ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ଚାରୋଟି କଥା ମାନନ୍ତୁ, କେବେ ବି ସମସ୍ୟାରେ ହେବେନି ସମ୍ମୁଖୀନ

Published: Oct 12, 2021, 5:42 am IST

ଭୁବନେଶ୍ବର: ମଣିଷ କିପିର କାମ କଲେ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ ତାହା ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ମାତ୍ର ଚାରୋଟି କଥା ଉପରେ ଧ୍ୟାନ ଦେଲେ ମଣିଷ କେବେ ବି ସମସ୍ୟାର ସମ୍ମୁଖୀନ ହେବ ନାହିଁ।

ସେହି ଚାରୋଟି କଥା ହେଲା…

ପଥ ଦେଖି ପାଦ ପକାଅ :– ଚାଣକ୍ୟଙ୍କ ମତରେ ଯଦି ଜଣେ ସଂସାର କ୍ଷେତ୍ରରେ ସବୁ ଦିଗକୁ ଦୃଷ୍ଟିରେ ରଖି ଅଗ୍ରସର ହେବ ତେବେ ସେ କୌଣସି ବିପଦର ସମ୍ମୁଖନ ହେବ ନାହିଁ। ସେତିକି ନୁହେଁ ସେ ମଧ୍ୟ ସଫଳତା ହାସଲ କରିବ।

ବସ୍ତ୍ରରେ ଛାଣି ପାଣି ପିଅ:- ଚାଣକ୍ୟଙ୍କ ମତରେ ଯଦି ମଣିଷ ଯେଉଁ ଖାଦ୍ୟ ବା ପାନୀୟ ଗ୍ରହଣ କରୁଛି ତାହା ଉତ୍ତମ ତଥା ପରିସ୍କାର ହେବା ଆବଶ୍ୟକ। ତେବେ ସେ ସ୍ବାସ୍ଥ୍ୟ ସମ୍ବନ୍ଧିୟ କୌଣସି ଅସୁବିଧାର ସମ୍ମୁଖୀନ ହେବ ନାହିଁ।

ଶାସ୍ତ୍ର ସମ୍ମତ କଥା କୁହ:- ସାଧାରଣତଃ ଅନେକ ଏଣୁତେଣୁ କଥା କହି ଅନ୍ୟକୁ ବିଭ୍ରାନ୍ତ କରିବା ସହିତ ନିଜେ ହଇରାଣ ହୁଅନ୍ତି। ସେଥିପାଇଁ ଚାଣକ୍ୟ କହିଛନ୍ତି ଯାହା ସହିତ କଥା ହେବେ ଠିକ କଥା ହୁଅନ୍ତୁ। ଯଦି ସମୟ ଅଛି ପୂର୍ବରୁ କଣ କହିବେ ଚିନ୍ତା କରି ନିଅନ୍ତୁ।

ବୁଝି ବିଚାରି କାମ କର:- ଆପଣଙ୍କର ବୁଦ୍ଧି ବିବେକ ଯେତିକି ଅଛି ସେହି ଅନୁସାରେ ସେତିକି କାମ କରନ୍ତୁ। କୌଣସି ବଳିଷ୍ଠ ଲୋକଙ୍କ କଥାରେ ପଡି ଜୋର ଜବରଦସ୍ତ କାମ କରନ୍ତୁ ନାହିଁ। ଅନ୍ୟ ଲୋକର ଚାପରେ ପଡି ଯଦି କାମ କରିବେ ତେବେ ବିଫଳ ହେବେ।

Related posts