଅଧ୍ୟାପିକା ଙ୍କ ବଦଳି ହୋଇଥିବା ବେଳେ ତନ୍ମଧ୍ୟରୁ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ଅନ୍ୟତମ।

ତାଙ୍କର ଗଞ୍ଜାମ ଜିଲ୍ଲା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗକୁ ବଦଳି ହୋଇଛି। ସେହିପରି ଭାବେ ଗୋଦାବରୀଶ ମହାବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପିକା ଜୟଶ୍ରୀ ସାହୁଙ୍କ ଅନୁଗୁଳ ମହିଳା ମହାବିଦ୍ୟାଳୟକୁ ବଦଳି ହୋଇଛି। ତେବେ ଶ୍ରୀ ବେହେରା ଚଳିତ ବର୍ଷ ଫେବୃଆରୀ ୧ ତାରିଖରୁ ଗୋଦାବରୀଶ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦାୟିତ୍ୱ ନେଇଥିବା ବେଳେ ବର୍ତ୍ତମାନ ତାଙ୍କ ବଦଳି ପରେ କିଏ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ହେବ ତାହାକୁ ନେଇ କଳ୍ପନାଜଳ୍ପନା ଲାଗିରହିଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟ ପରିସରରୁ ଏକ ସଚେତନତା ପଦଯାତ୍ରା ବାହାରି ସମଗ୍ର ବାଣପୁର ସହର ପରିକ୍ରମା କରିଥିଲା।

ଉକ୍ତ ପଦଯାତ୍ରାକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବନମାଳି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ଡ଼ା ଏସପିଏନଏସ ବର୍ମା ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ମାନେ ପରିଚାଳନା କରିଥିଲେ।

ସୂଚନା ଥାଉକି ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ମହାବିଦ୍ୟାଳୟ ପରିସର ମଧ୍ୟରେ ଗତକାଲି ଏକାଧିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତାକାଲି ଏକ ଆଲୋଚନା ଚକ୍ର ମଧ୍ୟ କରାଯିବାର କାର୍ଯ୍ୟକ୍ରମ ରହିଛି।

