ସରକାରୀ ଜମିରେ ଘର କରିବାକୁ ନେଇ ଦୁଇ ସାହି ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ଲାଗୁକରିବାକୁ ଆବେଦନ

Published: Aug 29, 2023, 11:42 am IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହିରେ ଥିବା ଏକ ସରକାରୀ ଜମିର ନିକଟସ୍ଥ ହରିଜନ ସାହିର ଲୋକମାନେ ଘର କରିବାକୁ ନେଇ ବହୁ ଦିନ ଆଗରୁ ମନୋମାଳିନ୍ୟ ରହିଛି। ଏହି ପରିସ୍ଥିତିରେ ଗତକାଲି ଉଭୟ ସାହିର ଲୋକମାନେ ଉପଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଚାଲିଥିବା ବେଳେ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ।

କିନ୍ତୁ ସନ୍ଧ୍ୟାରେ ହରିଜନ ସାହିର ଲୋକମାନେ ଉକ୍ତ ଜମି ପାଖକୁ ଯାଇଥିବା ବେଳେ ଉଭୟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଓ ପରବର୍ତ୍ତୀ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକିବେଳେ ଖବର ପାଇ ଗୋଷାଣୀ ନୁଆ ଗାଁ ଥାନା ପୋଲିସ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ ଓ ଉଭୟ ପକ୍ଷଙ୍କ ଅଭିଯୋଗ ଗ୍ରହଣ କରିଥିଲେ।

ଏହି ଭଳି ପରିସ୍ଥିତିରେ ଉକ୍ତ ଜମି ଉପରେ ୧୪୪ ଧାରା ଆଇନ ଲାଗୁ କରିବାକୁ ଆବେଦନ କରାଯାଇଛି ବୋଲି ଗୋଷାଣୀ ନୁଆ ଗାଁ ଥାନା ଅଧିକାରୀ ସ୍ମ୍ରୁତିପ୍ରଭା ପ୍ରଧାନ କହିଛନ୍ତି।

Related posts