ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣା: ବାଇକ ଚାଳକ ମୃତ, ମହିଳା ଗୁରୁତର

Published: Feb 8, 2021, 5:35 pm IST

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଏକ ବାଇକରେ ଜଣେ ଯୁବକ ଓ ମହିଳା ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ ରାମେଶ୍ଵର ନିକଟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯିବାରୁ  ରାସ୍ତା ପାର ହୋଇ ପେଟ୍ରୋଲ ଟାଙ୍କିରୁ ତେଲ ପକାଇବା ପାଇଁ ଯାଉଥିଲେ।

ଠିକ ସେହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ସହିତ ତାଙ୍କର ଧକ୍କା ହୋଇଥିଲା। ବାଇକ ଚାଳକଙ୍କ ଉପରେ ହାଇୱା ଚକା ଚଢିଯାଇଥିଲା। ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଛିଟିକି ପଡିଯାଇ ଗୁରୁତର ହୋଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରି ନାହିଁ।

ଗୁରୁତର ମହିଳା ଓ ମୃତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ ପଠାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ହାଇୱା ଓ ବାଇକ ଟିକୁ ଜବତ କରି ତଦନ୍ତ ଚଳାଇଛି।

Related posts