Categories
ଆଞ୍ଚଳିକ

ବାଣପୁର: ଶିକ୍ଷାବିତ୍ ରବୀନ୍ଦ୍ର ନରେନ୍ଦ୍ର ସିଂହ ବର୍ମାଙ୍କ ୨୭ତମ ଶ୍ରାଦ୍ଧୋତ୍ସବ ପାଳିତ

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ଓଡ଼ିଆ ଭାଷାତତ୍ତ୍ଵ ବିଭାଗର ପୂର୍ବତନ ମୁଖ୍ୟ ପ୍ରଫେସର୍ ରବୀନ୍ଦ୍ରନାଥ ନରେନ୍ଦ୍ର ସିଂହ ବର୍ମାଙ୍କର ୨୭ତମ ଶ୍ରାଦ୍ଧ ଉତ୍ସବ ବାଣପୁରର ନେହେରୁ ସେବା ସଂଘର କନକ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସେବା ସଂଘର ସଂପାଦିକା ସରୋଜିନୀଦାଶଙ୍କ ସଭାପତିତ୍ଵରେ ଆୟୋଜିତ ଏହି ଉତ୍ସବରେ ଗ୍ରାମୀଣ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ ମୁଖ୍ୟଅତିଥି, ଗୋଦାବରୀଶ ମହାବିଦ୍ୟାଳୟର ପୂର୍ବତନ କ୍ରୀଡା ପ୍ରଶିକ୍ଷକ ବୈରାଗୀ ଚରଣବଳ ସମ୍ମାନୀତ ଅତିଥି, ଶିକ୍ଷାବିତ୍ ବାଳମୁକୁନ୍ଦ ଦାସ ମୁଖ୍ୟବକ୍ତା, ସେବା ସଂଘର କୋଷାଧ୍ୟକ୍ଷ ଓମ୍ ପ୍ରକାଶ ଅଗ୍ରୱାଲ ଏବଂ ଶିକ୍ଷାବିତ୍ ରାଜେନ୍ଦ୍ର ପ୍ରସାଦ ରଥ ସମ୍ମାନିତ ବକ୍ତା ଭାବରେ ଯୋଗ ଦେଇ ସ୍ଵର୍ଗତ ବର୍ମାଙ୍କ ବହୁମୁଖୀ ପ୍ରତିଭାର ପରିଚୟ ପ୍ରଦାନ କରି ତାଙ୍କସ୍କୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସ୍କୃତି କମିଟିର ସଂପାଦକ ମାୟାଧର ବେହେରା ପରିଚୟ ପ୍ରଦାନ କରିଥିଲା ବେଳେ ପୁତ୍ର ଅଧ୍ୟାପକ ରୁଦ୍ର ପ୍ରସାଦ ନରେନ୍ଦ୍ରସିଂ ବର୍ମା ଧନ୍ୟବାଦାର୍ପଣ କରିଥିଲେ। ଆଶ୍ରମର ପ୍ରଶିକ୍ଷକ ବିରେନ୍ଦ୍ର କୁମାର ତ୍ରିପାଠୀ ଓ ପ୍ରଦୀ ପକୁମାର ଦାସ ଏହାକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି କୃତ୍ତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରସଂଶା ପତ୍ର ପ୍ରଦାନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ମୋ କଲେଜ ଅଭିଯାନ: ବାଣପୁରରେ ଛାତ୍ରୀମାନଙ୍କ ଦ୍ଵାରା ସାଇକେଲ ରାଲି ଓ ପଥପ୍ରାନ୍ତ ନାଟକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ପୂର୍ବାହ୍ନରେ ମୋ କଲେଜ ଅଭିଯାନ ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଏନଏସଏସ, ଏନସିସି,  ରୋଭର୍ସ ଏବଂ ରେଞ୍ଜରର୍ସ ଓ ରେଡକ୍ରସ ୟୁନିଟର ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସାଇକେଲ ରାଲି ଏବଂ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି। ସାଇକେଲ ରାଲିଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ମା’ ଭଗବତୀ ମନ୍ଦିର ଦେଇ ସହର ଅତିକ୍ରମ କରି ପଲଟନ ପଡିଆଠାରେ ସମାପ୍ତ ହୋଇଥିଲା।

ସେହିପରି ଭାବେ ମହାବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ପାର୍ଥସାରଥୀ ସାମନ୍ତରାୟ ଙ୍କ ରଚନା ନିର୍ଦେଶନାରେ ‘ ମୁଁ ପାଇକ କହୁଛି’ ଶୀର୍ଷକରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଉକ୍ତ ନାଟକରେ ଛାତ୍ରୀମାନେ ଭାଗ ନେଇଥିବା ବେଳେ ଖୁବ ଚିତ୍ତାକର୍ଶକ ଢଙ୍ଗରେ ଏହାକୁ ପରିବେଷଣ କରିଥିଲେ। ୧୮୧୭ ମସିହା ବାଣପୁର ପାଇକ ବିଦ୍ରୋହ ଉପରେ ନିର୍ମିତ ହୋଇଥିବା ଉକ୍ତ ନାଟକକୁ ଛାତ୍ରୀମାନେ ଅତି ନିଖୁଣ ଭାବେ ପ୍ରଦର୍ଶିତ କରିଥିଲେ।

ସ୍ୱାଧୀନତା ସଂଗ୍ରାମରେ ବାଣପୁରର ବିଶିଷ୍ଟ ଅବଦାନ ଥିବା ଉକ୍ତ ନାଟକରେ ଦର୍ଶାଯାଇଥିଲା।  ଉକ୍ତ ପଥପ୍ରାନ୍ତ ନାଟକଟି ଗୋଦାବରୀଶ ମହାବିଦ୍ୟାଳୟ କ୍ୟାମ୍ପସ, କୁମାରାଙ୍ଗ ଛକ, ମା’ ଭଗବତୀ ମନ୍ଦିର ସମ୍ମୁଖ, ବାଣପୁର ଥାନା ଏବଂ ପଲଟନ ପଡିଆରେ ଅନୁଷ୍ଠିତ ହୋଇଥିଲା।  ଉକ୍ତ କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ର ଅଧ୍ୟକ୍ଷଙ୍କ ସମେତ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଯୁବ ଭଲିବଲ୍ ଖେଳାଳି ଆଶିଷ ସ୍ଵାଇଁଙ୍କୁ ସମ୍ମାନିତ କଲେ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ

