Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକରୁ ଦୋକାନ ସଟର ଭାଗିଂ ୫ ଟି ଦୋକାନରୁ ଲୁଟ: ସିସିଟିଭିରେ କଏଦ ହେଲା ଭିଡିଓ

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଂଚଳରେ ଦିନକୁ ଦିନ ଚୋରୀ ଲୁଟପାଟ ଘଟଣାରେ ବଢିବାରେ ଲାଗିଛି। ଗତ ୫ ଦିନ ମଧ୍ୟରେ ଏହି ଅଞ୍ଚଳରୁ ପ୍ରାୟ ୫ରୁ ୬ଟି ସ୍ଥାନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ରାମେଶ୍ୱର ଛକ ନିକଟି ୫ଟି ଦୋକାନରୁ ତାଲା ଭାଗିଂ ଚୋରୀ ହୋଇଥିବା ଜଣାପଡିଛି।

ଚୋର ଚୋରୀକରିବାକୁ ଊଦ୍ୟମ କରୁଥିବା ସମୟର ଭିଡିଓ ସିସିଟିଭିରେ କଏଦ ହୋଇଛି।ରାମେଶ୍ୱର ଛକରେ ଥିବା ପ୍ରଶନ୍ନ ସାମନ୍ତରାୟ, ସର୍ବେଶ୍ୱର ସାହୁ, ଗୋବିନ୍ଦ ସାହୁ, ମିଟୁ ପଲେଇ, ଶିବୁ ବାରିକଙ୍କ ଦୋକାନରୁ ଟଙ୍କା ଓ ବିଭିନ୍ନ ମୂଲ୍ୟବାନ ଜିନିଷ ଚୋରି ହୋଇଥିବା ଅଭିଯୋଗ ହୋଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକ ନିକଟରେ ବନ୍ଧୁକ ଦେଖାଇ ଲୁଟ୍: ସାଢେ ୪ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ପୁଣି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ବନ୍ଧୁକ ଦେଖାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସ୍ପଷ୍ଟ ଦିବାଲୋକରେ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ରାମେଶ୍ବର ଛକ ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ମୁତାବକ, ରାମେଶ୍ୱର ସ୍ଥିତ  ପାଇକରାୟ ପେଟ୍ରୋଲ ପମ୍ପର ୨ ଜଣ କର୍ମଚାରୀ ଏକ ସ୍କୁଟିରେ ଟଙ୍କା ଜମା କରିବା ପାଇଁ ନିକଟସ୍ଥ  ପଂଜାବ ନାସନାଲ ବ୍ୟାଙ୍କକୁ ଯାଉଥିଲେ। ପେଟ୍ରୋଲ ଟାଙ୍କି ଠାରୁ ମାତ୍ର ୧.୫୦  କିଲୋମିଟର ରାସ୍ତା ଯାଇଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଲୁଟେରାମାନେ ୨ ଟି ପଲସର ବାଇକ୍ ରେ ୬ ଜଣ ଲୁଟେରା ଆସି ସ୍କୁଟିକୁ ଗୋଇଠା ମାରିଥିଲେ। ଗୋଇଠା ମାରିବା ଫଳରେ ସ୍କୁଟିଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ଯାଇଥିଲା। ପରେ ଚାଳକଙ୍କୁ ଲୁଟେରାମାନେ ଭୁଜାଲି ଓ  ପିସ୍ତଲ ଦେଖାଇ ସ୍କୁଟି ଚାବି ଛଡାଇ ନେଇଯାଇଥିଲେ। ଏବଂ ସ୍କୁଟି ଡିକିରୁ ୪ ଲକ୍ଷ  ୫୦ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟେରାମାନେ ଟଙ୍କା ବ୍ୟାଗ ନେଇ ରଣପୁର ଆଡକୁ ପଳାଇ ଯାଇଥିଲେ। ଏନେଇ ଜଙ୍କିଆ ଥାନାରେ ଅଭିଯୋଗ ପରେ ଜଙ୍କିଆ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।

Categories
ଆଜିର ଖବର ରାଜ୍ୟ ଖବର

ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣା: ବାଇକ ଚାଳକ ମୃତ, ମହିଳା ଗୁରୁତର

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ରାମେଶ୍ବର ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ ଏକ ବାଇକରେ ଜଣେ ଯୁବକ ଓ ମହିଳା ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ ରାମେଶ୍ଵର ନିକଟରେ ତାଙ୍କ ଗାଡ଼ିରୁ ପେଟ୍ରୋଲ ସରିଯିବାରୁ  ରାସ୍ତା ପାର ହୋଇ ପେଟ୍ରୋଲ ଟାଙ୍କିରୁ ତେଲ ପକାଇବା ପାଇଁ ଯାଉଥିଲେ।

ଠିକ ସେହି ସମୟରେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ବାଲି ବୋଝେଇ ହାଇୱା ସହିତ ତାଙ୍କର ଧକ୍କା ହୋଇଥିଲା। ବାଇକ ଚାଳକଙ୍କ ଉପରେ ହାଇୱା ଚକା ଚଢିଯାଇଥିଲା। ଯୁବକ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ମହିଳା ଜଣଙ୍କ ଛିଟିକି ପଡିଯାଇ ଗୁରୁତର ହୋଇଥିଲେ। ଖବର ଲେଖା ହେବା ପର୍ଯ୍ୟନ୍ତ ଉଭୟଙ୍କ ପରିଚୟ ମିଳିପାରି ନାହିଁ।

ଗୁରୁତର ମହିଳା ଓ ମୃତ ଯୁବକଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମେଡିକାଲ ପଠାଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରେ ଜଙ୍କିଆ ଥାନା ପୋଲିସ ପହଞ୍ଚି ହାଇୱା ଓ ବାଇକ ଟିକୁ ଜବତ କରି ତଦନ୍ତ ଚଳାଇଛି।