Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶବିଶେଷ ଭାବରେ ଦିଆଯିବ ଜାତୀୟ ଗୋପାଳ ରତ୍ନ ପୁରସ୍କାର

ନୂଆଦିଲ୍ଲୀ: ଆସାମର ଗୌହାଟୀସ୍ଥିତ ଭେଟେରିନାରୀ କଲେଜ ଗ୍ରାଉଣ୍ଡରେ ଆସନ୍ତା ୨୬ ନଭେମ୍ବର ୨୦୨୩ରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏହି ପୁରସ୍କାର ପ୍ରଦାନ କରିବେ। ଆସାମ ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ଶର୍ମା ଏବଂ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡ. ସଞ୍ଜୀବ କୁମାର ବାଲିୟାନ ମଧ୍ୟ ଏହି ପୁରସ୍କାର ସମାରୋହରେ ଉପସ୍ଥିତ ରହିବେ। ୨୦୨୩ ଜାତୀୟ ଦୁଗ୍ଧ ଦିବସ ପାଳନର ଏକ ଅଂଶ ଭାବରେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ପକ୍ଷରୁ ଜାତୀୟ ଗୋପାଳ ରତ୍ନ ପୁରସ୍କାର ୨୦୨୩ ଆୟୋଜନ କରାଯାଉଛି।

ଜାତୀୟ ଗୋପାଳ ରତ୍ନ ପୁରସ୍କାର  ପ୍ରାଣୀସମ୍ପଦ ଏବଂ ଦୁଗ୍ଧଉତ୍ପାଦନ କ୍ଷେତ୍ରରେ ଏକ ସର୍ବୋଚ୍ଚ ଜାତୀୟ ପୁରସ୍କାର ଅଟେ, ଯାହାର ଉଦ୍ଦେଶ୍ୟ ସ୍ୱଦେଶୀ ପ୍ରାଣୀପାଳନ କରୁଥିବା କୃଷକ, ଏଆଇ ଟେକ୍ନିସିଆନ ଏବଂ ଦୁଗ୍ଧ ସମବାୟ ସମିତି / ଦୁଗ୍ଧ ଉତ୍ପାଦକ ସମିତି / ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ ଭଳି ସମସ୍ତ ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତିପ୍ରଦାନ କରିବା ଏବଂ ପ୍ରୋତ୍ସାହିତ କରିବା। ଏହି ପୁରସ୍କାର ତିନୋଟି ବିଭାଗରେ ପ୍ରଦାନ କରାଯାଏ, ଯଥା,

ଦେଶୀ ଗୋରୁ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ,

ଶ୍ରେଷ୍ଠ ଦୁଗ୍ଧ ସମବାୟ/ ଦୁଗ୍ଧ ଉତ୍ପାଦକ କମ୍ପାନୀ / ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ)।

ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ (ଏଆଇଟି) ଏବଂ

ପ୍ରଥମ ଦୁଇ ବର୍ଗ ଯଥା ଶ୍ରେଷ୍ଠ ଦୁଗ୍ଧ ଚାଷୀ ଓ ଶ୍ରେଷ୍ଠ ଡିସିଏସ୍/ଏଫପିଓ/ଏମପିସିରେ ପ୍ରଥମ ଦୁଇ ସ୍ଥାନ ପାଇଁ ୫ ଲକ୍ଷ ଟଙ୍କା,ଦ୍ୱିତୀୟ ସ୍ଥାନ ପାଇଁ ୩ ଲକ୍ଷ ଟଙ୍କା ଓ ତୃତୀୟ ସ୍ଥାନ ପାଇଁ ୨ ଲକ୍ଷ ଟଙ୍କା ସହ ମାନ୍ୟତା ପ୍ରମାଣପତ୍ର ଓ ସ୍ମୃତିଚିହ୍ନ ପ୍ରଦାନ କରାଯିବ।

ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ୍ (ଏଆଇଟି) ବର୍ଗରେ ଜାତୀୟ ଗୋପାଳ ରତ୍ନ ପୁରସ୍କାର-୨୦୨୩ରେ କେବଳ ମେରିଟ୍ ସାର୍ଟିଫିକେଟ୍ ଓ ସ୍ମୃତିଚିହ୍ନ ରହିବ।

ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରିବା ପରେ, ପଶୁପାଳନ ବିଭାଗ ପ୍ରତ୍ୟେକ ବର୍ଗରେ ବିଜେତାଙ୍କୁ ନିମ୍ନଲିଖିତ ଭାବରେ ଘୋଷଣା କରୁଛି:

କ୍ରଂ.ସଂ. ଶ୍ରେଣୀ ଏନଜିଆରଏ ୨୦୨୩ ର ବିଜେତାଙ୍କ ନାମ ସହ
1. ଦେଶୀ ଗାଈ/ମଇଁଷି ପ୍ରଜାତି ପାଳନ କରୁଥିବା ଶ୍ରେଷ୍ଠ ଦୁଗ୍ଧ ଚାଷୀ ପ୍ରଥମ –  ଶ୍ରୀରାମସିଂହ, କର୍ନାଲ, ହରିୟାଣା ।

