Categories
ବିଶେଷ ଖବର ରାଜ୍ୟ ଖବର

ଘଟଗାଁ ରାସ୍ତାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ୮ ଜଣ ମୃତ୍ୟୁ, ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ବର: ଆଜି ଘଟଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି। ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।  ଏମାନଙ୍କ ଘର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପୋଡ଼ାମାରି ଗାଁର ବୋଲି ଜଣାଯାଇଛି। ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଛୋଟ ଛୁଆ ଥିବା ଜଣାଯାଇଛି।

ଘଟଣାରୁ ଜଣାପଡିଛି ଯେ, ଏକ ଭ୍ୟାନ୍‌ରେ ଦିଗପହଣ୍ଡିରୁ ଦୁଇ ପରିବାରରର ୨୧ ଜଣ ତାରିଣୀ ଦର୍ଶନ ପାଇଁ ଆସୁଥିଲେ। ଆଜି ଭୋର ପ୍ରାୟ ୫ଟା ସମୟରେ ଏନଏଚ ୨୦ ବାଲିଯୋଡ଼ି ନିକଟରେ ରାସ୍ତାକଡ଼ରେ ଠିଆ ହୋଇଥିବା ଟ୍ରକକୁ ଭ୍ୟାନ୍‌ଟି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨ ଜଣ ଗୁରୁତର ଆହତ ହୋଇଛନ୍ତି।

ଆହତମାନଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥା଼ନାନ୍ତର କରାଯାଇଛି। ଦୁର୍ଘଟଣାରେ ଭ୍ୟାନ୍‌ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। କୁହୁଡି ଯୋଗୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

ତେବେ ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି

ଏହି ଦୁର୍ଘଟଣାରେ ଆହତ ୧୨ ଜଣଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସ୍କୁଲ ବିଇଓଙ୍କୁ ଧରିଲା ଭିଜିଲାନ୍ସ, ଶିକ୍ଷକଙ୍କଠାରୁ ପନ୍ଦର ହଜାର ଟଙ୍କା ନେଉଥିଲେ ଲାଞ୍ଚ

କଟକ: ଜଣେ ସ୍କୁଲ ଶିକ୍ଷକଙ୍କର ବକେୟା ରାଶି ପ୍ରଦାନ କରିବା ପାଇଁ ବିଇଓ ଖେଳ ଖେଳୁଥିଲେ। କହିଲେ ଟଙ୍କା ନ ଦେଲେ ବକେୟା ପ୍ରଦାନ ହେବ ନାହିଁ। ଆଲୋଚନାରେ କଥା ଛିଣ୍ଡିଲା 60 ହଜାର ଟଙ୍କା ନେବେ। ସେହି ଅନୁସାରେ ପ୍ରଥମେ ସେ 15 ହଜାର ଟଙ୍କା ନେବେ। ହେଲେ ଘଟଣାଟି କେଉଁଆଡେ ଯାଉଛି ବିଇଓ ଜାଣିପାରିଲେ ନାହିଁ। ଯେଉଁଦିନ ସେ ଲାଞ୍ଚ ଟଙ୍କା ଗ୍ରହଣ କଲେ ସେହିଠାରେ ଧରିଲା ଭିଜିଲାନ୍ସ।

ଏହିପରି ଘଟଣାଟି କେଉଁଝର ଜିଲ୍ଲାର ଘଟଗାଁରେ ଘଟିଛି। ସେଠାରେ ଅବସ୍ଥାପିତ ବିଇଓ ଅଭୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କଠାରୁ 15 ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କର ତିନୋଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ବିଇଓଙ୍କୁ ଭିଜିଲାନ୍ସ ତାଙ୍କ ହେପାଜତରେ ରଖିଥିବାର ଜଣାପଡିଛି।