Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୋକ୍ସ ଆଇନ୍ ରେ ଯୁବକ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଢାମଣା ସାହିର ଶଙ୍କର୍ଷଣ ସାହୁ ନାମକ ଜଣେ ଯୁବକ ପୋକ୍ସ ଆଇନ୍ ଅନୁଯାୟୀ ଗିରଫ ହୋଇଛନ୍ତି। ଉକ୍ତ ଥାନା ଅଞ୍ଚଳର ଜଣେ ମହିଳା ଗୋଷାଣୀ ନୁଆ ଗାଁ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ୬ ମାସ ହେଲା ଅଭିଯୁକ୍ତ ଶଙ୍କର୍ଷଣ ରାସ୍ତାରେ ଯାଉଥିବା ବେଳେ ତାଙ୍କ ଝିଅକୁ ଅଶ୍ରାଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଟଣାଓଟରା ଓ ହତ୍ୟାର ଧମକ ଦେଉଛନ୍ତି। ଯାହା ଫଳରେ ସେ ନିଜକୁ ଅସୁରକ୍ଷିତ ମନେ କରି ଆଇନ୍ ର ଆଶ୍ରୟ ନେଇଛନ୍ତି।

ପୋଲିସ ଏତଲା ଗ୍ରହଣ କରି କେଶ୍ ନଂ ୩୨୬ ଅନୁଯାୟୀ ମାମଲା ରୁଜୁ କରି ବିଭିନ୍ନ ଦଫାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Categories
ଆଞ୍ଚଳିକ

ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ନାରାୟଣ ସେବା କାର୍ଯକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଲାୟନ୍ସ କ୍ଲବ ତରଫରୁ ବିଜିପୁର କାଳୀ ମନ୍ଦିର ଓ ଗୋଷାଣୀ ନୁଆ ଗାଁ ଜଗନ୍ନାଥ ମନ୍ଦିରରେ ନାରାୟଣ ସେବା କାର୍ଯକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ କିଛି ବେରୋଜଗାରୀ ବୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ କ୍ଲବ ପକ୍ଷରୁ ଖାଦ୍ୟ ଓ ଫଳସହ ଟାୱାଲ୍ ଇତ୍ୟାଦି ବଣ୍ଟନ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଲାୟନ୍ସ ପି ଧର୍ମା ରାଓ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କ୍ଲବ ଡେପୁଟି ଗଭର୍ଣ୍ଣର ସରସ୍ବତୀ ପାତ୍ର, କୁମଦିନୀ ଚୌଧୁରୀ, ସୁନୀତା ସାହୁ, ନମିତା ପାଢ଼ୀ, ସବିତା ସାହୁ ଓ ଗୀତାରାଣି ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଞ୍ଚଳିକ

ଶ୍ଵଶୁରଙ୍କ ଘରେ ଡାକ୍ତରଙ୍କ ମୃତ୍ୟୁ: କାରଣ ଅସ୍ପଷ୍ଟ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଶକ୍ତି ନଗର ଅଞ୍ଚଳରେ ଡଃ ସୁରେନ୍ଦ୍ର ନାଥ ରଥ ନାମକ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ଶ୍ଵଶୁରଙ୍କ ଘରେ ତାଙ୍କର ମୃତ୍ୟୁ ଘଟିଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଡଃ ରଥ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଡାକ୍ତରଖାନାରେ କାର୍ଯ୍ୟରତ ଅଛନ୍ତି। ଖବର ପାଇ ଗୋଷାଣୀ ନୁଆ ଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Categories
ଆଞ୍ଚଳିକ

ସରକାରୀ ଜମିରେ ଘର କରିବାକୁ ନେଇ ଦୁଇ ସାହି ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ଲାଗୁକରିବାକୁ ଆବେଦନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହିରେ ଥିବା ଏକ ସରକାରୀ ଜମିର ନିକଟସ୍ଥ ହରିଜନ ସାହିର ଲୋକମାନେ ଘର କରିବାକୁ ନେଇ ବହୁ ଦିନ ଆଗରୁ ମନୋମାଳିନ୍ୟ ରହିଛି। ଏହି ପରିସ୍ଥିତିରେ ଗତକାଲି ଉଭୟ ସାହିର ଲୋକମାନେ ଉପଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଚାଲିଥିବା ବେଳେ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ।

କିନ୍ତୁ ସନ୍ଧ୍ୟାରେ ହରିଜନ ସାହିର ଲୋକମାନେ ଉକ୍ତ ଜମି ପାଖକୁ ଯାଇଥିବା ବେଳେ ଉଭୟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଓ ପରବର୍ତ୍ତୀ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକିବେଳେ ଖବର ପାଇ ଗୋଷାଣୀ ନୁଆ ଗାଁ ଥାନା ପୋଲିସ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ ଓ ଉଭୟ ପକ୍ଷଙ୍କ ଅଭିଯୋଗ ଗ୍ରହଣ କରିଥିଲେ।

ଏହି ଭଳି ପରିସ୍ଥିତିରେ ଉକ୍ତ ଜମି ଉପରେ ୧୪୪ ଧାରା ଆଇନ ଲାଗୁ କରିବାକୁ ଆବେଦନ କରାଯାଇଛି ବୋଲି ଗୋଷାଣୀ ନୁଆ ଗାଁ ଥାନା ଅଧିକାରୀ ସ୍ମ୍ରୁତିପ୍ରଭା ପ୍ରଧାନ କହିଛନ୍ତି।