Categories
ଆଜିର ଖବର ନିର୍ବାଚନ ଖବର ରାଜ୍ୟ ଖବର

ଚିଲିକା ବିଧାନସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡିର ରଘୁନାଥ ସାହୁ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚିଲିକା ବିଧାନସଭା ପାଇଁ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ରଘୁନାଥ ସାହୁ। ସେ ତାଙ୍କ ସମର୍ଥକଙ୍କ ଦସ୍ତଖତ ପରେ ଏହି ନାମାଙ୍କନ ଦାଖଲ କରିଛନ୍ତି। ସେଥିପାଇଁ ରଘୁନାଥ ଏକ ବିରାଟ ପଟୁଆରରେ ଖୋର୍ଦ୍ଧା ସହରରୁ ବାହାରି ଉପଜିଲ୍ଲାପାଳ ଅଫିସ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ସେ ରିଟର୍ଣ୍ଣିଂ ଅଧିକାରୀଙ୍କୁ ତାଙ୍କର ନାମାଙ୍କନ ପତ୍ର ପ୍ରଦାନ କରିଥିଲେ।

ରଘୁନାଥ ତାଙ୍କର ଶହଶହ ସମର୍ଥକ ଚିଲିକାରୁ ଖୋର୍ଦ୍ଧା ଆସି ଉପଜିଲ୍ଲାପାଳ ଅଫିସ ଅଭିମୁଖେ ଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ଚିଲିକାର ବିଜେଡି ପର୍ଯ୍ୟବେକ୍ଷକ ରାଜା ଚକ୍ର, ଖୋର୍ଦ୍ଧା ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ଏନଏସି ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଏନଏସିର ନେତା ସହିତ ବହୁ ନିର୍ବାଚନତ ପ୍ରତିନିଧି ଯୋଗ ଦେଇଥିଲେ।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀଙ୍କ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲିଲା, ତୃଣମୂଳରେ ବିରୋଧ

ଭୁବନେଶ୍ବର: ଚିଲିକାର ବିଜେଡିରୁ ବିଧାୟକ ପ୍ରାର୍ଥୀ ହେବେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ଏ ନେଇ ଦଳର ପ୍ରସ୍ତାବ ଚାରିଆଡେ ପ୍ରଚାର ହେବା ପରେ ବର୍ତ୍ତମାନ ତୃଣମୂଳ ସ୍ତରରେ ଦେଖାଦେଇଛି ବିରୋଧ। ଯାହାକୁ ନେଇ ବିଜେଡି ବର୍ତ୍ତମାନ ଅଡୁଆ ପରିସ୍ଥିତିରେ ପଡିଯାଇଛି। କାରଣ ପ୍ରସନ୍ନ ପାଟ୍ଟଶାଣୀଙ୍କ ଘର ଚିଲିକା ହୋଇଥିବାରୁ ତାଙ୍କୁ ପ୍ରାର୍ଥୀ କଲେ ଭଲ ହେବ ବୋଲି ଦଳ ଭାବିଥିଲା। ହେଲେ ତାଙ୍କର ପ୍ରାର୍ଥିତ୍ବ ନେଇ ଯେ, ଚିଲିକାରେ ବିରୋଧ ହେବ ସେ ନେଇ କେହି କେବେ ଆଶା କରି ନ ଥିଲା।

କିଛିଦିନ ତଳେ ନବୀନ ନିବାସରେ ପୁରୀ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରାର୍ଥୀତ୍ବ ନେଇ ଆଲୋଚନା କରାଯାଇଥିଲା। ଏଥିରେ ପୁରୀ ଲୋକସଭା ଅଧିନରେ ଥିବା ସମସ୍ତ ଦଳିୟ ବିଧାୟକଙ୍କୁ ଡକାଯାଇଥିଲା। ଏହା ପୂର୍ବରୁ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଏବଂ ଅରୂପ ପଟ୍ଟନାୟକଙ୍କୁ ମଧ୍ୟ ଡକାଯାଇଥିଲା। ଅରୂପଙ୍କୁ ପୁରୀ ଲୋକସଭା ଏବଂ ପାଟ୍ଟଶାଣୀଙ୍କୁ ଚିଲିକା ବିଧାନସଭା ପ୍ରାର୍ଥୀ ହେବାକୁ କୁହାଯାଇଥିଲା। ଏଥିରେ ଉଭୟ ରାଜି ହେବା ପରେ ତାଙ୍କ ନାମ ପ୍ରସ୍ତାବକୁ ନିଆଯାଇଥିଲା।