ଦ୍ୱିତୀୟ-  ଶ୍ରୀ ନିଲେଶ ମଗନଭାଇ ଆହିର, ସୁରଟ, ଗୁଜରାଟ

ତୃତୀୟ-  ଶ୍ରୀମତୀ ବୃନ୍ଦା ସିଦ୍ଧାର୍ଥ ଶାହା, ବଲସାଡ, ଗୁଜରାଟ

ତୃତୀୟ  – ଶ୍ରୀ ରାହୁଲ ମନୋହର ଖଇରନାର, ନାସିକ, ମହାରାଷ୍ଟ୍ର

2. ଶ୍ରେଷ୍ଠ ଦୁଗ୍ଧ ସମବାୟ ସମିତି/ଦୁଗ୍ଧ ଉତ୍ପାଦକ କମ୍ପାନୀ/ଦୁଗ୍ଧ ଚାଷୀ ଉତ୍ପାଦକ ସଂଗଠନ ପ୍ରଥମ- ପୁଲପଲ୍ଲୀ କ୍ଷୀରୋଲପଦକା ସହକାରା ସଙ୍ଗମ ଡି ଲିମିଟେଡ୍, ୱାୟନାଡ, କେରଳ।

ଦ୍ୱିତୀୟ -ଟି ଏମ ହୋସୁର ଦୁଗ୍ଧ ଉତ୍ପାଦକ ସମବାୟ ସମିତି ଲିମିଟେଡ୍‌, ସମବାୟ ସମିତି, ମାଣ୍ଡ୍ୟା,କର୍ଣ୍ଣାଟକ।

ତୃତୀୟ-ଏମ୍ ଏସ୍ ୧୫୮ ନାଥମକୋଭିଲପଟ୍ଟି ଦୁଗ୍ଧ ଉତ୍ପାଦକ ସମବାୟ ସମିତି, ଡିଣ୍ଡିଗୁଲ, ତାମିଲନାଡୁ

3. ଶ୍ରେଷ୍ଠ କୃତ୍ରିମ ଗର୍ଭଧାରଣ ଟେକ୍ନିସିଆନ୍ (ଏଆଇଟି) ପ୍ରଥମ –    ଶ୍ରୀ ସୁମନ  କୁମାର ସାହା, ଅରାରିଆ, ବିହାର,

ଦ୍ୱିତୀୟ- ଅନୀଲ କୁମାର ପ୍ରଧାନ, ଅନୁଗୁଳ, ଓଡ଼ିଶା,

ତୃତୀୟ-  ଶ୍ରୀ ମୁଦ୍ଦାପୁ ପ୍ରସାଦରାଓ, ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ

୧୫.୦୮.୨୦୨୩ରୁ ୧୫.୧୦.୨୦୨୩ ମଧ୍ୟରେ ଗୃହ ମନ୍ତ୍ରଣାଳୟ ଦ୍ୱାରା ବିକଶିତ https://awards.gov.in  ଅନଲାଇନ୍ ଆବେଦନ ପୋର୍ଟାଲ ମାଧ୍ୟମରେ ଆବେଦନ ଆହ୍ୱାନ କରାଯାଇଥିଲା। ସମୁଦାୟ ୧୭୭୦ ଟି ଆବେଦନ ଆସିଥିଲା ।

