Categories
ଆଜିର ଖବର ଧର୍ମ

ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ଚାରୋଟି କଥା ମାନନ୍ତୁ, କେବେ ବି ସମସ୍ୟାରେ ହେବେନି ସମ୍ମୁଖୀନ

ଭୁବନେଶ୍ବର: ମଣିଷ କିପିର କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ତାହା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ମାତ୍ର ଚାରୋଟି କଥା ଉପରେ ଧ୍ୟାନ ଦେଲେ ମଣିଷ କେବେ ବି ସମସ୍ୟାର ସମ୍ମୁଖୀନ ହେବ ନାହିଁ।

ସେହି ଚାରୋଟି କଥା ହେଲା…

ପଥ ଦେଖି ପାଦ ପକାଅ :– ଚାଣକ୍ୟଙ୍କ ମତରେ ଯଦି ଜଣେ ସଂସାର କ୍ଷେତ୍ରରେ ସବୁ ଦିଗକୁ ଦୃଷ୍ଟିରେ ରଖି ଅଗ୍ରସର ହେବ ତେବେ ସେ କୌଣସି ବିପଦର ସମ୍ମୁଖନ ହେବ ନାହିଁ। ସେତିକି ନୁହେଁ ସେ ମଧ୍ୟ ସଫଳତା ହାସଲ କରିବ।

ବସ୍ତ୍ରରେ ଛାଣି ପାଣି ପିଅ:- ଚାଣକ୍ୟଙ୍କ ମତରେ ଯଦି ମଣିଷ ଯେଉଁ ଖାଦ୍ୟ ବା ପାନୀୟ ଗ୍ରହଣ କରୁଛି ତାହା ଉତ୍ତମ ତଥା ପରିସ୍କାର ହେବା ଆବଶ୍ୟକ। ତେବେ ସେ ସ୍ବାସ୍ଥ୍ୟ ସମ୍ବନ୍ଧିୟ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ।

ଶାସ୍ତ୍ର ସମ୍ମତ କଥା କୁହ:- ସାଧାରଣତଃ ଅନେକ ଏଣୁତେଣୁ କଥା କହି ଅନ୍ୟକୁ ବିଭ୍ରାନ୍ତ କରିବା ସହିତ ନିଜେ ହଇରାଣ ହୁଅନ୍ତି। ସେଥିପାଇଁ ଚାଣକ୍ୟ କହିଛନ୍ତି ଯାହା ସହିତ କଥା ହେବେ ଠିକ କଥା ହୁଅନ୍ତୁ। ଯଦି ସମୟ ଅଛି ପୂର୍ବରୁ କଣ କହିବେ ଚିନ୍ତା କରି ନିଅନ୍ତୁ।

ବୁଝି ବିଚାରି କାମ କର:- ଆପଣଙ୍କର ବୁଦ୍ଧି ବିବେକ ଯେତିକି ଅଛି ସେହି ଅନୁସାରେ ସେତିକି କାମ କରନ୍ତୁ। କୌଣସି ବଳିଷ୍ଠ ଲୋକଙ୍କ କଥାରେ ପଡି ଜୋର ଜବରଦସ୍ତ କାମ କରନ୍ତୁ ନାହିଁ। ଅନ୍ୟ ଲୋକର ଚାପରେ ପଡି ଯଦି କାମ କରିବେ ତେବେ ବିଫଳ ହେବେ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: ସାଧାରଣ ଲୋକଟିଏ ତାହାର ଜୀବନ କାଳ ମଧ୍ୟରେ କି ପ୍ରକାରର କର୍ତ୍ତବ୍ୟ କରିବା ଉଚିତ

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସାଧାରଣ ମଣିଷ ତା ଜୀବନ କାଳ ମଧ୍ୟରେ କଣ କର୍ତ୍ତବ୍ୟ କରିବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ତାଙ୍କ ହିସାବରେ ମଣିଷ ସତ୍ ବାଟରେ ଯିବା ପାଇଁ ସତ୍ କର୍ମ କରିବା ଉଚିତ। ସେଥିପାଇଁ ଆଚାର୍ଯ୍ୟ ଚାଣକ୍ୟ କେତୋଟି ଉପଦେଶ ଦେଇଛନ୍ତି।

ପ୍ରଥମ କଥା ହେଲା ସତ୍ ପାତ୍ରରେ କନ୍ୟାଦାନ କରିବା ମଣିଷର ବଡ କର୍ତ୍ତବ୍ୟ। ସେହିପରି କନ୍ୟା ଓ ପୁତ୍ରକୁ ଉଚ୍ଚ ଶିକ୍ଷା ପ୍ରଦାନ କରିବା ଉଚିତ। ଝିଅକୁ ଶିକ୍ଷିତା କରି ସତ ପାତ୍ରରେ କନ୍ୟାଦାନ କରିବା ମଣିଷର ବା ପିତାମାତାଙ୍କର ଏକ ବଡ କର୍ତ୍ତବ୍ୟ।

ସେହିପରି ଶତ୍ରୁଙ୍କୁ ବିପଦରେ ପକାଇବା ଏବଂ ମିତ୍ରଙ୍କୁ ସଠିକ ରାସ୍ତା ଦେଖାଇବା ହେଉଛି ମଣିଷର ଭଲ କର୍ତ୍ତବ୍ୟ। ଚାଣକ୍ୟ କହିଛନ୍ତି ଯେ, ଶତ୍ରୁକୁ ଏପରି ବିପଦ ଭିତରେ ପକାଇ ଦିଅନ୍ତୁ ଯେପରି ସେ ସେହି କାମରେ ଲାଗି ରହିବ। ଆପଣଙ୍କ ପଛରେ ଲାଗିବା ପାଇଁ ଆଉ ସମୟ ପାଇବ ନାହିଁ। ଅନ୍ୟପଟେ ମିତ୍ରଙ୍କୁ ମଧ୍ୟ ସଠିକ ମାର୍ଗ ଦର୍ଶନ କରାଇବା ମଣିଷ ଜୀବନରେ ବଡ ଧର୍ମ ଅଟେ।

Categories
ଆଜିର ଖବର ଧର୍ମ

ଚାଣକ୍ୟ ନୀତି: କଠିନ ପରିଶ୍ରମ କରି ହାଲିଆ ହେଲେ ମଧ୍ୟ ଏହି ତିନୋଟି ସ୍ଥାନରେ ଆପଣଙ୍କୁ ମିଳିବ ଶାନ୍ତି

ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି।

ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।