Categories
ଆଞ୍ଚଳିକ

ସରକାରୀ ଜମିରେ ଗୃହ ନିର୍ମାଣ ଅଭିଯୋଗ, ତହସିଲରେ ଫେରାଦ ହେଲେ ସ୍ଥାନୀୟ ଲୋକେ

କୁଜଙ୍ଗ: କୁଜଙ୍ଗ ତହସିଲ ଅଧୀନ ଖରିଗୋଠ ଗ୍ରାମରେ ଥିବା ସରକାରୀ ଜମିରେ ସ୍ଥାନୀୟ ଗ୍ରାମର ଜନୈକ ବ୍ୟକ୍ତି ବଳପୂର୍ବକ ପକ୍କା ଗୃହ ନିର୍ମାଣ କରୁଥିବା ନେଇ ସ୍ଥାନୀୟ ଲୋକମାନେ ଆଜି କୁଜଙ୍ଗ ତହସିଲଦାର ପୁଷ୍ପାଶ୍ରୀ ସାଣ୍ଡିଲଙ୍କ ଲିଖିତଭାବ ଅଭିଯୋଗ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷ, ଆରଡିସି କଟକ, ଜିଲ୍ଲାପାଳ ଜଗତସିଂହପୁରଙ୍କୁ ଏକ ଦାବିପତ୍ର ପଠାଇଥିବା ଜଣାପଡ଼ିଛି। ଖରିଗୋଠ ମୌଜାର ନୂଆଗଡିଆ ବନ୍ଧକୁ ଲାଗି ରହିଥିବା ସରକାରୀ ଜମିରେ ଖରିଗୋଠ ଗ୍ରାମର ସୁଶାନ୍ତ ନାୟକ ଏହି ଗୃହ ନିର୍ମାଣ କରୁଥିବା ଅଭିଯୋଗ ହୋଇଛି।

ତେବେ ଗ୍ରାମର କୁନଚନ୍ଦ୍ର ପ୍ରଧାନ, ଶରତ ନାୟକ, ଦିଲ୍ଲୀପ ସ୍ୱାଇଁ, ଲଛମନ ପ୍ରଧାନ, ନିତ୍ୟାନନ୍ଦ ସ୍ୱାଇଁ, ଅମୀର ରାଉତ, ସୁରେନ୍ଦ୍ର ପ୍ରଧାନ, ଅରକ୍ଷୀତ ସ୍ୱାଇଁ, ସୁବାଷ ନାୟକ, ରଞ୍ଜନ ଜେନା, ପଦ୍ମଲାଭ ସ୍ୱାଇଁ, ସୌମ୍ୟରଞ୍ଜନ ରାଉତ (ମିଟୁ) ପ୍ରମୁଖ କୁଜଙ୍ଗ ତହସିଲଦାରଙ୍କ ନିକଟରେ ଲିଖିିତ ଭାବେ ଅଭିଯୋଗ କରିବା ସହିତ ତୁରନ୍ତ ଏହି ବେଆଇନ କାର୍ଯ୍ୟକୁ ବନ୍ଦ କରିବା ସହିତ ଅଭିଯୁକ୍ତ ବିରୋଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଥିବା ବେଆଇନ ଘରକୁ ଭାଙ୍ଗିଲା ପ୍ରଶାସନ 

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ଡଇଁଚା ପଂଚାୟତର ପାଇକମାଳ ଗ୍ରାମ ନିକଟରେ ଥିବା କେନ୍ଦୁଛକ ଠାରୁ ସରକାରୀ ଜମିରେ ଘର କରି ରହୁଥିବା ଲୋକମାନଙ୍କର ଘରକୁ ଭାଙ୍ଗି ମାଟିରେ ମିଶାଇ ଦେଇଛି ପ୍ରଶାସନ।
ଆଜି ପୂର୍ବାହ୍ନରେ ପ୍ରଶାସନ ନାକଟିଦେଉଳ ତହସିଲ୍ ଦାର୍ ଙ୍କୁ ମାଜିଷ୍ଟେଟ୍ ଦାୟିତ୍ବରେ ଵିବାଦୀୟ ଜାଗାକୁ ପଠାଇଥିଲେ।

ପ୍ରଶାସନର ନିର୍ଦ୍ଦେଶକ୍ରମେ ସରକାରୀ ଜାଗାରେ ଘର କରି ରହୁଥିବା ବ୍ୟକ୍ତିମାନଙ୍କର ଘରକୁ ଜେସିବି ଲଗାଇଭାଙ୍ଗି ଦିଆଯାଇଛି। ଘର କରି ରହୁଥିବା ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ପୋଲିସ୍ କର୍ମଚାରୀମାନଙ୍କ ସହ ପାଟିତୁଣ୍ଡ କରିଥିଲେ। ଏପରିକି ଘର ଭାଙ୍ଗିବାକୁ ଜେସିବି ଯିବା ସମୟରେ ସଂପ୍ରୁକ୍ତ ବ୍ୟକ୍ତି ବିଶେଷ ବାଧା ଦେଉଥିଲେ। ପୋଲିସ୍ ବିଭାଗ ଏହାର ପ୍ରତିରୋଧ ମଧ୍ୟ କରିଥିଲେ। ଗଣ୍ଡଗୋଳ ଯେମିତି ନ ହେବ ସେଥିପାଇଁ ୧ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମ୍ରୁତୟନ କରାଯାଇଥିଲା।