ସୀତାରାମ ଅଗ୍ରୱାଲ

ବାଣପୁର: ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ଦେଶ ପାଇଁ ଖେଳିଥିବା ଯୁବ ଖେଳାଳି ଆଶିଷ ସ୍ଵାଇଁଙ୍କୁ ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ସମ୍ମାନିତ କରିଛନ୍ତି।

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ୍ ର ସଦସ୍ୟ ରହି ବ୍ରୋଞ୍ଜ ପଦକ ଜିତି ଥିବାରୁ ଆଶୀଷଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ବନମାଳି ବେହେରା ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଛନ୍ତି। ଏବଂ ତାଙ୍କର ଆଗାମୀ ଶିକ୍ଷା ନିଶୁଳ୍କ କରିବା ପାଇଂ ଆଗ୍ରହ ପ୍ରକାଶ କରିଛନ୍ତି। ଏହା ସମଗ୍ର ବାଣପୁର ଅଞ୍ଚଳ ଓ ଗୋଦାବରୀଶ ମହାବିଦ୍ୟାଳୟ ପାଇଁ ଗର୍ବ ଗୌରବ ଓ ପ୍ରେରଣାପ୍ରଦ ବିଷୟ ବୋଲି ଅଧ୍ୟକ୍ଷ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ଡକ୍ଟର୍ ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଡକ୍ଟର୍ ପ୍ରାଶାନ୍ତ କୁମାର ପ୍ରଧାନ, ଗୋଲକ ବିହାରି ବେହେରା ଓ ଅବସର ପ୍ରାପ୍ତ କ୍ରୀଡା ଶିକ୍ଷକ ବୈରାଗୀ ଚରଣ ବଳ ଉପସ୍ତିତ ଥିଲେ।

ଏହି ଚମ୍ପିୟାନସିପରେ ଆଶିଷ ବେଶ ଭଲ ପ୍ରଦର୍ଶନ କରିଥିଲେ। ଭାରତ ଦୀର୍ଘ ୧୪ ବର୍ଷ ପରେ ୧୪ ତମ ଏସୀୟ ପୁରୁଷ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ହାସଲ କରିଛି। ଆଶିଷ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମର। ତାଙ୍କର ବାପା ଜଣେ ଅଟୋ ରିକ୍ସା ଡ୍ରାଇଭର ଭାବେ କାର୍ଯ୍ୟ କରି ପରିବାର ଚଳାଉଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟ ଛାତ୍ରୀନିବାସରୁ ଛାତ୍ରୀ ନିଖୋଜ ଅଭିଯୋଗ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଜଣେ ଛାତ୍ରୀ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି। ଏ ନେଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ପକ୍ଷରୁ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ ଯୁକ୍ତ ତିନି ପ୍ରାଣୀବିଜ୍ଞାନ ବିଭାଗର ଜନୈକା ଛାତ୍ରୀ ଆଜି ସକାଳ ୮ ଘଟିକା ସମୟରେ ଟ୍ୟୁସନ ଯିବା ନାମରେ ଛାତ୍ରୀ ନିବାସରୁ ବାହାରକୁ ଯାଇଥିଲେ। ତେବେ ୧୦ ଘଟିକା ସମୟରେ ଜନୈକା ଛାତ୍ରୀଙ୍କ ପରିବାରବର୍ଗ ତାଙ୍କୁ ଦେଖା କରିବା ପାଇଁ ଛାତ୍ରୀନିବାସକୁ ଯାଇଥିବା ବେଳେ ସେ ଟ୍ୟୁସନ ଯାଇଥିବାର ଛାତ୍ରୀ ନିବାସ କର୍ତ୍ତୃପକ୍ଷ କହିଥିଲେ।

