Categories
ଅପରାଧ ଆଜିର ଖବର ରାଜ୍ୟ ଖବର

କଡା ସୁରକ୍ଷା ଭିତରେ ହାଇଦ୍ରାବାଦରୁ ଆସିଲା ହାଇଦର

ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଛି। ହାଇଦର ଏକ ମୋଟରସାଇକଲ ପଛରେ ବସି ଯିବା ବେଳେ ପୋଲିସ ତାକୁ କାବୁ କରିଛି। ଆଜି ସକାଳ 9ଟାରେ କମିଶନରେଟ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲା। ସେଠାରେ ତାହାର କୋଭିଡ ଟେଷ୍ଟ କରିବା ପରେ କଟକ ନିଆଯାଇଛି।

ଗତ ପାଞ୍ଚଦିନ ତଳେ ହାଇଦର କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଫେରାର ହୋଇଯାଇଥିଲା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସକୁ ଖାଦ୍ୟରେ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା। ସେହିଦିନଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଯାହା ଆଜି ସଫଳ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ତେଲେଙ୍ଗନାରୁ ଗିରଫ ହେଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର

ଭୁବନେଶ୍ଵର: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ତେଲେଙ୍ଗନାରୁ ଗ୍ୟାଙ୍ଗଷ୍ଟାର ହାଇଦର ଗିରଫ ହୋଇଥିବା ସୂଚନା ରହିଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି।

ହାଇଦର କଟକ ଏସସିବିରୁ ଗତ ୧୦ ତାରିଖରେ ଫେରାର ହୋଇଥିଲା। ଫଳରେ ଏନେଇ ବହୁ ପ୍ରଶ୍ନ ଉଠିଥିଲା।ହାଇଦରକୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଟିମ ଲାଗିରହିଥିଲା। ଫଳରେ ଆଜି ତେଲେଙ୍ଗନା ପୋଲିସ ସହାୟତାରେ ଗ୍ୟାଙ୍ଗଷ୍ଟାରକୁ କଟକ ପୋଲିସ ଧରିବାରେ ସକ୍ଷମ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦରକୁ ଖସାଇବାରେ ବଡ ଷଡଯନ୍ତ୍ର ହୋଇଛି: ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର

କଟକ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାକୁ ନେଇ ବିଜେପି ନେତା ତଥା ପୂର୍ବତନ ଡ଼ିଜିପି ପ୍ରକାଶ ମିଶ୍ର ଏକ ବଡ ବୟାନ ଦେଇଛନ୍ତି। ହାଇଦର ଫେରାର ନୁହେଁ ତାକୁ ଖସାଯାଇଛି ବୋଲି ପ୍ରକାଶ ଅଭିଯୋଗ କରିଛନ୍ତି। ହାଇଦର ଘଟଣାରେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟସରକାରକୁ କେତୋଟି ପ୍ରଶ୍ନ କରିଛି।

ପ୍ରକାଶ ମିଶ୍ରଙ୍କ ଅଭିଯୋଗ ଅନୁଯାୟୀ, ଏଥିପାଇଁ ଏକ ବଡ ଷଡଯନ୍ତ୍ର ହୋଇଛି। ତାକୁ ବାରମ୍ବାର ସମ୍ବଲପୁରରୁ କଟକ ସ୍ଥାନାନ୍ତରଣ ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ସାଧାରଣ ଲୋକଙ୍କୁ ଏସସିବିରେ ଶଯ୍ୟା ମିଳୁନଥିବା ବେଳେ ହାଇଦରକୁ କ୍ୟାବିନ କେମିତି ମିଳିଲା? କିଡିନୀ ଖରାପ ଥିବା ସତ୍ତ୍ୱେ ତାକୁ କିପରି ବିରିୟାନୀ ଖାଇବାକୁ ଅନୁମତି ଦିଆଗଲା? ଏଥିରେ କିଛି ବଡ ଲୋକଙ୍କ ହାତ ଥାଇପାରେ ବୋଲି ଏଭଳି କିଛି ପ୍ରଶ୍ନ ରଖି ପ୍ରକାଶ ଅଭିଯୋଗ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆତ୍ମସମର୍ପଣ କଲା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ

ଭୁବନେଶ୍ବର: ଆଜି କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରର ମୁଖ୍ୟ ସହଯୋଗୀ ୟାକୁବ ଆତ୍ମସମର୍ପଣ କରିଛି। ଆଜି ସେ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି। ହାଇଦର କଟକର ଏସସିବିରୁ ଫେରାର ହେବା ପୂର୍ବରୁ ୟାକୁବ ତାକୁ ସାକ୍ଷାତ କରିଥିଲା। ଏସସିବିରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ଖାଇବା ପାଇଁ ସେ ବିରିୟାନୀ ଦେଇଥିଲା। ପରେ ହାଇଦର ସେଠାରୁ ଫେରାର ହୋଇଥିଲା। ହାଇଦରକୁ ଧରିବା ପାଇଁ ଓଡିଶା ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ତାହାର ମୁଖ୍ୟ ସହଯୋଗୀ ୟାକୁବ ଆଜି ଚାଉଳିଆଗଞ୍ଜ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଘଟଣା: ଡ଼ିଜିପିଙ୍କ ଅଧ୍ୟକ୍ଷତାରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ବର: ଏସସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଘଟଣାରେ ଡ଼ିଜିପିଙ୍କ ନେତୃତ୍ଵରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। କେନ୍ଦ୍ରାଞ୍ଚଳ ଡିଆଇଜି, କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସମେତ ବହୁ ପୋଲିସ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। ଡିଜିପିଙ୍କ ଭୁବନେଶ୍ଵର କ୍ୟାମ୍ପରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି। ହାଇଦରର ଲୋକେସନ ଟ୍ରେସ କରାଯାଉଥିବା ଜଣାପଡିଛି।