Categories
ଆଞ୍ଚଳିକ

ବାଣପୁରରେ ଅବକାରୀ ବିଭାଗର ଚଢାଉ: ୪ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ, ନୀଳାଦ୍ରି ବିହାରୀ ମିଶ୍ର ଓ ଟିମ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ। ଚଢ଼ାଉରେ ସମୁଦାୟ ୧୦୦୦ ଲିଟର ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଟାଙ୍ଗୀକୁ ମିଶାଇ ସମୁଦାୟ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୫ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବଡ ଧରଣର ଡକାୟତି ଯୋଜନାକୁ ପଣ୍ଡ କଲା ଟାଙ୍ଗୀ ପୋଲିସ, ଚାରି ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ପୋଲିସ। ସୂଚନା ମୁତାବକ ଗତକାଲି ରାତ୍ରିରେ ଟାଙ୍ଗୀ ଥାନା ହରିପୁର ଜଙ୍ଗଲ ମଧ୍ୟରେ ଥିବା ମନ୍ଦିର ନିକଟରେ ଏକ ବଡ଼ ଧରଣର ଡକାୟତି ଯୋଜନା ଚାଲିଥିବାର ଖବର ପାଇଥିଲେ ଆଇଆଇସି ଦିଗବିଜୟ ବିଶ୍ୱାଳ। ସଙ୍ଗେସଙ୍ଗେ ଏ ନେଇ ଉପରିସ୍ଥ ଅଧିକାରିଙ୍କୁ ଜଣାଇବା ପରେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଙ୍କ ତତ୍ୱାବଧାନରେ ଟାଙ୍ଗୀ ଆଇଆଇସି ଓ କୁହୁଡି ଫାଣ୍ଡି ଅଧିକାରୀ ପ୍ରସନ୍ନ ଜେନା ମିଳିତ ଭାବେ ସଦଳବଳେ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

ଅଭିଯୁକ୍ତ ମାନେ ହେଲେ ଶେଖ ଅନସର (୩୨), ଶେଖ ତହୁର ଅଲ୍ଲୀ (୨୪), ଅକିବ ଖାନ (୧୯) ଏବଂ ଶେଖ ଶିରାଜ ଅଲ୍ଲୀ (୨୪)। ସମସ୍ତେ ଟାଙ୍ଗୀ ଥାନା ଦୀକ୍ଷିତପଡ଼ା ଗ୍ରାମର ବୋଲି ଜଣାପଡିଛି।

ସେମାନଙ୍କ ନିକଟରୁ ପୋଲିସ ୩ ଗୋଟି ଛୁରୀ, ଗୋଟିଏ ଚାପଡ଼, ଗୋଟାଏ ବାଇକ ଏବଂ ୧୧ ହଜାର ୫୭୦ ଟଙ୍କା ଜବତ କରିଛି। ତେବେ ଉକ୍ତ ଅଭିଯୁକ୍ତ ମାନେ ଚଳିତ ମାସ ୨୩ ତାରିଖ ଦିନ ଟାଙ୍ଗୀ ଜାତୀୟ ରାଜପଥରେ ଏକ ପେଟ୍ରୋଲ ଟ୍ୟାଙ୍କରରୁ ହୋଇଥିବା ଲୁଟ ଘଟଣାରେ ମଧ୍ୟ ସାମିଲ ଥିବାର ପୋଲିସ ଜାଣିବାକୁ ପାଇଛି।

ଏହି ପରିପ୍ରେକ୍ଷୀରେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କେସ ନମ୍ବର ୪୬୧/୨୨ ରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିବାର ଆଇଆଇସି ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।