Categories
ଆଜିର ଖବର ରାଜ୍ୟ ଖବର

ନିୟମିତ ଦାବି ନେଇ ୧୧ ଦିନ ଧରି ଆନ୍ଦୋଳନରେ ବସିଛି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀ ନିଜର ଚାକିରୀ ନିୟମିତ କରିବା ପାଇଁ ଗାନ୍ଧୀ ମାର୍ଗରେ ୧୧ ଧରି ଆନ୍ଦୋଳନରେ ବସିଛନ୍ତି। ସଂଘର ସଭାପତି ପଞ୍ଚାନନ ଜେନାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଅକ୍ଟୋବର ମାସ ୧୫ ତାରିଖରେ ଗଣମାଧ୍ୟମରେ ନିଜର ଜନ୍ମ ଦିନରେ, ଭିଡ଼ିଓ ବାର୍ତ୍ତାରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ। ତଦଅନୁଯାଇ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ବର୍ଷ ଅକ୍ଟୋବର ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ଦେବା ପାଇଁ ଚିଠିରେ ପରିପ୍ରକାଶ କଲେ।

ଏହି ଖବରଟି ପ୍ରଥମେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମନରେ ଖୁସିର ବାର୍ତ୍ତା ବୁଣିଦେଇଥିଲା।  କିନ୍ତୁ ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିନଥିଲା। ଗଣଶିକ୍ଷା ବିଭଗର ଅଭିଯୋଗ ପ୍ରକୋଷ୍ଠରେ ଏନେଇ ସଂଘ ବାରମ୍ବାର ଅଭିଯୋଗ କରିଥିଲା। ଯାହାପରେ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ ଯେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବା ଉପରେ ନିଷ୍ପତ୍ତି ନିଆଯିବ।

କିନ୍ତୁ କିଛି ପଦକ୍ଷେପ ନେଇନଥିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା ଓ ଗଣଶିକ୍ଷା ସଚିବ ୨୦୦୪ ରୁ ୨୦୧୩ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କ ବରିଷ୍ଠତା ଓ କନିଷ୍ଟତା ସମସ୍ୟା ଉପରେ ନିଷ୍ପତ୍ତି ନେଇ, ୧୫ ଦିନ ଭିତରେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପ୍ରତିଶୃତି ଦେବାର ୪ ମାସ ବିତିଯାଇଥିଲେ ବି ସମସ୍ୟାକୁ ଦୂର ନ କରି ଜାଣିଶୁଣି ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିୟମିତରୁ ବଂଚିତ କରୁଛନ୍ତି।

ଏହିପରି ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଗଣଶିକ୍ଷା ବିଭାଗ ନିୟମ କରିଥିଲେ। ସେହି ଆଧାରରେ ପୂର୍ବରୁ ବିଭିନ୍ନ ବ୍ୟାଚର ହାରାହାରି ୧୨୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତ ହୋଇସାରିଛନ୍ତି। କିନ୍ତୁ ୨୦୧୬ ବ୍ୟାଚର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ନିୟମିତ ଫାଇଲ ଦୀର୍ଘ ୭ ମାସ ହେବ ବିଭାଗର ଅର୍ଥ ପରାମର୍ଶ ଦାତାଙ୍କ ପାଖରେ ପଡିରହିଛି। ସେମାନେ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି। ସଚିବ ସବୁ ଜାଣି ବି ନିରବଦ୍ରଷ୍ଠା ସାଜିଛନ୍ତି।

ନାରୀକୁ ସମ୍ମାନ କଥା କହୁଥିବା ମୁଖ୍ୟମନ୍ତ୍ରୀ କେତେ ଶିକ୍ଷୟତ୍ରୀଙ୍କୁ ସମ୍ମାନ ଦେଉଛନ୍ତି ସଂଘ ପ୍ରଶ୍ନ କରିଛି। ଗତ ମାସରେ ଝାରସୁଗୁଡାର ଜଣେ ବିଧବା ମା ତଥା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ସୋସିଆଲ ମିଡ଼ିଆରେ କାନ୍ଦି କାନ୍ଦି ନିୟମିତ କର ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସରକାର ଶୁଣିଲେନି, ଏ ସରକାର ନାରୀକୁ ସମ୍ମାନ ଦିଅନ୍ତି ନାହିଁ ଓ ୫ ଟି ନାଁରେ ମିଛ ସରକାର ଚାଲିଛି ବୋଲି ସର୍ବସାଧାରଣ କହୁଥିବା କଥା ସତ ପାଲଟିଛି। କାରଣ ୫ ଗୋଟି ଟି ମଧ୍ୟରୁ ଗୋଟିଏ ଟି ହେଲା ଟାଇମ, ଅର୍ଥାତ୍ ଠିକ୍ ସମୟରେ କାର୍ଯ୍ୟ ସରିବା କଥା। କିନ୍ତୁ ଗଣଶିକ୍ଷା ବିଭାଗ ୫ ଟି ଅଧୀନରେ ଆସୁଥିଲେ ବି ଦୀର୍ଘ ୭ ମାସ ପରେ ବି ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ବିଭାଗ ନିୟମିତ କରୁନାହାନ୍ତି।

ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କ ପ୍ରତି ସରକାରଙ୍କ ବୈମାତୃକ ମନଭାବ, ମାତ୍ରାଧିକ ନିର୍ଯାତନା ଓ ନିୟମିତ କରିନଥିବାରୁ, ସଂଘ ଏପ୍ରିଲ ୧ ଠାରୁ ନିୟମିତ ଚିଠି ବାହାରିବା ଯାଏଁ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଗାନ୍ଧୀ ମାର୍ଗରେ ଆନ୍ଦୋଳନରେ ବସିଅଛି। ଏହା ମଧ୍ୟରେ ବିଭାଗ ସଂଘ ସହ ଆଲୋଚନା କରିଥିଲେ ସୁଦ୍ଧା ନିୟମିତ ଚିଠି ବାହାର କରିନାହାନ୍ତି। ସଂଘର ବର୍ତ୍ତମାନ୍ ମତ ହେଉଛି ଆଲୋଚନା ନୁହଁ ଚିଠି ଦରକାର।

ନିୟମିତ ଚିଠି ବାହାରିବା ପରେ ଆନ୍ଦୋଳନରୁ ହଟିବୁ ବୋଲି ସଂଘର ସମ୍ପାଦକ ସତ୍ୟ ଭୂଷଣ ତରାଇ ସରକାରଙ୍କୁ ଚେତାବନୀ ଦେଇଛନ୍ତି। ଏହି ସମୟରେ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ, ଛାତ୍ର ଛାତ୍ରୀଙ୍କ ଶିକ୍ଷା ବାଧା ପ୍ରାପ୍ତ ହୋଇପାରେ। ଏଥିପାଇଁ ସରକାର ନିଜେ ଦାୟୀ ରହିବେ ବୋଲି ସଙ୍ଘର ଉପଦେଷ୍ଟା ବିଶ୍ୱଜିତ ବିଶ୍ୱାଳ ସରକାରଙ୍କୁ ଅବଗତ କରାଇଛନ୍ତି।

ସରକାରଙ୍କ ଶିକ୍ଷକ ମାରଣାନୀତି ପ୍ରତିବାଦରେ ସଂଘର କୋଷାଧକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ପ୍ରତାପ ସାମଲ, ଦାମୋଦର ମହାନନ୍ଦ, ବସନ୍ତ କୌଶଲ୍ୟ , ଶାନ୍ତନୁ ଦାସ, ମାନସ ବେହେରା, ପ୍ରଭାକର ଜୟ ସିଂହ, ସାଇ ପ୍ରିତମ ସେନାପତି, ହବିଲ କିସାନ ପ୍ରମୁଖ ରାଜ ରାସ୍ତାରେ ନିଜର ଅସନ୍ତୋଷ ପରିପ୍ରକାଶ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଡ଼ିସେମ୍ବର ୭ରେ ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ: ଜାଣନ୍ତୁ କାରଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ମାସ ୧୫ ତାରିଖରେ ଗଣମାଧ୍ୟମରେ ଓଡିଶା ମାଟିରୁ ସଂପୂର୍ଣ୍ଣ ଭାବେରେ ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କରି ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନଙ୍କୁ ନିୟମିତ କରିବା ପାଇଁ ଘୋଷଣା କଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ସାଧାରଣ ଓ ପ୍ରଶାସନିକ ବିଭାଗ ଗତ ମାସ ୧୬ ତାରିଖରେ ଏକ ନୋଟିଫିକେସନ ପ୍ରକାଶ କରି ସମସ୍ତ ବିଭାଗକୁ ଅବଗତ କରାଇଲେ। ଉକ୍ତ ନିୟମରେ ସମସ୍ତ ଚୁକ୍ତିଭିତ୍ତିକ ପଦବୀକୁ ନିୟମିତ କରି ୬ ଗୋଟି ଇନ୍କ୍ରିମେଣ୍ଟ ପ୍ରଦାନ କରିବା ପାଇଁ ଚିଠିରେ ପରିପ୍ରକାଶ କଲେ। ଏହି ଖବରଟି ପ୍ରଥମେ ସମସ୍ତଙ୍କ ଚୁକ୍ତି ଭିତ୍ତିକ ଶିକ୍ଷକ ମନରେ ଖୁସିର ବାର୍ତ୍ତା ଆଣିଥିଲା। କିନ୍ତୁ ଏହି ଆଦେଶକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାନୁନାହିଁ।

