ଭାରତର ଇଞ୍ଚିଏ ଜାଗା କେହି ବି ନେଇ ପାରିବେ ନାହିଁ, ଅମିତ ଶାହା

Published: Dec 13, 2022, 1:37 pm IST
Amit Shah on China Issue

ନୂଆଦିଲ୍ଲୀ: ଚୀନର ସୀମା ଉଲ୍ଲଘଂନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି । ସଂସଦର ବାହାରେ ଗଣମାଧ୍ୟମ ଆଗରେ ସେ ପ୍ରତିକ୍ରିୟା ରଖି ଚୀନକୁ ସମାଲୋଚନା କରିଛନ୍ତି। ଶାହା ଦୃଢ଼ତାର ସହ କହିଛନ୍ତି, ମୋଦୀ ସରକାର ସମୟରେ କେହି ଭାରତର ଗୋଟିଏ ଇଞ୍ଚ ଜାଗା ନେଇପାରିବେ ନାହିଁ ।

ତେବେ ଏହି ପ୍ରସଂଗରେ ଶାହା କଂଗ୍ରେସ ଶାସନ ସମୟକୁ ସମାଲୋଚନା କରିଛନ୍ତି। ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲେ ମଧ୍ୟ କଂଗ୍ରେସ ସରକାର କିଛି କରି ନ ଥିଲେ। ହେଲେ ବର୍ତ୍ତମାନ ଏପରି ହୋଇପାରିବ ନାହିଁ ବୋଲି ରୋକଠୋକ୍‌ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।

ଏଥିସହିତ ଗୃହ ମନ୍ତ୍ରୀ ଭାରତୀୟ ଯବାନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଆମର ଯବାନ ବୀରତ୍ୱର ସହ ଚୀନ ସେନା ସହ ମୁକାବିଲା କରିଛନ୍ତି । ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଚୀନ ଉଦ୍ୟମର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଯାବନ ମାନେ ସେମାନଙ୍କୁ ଉଚିତ ଜବାବ ଦେଇ ତଡ଼ି ଦେଇଥିଲେ ।

ତେବେ ଏହି ପ୍ରସଂଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ନିଜର ମନ୍ତବ୍ୟ ମଧ୍ୟ ରଖି ଭାରତୀୟ ସେନାର ଜବାବକୁ ପ୍ରସଂଶା କରିଛନ୍ତି।

Related posts