ଘର କରି ରହିଥିବା ବ୍ୟକ୍ତିମାନଙ୍କର ପାଇକମାଳ ଏଵଂ ତଣ୍ଡାବିରା ଗ୍ରାମରେ ନିଜସ୍ବ ଘର ମଧ୍ୟ ରହିଛି। ଏହି ସରକାରୀ ଜମିକୁ ଜବର ଦଖଲ କରି ପଟ୍ଟା କରି ନେବାକୁ ଚକ୍ରାନ୍ତ କରୁଥିଲେ। ତହସିଲ୍ ବିଭାଗର ଅସାଧୁ କର୍ମଚାରୀମାନଙ୍କ ପାଇଁହିଁ ଏହି ବିବାଦିୟ ସ୍ଥାନକୁ ସେମାନେ ଅନାୟାସରେ ପ୍ରବେଶ କରିଥିଲେ। ପୂର୍ବରୁ ସେଇ ଘର ଛାଡି ନିଜର ଜିନିଷପତ୍ର ଧରି ବାହାରିଯିବାକୁ ମଧ୍ୟ ନୋଟିସ୍ ଦିଆଯାଇଥିଲା।

ପୂର୍ବରୁ ନାକଟିଦେଉଳର ପୂର୍ବତନ ତହସିଲଦାର୍ ସୁକାନ୍ତ ନାଏକ ମଧ୍ୟ ସେଇ ଘରର କିଛି ଅଂଶ ଭାଙ୍ଗି ଦେଇଥିଲେ।  ଯା’ଫଳରେ କିଛି ଆଦିବାସୀ ଡଇଁଚା ଗ୍ରାମରେ ପୂର୍ବତନ ତହସିଲ୍ ଦାର ଙ୍କୁ ଆର୍ ଆଇ ଅଫିସ୍ ସାମ୍ନାରେ ଘେରାଉ କରିବା ସହ ୩ କିମି ରାସ୍ତା ତଲାଇ ଚଲାଇ ନେଇ ଥିଲେ। ଏପରିକି ନାକଟିଦେଉଳ ତହସିଲ୍ ଅଫିସ୍ ମଧ୍ୟ ଘେରାଉ କରି ଥିଲେ ଆଦିବାସୀମାନେ।

ଏହି ଉଚ୍ଛେଦ ସମୟରେ ରେଢାଖୋଲ ଥାନା, ଚାରମାଳ ଥାନା, ନାକଟିଦେଉଳ ଥାନା ଏଵଂ କିସିଣ୍ଡା ଥାନାର ଥାନାଅଧିକାରୀ ସମେତ ସମ୍ବଲପୁରରୁ ପୋଲିସ୍ ଫୋର୍ସ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ସରକାରୀ ଜମିରେ ଘର କରିବାକୁ ନେଇ ଦୁଇ ସାହି ମଧ୍ୟରେ ମୁହାଁମୁହିଁ: ୧୪୪ ଧାରା ଲାଗୁକରିବାକୁ ଆବେଦନ

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ଚଣ୍ଡୀ ସାହିରେ ଥିବା ଏକ ସରକାରୀ ଜମିର ନିକଟସ୍ଥ ହରିଜନ ସାହିର ଲୋକମାନେ ଘର କରିବାକୁ ନେଇ ବହୁ ଦିନ ଆଗରୁ ମନୋମାଳିନ୍ୟ ରହିଛି। ଏହି ପରିସ୍ଥିତିରେ ଗତକାଲି ଉଭୟ ସାହିର ଲୋକମାନେ ଉପଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ଚାଲିଥିବା ବେଳେ ଉପଜିଲ୍ଲାପାଳ ଙ୍କକାର୍ଯ୍ୟାଳୟ ରେ ଅଭିଯୋଗ କରିଥିଲେ।

କିନ୍ତୁ ସନ୍ଧ୍ୟାରେ ହରିଜନ ସାହିର ଲୋକମାନେ ଉକ୍ତ ଜମି ପାଖକୁ ଯାଇଥିବା ବେଳେ ଉଭୟ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା ଓ ପରବର୍ତ୍ତୀ ସମୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏତିକିବେଳେ ଖବର ପାଇ ଗୋଷାଣୀ ନୁଆ ଗାଁ ଥାନା ପୋଲିସ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ତାଗିଦ୍ କରିଥିଲେ ଓ ଉଭୟ ପକ୍ଷଙ୍କ ଅଭିଯୋଗ ଗ୍ରହଣ କରିଥିଲେ।

ଏହି ଭଳି ପରିସ୍ଥିତିରେ ଉକ୍ତ ଜମି ଉପରେ ୧୪୪ ଧାରା ଆଇନ ଲାଗୁ କରିବାକୁ ଆବେଦନ କରାଯାଇଛି ବୋଲି ଗୋଷାଣୀ ନୁଆ ଗାଁ ଥାନା ଅଧିକାରୀ ସ୍ମ୍ରୁତିପ୍ରଭା ପ୍ରଧାନ କହିଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ସରକାରୀ ଜମି ଦଖଲ ଅଭିଯୋଗରେ ଝାଡଖଣ୍ଡ ଓ ପଶ୍ଚିମବଙ୍ଗରେ ଇଡି ର ଚଢାଉ: ୭ ଗିରଫ