ଏହି ଖବର ଜଣାପଡିବା ପରେ ଚିଲିକା ବିଜେଡିରେ ଦେଖାଦେଇଥିଲା ଅସନ୍ତୋଷ। ପ୍ରସନ୍ନ ପାଟ୍ଟଶାଣୀ ଚିଲିକାରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମଭୂମି ଚିଲିକା ନୁହେଁ। ସେ ଖୋର୍ଦ୍ଧା ଏବଂ ଭୁବନେଶ୍ବରରେ ରାଜନୀତି କରୁଛନ୍ତି। ସେହିପରି ନେତାଙ୍କୁ କାହିଁକି ଚିଲିକାରୁ ପ୍ରାର୍ଥୀ କରାଯିବ ବୋଲି ପ୍ରଶ୍ନ ସୃଷ୍ଟି ହେବା ସହ ଅସନ୍ତୋଷ ମଧ୍ୟ ପରିଲକ୍ଷିତ ହେଲା।

ଏ ସବୁ ପରିସ୍ଥିତିକୁ ଲକ୍ଷ୍ୟ କରି ଗତକାଲି ଅର୍ଥାତ ବୁଧବାର ଦିନ ବିଜୁ ଜନତା ଦଳ ତରଫରୁ ଚିଲିକା ନେତାଙ୍କୁ ଶଙ୍ଖ ଭବନକୁ ଡକାଯାଇଥିଲା। ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଏକ ବୈଠକ କରାଯାଇଥିଲା। ସେଠାରେ ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ଛିଡା ହେବେ, ସମସ୍ତେ ସାହାଯ୍ୟ କରିବାକୁ କୁହାଯାଇଥିଲା। ହେଲେ ଏହାକୁ ନେଇ ଚିଲିକା ନେତା ଅସନ୍ତୋଷ ବ୍ୟକ୍ତ କଲେ। ଚିଲିକାର ଜଣେ ନେତାଙ୍କୁ ଛିଡା କରାଯାଉ ବୋଲି ଦାବୀ ଉଠିଥିଲା।

ସେହିପରି ସେହି ବୈଠକରେ ମେଣ୍ଟ ନେଇ କଣ ସ୍ଥିତି ବୋଲି ନେତାମାନେ ଜାଣିବାକୁ ଚାହିଁଥିଲେ। ହେଲେ ଏହାର ଉତ୍ତରରେ କୁହାଯାଇଥିଲା ଯେ, ଆପଣମାନଙ୍କୁ ନିର୍ବାଚନ ଲଢିବା ପାଇଁ କୁହାଯାଉଛି। ମେଣ୍ଟ କଣ ହେବ ନ ହେବ ସେ କଥା ଭୁଲିଯାଅ ବୋଲି କୁହାଯାଇଥିଲା। ଏହାପରେ ନେତାମାନେ ଚୁପ ରହିଥିଲେ।

ଚିଲିକା ନେତାମାନଙ୍କର ଦାବୀ ରହିଲା ଯେ, ଗତଥର ଜଣେ ବାହାର ନେତାଙ୍କୁ ଆଣି ଆମ ଉପରେ ଲଦି ଦିଆଯାଇଥିଲା। ଆମେ ଆଖି ବୁଜି ସାହାଯ୍ୟ କଲୁ। ହେଲେ ପରିସ୍ଥିତି କଣ ହେଲା ଆପଣମାନେ ଜାଣିଛନ୍ତି। ବର୍ତ୍ତମାନ ସେହି ପ୍ରକାରର ପ୍ରସ୍ତାବକୁ ଆମେ ଆଉ ଗ୍ରହଣ କରିବୁ ନାହିଁ ବୋଲି ଚିଲିକା ନେତାମାନେ ଶୀର୍ଷ ନେତୃତ୍ବଙ୍କୁ ଜଣାଇ ଦେଇଛନ୍ତି। ଏହାଦ୍ବାରା ଚିଲିକାରୁ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି ପ୍ରାର୍ଥୀ ହେବା ପ୍ରସ୍ତାବ ଝୁଲି ରହିଲା ବୋଲି ଜଣାପଡିଛି।

