କଡା ସୁରକ୍ଷା ଭିତରେ ହାଇଦ୍ରାବାଦରୁ ଆସିଲା ହାଇଦର

Published: Apr 16, 2021, 10:35 am IST

ଭୁବନେଶ୍ବର, ଆଜି କମିଶନରେଟ ପୋଲିସ କଡା ସୁରକ୍ଷା ଭିତରେ ଗ୍ୟାଙ୍ଗଷ୍ଟାର ହାଇଦରକୁ ହାଇଦ୍ରାବାଦରୁ ଆଣିଛି। ଗତକାଲି ରାତିରେ ଓଡିଶା ପୋଲିସ ହାଇଦ୍ରାବାଦ ପୋଲିସ ସହାୟତାରେ ହାଇଦରକୁ ଗିରଫ କରିଛି। ହାଇଦର ଏକ ମୋଟରସାଇକଲ ପଛରେ ବସି ଯିବା ବେଳେ ପୋଲିସ ତାକୁ କାବୁ କରିଛି। ଆଜି ସକାଳ 9ଟାରେ କମିଶନରେଟ ପୋଲିସର କଡା ସୁରକ୍ଷା ମଧ୍ୟରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିଥିଲା। ସେଠାରେ ତାହାର କୋଭିଡ ଟେଷ୍ଟ କରିବା ପରେ କଟକ ନିଆଯାଇଛି।

ଗତ ପାଞ୍ଚଦିନ ତଳେ ହାଇଦର କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଫେରାର ହୋଇଯାଇଥିଲା। ତାଙ୍କ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସକୁ ଖାଦ୍ୟରେ ନିଶା ଦେଇ ହାଇଦର ଫେରାର ହୋଇଯାଇଥିଲା। ସେହିଦିନଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା। ଯାହା ଆଜି ସଫଳ ହୋଇଛି।

Related posts