ନୂଆଦିଲ୍ଲୀ: ଗୁରୁବାର ଦିନ ଝାଡଖଣ୍ଡ ଓ ପଶ୍ଚିମବଙ୍ଗର ୨୦ ଟି ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଥିଲା। ଯେଉଁଥିରେ ୭ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତେ ସରକାରୀ ଏବଂ ପ୍ରତିରକ୍ଷା ଜମି ଅକ୍ତିଆର କରିଥିବା ଅଭିଯୋଗ ହୋଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଫସର ଅଲି, ଇମତିଆଜ ଅହମ୍ମଦ, ପ୍ରଦୀପ ବାଗଚି, ଏମଡି ସଦ୍ଦାମ ହୁସେନ୍, ତଲହା ଖାନ୍, ଭାନୁ ପ୍ରତାପ ପ୍ରସାଦ ଏବଂ ଫୟାଜ ଖାନ ଅଛନ୍ତି। ଆଇଏଏସ୍ ଅଧିକାରୀ (୨୦୧୧ ବ୍ୟାଚ୍) ଛବି ରଂଜନଙ୍କ ପରିସରରେ ଚଢାଉ କରାଯାଇଥିଲା। ଏହା ହେଉଛି ଦ୍ୱିତୀୟ ମାମଲା, ଯେତେବେଳେ ଝାଡଖଣ୍ଡ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଇଡି ସ୍କାନରରେ ଆସିଛନ୍ତି। ଗତ ବର୍ଷ ଅର୍ଥ ହେରଫେର ମାମଲାରେ ଚଢାଉ କରିବା ପରେ ଇଡି ଆଇଏଏସ୍ ଅଧିକାରୀ ପୂଜା ସିଙ୍ଗଲଙ୍କୁ ଗିରଫ କରିଥିଲା।

ସର୍ବଶେଷ ଇଡି କାର୍ଯ୍ୟ ପରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କ’ଣ ପଦକ୍ଷେପ ନେବେ ତାହା ଜାଣିବାକୁ ବିଜେପି ନେତା ବାବୁଲାଲ ମାରାଣ୍ଡି ଜାଣିବାକୁ ଚାହୁଁଥିଲେ। ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ମାରାଣ୍ଡି କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, କ’ଣ ଆପଣ ଜମି ସ୍କାମର ଆଇଏଏସ୍ ଛବି ରଂଜନଙ୍କ ତଦନ୍ତ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ନେବେ, ତାଙ୍କୁ ନିଲମ୍ବନ କରିବେ ଏବଂ କୋର୍ଟ ଚାଲାଣ କରିବେ କିମ୍ବା ଆପଣ ମଧ୍ୟ ଏହି ମାମଲାରେ ଧରା ପଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବେ?”

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଘର ନିର୍ମାଣକୁ ନେଇ ତହସିଲ୍‌ଦାର୍ ଓ ଆର୍‌ଆଇକୁ ଘେରିଲେ ଆଦିବାସୀ

କନ୍ଦର୍ପ ବେହେରା

ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଛି। ଯାହାକୁ ନେଇ ଆଜି ଅଂଚଳର ଆଦିବାସୀମାନେ ଡଇଁଚା ଆର୍ ଆଇ ଅଫିସ୍ ଘେରିବା ସହ ନାକଟିଦେଉଳ ତହସିଲଦାରଙ୍କୁ ଘେରିଥିଲେ। ଏପରିକି ତହସିଲଦାରଙ୍କୁ ୨ କିମି ବାଟ ଚଲାଇ ଚଲାଇ ନେଇଥିବା ଜଣା ପଡିଛି।

ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ, ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯ (ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ଏପରିକି ନୋଟିସ୍ ମଧ୍ୟ ଦେବା ପାଇଁ ତହସିଲ୍ କର୍ମଚାରୀ ଆସିଥିବା ବେଳେ ଜବର ଦଖଲ କରିଥିବା ପରିବାର ନୋଟିସ୍ କୁ ଗ୍ରହଣ କରି ନ ଥିଲେ। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଗତ ତା ୧୮/୧୧/୨୦୨୨ ରେ ଭାଙ୍ଗିଦେଇଥିଲେ।

ଏ ସଂପର୍କରେ ପୂର୍ବରୁ ଅଂଚଳବାସୀ ତହସିଲ୍‌ଦାର ନାକଟିଦେଉଳଙ୍କ ଠାରେ ମଧ୍ୟ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘରକୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ମଧ୍ୟ ରହିଛି। ପୂର୍ବରୁ ସେଇ ଜମିରେ ବନବିଭାଗ ଗଛ ରୋପଣ ମଧ୍ୟ କରିଥିଲା। ହେଲେ ସେ ଗଛଗୁଡିକ ନଷ୍ଟ କରି ଦିଆଯାଇଥିଲା। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ। ସେମାନେ ଆମକୁ ସେଇ ଯାଗା ବଦଳରେ ଅନ୍ୟ ଏକ ସ୍ଥାନରେ ଜାଗା ଦେବାକୁ ଅଡି ବସିଥିଲେ। ଆଦିବାସୀମାନେ ନ ବୁଝିବାରୁ ସେମାନଙ୍କୁ କିଛି ଯାଗା ଦିଆଯିବାକୁ ପ୍ରତିଶୃତି ଦେଇଥିଲେ। ଘଟଣା ସ୍ଥଳରେ ରେଢାଖୋଲ ଥାନାଧିକାରୀ, ଏସ୍‌ଡିପିଓ ତଥା ପୋଲିସ୍ କର୍ମଚାରୀମାନେ ଉପସ୍ଥିତ ଥିଲେ।