କିନ୍ତୁ ପରିବାରବର୍ଗ ତଦନ୍ତ କରି ଜାଣିବାକୁ ପାଇଥିଲେ ଯେ, ଛାତ୍ରୀ ଜଣକ ଟ୍ୟୁସନ ଯାଇନାହାନ୍ତି ଏବଂ ତାଙ୍କ ମୋବାଇଲ ବି ବନ୍ଦ ଥିଲା। ତେବେ ସେ ତାଙ୍କ ସମ୍ପର୍କୀୟ ମାମୁଁଙ୍କ ପୁଅ ସହ ଫେରାର ହୋଇଯାଇଥିପାରେ ବୋଲି ପରିବାର ବର୍ଗ ସନ୍ଦେହ କରିଛନ୍ତି। ତେବେ ଅପରାହ୍ନ ୧ ଘଟିକା ଯାଏଁ ଛାତ୍ରୀନିବାସକୁ ଛାତ୍ରୀ ଜଣକ ଫେରିନଥିବାରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି।

Categories
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଉତ୍ସବ ପାଳିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ବାଚାନାଳୟ ପରିସରରେ ପାଳିତ ହୋଇଯାଇଛି।

ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନକୁମାର ପାଟ୍ଟଶାଣୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କଲେଜ ବେଳର ସ୍ମୃତି ସମ୍ପର୍କରେ ସ୍ମରଣ କରାଇଥିଲେ। ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟ ସଚେତକ ଡ଼ଃ ଦେବେନ୍ଦ୍ର ନାଥ ମନସିଂହ ଓ ମୁଖ୍ୟ ବକ୍ତା ଡ଼ଃ ଅଭିରାମ ବିଶ୍ୱାଳ ଗୋଦାବରୀଶ ଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ।

ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହାକୁ ନିଜର ମହାବିଦ୍ୟାଳୟ ମନେକରି ସମସ୍ତେ ଏହାର ଉନ୍ନତି ପାଇଁ କାମ କରିବାକୁ ଆହ୍ଵାନ ଦେଇଥିଲେ।

ଉକ୍ତ ସଭାରେ ପ୍ରାଧ୍ୟାପକ ତଥା ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ବନମାଳୀ ବେହେରା ବାର୍ଷିକୀ ବିବରଣୀ ପାଠ କରି ମହାବିଦ୍ୟାଳୟର ବିଭିନ୍ନ ସୁବିଧା ଓ ଅସୁବିଧା ଜଣାଇ ଏହାର ସମାଧାନ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଉପସଭାପତିଙ୍କୁ ଅନୁରୋଧ କରିଥିଲେ।

ଅଧ୍ୟାପିକା ଜୟଶ୍ରୀ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଡ଼ା ସୁର ପ୍ରତାପ ନରେନ୍ଦ୍ରସିଂହ ବର୍ମା ସମ୍ବର୍ଦ୍ଧନା ଓ ରଘୁନାଥ ଓଝା ପୁରସ୍କାର ପ୍ରଦାନରେ ସହଯୋଗ କରିଥିଲେ।

ପରିଶେଷରେ ପଦାର୍ଥ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଗୋଦାବରୀଶ ମହାବିଦ୍ୟାଳୟରେ ବିଭିନ୍ନ ଅନିୟମିତତା ଓ ଦୁର୍ନୀତିକୁ ନେଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ ଦିନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟରେ ଉନ୍ନୟନ ନିମନ୍ତେ ଆସୁଥିବା ସରକାରୀ ଅନୁଦାନର ଦୁରୁପଯୋଗ ଓ ଅନ୍ୟାନ୍ୟ ଦୁର୍ନୀତିକୁ ପରି ଗୁରୁତର ଅଭିଯୋଗ ଗୁଡିକର ଖବର ଏକାଧିକ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା।  ଏହାକୁ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଗୁରୁତର ସହ ନେଇଛନ୍ତି। ଉକ୍ତ ଖବର ସେମାନଙ୍କୁ ବ୍ୟଥିତ କରିଥିବାର ଜଣାପଡ଼ିଛି।