ପ୍ରାଣୀସମ୍ପଦ କ୍ଷେତ୍ର ଆଜି ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଗୁରୁତ୍ୱପୂର୍ଣ୍ଣ, ଯେଉଁଥିରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ର ଜିଭିଏର ଏକ ତୃତୀୟାଂଶ ଅନ୍ତର୍ଭୁକ୍ତ ଏବଂ ଏଥିରେ ୮% ରୁ ଅଧିକ ସିଏଜିଆର ରହିଛି । ସେହିପରି ପ୍ରାଣୀପାଳନ, ଦୁଗ୍ଧ ଓ ମତ୍ସ୍ୟ ଚାଷ କାର୍ଯ୍ୟ ବିଶେଷ କରି ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର କୃଷକ ଓ ମହିଳାଙ୍କ ମଧ୍ୟରେ କୃଷକ ଆୟ ସୃଷ୍ଟି କରିବା ସହ ଲକ୍ଷ ଲକ୍ଷ ଲୋକଙ୍କୁ ଶସ୍ତା ଓ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଭାରତର ଦେଶୀ ଗାଈ ପ୍ରଜାତି ଶକ୍ତିଶାଳୀ ଏବଂ ଜାତୀୟ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଜେନେଟିକ କ୍ଷମତା ରଖିଛି । ଦେଶୀ ପ୍ରଜାତିର ବିକାଶ ଓ ସଂରକ୍ଷଣ ପାଇଁ କୌଣସି ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ନଥିବାରୁ ସେମାନଙ୍କ ସଂଖ୍ୟା ହ୍ରାସ ପାଉଛି ଏବଂ ସେମାନଙ୍କ କାର୍ଯ୍ୟଦକ୍ଷତା ବର୍ତ୍ତମାନ ସମ୍ଭାବନା ଠାରୁ କମ୍ ରହିଛି। ତେଣୁ ମତ୍ସ୍ୟ, ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ଅଧୀନରେ ଥିବା ପ୍ରାଣୀପାଳନ ଓ ଦୁଗ୍ଧ ଉତ୍ପାଦନ ବିଭାଗ ଦେଶୀ ଗାଈ ପ୍ରଜାତିର ସଂରକ୍ଷଣ ଓ ବିକାଶ ଉଦ୍ଦେଶ୍ୟରେ ୨୦୧୪ ଡିସେମ୍ବର ମାସରେ ଜାତୀୟ ଗୋବଣ ପ୍ରଜନନ ଓ ଦୁଗ୍ଧ ବିକାଶ କାର୍ଯ୍ୟକ୍ରମ ଅଧୀନରେ “ରାଷ୍ଟ୍ରୀୟ ଗୋକୁଳ ମିଶନ” ଆରମ୍ଭ କରିଥିଲା ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବ୍ରାହ୍ମଣୀ ନଦୀ ପୁନରୁଦ୍ଧାର ପରିପ୍ରେକ୍ଷୀରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଜଳସମ୍ପଦ ବିଭାଗ ଏବଂ ଆଇଆଇଟି, ଗୌହାଟୀ ମଧ୍ୟରେ “ବ୍ରାହ୍ମଣୀ ନଦୀ ଡେଲଟା ପୁନରୁଦ୍ଧାର ପାଇଁ “ଭୌତିକ ଏବଂ ଗାଣିତିକ ନଦୀ ମଡେଲିଂ ଅଧ୍ୟୟନ” ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଆଜି ଜଳ ସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୁଝାମଣା ପତ୍ର ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏବଂ ଉନ୍ନୟନ କମିଶନର-ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଉପସ୍ଥିତିରେ ସ୍ୱାକ୍ଷିରିତ ହୋଇଥିଲା । ଜଳସମ୍ପଦ ବିଭାଗ ତରଫରୁ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ଓ ଆଇଆଇଟି, ଗୌହାଟୀ ପକ୍ଷରୁ ପ୍ରଫେସର ଶିବାଶିଷ ଦତ୍ତ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ବ୍ରାହ୍ମଣୀ ନଦୀ । ଏହି ନଦୀ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଛି । ନଦୀର ୧୩୦ କିଲୋମିଟର ଦୂରରେ ରେଙ୍ଗାଲିଠାରେ ଏକ ନଦୀବନ୍ଧ ଏବଂ ରେଙ୍ଗାଲି ଡ୍ୟାମର ପ୍ରାୟ ୩୫.୦୦ କିଲୋମିଟର ତଳ ମୁଣ୍ଡରେ ସମଲଠାରେ ଏକ ବ୍ୟାରେଜ ନିର୍ମାଣ କରାଯାଇଛି । ବୁଝାମଣା ପତ୍ର ସ୍ୱାକ୍ଷର ପରିପ୍ରେକ୍ଷୀରେ ବ୍ରାହ୍ମଣୀ ନଦୀର ତଳ ମୁଣ୍ଡରେ ଜଳପ୍ରବାହର ସ୍ଥିତି ସଂପର୍କରେ ସର୍ବୋଚ୍ଚ ଯନ୍ତ୍ରୀ ଉପସ୍ଥାପନ କରିଥିଲେ । ନଦୀସ୍ତରରେ ବାଲି, ପଙ୍କ ଓ ପଟୁ ଆଦି ବସିବା ଦ୍ୱାରା ନଦୀରେ ଜଳସ୍ତର ଓ ପ୍ରବାହ କମ୍ ରହୁଛି । ଫଳରେ ବନ୍ୟା ଜଳ ନିସ୍କାସନରେ ମଧ୍ୟ ସମସ୍ୟା ଉପୁଜୁଛି । ତେଣୁ ନଦୀରେ ଜଳ ସଂଚୟ ଏବଂ ପ୍ରବାହକୁ ନିଶ୍ଚିତ କରିବାକୁ ଏହାର ପୁନରୁଦ୍ଧାର କରିବାର ଆବଶ୍ୟକତା ରହିଛି । ଆହୁରି ମଧ୍ୟ ଆବଶ୍ୟକ ସମୟରେ ଜଳର ଉପଲବ୍ଧତା ଦୃଷ୍ଟିରୁ ଯାଜପୁର ଜିଲ୍ଲାର ଜେନାପୁର ଓ ଯୋକଡିଆରେ ସମନ୍ୱିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ମାଧ୍ୟମରେ ପୁନରୁଦ୍ଧାର କାର୍ଯ୍ୟ କରି ଉଭୟ ନଦୀରେ ପ୍ରବାହ ସୁନିଶ୍ଚିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ନଦୀ ପ୍ରଣାଳୀକୁ ପୁନରୁଦ୍ଧାର କରିବା ପାଇଁ ଢାଞ୍ଚାଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଏବଂ ଜଳ ପ୍ରବାହର ଆନୁପାତିକ ବଣ୍ଟନ ପାଇଁ ବୈଷୟିକ ଦିଗ ନିର୍ଣ୍ଣୟ କରିବା ପାଇଁ ଅନ୍ତଃନଦୀ ନିର୍ମାଣ ପୂର୍ବରୁ ମଡେଲ ଅଧ୍ୟୟନର ଆବଶ୍ୟକତାକୁ ଉପଲବ୍ଧ କରି ଆଇଆଇଟି,ଗୌହାଟୀ ସହିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।