ଦୀର୍ଘ ୪ ଘଂଟାକାଳ ପ୍ରଶାସନ ନାକେଦମ୍ ହୋଇ ପଡିଥିଲା। ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ଠାରୁ ପ୍ରକାଶ ଯେ, ତଣ୍ଡାବିରା ଛକ ନିକଟରେ ଥିବା ପ୍ରାୟ ଦଶ ଏକର ସରକାରୀ ଜମି ରହିଛି। ସରକାରଙ୍କ ନିୟମ ଅନୁଯାୟୀ ସେଇ ସଂରକ୍ଷିତ ଜମିକୁ ରଖାଯାଇଛି। ସେଇ ଜାଗାରେ କେହି ଘର କରି ରହିପାରିବେ ନାହିଁ ବୋଲି ବିଡିଓ ପ୍ରକାଶ କରିଛନ୍ତି। ପାଚେରୀ ନିର୍ମାଣ ପାଇଁ ମଧ୍ୟ ଟଙ୍କା ମଂଜୁର ହୋଇସାରିଥିବା ଜଣା ପଡିଛି। ସେଇ ଜମିକୁ ଆଦିବାସୀ ପରିବାର ଘର ତିଆରି କରି ରହିଲେ ଆଗକୁ ଏ ଅଂଚଳର ଲୋକମାନେ ଆନ୍ଦୋଳନ କରିବେ ବୋଲି ଜଣା ପଡିଛି।

Categories
ଆଜିର ଖବର ରାଜ୍ୟ ଖବର

ସରକାରୀ ଜମିରେ ଘର ନିର୍ମାଣ ମହଙ୍ଗା ପଡିଲା: ୩ ପରିବାରର ଘର ଭାଙ୍ଗିଲା ପ୍ରଶାସନ

କନ୍ଦର୍ପ ବେହେରା
ରେଢାଖୋଲ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ୍ ପାଇକମାଳ ଗ୍ରାମ ନିକଟରେ ସରକାରୀ ଜମିରେ ବେଆଇନ୍ ଘର ନିର୍ମାଣ କରି ରହୁଥିବା ୩ ପରିବାରର ଘରକୁ ପ୍ରଶାସନ ଜେସିବି ମାଧ୍ୟମରେ ଭାଙ୍ଗିଦେଇଥିବା ଜଣା ପଡିଛି।

ନାକଟିଦେଉଳ ତହସିଲ୍‌ଦାର୍ ସୁକାନ୍ତ ନାଏକଙ୍କ ଠାରୁ ପ୍ରକାଶ ଯେ , ନାକଟିଦେଉଳ ତହସିଲ୍ ଅନ୍ତର୍ଗତ ଡଇଁଚା ଗ୍ରାମପଂଚାୟତର ପାଇକମାଳ ଗ୍ରାମ ନିକଟସ୍ଥ କେନ୍ଦୁଛକ ଠାରେ ଥିବା ପ୍ଲଟ୍ ନମ୍ବର ୪୨୯(ପି) ଖାତାନଂ ୫୭ ରେ ଗ୍ରାମର ତାରସିଲା କିସ୍ପଟା. ଆମିତ୍ କିସ୍ପଟା ଓ ପ୍ରଦୀପ୍ କିସ୍ପଟା ବେଆଇନ୍ ଭାବରେ ଘର କରି ଏକ ବର୍ଷ ହେଲା ରହିଆସୁଥିଲେ। ସେମାନଙ୍କୁ ମଧ୍ୟ ପୂର୍ବରୁ ସେଠାରୁ ହଟିଯିବା ପାଇଁ ପ୍ରଶାସନ କହିଥିଲା। ହେଲେ ସେଇ ବ୍ୟକ୍ତି ମାନେ ନ ହଟିବାରୁ ନାକଟିଦେଉଳ ତହସିଲ୍ ଦାରଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ପ୍ରଶାସନ, ଅତିରିକ୍ତ ତହସିଲ୍‌ଦାର୍, ତହସିଲ୍ ଅମିନ ଆଦି ସେଇ ଜବର ଦଖଲକାରୀଙ୍କ ଘରକୁ ଭାଙ୍ଗିଦେଇଥିଲେ।

ଏ ସଂପର୍କରେ ପୂର୍ବରୁ ପାଇକମାଳ ଗ୍ରାମବାସୀ ତହସିଲ୍ ଦାର ନାକଟିଦେଉଳଙ୍କ ଠାରେ ଅଭିଯୋଗ କରିଥିଲେ। କୌଣସି ପ୍ରକାର ଗଣ୍ଡଗୋଳ ନ ହେବା ପାଇଁ ପୋଲିସ୍ ମଧ୍ୟ ଉପସ୍ଥିତ ଥିଲା। ଯେଉଁମାନଙ୍କର ଘର କୁ ପ୍ରଶାସନ ଭାଙ୍ଗିଲା ସେଇ ଗ୍ରାମରେ ନିଜର ଘର ରହିଛି। ସରକାରୀ ଜମିକୁ ଅକ୍ତିଆର କରିବା ପାଇଁ ସେଇ ବ୍ୟକ୍ତିମାନେ ସେଠାରେ ଅସ୍ଥାୟୀ ଘର କରି ରହୁଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ଆପଣ ବେଆଇନ ଜମି କିଣିବାର ଶିକାର ହେଉନାହାନ୍ତି ତ?, ତେବ ଏହିପରି ଯାଞ୍ଚ କରନ୍ତୁ ଜମିର ମାଲିକାନା

