ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…
ବାଲେଶ୍ଵର ଜିଲ୍ଲାରୁ- ୭
ଭଦ୍ରକ ଜିଲ୍ଲାରୁ- ୪
କଟକ ଜିଲ୍ଲାରୁ- ୫୧
ଢେଙ୍କାନାଳ ଜିଲ୍ଲାରୁ- ୧
ଗଞ୍ଜାମ ଜିଲ୍ଲାରୁ- ୧
ଜଗତସିଂହପୁର ଜିଲ୍ଲାରୁ- ୭
ଯାଜପୁର ଜିଲ୍ଲାରୁ- ୪
ଝାରସୁଗୁଡା ଜିଲ୍ଲାରୁ- ୨
କଳାହାଣ୍ଡି ଜିଲ୍ଲାରୁ- ୧
କେନ୍ଦୁଝର ଜିଲ୍ଲାରୁ- ୧
ଖୋର୍ଦ୍ଧା ଜିଲ୍ଲାରୁ- ୧୮୯
ମୟୂରଭଞ୍ଜ ଜିଲ୍ଲାରୁ- ୨
ନୟାଗଡ ଜିଲ୍ଲାରୁ- ୧
ନୂଆପଡା ଜିଲ୍ଲାରୁ- ୭
ପୁରୀ ଜିଲ୍ଲାରୁ- ୪
ରାୟଗଡା ଜିଲ୍ଲାରୁ- ୫
ସମ୍ବଲପୁର ଜିଲ୍ଲାରୁ- ୫
ସୁନ୍ଦରଗଡ ଜିଲ୍ଲାରୁ- ୧୩
ଷ୍ଟେଟ ପୁଲରୁ- ୪୧
ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୪୯ ଏବଂ ବର୍ତ୍ତମାନ ୧୩୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।