Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଋଣ ଟଙ୍କା ହଡପ ପାଇଁ ସ୍ତ୍ରୀ ର ଚକ୍ରାନ୍ତ: ଜୀବିତ ସ୍ୱାମୀଙ୍କ ନାମରେ ବାହାର କଲା ମୃତ୍ୟୁ ପ୍ରମାଣପତ୍ର

ଖଲ୍ଲିକୋଟ/ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଭାଟପଡା ଗ୍ରାମର ସନ୍ତୋଷ ପ୍ରଧାନ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କନକା ଗ୍ରାମର ପିଙ୍କି ସାହୁଙ୍କୁ କିଛି ବର୍ଷ ପୁର୍ବେ ବିବାହ କରିଥିଲେ। କିନ୍ତୁ ଦୁଇଜଣଙ୍କ ଭିତରେ ମନମାଳିନ୍ୟ ହେବାରୁ ଦୁହେଁ ଦୀର୍ଘ ଦିନ ହେଲା ଅଲଗା ରହି ଆସୁଥିଲେ। ତେବେ କିଛି ଦିନ ତଳେ ସନ୍ତୋଷ ଖବର ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କର ନକଲି ମୃତ ପ୍ରମାଣପତ୍ର ବାହର କରିଛନ୍ତି। ସେ ଏନେଇ ବୁଝାସୁଝା କରିବା ପରେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ସ୍ତ୍ରୀ ପିଙ୍କି କେଶପୁର ନିକଟରେ ଥିବା ମୁଥୁଟ ମାଇକ୍ରୋ ଫିନ ଠାରୁ ଋଣ ଆଣିଥିଲେ। ତେବେ ସେ ସେହି ଋଣ ଟଙ୍କା ହଡପ କରିବା ପାଇଁ ନିଜ ସ୍ୱାମୀଙ୍କ ନାମରେ ମୃତ ପ୍ରମାଣ ପତ୍ର ବାହାର କରି ସେଠାରେ ଋଣ ପରିଶୋଧ କରି ଦେଇଥିବା ସ୍ୱାମୀ ସନ୍ତୋଷ ଅଭିଯୋଗ କରିଛନ୍ତି। ଇସ୍ୟୁ ହୋଇଥିବା ସାର୍ଟିଫିକେଟ ରେ ଦର୍ଶାଯାଇଛି ଯେ, ସନ୍ତୋଷ ପ୍ରଧାନଙ୍କ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗତ ୨୦.୦୩.୨୦୨୩ ରେ ମୃତ୍ୟୁ ହୋଇଥିଲା।

୧୧.୦୩.୨୦୨୩ ତାରିଖରେ ନମ୍ବର ୭୦/୨୦୨୩ ଅନୁସାରେ ରେଜିଷ୍ଟ୍ରେସନ ହୋଇଛି।ତେବେ କୋଦଳା ଏନଏସି ର ଯେଉଁ ଅଧିକାରୀ ଏହି ଡେଥ ସାର୍ଟିଫିକେଟ ଇସ୍ୟୁ କରିଛନ୍ତି, ସେ ଗତ ଦୁଇ ବର୍ଷ ତଳୁ ବଦଳି ହୋଇ ଚାଲିଯାଇଥିବା ଜଣାପଡିଛି। ତେବେ ସନ୍ତୋଷଙ୍କ ସ୍ତ୍ରୀ ସହିତ କୌଣସି ସମ୍ପର୍କ ନଥିବା ବେଳେ ସନ୍ତୋଷ କହିଛନ୍ତି ଯେ, ସେ ବଞ୍ଚି ଥାଉ ଥାଉ ତାଙ୍କ ନାମରେ ମୃତ ସାର୍ଟିଫିକେଟ ବାହର କରି ତାହର ଅପବ୍ୟବହାର କରିଥିବାରୁ ଏହାର ତଦନ୍ତ କରି ଦୋଷୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ। ଏ ସମ୍ପର୍କରେ ସେ ଖୁବଶୀଘ୍ର ଆଇନ ର ଆଶ୍ରୟ ନେବେ ବୋଲି କହିଛନ୍ତି।