କାର୍ଯ୍ୟକ୍ରମରେ ଯୋଗଦେଇ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି ଯେ, ଜଳ ସଂପଦ ବିଭାଗ ଲୋକମାଙ୍କର ଜଳର ଆବଶ୍ୟକତାକୁ ପୂରଣ ଦିଗରେ ସର୍ବଦା ପ୍ରୟାସ ଜାରି ରଖିଛି । ବିଭାଗ ତରଫରୁ ବ୍ରାହ୍ଣଣୀ ନଦୀରେ ପ୍ରସ୍ତାବିତ ଅନ୍ତଃନଦୀ ଜଳାଶୟ ନିର୍ମାଣ ସଂକ୍ରାନ୍ତରେ ଓ ନଦୀରେ ମାଟି,ପଙ୍କ ଆଦି ଜମି ନରହି ଜଳ ପ୍ରବାହକୁ ନିଶ୍ଚିତ କରିବାକୁ ଉଦ୍ଦିଷ୍ଟ ଏହି ବୁଝାମଣା ପତ୍ର ଏ କ୍ଷେତ୍ରରେ ବୈଷୟିକ ଅଧ୍ୟୟନ ପାଇଁ ଆମକୁ ସହାୟକ ହେବ , ଯାହା ସଂପୃକ୍ତ ଅଞ୍ଚଳବାସୀଙ୍କ ପାଇଁ ଜଳ ଉପଲବ୍ଧତାକୁ ସୁନିଶ୍ଚିତ କରିବ ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ତାଙ୍କ ଅଭିଭାଷଣରେ ଏହି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବିଶଦ୍ ଭାବେ ଅବଗତ କରିଥିଲେ । ବୈଠକରେ ବିଭାଗର ଅନ୍ୟ ସର୍ବୋଚ୍ଚ ଯନ୍ତ୍ରୀ ତଥା ସ୍ୱତନ୍ତ୍ର ଶାସନ ସଚିବ, ବିଭାଗୀୟ ବରିଷ୍ଠ ଅଧିକାରୀ ଓ ଅନ୍ୟ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର

ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆଜି (୨୯-୦୫-୨୦୨୩) ଆସାମର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାରମ୍ଭ କରିଛନ୍ତି। ବନ୍ଦେ ଭାରତ ଏକ୍ସପ୍ରେସ ଗୌହାଟୀ ସହ ନ୍ୟୁ ଜଳପାଇଗୁଡ଼ିକୁ ଯୋଡ଼ିବ ଓ ଏହାର ଯାତ୍ରା ଅବଧି ସାଢ଼େ ପାଞ୍ଚ ଘଣ୍ଟା ରହିବ। ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ବିଦ୍ୟୁତକରଣ ହୋଇଥିବା ରେଳପଥ ସେକ୍ସନ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବା ସହ ଆସାମର ଲାମଡିଙ୍ଗ ଠାରେ ନବନିର୍ମିତ ଡେମୁ/ମେମୁର ମଧ୍ୟ ଉଦଘାଟନ କରିଥିଲେ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଆଜି ଉତ୍ତର ପୂର୍ବାଞ୍ଚଳର ସଂଯୋଗୀକରଣ ଦୃଷ୍ଟିରୁ ଏକ ବିରାଟ ଦିନ। କାରଣ ଆଜି ଏକାଠି ତିନିଟି ବିକାଶ ମୂଳକ କାର୍ଯ୍ୟକ୍ରମ ସମାପିତ ହୋଇଛି। ପ୍ରଧାନମନ୍ତ୍ରୀ ବର୍ଣ୍ଣନା କରି କହିଥିଲେ ଯେ ପ୍ରଥମଟି ହେଉଛି ଉତ୍ତର ପୂର୍ବାଞ୍ଚଳ ଏହାର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ପାଇଛି ଓ ପଶ୍ଚିମବଙ୍ଗକୁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ସଂଯୋଗ କରୁଛି । ଦ୍ୱିତୀୟତଃ ଆସାମ ଓ ମେଘାଳୟରେ ପ୍ରାୟ ୪୨୫ କିଲୋମିଟର ଦୀର୍ଘ ରେଳପଥର ବିଦ୍ୟୁତକରଣ ସମ୍ପନ୍ନ ହୋଇଛି । ଏବଂ ତୃତୀୟରେ ଆସାମର ଲାମିଡିଙ୍ଗରେ ନୂତନ ଡେମୁ/ମେମୁ ସେଡ୍ ଉଦଘାଟିତ ହୋଇଛି । ଆସାମ, ମେଘାଳୟ ଓ ପଶ୍ଚିମବଙ୍ଗ ସମେତ ସମଗ୍ର ଉତ୍ତର ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ଏହି ଅପୂର୍ବ କ୍ଷଣ ନିମନ୍ତେ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୌହାଟୀ- ନ୍ୟୁ-ଜଳପାଇଗୁଡ଼ି ବନ୍ଦେ ଭାରତ ଏକ୍ସପ୍ରେସ ଆସାମ ଓ ପଶ୍ଚିମବଙ୍ଗ ମଧ୍ୟରେ ଥିବା ଶହ ଶହ ବର୍ଷର ସମ୍ପର୍କକୁ ଆହୁରି ମଜବୁତ କରିବ । ଏହା ଯାତ୍ରାକାଳୀନ ସୁଗମତା ସହ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୁବିଧାଜନକ ହେବ ଓ ପର୍ଯ୍ୟଟନ ଓ ବ୍ୟବସାୟ ଯୋଗୁ ଅଧିକ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ବନେ୍ଦ ଭାରତ ଏକ୍ସପ୍ରେସ ମା’ କାମାକ୍ଷା ମନ୍ଦିର, କାଜିରଙ୍ଗା ଓ ମାନସ ଜାତୀୟ ଉଦ୍ୟାନ ଓ ପବିତ୍ର ବନ୍ୟପ୍ରାଣୀ ଅଭୟାରଣ୍ୟ ସହ ସଂଯୋଗ ବୃଦ୍ଧି କରିବ । ଏହାଛଡ଼ା ମେଘାଳୟର ଶିଲଂ, ଚେରାପୁଞ୍ଜି, ଅରୁଣାଚଳ ପ୍ରଦେଶର ତାୱାଙ୍ଗ ଓ ପାସିଘାଟରେ ପର୍ଯ୍ୟଟନର ଅଭିବୃଦ୍ଧି ଘଟାଇବ ।

