ରାଜ୍ୟରେ ଚିନ୍ତା ବଢାଇଲାଣି କରୋନା, ୧୮ ଟି ଜିଲ୍ଲାରେ ୩୪୬ ଆକ୍ରାନ୍ତ ଚିହ୍ନଟ

Published: Jul 3, 2022, 12:29 pm IST

ଭୁବନେଶ୍ବର: ପୁଣିଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରାଜ୍ୟରେ ୨୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୩୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୯ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୨ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୪୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ବାଲେଶ୍ଵର ଜିଲ୍ଲାରୁ- ୭

ଭଦ୍ରକ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୫୧

ଢେଙ୍କାନାଳ ଜିଲ୍ଲାରୁ- ୧

ଗଞ୍ଜାମ ଜିଲ୍ଲାରୁ- ୧

ଜଗତସିଂହପୁର ଜିଲ୍ଲାରୁ- ୭

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୨

କଳାହାଣ୍ଡି ଜିଲ୍ଲାରୁ- ୧

କେନ୍ଦୁଝର ଜିଲ୍ଲାରୁ- ୧

ଖୋର୍ଦ୍ଧା ଜିଲ୍ଲାରୁ- ୧୮୯

ମୟୂରଭଞ୍ଜ ଜିଲ୍ଲାରୁ- ୨

ନୟାଗଡ ଜିଲ୍ଲାରୁ- ୧

ନୂଆପଡା ଜିଲ୍ଲାରୁ- ୭

ପୁରୀ ଜିଲ୍ଲାରୁ- ୪

ରାୟଗଡା ଜିଲ୍ଲାରୁ- ୫

ସମ୍ବଲପୁର ଜିଲ୍ଲାରୁ- ୫

ସୁନ୍ଦରଗଡ ଜିଲ୍ଲାରୁ- ୧୩

ଷ୍ଟେଟ ପୁଲରୁ- ୪୧

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୪୯ ଏବଂ ବର୍ତ୍ତମାନ ୧୩୧୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts