Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁରରେ ଅବକାରୀ ବିଭାଗର ଚଢାଉ: ୪ ଅଭିଯୁକ୍ତ ଗିରଫ
ଆଞ୍ଚଳିକ

ବାଣପୁରରେ ଅବକାରୀ ବିଭାଗର ଚଢାଉ: ୪ ଅଭିଯୁକ୍ତ ଗିରଫ

July 13, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ଚିଲିକା/ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଅବକାରୀ ଅଧିକ୍ଷକ ଝସକେତନ ବରିହାଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅବକାରୀ ବିଭାଗ ବାଣପୁର ଥାନା ଅନ୍ତର୍ଗତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରା ଅଞ୍ଚଳରେ ଚଢ଼ାଉ କରି ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଟାଙ୍ଗୀ ଥାନା ଅଞ୍ଚଳରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ, ବାଲୁଗାଁ ଅବକାରୀ ଅଧିକାରୀ ବି. ମନୋଜ କୁମାର ଓ କଟକ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏସଆଇ ରଜନୀ ମିଞ୍ଜ, ନୀଳାଦ୍ରି ବିହାରୀ ମିଶ୍ର ଓ ଟିମ ଉକ୍ତ ଚଢ଼ାଉ ରେ ସାମିଲ ଥିଲେ। ଚଢ଼ାଉରେ ସମୁଦାୟ ୧୦୦୦ ଲିଟର ପୋଚ ଏବଂ ୪୧୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଟାଙ୍ଗୀକୁ ମିଶାଇ ସମୁଦାୟ ୫ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୫ ଗୋଟି ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ମିଳିଛି।

ଅବକାରୀ ବିଭାଗ ଚାରି ଅଭିଯୁକ୍ତ ଗିରଫ ଟାଙ୍ଗୀ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା

June 30, 2026

ଅଧ୍ୟାପକ ସଂଗ୍ରାମ ସାହୁଙ୍କ ଅକାଳ ବିୟୋଗ: ବାଣପୁର ଅଞ୍ଚଳରେ ଶୋକର ଛାୟା

June 30, 2026

ଶ୍ରୀରଙ୍କ ନାଥ ଦେବଙ୍କ ପୀଠରେ ରୁକ୍ମିଣୀ ବିବାହ ସମ୍ପନ୍ନ: ଗୁଆଲି ଯାତ୍ରାରେ ନଗର ପରିକ୍ରମା କରିବେ ଦେବଦମ୍ପତି

June 26, 2026

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026
Latest News

‘ଡିଜିଟାଲ ଆରେଷ୍ଟ’ ନାଁରେ ହେଉଛି ବଡ଼ ଠକେଇ! ସତର୍କ କଲା କମିଶନରେଟ ପୋଲିସ

July 3, 2026

୨୩ ବର୍ଷ ପରେ ମିଳିଲା ନ୍ୟାୟ, ୨୦୦୩ର ସମ୍ବେଦନଶୀଳ ମାମଲାରେ ୧୪ ଜଣ ଦୋଷୀ ସାବ୍ୟସ୍ତ

July 3, 2026

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ମଧ୍ୟରେ ମୋହନ ମାଝୀ-ନୀତିନ ନବୀନଙ୍କ ବୈଠକ

July 3, 2026

ଝାରସୁଗୁଡ଼ାରେ ବୀଭତ୍ସ ହତ୍ୟାକାଣ୍ଡ: ଯୁବକଙ୍କ ମୃତଦେହ ଉଦ୍ଧାର

July 3, 2026

ଓଡ଼ିଶାରେ ୧.୧୦ ଲକ୍ଷ କୋଟି ଟଙ୍କାର ମେଗା ଆଲୁମିନିୟମ ପ୍ରକଳ୍ପ, ସୃଷ୍ଟି ହେବ ୫୩,୫୦୦ରୁ ଅଧିକ ନିଯୁକ୍ତି

July 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.