Categories
ଆଜିର ଖବର ରାଜ୍ୟ ଖବର

କାଳୁପଡାଘାଟ ଷ୍ଟେସନରେ ରହିଲା ପ୍ରଶାନ୍ତି ଏକ୍ସପ୍ରେସ: ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭା ନିର୍ବାଚନମଣ୍ଡଳୀର କାଳୁପଡାଘାଟ ରେଳଷ୍ଟେସନରେ ପ୍ରଶାନ୍ତି ଏକ୍ସପ୍ରେସ ( ଭୁବନେଶ୍ୱର – ବେଙ୍ଗାଳୁରୁ )ର ରହଣି ଆଜିଠୁ ଆରମ୍ଭ ହେଇଛି। ଏହି ଅବସରରେ ପ୍ରଶାନ୍ତି ଏକ୍ସପ୍ରେସକୁ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ନେତା ପୃଥିବୀରାଜ ହରିଚନ୍ଦନ ଓ ରେଳ ବିଭାଗର ବରିଷ୍ଠ ଅଧିକାରୀ ପତାକା ଦେଖେଇ କାଳୁପଡାଘାଟ ରେଲଷ୍ଟେସନରୁ ଶୁଭାରମ୍ଭ କରିଛନ୍ତି।

କାଳୁପଡାଘାଟ ରେଳ ଷ୍ଟେସନରେ ରଣପୁର ଓ ଚିଲିକା ଅଞ୍ଚଳର ସାଧାରଣ ଜନତା ନିଜ ଗମନାଗମନ ପାଇଁ ନିର୍ଭର କିନ୍ତୁ ଏହି ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନ ରହୁ ନ’ ଥିବା କାରଣରୁ ସ୍ଥାନୀୟ ଜନତା ଅନେକ ସମସ୍ୟା ଦେଇ ଗତିରୁଥିଲେ ଓ ଏକ୍ସପ୍ରେସ ଟ୍ରେନ ପାଇଁ ପୁରୀ ଓ ଖୋର୍ଦ୍ଧା ରୋଡ଼ ରେଳଷ୍ଟେସନରେ ନିର୍ଭର କରୁଥିଲେ। ସ୍ଥାନୀୟ ଜନତାଙ୍କ ଏହି ସମସ୍ୟା ବିଷୟରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ଦ୍ଵାରା ସମ୍ବିତ ପାତ୍ର ଅବଗତ ହେବା ପରେ ସେ କାଳୁପଡାଘାଟ ରେଳ ଷ୍ଟେସନରେ ଅନେକ ଏକ୍ସପ୍ରେସ ଟ୍ରେନର ରହଣି ପାଇଁ ଉଦ୍ୟମ କରିଥିଲେ। ସେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମାର୍ଚ୍ଚ ମାସରେ ଦିଲ୍ଲୀରେ ଭେଟ କରି କାଳୁପଡାଘାଟ ରେଳଷ୍ଟେସନରେ ରଜ୍ୟରାଣୀ ଏକ୍ସପ୍ରେସ ଓ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ଅନୁରୋଧ କରିଥିଲେ।