ନଅ ବର୍ଷର ଏନଡିଏ ସରକାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ସମୟ ମଧ୍ୟରେ ନବ ଭାରତ ଗଠନ ଦିଗରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ସେ ସ୍ୱାଧୀନ ଭାରତର ଭବ୍ୟ ସଂସଦ ଭବନର ନୂତନ ଭାବେ ଉଦଘାଟନ ଉପରେ ଆଲୋକପାତ କରିବା ସହ ଏହା ହଜାର ବର୍ଷର ଗଣତାନ୍ତ୍ରିକ ଭାରତୀୟ ଇତିହାସ ସହ ଭବିଷ୍ୟତରେ ସମୃଦ୍ଧଶାଳୀ ଗଣତନ୍ତ୍ରକୁ ସଂଯୋଗ କରିବ ବୋଲି କହିଥିଲେ । ପୂର୍ବ ସରକାରଙ୍କ କାର୍ଯ୍ୟକ୍ରମ ଉପରେ ଦୃଷ୍ଟି ନିକ୍ଷେପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୦୪ ପୂର୍ବରୁ ହେରାଫେରି ସବୁ ରେକର୍ଡ ଭାଙ୍ଗି ଦେଇଥିଲା ଓ ଏହା ଦ୍ୱାରା ଗରିବ ଓ ଅନଗ୍ରସର ହୋଇ ରହି ଯାଇଥିବା ରାଜ୍ୟଗୁଡ଼ିକ ବିକାଶ ଦୃଷ୍ଟିରୁ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିଲେ ।

“ଆମ ସରକାର ଗରୀବ କଲ୍ୟାଣକୁ ପ୍ରାଥମିକତା ଦେଉଛି” ବୋଲି କହି ପ୍ରଧାନମନ୍ତ୍ରୀ ଘର, ଶୌଚାଳୟ, ଟ୍ୟାପ ଯୋଗେ ପାଣି, ବିଦ୍ୟୁତ, ଗ୍ୟାସ ପାଇପ ଲାଇନ, ଏମ୍ସର ବିକାଶ, ସଡ଼କ, ରେଳପଥ, ବିମାନପଥ, ଜଳପଥ, ବନ୍ଦର ଓ ମୋବାଇଲ ସଂଯୋଗ ଇତ୍ୟାଦିର ଉଦାହରଣ ଦେଇଥିଲେ । ଏହି ସବୁ ଲକ୍ଷ୍ୟ ହାସଲ ପାଇଁ ସରକାର ପୂରା ଦମରେ କାର୍ଯ୍ୟ କରିଛନ୍ତି । ଭିତ୍ତିଭୂମିର ବିକାଶ ଯୋଗୁ ଜନସାଧାରଣଙ୍କ ଜୀବନଧାରଣ ସହଜ ହେବା ସହ ଏହା ନିଯୁକ୍ତି ସୁଯୋଗ ସୃଷ୍ଟି କରି ବିକାଶର ମୂଳଦୁଆ ସ୍ଥାପନ କରିଛି । ଭାରତର ଭିତ୍ତିଭୂମି ବିକାଶର ଗତି ଆଜି ବୈଶ୍ୱିକ ଚର୍ଚ୍ଚାର ବିଷୟ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ । ଏହି ଭିତ୍ତିଭୂମି ବିକାଶ ଗରୀବ ଓ ଅନଗ୍ରସରଙ୍କୁ ସଶକ୍ତ କରିବା ସହ ଦଳିତ, ଆଦିବାସୀ ଓ ସମାଜର ଅନ୍ୟାନ୍ୟ ବଂଚିତ ଜନସାଧାରଣଙ୍କୁ ମଧ୍ୟ ସଶକ୍ତ କରିଛି । “ଭିତ୍ତିଭୂମି ସମସ୍ତଙ୍କ ପାଇଁ, ଏଥିରେ କୌଣସି ବାଛ ବିଚାର ନାହିଁ” ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହା ହିଁ ପ୍ରକୃତ ସାମାଜିକ ନ୍ୟାୟ ଓ ଧର୍ମନିରପେକ୍ଷତା ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଭିତ୍ତିଭୂମି ବିକାଶର ସବୁଠାରୁ ଅଧିକ ସୁବିଧା ପାଇଛନ୍ତି ଭରାତ ପୂର୍ବାଞ୍ଚଳ ଓ ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ । ଉତ୍ତର ପୂର୍ବାଞ୍ଚଳର ଜନସାଧାରଣ ଦଶନ୍ଧି ଦଶନ୍ଧି ଧରି ଏପରିକି ମୌଳିକ ଆବଶ୍ୟକତାରୁ ମଧ୍ୟ ବଞ୍ଚôତ ଥିଲେ । ଅନେକ ଗ୍ରାମ ଓ ପରିବାର ନିକଟରେ ବିଦ୍ୟୁତ, ଟେଲିଫୋନ ଓ ସଡ଼କ ଓ ବିମାନ ଯୋଗାଯୋଗ ନଅ ବର୍ଷ ଆଗରୁ ନ ଥିଲା ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ ସେ ଅଞ୍ଚଳରେ ରେଳ ସଂଯୋଗ ଏକ ସେବା ମନୋଭାବର ଉଦାହରଣ ସୃଷ୍ଟି କରାଇଲେ । ଉତ୍ତର ପୂର୍ବାଞ୍ଚଳରେ ରେଳ ସଂଯୋଗୀକରଣ ସରକାରଙ୍କ ଦ୍ରୁତ ଗତି, ଅଭିପ୍ରାୟର ଏକ ପ୍ରମାଣ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏପରିକି ଉପନିବେଶ କାଳରେ ମଧ୍ୟ ଆସାମ, ତ୍ରିପୁରା ଓ ବଙ୍ଗଳାକୁ ରେଳ ସଂଯୋଗ ପ୍ରାକୃତିକ ସମ୍ପଦ ଲୁଟ୍ ପାଇଁ ଥିଲା । ମାତ୍ର ସ୍ୱାଧୀନତା ପରେ ଏ ଅଞ୍ଚଳରେ ରେଳ ସମ୍ପ୍ରସାରଣକୁ ଉପେକ୍ଷା କରାଗଲା ଓ ୨୦୧୪ ପରେ ଏ ସରକାରଙ୍କ ଉପରେ ଏହା ନ୍ୟସ୍ତ ହେଲା । ଶ୍ରୀ ମୋଦୀ କହିଥିଲେ ଯେ ସେ ଉତ୍ତର ପୂର୍ବାଞ୍ଚଳ ଜନସାଧାରଣଙ୍କ ସମ୍ବେଦନଶୀଳତା ଓ ସୁବିଧାକୁ ସବୁବେଳେ ଅଗ୍ରାଧିକାର ଦେଇଥାନ୍ତି । ଏହି ପରିବର୍ତ୍ତନ ସବୁଆଡ଼େ ଅନୁଭୂତ ହୋଇଛି । ସେ କହିଥିଲେ ଯେ ୨୦୧୪ ପୂର୍ବରୁ ଉତ୍ତର ପୂର୍ବାଞ୍ଚଳ ନିମନ୍ତେ ହାରାହାରି ରେଳ ବଜେଟ ପରିମାଣ ୨୫୦୦ କୋଟି ଥିବାବେଳେ ଚଳିତ ବର୍ଷ ଏହା ଦଶ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ମଣିପୁର, ମିଜୋରାମ, ନାଗାଲାଣ୍ଡ ଓ ସିକିମ ଅବଶିଷ୍ଟ ଭାରତ ସହ ସଂଯୋଗ ହୋଇ ପାରିଛି । “ଖୁବଶୀଘ୍ର ଉତ୍ତର-ପୂର୍ବାଞ୍ଚଳର ଅନ୍ୟାନ୍ୟ ରାଜଧାନୀଗୁଡ଼ିକ ଓସାରିଆ ରେଳପଥ ଦ୍ୱାରା ସଂଯୁକ୍ତ ହେବ” ବୋଲି ସେ କହିଥିଲେ । “ଏହିସବୁ ପ୍ରକଳ୍ପ ନିମନ୍ତେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି ।”

