ସ୍କୁଲ ବିଇଓଙ୍କୁ ଧରିଲା ଭିଜିଲାନ୍ସ, ଶିକ୍ଷକଙ୍କଠାରୁ ପନ୍ଦର ହଜାର ଟଙ୍କା ନେଉଥିଲେ ଲାଞ୍ଚ

Published: Aug 30, 2022, 1:50 pm IST

କଟକ: ଜଣେ ସ୍କୁଲ ଶିକ୍ଷକଙ୍କର ବକେୟା ରାଶି ପ୍ରଦାନ କରିବା ପାଇଁ ବିଇଓ ଖେଳ ଖେଳୁଥିଲେ। କହିଲେ ଟଙ୍କା ନ ଦେଲେ ବକେୟା ପ୍ରଦାନ ହେବ ନାହିଁ। ଆଲୋଚନାରେ କଥା ଛିଣ୍ଡିଲା 60 ହଜାର ଟଙ୍କା ନେବେ। ସେହି ଅନୁସାରେ ପ୍ରଥମେ ସେ 15 ହଜାର ଟଙ୍କା ନେବେ। ହେଲେ ଘଟଣାଟି କେଉଁଆଡେ ଯାଉଛି ବିଇଓ ଜାଣିପାରିଲେ ନାହିଁ। ଯେଉଁଦିନ ସେ ଲାଞ୍ଚ ଟଙ୍କା ଗ୍ରହଣ କଲେ ସେହିଠାରେ ଧରିଲା ଭିଜିଲାନ୍ସ।

ଏହିପରି ଘଟଣାଟି କେଉଁଝର ଜିଲ୍ଲାର ଘଟଗାଁରେ ଘଟିଛି। ସେଠାରେ ଅବସ୍ଥାପିତ ବିଇଓ ଅଭୟ କୁମାର ବେହେରାଙ୍କୁ ଭିଜିଲାନ୍ସ ଧରିଛି। ତାଙ୍କଠାରୁ 15 ହଜାର ଲାଞ୍ଚ ଟଙ୍କା ଜବତ କରାଯିବା ସହିତ ତାଙ୍କର ତିନୋଟି ସ୍ଥାନରେ ଚଢାଉ ଚାଲିଛି। ବର୍ତ୍ତମାନ ବିଇଓଙ୍କୁ ଭିଜିଲାନ୍ସ ତାଙ୍କ ହେପାଜତରେ ରଖିଥିବାର ଜଣାପଡିଛି।

Related posts