Categories
ଆଜିର ଖବର ରାଜ୍ୟ ଖବର

ହାଇୱା ଦୁର୍ଘଟଣା, ଚାଳକ ମୃତ

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଧଳପୁର ନିକଟରେ ଏକ ହାଇୱା ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁଥିରେ ହାଇୱା ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଡୁଡୁମ ଗ୍ରାମର ରଞ୍ଜନ ବେହେରା ବୋଲି ଜଣାପଡିଛି।

ସୂଚନା ଅନୁସାରେ ଏକ ରାସ୍ତା ନିର୍ମାଣ କାରୀ ସଂସ୍ଥାର ଓଡ଼ି-୧୫ ଏକ୍ସ ୪୬୬୮ ନମ୍ବର ବିଶିଷ୍ଟ ହାଇୱା ମେଟାଲ ନେଇ ସମ୍ବଲପୁର ପଟରୁ କିସିଣ୍ଡା ଅଭିମୁଖେ ଆସୁଥିବା ବେଳେ ଧଳପୁର ଛକରେ ଭରସାମ୍ୟ ହରାଇ ଓଲଟି ପଡ଼ି ରାସ୍ତା ଡ଼ିଭାଇଡ଼ରରେ ପିଟି ହୋଇଥିଲା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିଲା।

ଖବର ପାଇ କିସିଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡି ଭିତରୁ ଶବକୁ ଉଦ୍ଧାର କରି ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ରେଢ଼ାଖୋଲ ପଠାଇଥିବା କିସିଣ୍ଡା ଥାନାଧିକାରିଣୀ ଅଞ୍ଜଳି କୁମ୍ଭାର ପ୍ରକାଶ କରି ଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଟାଙ୍ଗୀ ଓଭର ବ୍ରିଜ ଉପରେ ବାଇକ ଦୁର୍ଘଟଣା: ଚାଳକ ମୃତ

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଓଭର ବ୍ରିଜ ଉପରେ ବାଇକ ଦୁର୍ଘଟଣା ଘଟିଛି। ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବରଣ କରିଥିବା ଯୁବକଙ୍କ ନାମ ଆକାଶ ବଢ଼େଇ (୨୫)। ମୃତକଙ୍କ ଘର ନୟାଗଡ଼ ଜିଲ୍ଲା ରଣପୁର ଥାନା ନରସିଂହ ପୁର ଗ୍ରାମରେ ବୋଲି ଜଣା ପଡିଛି।

ଆକାଶ ବଢ଼େଇ କୟଥପଲା ନିକଟରେ ଥିବା ଏକ ଘରୋଇ ଚିଙ୍ଗୁଡ଼ି ଦାନା କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ସେ ଆଜି ସନ୍ଧ୍ୟାରେ ଚଣ୍ଡେଶ୍ୱର ଯାତ୍ରା ଦେଖି ନିଜର ଜଣେ ବନ୍ଧୁଙ୍କୁ ଦେଖା କରିବା ପାଇଁ ଟାଙ୍ଗୀ ଆସୁଥିଲେ। ଟାଙ୍ଗୀ ଆସୁଥିବା ବେଳେ ଟାଙ୍ଗୀ ଓଭର ବ୍ରିଜ ଉପରେ ତାଙ୍କ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇ ଡିଭାଇଡ଼ରକୁ ଧକ୍କା ଦେଇଥିଲା। ଫଳରେ ସେଠାରେ ସେ ରକ୍ତ ଜୁଡୁବୁଡୁ ହୋଇ ପଡି ରହିଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଆକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟାଙ୍ଗୀ ଥାନା ପୋଲିସ ଶବକୁ ଜବତ କରି ତଦନ୍ତ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣା: ବାଇକ ଚାଳକ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଏକ ବାଇକରେ ଜଣେ ଯୁବକ ଓ ମହିଳା ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ ରାମେଶ୍ଵର ନିକଟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯିବାରୁ  ରାସ୍ତା ପାର ହୋଇ ପେଟ୍ରୋଲ ଟାଙ୍କିରୁ ତେଲ ପକାଇବା ପାଇଁ ଯାଉଥିଲେ।

ଠିକ ସେହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ସହିତ ତାଙ୍କର ଧକ୍କା ହୋଇଥିଲା। ବାଇକ ଚାଳକଙ୍କ ଉପରେ ହାଇୱା ଚକା ଚଢିଯାଇଥିଲା। ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଛିଟିକି ପଡିଯାଇ ଗୁରୁତର ହୋଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରି ନାହିଁ।

ଗୁରୁତର ମହିଳା ଓ ମୃତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ ପଠାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ହାଇୱା ଓ ବାଇକ ଟିକୁ ଜବତ କରି ତଦନ୍ତ ଚଳାଇଛି।