ଭୁବନେଶ୍ବର : ଘରୋଇ ହସ୍ପିଟାଲ ବା ନର୍ସିଂହୋମ୍ମାନଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତାଗିଦ୍ କରାଯାଇଛି । ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଅନ୍ୟତ୍ର ରେଫର୍ କରାଯାଇଥିବାରୁ ତାଗିଦ୍ କଲା ସ୍ବାସ୍ଥ୍ୟ ବିଭାଗ । ଅନ୍ୟତ୍ର ରେଫର କରିବା ପୂର୍ବରୁ ଉପଲବ୍ଧ ଚିକିତ୍ସା ଯୋଗାଇବା ଦରକାର ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗ । ସେହିପରି ରୋଗୀର ଅବସ୍ଥା ନିୟନ୍ତ୍ରଣକୁ ଆସିବା ପର୍ଯ୍ୟନ୍ତ ଚିକିତ୍ସା ଯୋଗାଇବା ଦରକାର । ଏହା ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ଅଧୀନରେ ଆସୁଛି । ଏହାର ଖିଲାପ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ତାଗିଦ୍ କରିଛି ସ୍ବାସ୍ଥ୍ୟ ବିଭାଗ ।