ଗୋଦାବରୀଶ ମହାବିଦ୍ୟାଳୟ ସମଗ୍ର ରାଜ୍ୟରେ ଏକ ସୁନାମଧନ୍ୟ ମହାବିଦ୍ୟାଳୟ ହୋଇଥିବାବେଳେ ଉକ୍ତ ମହାବିଦ୍ୟାଳୟରେ ହୋଇଥିବା ବିଭିନ୍ନ ଅନିୟମିତତାର ଅଭିଯୋଗ ଉପରେ ପୁରାତନ ଛାତ୍ରଛାତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ଆଜି ପୁରାତନ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଈଶାଲୱରଙ୍କୁ ଭେଟିଛନ୍ତି। ଏବଂ ଉକ୍ତ ଅଭିଯୋଗଗୁଡିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ସେମାନେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ତେବେ ଉପଜିଲ୍ଲାପାଳ ଏହାକୁ ଗୁରୁତରସହ ନେଇଛନ୍ତି ଏବଂ ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାପାଇଁ ପ୍ରତିଶୃତି ଦେଇଥିବାର ପୁରାତନ ଛାତ୍ରମାନେ କହିଛନ୍ତି। ଅନୁରୂପ ଭାବେ ଉକ୍ତ ପ୍ରତିନିଧି ଦଳ ଆଜି ଖୋର୍ଦ୍ଧା ଜିଲ୍ଲାପାଳ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଏବଂ ମୁଖ୍ୟ ସଚିବଙ୍କୁ ମଧ୍ୟ ଉକ୍ତ ଦାବିପତ୍ରର ନକଲ ପ୍ରଦାନ କରିଥିବାର ସୂଚନା ମିଳିଛି।

Categories
ଆଞ୍ଚଳିକ

ବାଣପୁର: ସିଡ଼ିଏସ ବିପିନ ରାୱତଙ୍କ ଅକାଳ ବିୟୋଗରେ ଏନସିସି କ୍ୟାଡେଟମାନଙ୍କ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ

ସୀତାରାମ ଅଗ୍ରୱାଲ

ବାଣପୁର: ଗତକାଲି ତାମିଲନାଡୁ ଅନ୍ତର୍ଗତ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ସିଡ଼ିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀଙ୍କ ସମେତ ୧୩ ଜଣ ବିର ସୈନିକ ପ୍ରାଣ ହରାଇଛନ୍ତି। ସାରା ଦେଶ ଉକ୍ତ ଘଟଣାରେ ସ୍ତବ୍ଧ ଥିବାବେଳେ ଦେଶର କୋଣ ଅନୁକୋଣରୁ ଶହୀଦଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଜି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ଏନସିସି ୟୁନିଟର କ୍ୟାଡେଟ ମାନଙ୍କଦ୍ୱାରା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ନିମନ୍ତେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାଟି ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ସହର ପରିକ୍ରମା କରି ମା’ ଭଗବତୀ ମନ୍ଦିର ଠାରେ ସମାପ୍ତ ହୋଇଥିଲା। ସେଠାରେ ଶହୀଦଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତ କ୍ୟାଡେଟମାନେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିବା ସହ ଶହୀଦଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଲିଉଟନାଣ୍ଟ ଡ଼ା. ଗୁରୁକିଶୋର ନାୟକ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଭୁବନେଶ୍ବରରେ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ଅବସ୍ଥିତ ସର୍ବପୁରାତନ ଗୋଦାବରୀଶ ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି। ଏହି କଲେଜରୁ ପାଠପଢା ସାରି ବର୍ତ୍ତମାନ ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ଏକଠା କରି ସେହି ପୁରୁଣା ସ୍ମୃତିକୁ ଉଦଜୀବିତ କରିବା ପାଇଁ କରାଯାଇଥିଲା ଏହି ପ୍ରୟାସ।