“ସରକାରଙ୍କ ବିକାଶମୂଳକ କାର୍ଯ୍ୟର ଆକାର ଓ ଗତି ବୃଦ୍ଧି ଅସ୍ୱାଭାବିକ”ହୋଇଥିବା ବେଳେ ଆଗ ଅପେକ୍ଷା ଉତ୍ତର ପୂର୍ବାଞ୍ଚଳରେ ନୂତନ ରେଳପଥ ବିସ୍ତାର ତିନିଗୁଣ ଅଧିକ ହୋଇଛି । ଓସାରିଆ ରେଳପଥ ବିସ୍ତାର ନଅଗୁଣ ବୃଦ୍ଧି ପାଇଛି । ଗତ ନଅ ବର୍ଷ ମଧ୍ୟରେ ରେଳପଥ ଦୋହରୀକରଣ ଗତି ଆରମ୍ଭ ହୋଇଥିବା ବେଳେ ସରକାର ଦ୍ରୁତ ଗତିରେ ଏହା ସମ୍ପୂର୍ଣ୍ଣ କରିବାକୁ ଲାକ୍ଷ୍ୟ ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଉତ୍ତର ପୂର୍ବାଞ୍ଚଳର ଅନେକ ଦୂରଦୂରାନ୍ତ ଅଞ୍ଚଳରେ ସଂଯୋଗ ଦ୍ରୁତ ଗତିରେ ରେଳ ବିକାଶ ଯୋଗୁ ସମ୍ଭବ ହୋଇଛି । ପ୍ରାୟ ଶହେ ବର୍ଷ ପରେ ନାଗାଲାଣ୍ଡ ଏହାର ଦ୍ୱିତୀୟ ରେଳପଥ ପାଇଛି । ବର୍ତ୍ତମାନ ବନେ୍ଦ ଭାରତ ସେମି ହାଇସ୍ପିଡ୍ ଟ୍ରେନ ଓ ତେଜସ ଏକ୍ସପ୍ରେସ ସେ ରାସ୍ତାରେ ଗତି କରୁଛି ଯେଉଁଠି ଆଗରୁ କେବଳ କମ୍ ଗତିରେ ଯାତ୍ରା କରିପାରୁଥିବା ଅଣଓସାର ରେଳପଥ ଥିଲା । ପର୍ଯ୍ୟଟକମାନଙ୍କ ନିମନ୍ତେ ରେଳବାଇର ଭିଷ୍ଟା ଡୋମ କୋଚ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ବୋଲି ଶ୍ରୀ ମୋଦୀ କହିଥିଲେ ।