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସମ୍ବିତ ପାତ୍ରଙ୍କ ଅନୁରୋଧ ସ୍ବୀକାର କରି ଗତ ଜୁନ ମାସରେ ରାଜ୍ୟରାଣୀ ଟ୍ରେନର ରହଣି ପାଇଁ ସ୍ବୀକୃତି ଦେଇଥିବା ବେଳେ ଗତ ୧୧ ଅଗଷ୍ଟକୁ ସେ ପ୍ରଶାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ବୀକୃତି ଦେଇଥିଲେ। ପ୍ରଶାନ୍ତି ଏକ୍ସପ୍ରେସ କାଳୁପଡାଘାଟ ଷ୍ଟେସନରେ ରହଣି ଯୋଗୁଁ ଚିଲିକା ଓ ରଣପୁର ଅଂଚଳର ଜନତାଙ୍କ ଗମନାଗମନ ସରଳ ହେବା ସହିତ ଅଞ୍ଚଳରେ ପର୍ଯ୍ୟଟନ ଓ ଆର୍ଥିକ ଗତିବିଧିରେ ମଧ୍ୟ ବୃଦ୍ଧି ହେବ।

ସମ୍ବିତ ପାତ୍ର ଏହି ବିଷୟରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୁରୀ ଲୋକସଭାର ସମସ୍ତ ସମସ୍ୟାର ସମାଧାନ କରିବା ପାଇଁ ସେ ପ୍ରଚେଷ୍ଟା କରୁଛନ୍ତି। କାଳୁପଡାଘାଟ ଷ୍ଟେସନରେ ପ୍ରସାନ୍ତି ଏକ୍ସପ୍ରେସର ରହଣି ପାଇଁ ସ୍ଥାନୀୟବାସିନ୍ଦାଙ୍କ ଅନେକ ଦିନର ଦାବି ଥିଲା। ଆଜି ଏହାର ସମାଧାନ ହେଇଥିବାରୁ ସେ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି।

ପ୍ରଶାନ୍ତି ଏକ୍ସପ୍ରେସର ରହଣି ପରେ ଆଜି ଚିଲିକା ଓ ରଣପୁରରେ ଖୁସିର ଲହରୀ ଖେଳିଯାଇଛି।

Categories
ଆଞ୍ଚଳିକ

ଚିଲିକା ବିଧାନସଭାରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ନାଚୁଣୀରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ଵୀରାଜ ହରିଚନ୍ଦନ ଓ ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ତଥା ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହେଲେ।

ନାଚୁଣୀରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୋଦି ସରକାରଙ୍କ ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଳକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ନାଚୁଣୀ ପଞ୍ଚାୟତବାସୀଙ୍କୁ ଅବଗତ କରାଯାଇଛି।

ସୂଚନା ଥାଉକି ବିଜେପିର ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ସାରା ଦେଶରେ ଜାରି ରହିଥିବା ବେଳେ ଅନୁରୂପ ଭାବେ ସମ୍ବିତ ପାତ୍ର ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ସାତ ଗୋଟି ନିର୍ବାଚନମଣ୍ଡଳୀରେ ଉକ୍ତ ଅଭିଯାନ ଜାରି ରଖିଛନ୍ତି।

Categories
ଆଞ୍ଚଳିକ

ଗମ୍ଭାରିମୁଣ୍ଡାରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ ଶୁଣିଲେ ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ଚିଲିକା: ମୋ ବୁଥ୍, ସବୁଠୁ ମଜବୁତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ବୋଧନ ପୁରୀ ଲୋକସଭା ଅନ୍ତର୍ଗତ ଚିଲିକା ବିଧାନସଭାର ବୁଥ୍ ନଂ ୧୦ରେ ଶୁଣିଲେ ଭରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର। ଗମ୍ଭାରିମୁଣ୍ଡା ଗାଁରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ସହିତ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ସଭାସ୍ଥଳରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ ଶୁଣିବା ସହିତ ବ୍ଲକର ବିଭିନ୍ନ ବିଷୟକୁ ନେଇ ଏକ ସକାରାତ୍ମକ ଚର୍ଚ୍ଚା ସହିତ ସହଭୋଜର ଆୟୋଜନ ହେଇଥିଲା। ଏହି କାର୍ଯ୍ୟକ୍ରମରେ ବାଣପୁର ବ୍ଲକର ୩୦୦ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ନିଜ ଉଦ୍ବୋଧନରେ କାର୍ଯ୍ୟକର୍ତ୍ତାଙ୍କୁ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି ଭାରତୀୟ ଜନତା ପାର୍ଟୀର କାର୍ଯ୍ୟକର୍ତ୍ତାମାନଙ୍କ କାମ ହେଉଛି ଦେଶହିତ ସହିତ ଜଡ଼ିତ ସମସ୍ତ ବିଷୟକୁ ଆଗକୁ ନେଇ କାର୍ଯ୍ୟ କରିବା। ଭାରତୀୟ ଜନତା ପାର୍ଟିର ସବୁଠୁ ବଡ଼ ଶକ୍ତି ହେଉଛନ୍ତି କାର୍ଯ୍ୟକର୍ତ୍ତା। ଭାରତୀୟ ଜନତା ପାର୍ଟି ଫତୱା ଜାରି କରୁଥିବା ପାର୍ଟି ନୁହେଁ, ଜନତାଙ୍କ ବିକାଶ ପାଇଁ କାମ କରୁଥିବା ପାର୍ଟି। ସେ ଦେଶର ବିରୋଧୀଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ଓ କହିଛନ୍ତି ଯେ ପରିବାରବାଦକୁ ଆଗକୁ ବଢ଼ାଉଛନ୍ତି ବିରୋଧୀ।