କଲେଜର ପୁରାତନ ଛାତ୍ର ଲକ୍ଷ୍ମୀଧର ପ୍ରଧାନଙ୍କ ଏହି ପ୍ରୟାସରେ ଭୁବନେଶ୍ବରରେ ପ୍ରାୟ 50 ଜଣ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଏହି ଉପଲକ୍ଷେ ବିଭିନ୍ନ ମନୋରଂଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା। ବର୍ତ୍ତମାନ ରାଜ୍ୟ ସରକାର ଆରମ୍ଭ କରିଥିବା ମୋ କଲେଜ ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ନିଷ୍ପତି କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ସିତରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଗୋଦାବରୀଶ ମହାବିଦ୍ୟାଳୟ ପରିସରରେ ମୋ କଲେଜ ଅଭିଯାନର ଶୁଭାରମ୍ଭ ହୋଇଯାଇଅଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉକ୍ତ ଅଭିଯାନକୁ ଭିଡ଼ିଓ କନଫରେନ୍ସ ଜରିଆରେ ଲୋକାର୍ପିତ କରିଛନ୍ତି।  କଲେଜ ସହିତ ପୂର୍ବତନ ଛାତ୍ରଛାତ୍ରୀ ମାନଙ୍କୁ ଯୋଡିବା ସହ କଲେଜ ଉନ୍ନତିରେ ସେମାନଙ୍କୁ ଭାଗିଦାର କରିବାପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ପ୍ରୟାସ ବୋଲି ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ପ୍ରକାଶ କରିଛନ୍ତି।

ଆଜି ଅପରାହ୍ନରେ ମହାବିଦ୍ୟାଳୟ ଅଡ଼ିଟୋରିଅମ ହଲରେ ଉକ୍ତ ଅଭିଯାନର ଶୁଭାରମ୍ଭ ନିମନ୍ତେ କଲେଜ ପ୍ରଶାସନ ପକ୍ଷରୁ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ କଲେଜ ଅଧ୍ୟକ୍ଷଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ପୁରାତନ ଛାତ୍ର ଛାତ୍ରୀ, ସାମ୍ବାଦିକ ଏବଂ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।

ଉକ୍ତ କାର୍ଯ୍ୟକ୍ରମର ସଂଯୋଜନା ପ୍ରାଧ୍ୟାପକ ଡ଼ା ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା କରିଥିବାବେଳେ ପ୍ରାଧ୍ୟାପକ ଲକ୍ଷ୍ମୀ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଅଧ୍ୟାପିକା କରୋନା ପଜିଟିଭ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। କୌଣସି କାରଣରୁ ଗତ ୮ ତାରିଖରେ ସେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛୁଟି ପାଇଁ ଆବେଦନ କରଥିଲେ।  ଏହାପରେ ଅସୁସ୍ଥତା ଅନୁଭବ କରିବାରୁ ସେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।

ତେବେ ଏହି ଖବର ପ୍ରଚାର ହେବା ମାତ୍ରେ ସାରା କଲେଜରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। କାରଣ ଜନୈକ ଅଧ୍ୟାପିକା ପ୍ରତିଦିନ ଅନର୍ସ କ୍ଲାସ କରିବା ସହ କଲେଜର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଡିପାର୍ଟମେଣ୍ଟକୁ ସାନିଟାଇଜ କରାଇଛନ୍ତି। ଏ ନେଇ ଆମ ପ୍ରତିନିଧି କଲେଜ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ ଏପର୍ଯ୍ୟନ୍ତ ଏ ବିଷୟ ନେଇ ଅବଗତ ନଥିବା ପ୍ରକାଶ କରିଛନ୍ତି।