ନୂଆଦିଲ୍ଲୀ: ରାଜ୍ୟର ରାଜଧାନୀ ଭୁବନେଶ୍ବର ଏବଂ ଓଡିଶାର ଅନେକ ସ୍ଥାନରେ ଏହିପରି ବହୁ ସଂଖ୍ୟକ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି, ଯେଉଁମାନେ ବର୍ଷ ବର୍ଷ ଧରି ଖାଲି ପଡିଥିବା ସରକାରୀ କିମ୍ବା ଗ୍ରାମ ସମାଜ ଜମିକୁ ଦଖଲ କରି ଷଡଯନ୍ତ୍ର କରୁଛନ୍ତି। ଏପରି ଅନେକ ବସ୍ତି ଅଛି, ଯେଉଁଥିରେ ବହୁ ବର୍ଷ ଧରି ଲୋକେ ବସତି ସ୍ଥାପନ କରିଆସୁଛନ୍ତି। ସେହି ଜମିଗୁଡିକୁ ଜମି ମାଫିଆମାନେ ଷଡଯନ୍ତ୍ର କରି ଅନ୍ୟମାନଙ୍କୁ ବିକ୍ରି କରିଦିଅନ୍ତି। ଜାଣନ୍ତୁ ଏଥିରୁ କେଉଁ ସମସ୍ୟା ଆସିପାରେ…

ସମ୍ପତ୍ତି ସମ୍ବନ୍ଧୀୟ ନିୟମ କହୁଛି ଯେ, କେବଳ ଆପଣଙ୍କ ନାମରେ ଏକ ଜମି ପଞ୍ଜୀକୃତ ହୋଇଗଲେ, ଆପଣ ଏହାର ମାଲିକାନା ପାଇବେ ନାହିଁ। ଏଥିପାଇଁ, ମ୍ଯୁଟେସନ ହେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଜମିର କ୍ରୟ ଅଂଶ ଆପଣଙ୍କ ନାମରେ ନହେବା ପର୍ଯ୍ୟନ୍ତ ଆପଣ ମାଲିକ ନୁହଁନ୍ତି।

ଏହିପରି ଜମିର ମାଲିକାନା ଯାଞ୍ଚ କରନ୍ତୁ:

ଡିଜିଟାଲ ଅଭିଯାନ ଅଧୀନରେ ସମ୍ପତ୍ତି ସହ ଜଡିତ ଡକ୍ୟୁମେଣ୍ଟଗୁଡ଼ିକ ବର୍ତ୍ତମାନ ସାରା ଦେଶରେ ଅନଲାଇନରେ କରାଯାଉଛି। ଅନେକ ରାଜ୍ୟ ଏହି କାର୍ଯ୍ୟ ସମାପ୍ତ କରିଛନ୍ତି। ଯଦି ଆପଣ ଓଡିଶାରେ କୌଣସି ସମ୍ପତ୍ତିର ବିବରଣୀ ଦେଖିବାକୁ ଚାହାଁନ୍ତି, ତେବେ ଏଥିପାଇଁ bhulekh odisha ୱେବସାଇଟକୁ ଯାଆନ୍ତୁ। ଏଠାରେ ଆପଣଙ୍କର ଜିଲ୍ଲା ଚୟନ କରନ୍ତୁ। ତା’ପରେ ତହସିଲ ଏବଂ ଗ୍ରାମ ଉପରେ କ୍ଲିକ୍ କରନ୍ତୁ। ଜମିର ଖାତା ନମ୍ବର ପ୍ରବେଶ କରିବା ମାତ୍ରେ ଏଥିରେ ଜଡିତ ଲୋକଙ୍କ ନାମ ଦେଖାଯିବ। ଏହା ମାଧ୍ୟମରେ, ଏହା ଜଣା ପଡିବ ଯେ, ଏହି ଜମିର ମାଲିକ କିଏ। ଏପରି ପରିସ୍ଥିତିରେ, ଯେକୌଣସି ଜମି କିଣିବାବେଳେ, ଏହି ପ୍ରକ୍ରିୟାକୁ ଅନୁସରଣ କରନ୍ତୁ ଏବଂ ଠକମାନଙ୍କଠାରୁ ଦୂରରେ ରୁହନ୍ତୁ।

Categories
ବିଶେଷ ଖବର

ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ କବ୍‌ଜାରେ ହାତୀଓଟର ଧତିପଡ଼ିଆ ପାହାଡର଼ ସରକାରୀ ଜମି!