“ଭାରତୀୟ ରେଳବାଇ ବର୍ତ୍ତମାନ ଗତି ସହ ଜନମାନସର ହୃଦୟ, ସମାଜ ଓ ସୁଯୋଗକୁ ସଂଯୋଗ କରିବାର ମାଧ୍ୟମ ପାଲଟିଛି । ଗୌହାଟୀ ରେଳ ଷ୍ଟେସନରେ ପ୍ରଥମ ଉଭୟଲିଙ୍ଗ ଚା’ଷ୍ଟଲ ଆରମ୍ଭ ହୋଇଥିବା ସେ କହିଥିଲେ। ଯେଉଁମାନେ ସମାଜରୁ ସମ୍ମାନ ଓ ଭଲ ବ୍ୟବହାର ଆଶା କରିଥାନ୍ତି ସେମାନଙ୍କୁ ଏହି ସମ୍ମାନ ଦେବାକୁ ଚେଷ୍ଟା କରାଯାଉଛି” ବୋଲି ସେ କହିଥିଲେ । ‘ୱାନ ଷ୍ଟେସନ, ୱାନ ପ୍ରଡକ୍ଟ’ ଯୋଜନାରେ ଉତ୍ତର ପୂର୍ବାଞ୍ଚଳ ରେଳ ଷ୍ଟେସନରେ ଷ୍ଟଲମାନ ସ୍ଥାପନ କରାଯିବା ଯୋଗୁ ସ୍ଥାନୀୟ ଜନସାଧାରଣ ସ୍ଥାନୀୟ ସାମଗ୍ରୀ ବିକ୍ରି କରିବାର ସୁଯୋଗ ପାଉଛନ୍ତି । “କେବଳ ଗତି ଓ ସମ୍ବେଦନଶୀଳତା ଜରିଆରେ ଉତ୍ତର ପୂର୍ବାଞ୍ଚଳ ପ୍ରଗତି ପଥରେ ଅଗ୍ରସର ହୋଇ ଏକ ବିକଶିତ ଭାରତର ରାସ୍ତା କାଢ଼ିପାରିବ” ବୋଲି ସେ କହିଥିଲେ ।

ପୃଷ୍ଠଭୂମି:-

ଅତ୍ୟାଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ସେ ଅଞ୍ଚଳର ଜନସାଧାରଣଙ୍କୁ ଦ୍ରୁତ ଓ ଆରାମଦାୟକ ସୁବିଧା ଦେଇପାରିବ । ଏହା ମଧ୍ୟ ଆଞ୍ଚଳିକ ପର୍ଯ୍ୟଟନକୁ ପ୍ରୋତ୍ସାହନ ଦେବ । ଗୌହାଟୀରୁ ନ୍ୟୁ-ଜଳପାଇଗୁଡ଼ି ସଂଯୋଗ ଫଳରେ ଯାତ୍ରା ଅବଧି ଏକ ଘଣ୍ଟା ହ୍ରାସ ପାଇବ । ବର୍ତ୍ତମାନ ଦ୍ରୁତଗାମୀ ଟ୍ରେନରେ ଏହା ସାଢ଼େ ଛଅ ଘଣ୍ଟା ଲାଗୁଥିବା ବେଳେ, ବନ୍ଦେ ଭାରତ ଏକ୍ସପ୍ରେସରେ ସାଢ଼େ ପାଞ୍ଚ ଘଣ୍ଟା ଲାଗିବ ।

ପ୍ରଧାନମନ୍ତ୍ରୀ ମଧ୍ୟ ୧୮୨ କିଲୋମିଟର ଦୀର୍ଘ ନୂତନ ବିଦ୍ୟୁତକରଣ ରେଳପଥକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହା ଦ୍ୱାରା ଟ୍ରେନ ଦ୍ରୁତ ଗତିରେ ଯାତ୍ରା କରିବା ସହ ପ୍ରଦୂଷଣମୁକ୍ତ ରହିବ ଓ ଯାତ୍ରାର ଅବଧି ହ୍ରାସ ପାଇବ । ଏହା ଫଳରେ ଟ୍ରେନ ମେଘାଳୟକୁ ଯାତ୍ରା କରିବା ସୁଗମ ହେବ ।

ପ୍ରଧାନମନ୍ତ୍ରୀ ମଧ୍ୟ ନୂତନ ସଡ଼କ ନିର୍ମିତ ଡେମୁ/ମେମୁ ସେତକୁ ଆସାମର ଲାମଡିଙ୍ଗ ଠାରେ ଉଦଘାଟନ କରିଛନ୍ତି । ଏହି ନୂତନ ସୁବିଧା ଡେମୁ ରେଳ ରକ୍ଷଣାବେକ୍ଷଣ ଦିଗରେ ସହାୟକ ହେବ ।

Categories
ଆଜିର ଖବର ରାଜ୍ୟ ଖବର

ତିନି ଦିନିଆ ଆସାମ ଗସ୍ତରେ ଯିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର : ଆସନ୍ତା ୧୧ ରୁ ୧୩ ତାରିଖ ମଧ୍ୟରେ ଆସାମର ରାଜଧାନୀ ଗୌହାଟୀରେ ଅନୁଷ୍ଠିତ ହେବ ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀ। ଏଥିରେ ଯୋଗ ଦେବା ପାଇଁ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର ତିନିଦିନିଆ ଆସାମ ଗସ୍ତରେ ଯିବେ। ତାଙ୍କ ସହିତ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂ, ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥି, ନିର୍ଦ୍ଦେଶକ (ଗବେଷଣା) ଶ୍ରୀ କୃପାସିନ୍ଧୁ ମିଶ୍ର, ଉପନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ, ବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଶ୍ରୀ ପୂର୍ଣଚନ୍ଦ୍ର ଦଳେଇ ପ୍ରମୁଖ ମଧ୍ୟ ଆସାମ ଗସ୍ତ କରିବେ।

