Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର

ଭାରତର ଇଞ୍ଚିଏ ଜାଗା କେହି ବି ନେଇ ପାରିବେ ନାହିଁ, ଅମିତ ଶାହା

ନୂଆଦିଲ୍ଲୀ: ଚୀନର ସୀମା ଉଲ୍ଲଘଂନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି । ସଂସଦର ବାହାରେ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ରଖି ଚୀନକୁ ସମାଲୋଚନା କରିଛନ୍ତି। ଶାହା ଦୃଢ଼ତାର ସହ କହିଛନ୍ତି, ମୋଦୀ ସରକାର ସମୟରେ କେହି ଭାରତର ଗୋଟିଏ ଇଞ୍ଚ ଜାଗା ନେଇପାରିବେ ନାହିଁ ।

ତେବେ ଏହି ପ୍ରସଂଗରେ ଶାହା କଂଗ୍ରେସ ଶାସନ ସମୟକୁ ସମାଲୋଚନା କରିଛନ୍ତି। ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲେ ମଧ୍ୟ କଂଗ୍ରେସ ସରକାର କିଛି କରି ନ ଥିଲେ। ହେଲେ ବର୍ତ୍ତମାନ ଏପରି ହୋଇପାରିବ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

ଏଥିସହିତ ଗୃହ ମନ୍ତ୍ରୀ ଭାରତୀୟ ଯବାନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଆମର ଯବାନ ବୀରତ୍ୱର ସହ ଚୀନ ସେନା ସହ ମୁକାବିଲା କରିଛନ୍ତି । ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଚୀନ ଉଦ୍ୟମର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଯାବନ ମାନେ ସେମାନଙ୍କୁ ଉଚିତ ଜବାବ ଦେଇ ତଡ଼ି ଦେଇଥିଲେ ।

ତେବେ ଏହି ପ୍ରସଂଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ନିଜର ମନ୍ତବ୍ୟ ମଧ୍ୟ ରଖି ଭାରତୀୟ ସେନାର ଜବାବକୁ ପ୍ରସଂଶା କରିଛନ୍ତି।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

କାହିଁକି ଜରୁରୀ ବୈଠକ ଡାକିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ : ଆଜି ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏଥିରେ ସିଡିଏସ୍ ଜେନେରାଲ ଅନୀଲ ଚୌହ୍ୱାନଙ୍କ ସମେତ ୩ ସେନାର ମୁଖ୍ୟ ଓ ପ୍ରତିରକ୍ଷା ସଚିବ ଉପସ୍ଥିତ ରହିବେ । ଏଥି ସହିତ ବୈଦେଶିକ ମନ୍ତ୍ରୀ ଓ ସଚିବ ମଧ୍ୟ ଉପସ୍ଥିତ ରହିବେ।

ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଭାରତ- ଚୀନ୍ ସେନା ମୁହାଁମୁହିଁ ପ୍ରସଙ୍ଗରେ ଏହି ଜରୁରୀ ବୈଠକ ଡକାଯାଇଛି ବୋଲି ଜଣାପଡିଛି। ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ୍‌ ସେନା ପକ୍ଷରୁ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା ବେଳେ ଭାରତୀୟ ସେନା ପକ୍ଷରୁ ଜବାବ ଦିଆଯାଇଛି।

ଗତ ଶୁକ୍ରବାର ୟାଙ୍ଗସି ଅଞ୍ଚଳକୁ ପ୍ରାୟ ୩୦୦ ପିଏଲଏ ଯବାନ ପ୍ରସ୍ତୁତି ସହ ଅନୁପ୍ରବେଶ ଉଦ୍ୟମ କରିଥିଲେ।