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଦିନ ଥିଲା କୋଦଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୋଟିଏ ସ୍ପର୍ଶକାତର ଆସନ ଥିଲା। ଯେଉଁ ଆସନରୁ ବନମାଳୀ ମହାରଣା, କାହ୍ନୁଚରଣ ନାୟକ, ରାମକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଥିଲା ସମୃଦ୍ଧ। ଏମାନେ ଓଡ଼ିଶା ରାଜ୍ୟ ରାଜନୀତିର ସ୍ୱର ଥିଲେ। କୃଷକ ନେତା ଭାବରେ ବନମାଳି ମହାରଣା ପରେ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶାରେ କୋଦଳା ତଥା ପୋଲସରା ଅଂଚଳବାସୀଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣିତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଦଳା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗିଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ହେଲା।

ନିରଞ୍ଜନ ପ୍ରଧାନ ବିଧାୟକ ପଦରୁ ଯିବା ପରେ ଦୁଇଦୁଇ ଥର ବିଧାୟକ ଶ୍ରୀକାନ୍ତ ସାହୁ ଆଜି ପୋଲସରା ଅଂଚଳବାସୀଙ୍କ ବିକାଶଧାରାକୁ ନେବା ପାଇଁ ଜନପ୍ରତିନିଧି ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ ଉପରେ ଏକ ଅନୁଧ୍ୟାନ ଓ ଅନୁସନ୍ଧାନ ମୂଳକ ରିପୋର୍ଟର ଆବଶ୍ୟକତା ଉପଲବଧି କରି ଆଜି ଅନେକ ରୋଚକ ତଥ୍ୟ ସଂପର୍କରେ ଆମ ନିକଟରେ ଆଭାସ ମିଳିଛି। ପୋଲସରା ନିର୍ବାଚନ ମଣ୍ଡଳୀରେ ଶ୍ରୀକାନ୍ତ ସାହୁ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି କହି ଦୈନିକ ଫଟୋସବୁ ସାମାଜିକ ଗଣମାଧ୍ୟମରେ ଭାସିଲା ଏବଂ କରୋନା ସମୟରେ ସେ ଜନତା ଜନାର୍ଦ୍ଦନଙ୍କ ସେବାରେ ଚଳଚଞ୍ଚଳ ରହିଥିଲେ ବୋଲି ସେ ନିଜର ଗୁଡ଼୍‌ବୁକ୍‌ ନିଜେ ତିଆରି କରି ଆସୁଥିଲେ। ଏହି ସବୁ ସତ୍ତ୍ୱେ କିଛି ଗୋଟିଏ ଗନ୍ଧର ସୁରାକ ପାଇ ବ୍ୟବସ୍ଥା ଅନୁକୂଳ ହେଲା ଯେତେବେଳେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ  ପ୍ରକୃତ ଚରିତ୍ର ଜଣାପଡ଼ିଲା ଏବଂ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଗଂଜାମ ଜିଲ୍ଲାର ଦୁଇ ବିଧାୟକ ସୋରଡ଼ାର ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଏବଂ ପୋଲସରାର ଶ୍ରୀକାନ୍ତ ସାହୁ ମଧ୍ୟ ଆଜିକାଲି ତାଙ୍କର କୃତ କୀର୍ତ୍ତି ପାଇଁ ଚର୍ଚ୍ଚାରେ।

ଶ୍ରୀକାନ୍ତ ସାହୁଙ୍କ କବଚ ସାଜିଥିବା ଡ. ପ୍ରଦୀପ ପାଣିଗ୍ରାହୀ ଯେତିକି ଆଜି ଦୁର୍ନାମ ମୁଣ୍ଡାଇଲେଣି ଗଂଜାମ ଜିଲ୍ଲାର ଦୁର୍ନାମ ସେତିକି ହୋଇଛି। ଏହା ଦଳ ପାଇଁ କ୍ଷତି ସହ ଗଂଜାମ ଜିଲ୍ଲାର ସ୍ୱାଭିମାନ ପ୍ରତି ମଧ୍ୟ ଆଞ୍ଚ ଆଣିଛି। ଗୋଟିଏ ମାତ୍ର ନେତା ସ୍ୱଚ୍ଛ ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆଉ ସବୁ ବିଧାୟକ ତାଙ୍କର ସ୍ୱଚ୍ଛତାର ନିରୀହ ପଣର ଫାଇଦା ଉଠାଇ କିପରି ସରକାରୀ ବ୍ୟବସ୍ଥାରେ ନିଜ ନିଜର ସ୍ୱାର୍ଥ ପ୍ରତି ସଚେତନ ରହିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀକାନ୍ତ ସାହୁ ପୋଲସରା ବିଧାୟକଙ୍କ ପାଇଁ ଦଳର ମୁଣ୍ଡବ୍ୟଥା ମଧ୍ୟ ବଢ଼ିବାର ସୂଚନା ମିଳିଲାଣି। ଏହା ଉପରେ ଅନୁଶୀଳନ କରିବା ପାଇଁ ଦଳ ମଧ୍ୟ ବାଧ୍ୟ ହେବ। ଶ୍ରୀକାନ୍ତ ସାହୁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପଦରେ ରହିଛନ୍ତି। ଦୁଇଥର ବିଧାୟକଙ୍କର ପ୍ରକୃତ ସାମ୍ରାଜ୍ୟ ପୋଲସରା ଅଂଚଳବାସୀଙ୍କ ମଧ୍ୟରୁ ଏକରୁ ଅନେକ ଆଜି ଖୋଜିବା ପାଇଁ ଆଲୋଚନା ମଧ୍ୟ କରିଛନ୍ତି। ପ୍ରକୃତରେ ଶ୍ରୀକାନ୍ତ ସାହୁ ପୋଲସରା ବିଧାନସଭା ମଣ୍ଡଳୀରେ ଅଫିସରମାନଙ୍କ ଉପରେ ଏକ ପ୍ରକାର ଜୁଲୁମ୍‌ ଚଲାଇ ଅତ୍ୟାଚାର କରୁଥିବା ଆଲୋଚନା ହେଉଛି।