ଏହି ସମ୍ମିଳନୀରେ ଭାରତର ସମସ୍ତ ରାଜ୍ୟର ବାଚସ୍ପତି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଂସଦୀୟ କାର୍ଯ୍ୟବିଧି, ସଂସଦୀୟ କାର୍ଯ୍ୟପ୍ରଣାଳୀର ଉନ୍ନତିକରଣ ଏବଂ ବିଭାଗୀୟ ମୁଖ୍ୟଙ୍କ ମଧ୍ୟରେ ସମନ୍ଵୟ ରକ୍ଷା ଆଦି ବିଷୟରେ ସମ୍ମିଳନୀରେ ଆଲୋଚନା କରାଯିବ ବୋଲି ବାଚସ୍ପତି ଡ଼ଃ ପାତ୍ର ପ୍ରକାଶ କରିଛନ୍ତି। ଚଳିତ ମାସ ୧୩ ତାରିଖରେ ଓଡିଶାର ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ ଥିବାରୁ ସେ ପୂର୍ବଦିନ ଓଡିଶା ଫେରି ଆସିବେ ବୋଲି ପ୍ରକାଶ କରିଛନ୍ତି।

ଲୋକସଭାର ବାଚସ୍ପତି ଶ୍ରୀ ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। “ଜାତୀୟ ବିକାଶ ଏବଂ ସାଧାରଣ ମଙ୍ଗଳ ପାଇଁ ଯୁବ ଶକ୍ତିର ବ୍ୟବହାର” ବିଷୟବସ୍ତୁ ଉପରେ ବାଚସ୍ପତି ପାତ୍ର ତାଙ୍କର ବକ୍ତବ୍ୟ ରଖିବେ ବୋଲି ବିଧାନସଭା ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଦଳର ମାରାଥନ ବୈଠକରେ ରାଜ୍ୟ ପ୍ରଭାରୀ ବୈଜୟନ୍ତଙ୍କ ଯୋଗଦାନ

ନୂଆଦିଲ୍ଲୀ: ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଓ ଅନ୍ୟ ବିଭିନ୍ନ କାର୍ଯ୍ୟକ୍ରମ ନେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ମଙ୍ଗଳବାର ୩ ଦିନିଆ ଆସାମ ଗସ୍ତ କରିଛନ୍ତି। ବୁଧବାର ଗୌହାଟୀଠାରେ ଆସାମ ବିଜେପିର ଦୁଇଦିନିଆ ବିଶାଳ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀଯୁକ୍ତ ପଣ୍ଡା ଯୋଗଦେଇ କାର୍ଯ୍ୟକାରିଣୀଙ୍କୁ ଉଦବୋଧନ ଦେଇଥିଲେ ଯେ, ଏହି ବୈଠକ ରାଜ୍ୟ ପାଇଁ ଏକ ନୂତନ ପ୍ରାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ନେଇ ଏହି କାର୍ଯ୍ୟକାରିଣୀ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଯୋଜନା ତଥା ଦଳର ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ପହଞ୍ଚାଇଆସୁଛି। ସେବା ଓ ସମର୍ପଣ ଦିଗରେ ମଧ୍ୟ ଏହାର କାର୍ଯ୍ୟ ଉଲ୍ଲେଖନୀୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି।

ଦୁଇଦିନବ୍ୟାପୀ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଜେପି ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ, କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା, ରାଷ୍ଟ୍ରମନ୍ତ୍ରୀ ରାମେଶ୍ଵର ତେଲୀ, ଆସାମ ବିଜେପି ସଭାପତି ଭାବେଶ କାଲିଟା, ସହପ୍ରଭାରୀ ପବନ ଶର୍ମା, ସଂଗଠନ ମହାମନ୍ତ୍ରୀ ଫଣୀନ୍ଦ୍ରନାଥ ଶର୍ମା, ଉତ୍ତର-ପୂର୍ବାଞ୍ଚଳ ସଂଗଠନ ମହାମନ୍ତ୍ରୀ ଅଜୟ ଜମୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ମଙ୍ଗଳବାର ଶ୍ରୀଯୁକ୍ତ ପଣ୍ଡା ଗୌହାଟୀରେ ପହଞ୍ଚିବା ପରେ ଦେଶବ୍ୟାପୀ ଚାଲିଥିବା ସେବା ଓ ସମର୍ପଣ ଅଭିଯାନ ଅନ୍ତର୍ଗତ ସ୍ଥାନୀୟ ଅମ୍ବିକାଗିରି ମେମୋରିଆଲ ଟ୍ରଷ୍ଟ ଦ୍ୱାରା ପରିଚାଳିତ “ଆମର ଘର” ବୃଦ୍ଧାଶ୍ରମ ଯାଇ ଫଳ ବଣ୍ଟନ ଭଳି ସେବା କାର୍ଯ୍ୟ କରିଥିଲେ। ବରିଷ୍ଠ ନାଗରିକଙ୍କ ଭଳି ଜୀବନ୍ତ ଦେବତାଙ୍କ ଆଶୀର୍ବାଦଠାରୁ ମୂଲ୍ୟବାନ ଆଉ କିଛି ନୁହେଁ ବୋଲି ଶ୍ରୀଯୁକ୍ତ ପଣ୍ଡା ଏହି ଅବସରରେ କହିଥିଲେ। ସେହିପରି ଏହି ଅଭିଯାନ ଅଧୀନରେ ସେ ଚାରା ରୋପଣ ମଧ୍ୟ କରିଥିଲେ ଏବଂ ପ୍ରଧାନମନ୍ତ୍ରୀଙ୍କ ଜୀବନରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମସ୍ତେ ସାମିଲ ହେବାକୁ ଅନୁରୋଧ କରିଥିଲେ।