Categories
ଆଞ୍ଚଳିକ

ଚିଲିକା: ସିଦ୍ଧେଶ୍ବରୀ ମଣ୍ଡଳର ବିଜେପି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ଚିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସିଦ୍ଧେଶ୍ବରୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସୌମ୍ୟ ରଂଜନ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଗମ୍ଭାରିମୁଣ୍ଡା ସ୍ଥିତ ପତିତପାବନ କଲ୍ୟାଣ ମଣ୍ଡପରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ ବୈଠକରେ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ଡଃ ସମ୍ବିତ ପାତ୍ର, ଦଳର ପ୍ରଦେଶ ସାଧାରଣ ସଂପାଦକ ତଥା ଚିଲିକା ବିଧାନସଭା କ୍ଷେତ୍ର ବିଧାୟକ ପ୍ରାର୍ଥୀ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମି ରଂଜନ ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ପୂର୍ବତନ ଜିଲ୍ଲା ସଭାପତି ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ସାଧାରଣ ସଂପାଦକ ଦୁଷ୍ମନ୍ତ ହରିଚନ୍ଦନ, ପୁରୀ ଲୋକସଭା ପ୍ରବାସ ଯୋଜନା ପ୍ରଭାରୀ ଅମୀୟ ଦାସ, ସହ-ପ୍ରଭାରୀ ଶଙ୍କର ପରିଡା, ଚିଲିକା ବିଧାନସଭା ପ୍ରଭାରୀ ରତିକାନ୍ତ ଦାସ, ଦଳର ମାର୍ଗଦର୍ଶକ ତଥା ବରିଷ୍ଠ ଡ଼ାକ୍ତର ସୁରେନ୍ଦ୍ର ନାଥ ଦାସ,୧୩ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ରୋଜିତା ପ୍ରଧାନ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମାଧବ ଚନ୍ଦ୍ର ଦଳାଇ, ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବ୍ଲକ ଉପାଧ୍ୟକ୍ଷା ରିନା ଦେଇ, ଦଳ ବରିଷ୍ଠ ନେତା ଗୋଲଖ ବିହାରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ପୁରୀ ଲୋକସଭା କ୍ଷେତ୍ର ଓ ଚିଲିକା ବିଧାନସଭା କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିର କିପରି ବିଜୟ ହେବ ଏବଂ ବୁଥ୍ ସ୍ତର ଠାରୁ ଆରମ୍ଭ କରି ତ୍ରିଦେବ ଶକ୍ତି କେନ୍ଦ୍ର ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଯୋଡ଼ି ହୋଇ କିପରି ସୁଚାର ରୂପେ କାର୍ଯ୍ୟ କରିବେ ସେ ବିଷୟରେ ନେତାମାନେ ମାର୍ଗଦର୍ଶନ କରିଥିଲେ।

ପରିଶେଷରେ ଦକ୍ଷ ସଂଗଠକ ତଥା ୧୩ ନଂ ଜୋନ୍ ଯୁବ ନେତା ତପନ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।