ଜମି ହଡ଼ପଠାରୁ ଆରମ୍ଭ କରି ଜାଲ ସାର୍ଟିଫିକେଟ୍ ର‌୍ୟାକେଟ୍‌, ହାତୀଓଟ ଧତିପଡ଼ିଆରେ ସରକାରୀ ଜମି ଉପରେ ବୃଦ୍ଧାଶ୍ରମ ଏବଂ ନିଜ ବାପାଙ୍କ ନାମରେ ଗଙ୍ଗାଧର ମହାବିଦ୍ୟାଳୟ ଘରୋଇ ଭାବରେ ସ୍ଥାପନ କରିବା ପଛରେ ଏକ ରହସ୍ୟ ମଧ୍ୟ ରହିଛି। ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରରୋଚନାରେ ହାତୀଓଟରେ ଗୋଟିଏ ମହାବିଦ୍ୟାଳୟ ସରକାରୀ ଜମିରେ ଏବଂ ଏମ୍‌ଏଲ୍‌ଏ ଓ ଏମ୍‌ପି ଫଣ୍ଡରେ ଅନୁଷ୍ଠାନ କରି ନିଜବାପାଙ୍କ ନାମରେ କୀର୍ତ୍ତି ସ୍ଥାପନ କରିବାର ନମୁନା ଦେଖିବାକୁ ମିଳିଛି। ଶ୍ରୀକାନ୍ତ ସାହୁ ବୃଦ୍ଧାଶ୍ରମ କରି ସେଠାର ଗୋଟିଏ ଆଭିଜାତ୍ୟପୂର୍ଣ୍ଣ କୋଠରୀରେ ନିଜର କାରନାମା ଚଳାଇଛନ୍ତି ଯାହାର ଗନ୍ଧ ବାରିବା ମଧ୍ୟ ସହଜ ନୁହେଁ। ଏକର ଏକର ଜମିକୁ ମାଡ଼ିବସି ନିଜ ଆୟତ୍ତରେ ରଖିବା ସହିତ ପୋଲସରା ଅଂଚଳରେ ଅସାଧୁ ବ୍ୟବସାୟୀଙ୍କ ପ୍ରୋତ୍ସାହନ ଦେଇ ବର୍ତ୍ତିନୀ ପାହାଡ଼ ନିକଟରେ କ୍ରସର ମାଧ୍ୟମରେ ବିପୁଳ ଟଙ୍କା ଲାଭବାନ ହୋଇଛନ୍ତି। ଏସବୁ ପଛରେ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରସନ୍ନ ସହଯୋଗ ମଧ୍ୟ ରହିଛି ବୋଲି ଆଲୋଚନା ଚାଲିଛି।

ପୋଲସରା ଅଂଚଳରେ ଆମ୍ବ ଗଛ କାଟି ତାକୁ ପଦାକରି ସବୁଜ ବଳୟକୁ ଧ୍ୱଂସ କରି ଏକ ପ୍ରକାର ଜମିମାଫିଆଙ୍କୁ ସହଯୋଗ କରି ଏବଂ ଏହାର ଲାଭାଂଶ ସୂତ୍ରରେ ଅନେକ ପଡ଼ିଆ ବିକ୍ରି ପଛର ସୂତ୍ରଧର ଶ୍ରୀକାନ୍ତ ସାହୁ। ବ୍ରହ୍ମପୁର ଖୋଡ଼ାସିଙ୍ଗିର ଅଂଚଳରେ ଜନୈକ ଡ଼ାକ୍ତରଙ୍କ ଘରକୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାରେ କିଣି ସେଇ ଘରେ ରହି ପୋଲସରା ଅଂଚଳର ଅସାମାଜିକ ତତ୍ତ୍ୱମାନଙ୍କୁ ପ୍ରଶିକ୍ଷଣ ଦେବା ସହ ରାତିରେ ବାସନ୍ତୀ ଦିନରେ ବସନ୍ତ ପରି ଶ୍ରୀକାନ୍ତସାହୁ ସମାଜସେବାର ଚରିତ୍ରରେ ବେଶ୍ ବିଶାଳ ବ୍ୟକ୍ତିତ୍ୱର ଅଧିକାରୀ। ଓଡ଼ିଶାର ବିଜୁ ଜନତା ଦଳ ପାଇଁ ଡ. ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଶ୍ରୀକାନ୍ତ ସାହୁ ମଧ୍ୟ ମେହଙ୍କାଳ ଫଳ ହେବେ ଏବଂ ଏଇ ଚରିତ୍ର ପଛରେ ଡ. ପ୍ରଦୀପ ପାଣିଗ୍ରାହୀ ଯେ ସୂତ୍ରଧର ଏହା ଉପରେ ଅଧିକ ଅନୁସନ୍ଧାନ କଲେ ଅନେକ ତଥ୍ୟ ପଦାକୁ ଆସିବ।