ତେବେ ବର୍ତ୍ତମାନ ପରିସ୍ଥିତିରେ ତୁରନ୍ତ କଲେଜର ସମସ୍ତ କର୍ମଚାରୀ ଏବଂ ଜନୈକ ଡିପାର୍ଟମେଣ୍ଟର ଛାତ୍ରଛାତ୍ରୀଙ୍କ କୋଭିଡ ଟେଷ୍ଟ ସହ ସମ୍ପୂର୍ଣ୍ଣ କଲେଜକୁ ସାନିଟାଇଜେସନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଛାତ୍ର ଛାତ୍ରୀଙ୍କ ଅଭିଭାବକ ମାନେ ଦାବି କରିଛନ୍ତି। ତତ ସହିତ କଲେଜରେ କୋଭିଡ ନିୟମକୁ କଡ଼ାକଡ଼ି କରିବା ପାଇଁ ସାଧାରଣରେ ଦାବି ହୋଇଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଜାତୀୟ ସଡକ ସୁରକ୍ଷା ମାସ ପାଳନ

ସୀତାରାମ ଅଗ୍ରୱାଲ

ବାଣପୁର: ୩୨ତମ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ହୋଇଥିବା ସଚେତନତା ରଥ ପରିକ୍ରମା ଏବଂ ସଚେତନତା ନୃତ୍ୟ ପରିବେଷଣର ଶୁଭାରମ୍ଭ ହୋଇଯାଇଅଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ ପ୍ରମୋଦ କୁମାର ପାଢୀ, ଏନ ସି ସି ଅଧିକାରୀ ଲେଫ୍ଟନାଣ୍ଟ ଡ଼ ଗୁରୁ କିଶୋର ନାୟକ, ରୋଭର ଲିଡର୍ ଡ଼ ଆଦିତ୍ୟ ସାରଥୀ ବେଦମତା ଓ ରେଞ୍ଜର ଲିଡର୍ ନିହାର ବାଳା ରାଉତ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।

ସହରର ଅଚ୍ୟୁତରାଜପୁର, ପୋଡା ସାହି, ଥାନା, ତହସିଲ, ପଲଟନ ପଡ଼ିଆ ଓ ବାଣପୁର ବଜାର ମଧ୍ୟ ଦେଇ ସଚେତନତା ରଥ ପରିକ୍ରମା କରାଯିବା ସହ ନୃତ୍ୟ ପରିବେଷଣ ମାଧ୍ୟମରେ ଜନ ସଚେତନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ କଲେଜରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସ୍ଲୋଗାନ ଓ କୁଇଜ ପ୍ରତିଯୋଗୀତା କାର୍ଯ୍ୟକ୍ରମ କରାଯାଇ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଉକ୍ତ କାର୍ଯ୍ୟକ୍ରମରେ ବୀମା ଉପଦେଷ୍ଟା ବିନୋଦ କୁମାର ପ୍ରଧାନ, ଆର ଟି ଓ ଆଡ଼ଭାଇଜର ସର୍ବେଶ୍ୱର ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଉକ୍ତ ଜାତୀୟ ସଡକ ସୁରକ୍ଷା ଅଭିଯାନ କୁ ଖୋର୍ଦ୍ଧା ଆଞ୍ଚଳିକ ସହକାରୀ ଅଧିକାରୀ ବୃନ୍ଦାବନ ସାହୁ,ଏମ ଭି ଆଇ ଅମିତ କୁମାର ରଣା, ବାଣପୁର ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ, ଏବଂ ଏସ ଆଇ ଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଆଦି ପରିଚାଳନା କରିଥିଲେ।

ପରିଶେଷରେ ବାଣପୁର ବ୍ଲକ ଛକ ଭୀମପୁର ରୋଡ଼ଠାରେ ଆଇ ଆଇ ସି ସଞ୍ଜୟ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ଅଭିଯାନ କୁ ସାର୍ଥକ କରିବା ସହ ଉକ୍ତ ରାଲିକୁ ସଫଳ କରିଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ପ୍ରଶଂସା କରିଥିଲେ।