ସରକାରୀ ଜମି, ଜଂଗଲ ଜମିରେ ବୃଦ୍ଧାଶ୍ରମ ଓ ବିଦ୍ୟାଳୟ, ମହାବିଦ୍ୟାଳୟ କରି ସେଇ ଅନୁଷ୍ଠାନର ମାଲିକାନାରେ ନିଜେ ରହିଛନ୍ତି। ତାଙ୍କର ଏଇ ପରଦା ପଛରେ ପ୍ରକୃତି ରହସ୍ୟ ସଂପର୍କରେ ଦଳର ସୁପ୍ରିମ ଓ ତୃତୀୟ ମହଲା ଯଦି ଅନୁସନ୍ଧାନ କରିବେ ଆମ ଅନୁସନ୍ଧାନରୁ ଅଧିକ ରୋଚକ ତଥ୍ୟ ଯେ ପଦାକୁ ନ ଆସିବ କିଏ କହିବ? ପୋଲସରା ଅଂଚଳରେ ଯେଉଁ ଜାଲ୍ ସାର୍ଟିଫିକେଟ୍ ର‌୍ୟାକେଟ୍ କଥା ଆଲୋଚନା ହୋଇ ଆଜି ହାଇକୋର୍ଟରେ ବିଚାରଣା ଚାଲିଛି ତା’ପଛରେ ମଧ୍ୟ ବିଧାୟକଙ୍କ ଭୂମିକା ସଂଦେହ ବଢ଼ାଇଛି। ବିଗତ ଦଶନ୍ଧି ତଳେ ଗୋଟିଏ ନାରୀ ପ୍ରତି ଅତ୍ୟାଚାର ପରେ ହତ୍ୟା ଘଟଣା ମଧ୍ୟ ମନରୁ ଲିଭିନାହିଁ। ପୋଲସରା ଅଂଚଳରେ ଅସାମାଜିକ ତତ୍ତ୍ୱ, ମଦ ମାଫିଆ, ଜମି ମାଫିଆ, ଜାଲ୍ ସାର୍ଟିଫିକେଟ୍‌ଙ୍କ୍ କବଚ ସାଜି ସେମାନଙ୍କ ପାଇଁ ସୁରକ୍ଷା ବଳୟ ସୃଷ୍ଟି କରିଥିବା ଶ୍ରୀକାନ୍ତ ସାହୁଙ୍କ ଆଭିଜାତ୍ୟ ଜୀବନ ଶୈଳୀ ଭିତରେ ପାଠକ ପରି ଚରିତ୍ରଙ୍କ ଛାପ ରହିଛି। ହାତୀଓଟ ଧତି ପଡ଼ିଆର ପାହାଡ଼ ଆଗରେ ଠିଆ ହେଲେ ଏବଂ ସେଇ ବୃଦ୍ଧାଶ୍ରମର ଆଭିଜାତ୍ୟ ଅଟ୍ଟାଳିକାରେ ତାଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀକୁ ନେଇ ଅଂଚଳବାସୀଙ୍କ ମନରେ ଦୀର୍ଘ ଦିନ ହେଲା ପ୍ରଶ୍ନ ଉଠିଛି। ତେବେ ତାଙ୍କର ଏପରି କାରନାମାକୁ ବିଜୁ ଜନତା ଦଳ କେଉଁ ଢ଼ଂଗରେ ନେଇ ବରଦାସ୍ତ କରି କ୍ଷମତାଶାଳୀ ପଦବୀ ଜିଲ୍ଲା ଉନ୍ନୟନ ଅଧ୍ୟକ୍ଷ ପଦ ଦେଇଛି ଏହା ମଧ୍ୟ ଅନୁଶୀଳନୀୟ।

କୋଟି କୋଟି ଟଙ୍କାର ସଂପତ୍ତି କରି ଶ୍ରୀକାନ୍ତ ସାହୁ ମାତ୍ର ଦଶବର୍ଷର ବିଧାୟକ ପଦରେ ରହି କ୍ଷମତା ବଳରେ ନିଜ ଅଂଚଳରେ ଆତଙ୍କରାଜ ଚଳାଇ ଆସୁଥିବା ସମୟରେ ତୃତୀୟ ମହଲା ପାଖରେ ଗନ୍ଧ କିପରି ବାଜିନି ଏହା ନିଶ୍ଚୟ ସମୀକ୍ଷାର ବିଷୟ। ନବୀନ ବାବୁଙ୍କ ଯେକୌଣସି ଗଂଜାମ ଜିଲ୍ଲାର କାର୍ଯ୍ୟକ୍ରମରେ କେମେରା ଆଗରେ ଝଟକୁ ଥିବା ଚେହେରା ଶ୍ରୀକାନ୍ତ ସାହୁଙ୍କ ରାଜନୈତିକ ଉତ୍‌ଥାନ ଦିଗରେ ଯେଉଁ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀ ସାଥୀରେ ରଖି କାର୍ଯ୍ୟ କରୁଥିଲେ ଏ ସବୁର ଚିଠା ଖାଲି ଗଣମାଧ୍ୟମ ନ ଖୋଲି ରାଜ୍ୟ ଦଳୀୟ ନେତୃବର୍ଗ ସୁପ୍ରିମୋ ତଥା କ୍ରାଇମ୍ ବ୍ରାଞ୍ଚ ତନାଘନା କଲେ ଗଂଜାମ ଜିଲ୍‌ଲାରେ ଆଉ ଜଣେ ବିଧାୟକଙ୍କ କେଳେଙ୍କାରୀ ଉପରୁ ପରଦା ଉଠିବ ଏବଂ ଶ୍ରୀକାନ୍ତ ମୁଖର କାନ୍ତ କଳା ପଡ଼ିଯିବ।