ଫଳସ୍ୱରୂପ ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଞ୍ଚିତ ହେଉଛନ୍ତି। ଏହା ମଧ୍ୟରେ ଅନ୍ୟବିଭାଗର କର୍ମଚାରୀ ମାନେ ନିୟମିତ ହେଉଥିବା ସମୟରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଣଦେଖା କରାଯାଉଛି। ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ବିଭାଗର ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିବା ପରେ, ଏକ ଉଚ୍ଚ ସ୍ତରୀୟ ଆଲୋଚନା କରି ନିୟମିତ କରିବାକୁ ବିଭାଗର ବରିଷ୍ଠ ଅଧିକାରୀ ମତ ରଖିଥିଲେ। କିନ୍ତୁ ଇତି ମଧ୍ୟରେ ୫୦ ଦିନ ବିତିସାରିଥିବା ବେଳେ ବିଭାଗ କୌଣସି ବିହିତ ପଦକ୍ଷେପ ନେଇନାହାନ୍ତି।

ଯେଉଁ ଚୁକ୍ତିଭିତ୍ତିକ ଶିକ୍ଷକ ମାନେ ୬ ବର୍ଷ ଚୁକ୍ତି ଅବଧି ପୂରଣ କରିଥିବେ, ସେମାନଙ୍କୁ ନିୟମିତ କରିବା ପାଇଁ ୨୦୧୧ ମସିହାରେ ଏକ ନିୟମ ଗଣଶିକ୍ଷା ବିଭାଗ କରିଥିଲେ। ଏହି ଆଧାରରେ ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନିୟମିତ କରିବା ପାଇଁ ଏକ ତାଲିକା ମାଧ୍ୟମିକ ଶିକ୍ଷା ନିର୍ଦ୍ଧେଶକ ଗଣଶିକ୍ଷା ବିଭାଗକୁ ପଠାଇଥିଲେ। କିନ୍ତୁ ୨ ମାସ ବିତିଗଲାଣି ନିୟମିତ କରିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି ଗଣଶିକ୍ଷା ବିଭାଗ।

ବିଭିନ୍ନ ବାହାନା ଦେଖାଇ ଦିନ ପରେ ଦିନ ଗଡ଼ାଇ ଚାଲୁଛନ୍ତି, ଏହା ଦ୍ୱାରା ୨୦୧୬ ରୁ ୨୦୨୨ ଭିତରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ନିୟମିତରୁ ବଂଚିତ ହେଉଛନ୍ତି। ଗଣଶିକ୍ଷା ବିଭାଗର ଏହି ନୀରବତା ପାଇଁ ଗତ ୧୬ ତାରିଖରେ ସଂଘ ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲା, ଏହା ପରେ ଗଣଶିକ୍ଷା ସଚିବ ୧୭ ତାରିଖରେ ସଂଘ ସହ ଆଲୋଚନା କରିଥିଲେ ଓ ତୁରନ୍ତ ସମସ୍ତ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପ୍ରତିଶୃତି ଦେଇଥିଲେ। କିନ୍ତୁ ୧୫ ଦିନ ବିତିଯାଇଥିବା ସତ୍ତ୍ୱେ ବିଭାଗ ଏ ଯାଏଁ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଦୃଷ୍ଟି ଦେଉନାହାନ୍ତି। ସର୍ବ ସାଧାରଣରେ ଗୋଟିଏ ଚର୍ଚ୍ଚା ହେଲାଣି ମୁଖ୍ୟମନ୍ତ୍ରୀ ମିଛ ଘୋଷଣା କରିଛନ୍ତି।

ବର୍ତ୍ତମାନ ସାଧାରଣ ପ୍ରଶାସନିକ ବିଭାଗ ହେଉବା ଅର୍ଥ ବିଭାଗ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନେଉନାହାନ୍ତି। ଗଣଶିକ୍ଷା ବିଭାଗ ବର୍ତ୍ତମାନ ୭୫୦୦ ନିୟମିତ ପଦବୀ ହାଇସ୍କୁଲ ନିମନ୍ତେ ବିଜ୍ଞାପନ ବାହାରକରିଛନ୍ତି। ଏହାକୁ ସଂଘ ସ୍ୱାଗତ କରୁଅଛି। କିନ୍ତୁ ପ୍ରଥମେ ୧୮୦୦୦ ଶିକ୍ଷକ ମାନଙ୍କୁ ଗଣଶିକ୍ଷା ବିଭାଗ ନିୟମିତ କରି ତାପରେ ନିୟମିତ ପଦବୀ ଦେଇ ଶିକ୍ଷକ ସମସ୍ୟା ଦୂର କରନ୍ତୁ ବୋଲି ସଂଘ ଅଭିଯୋଗ କରିଛି।

ସରକାରଙ୍କ ଶିକ୍ଷକ ମାରଣନୀତି ବିରୁଦ୍ଧରେ ଓ ୧୮୦୦୦ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ନିୟମିତ କରିବା ଦାବୀ ନେଇ ଆସନ୍ତା ଡିସେମ୍ବର ୦୭ ତାରିଖରେ ଗାନ୍ଧୀ ମାର୍ଗରେ ଆନ୍ଦୋଳନ କରିବା ପାଇଁ ସଂଘ ସଭାପତି ପଞ୍ଚାନନ ଜେନା ପ୍ରେସ ମାଧ୍ୟମରେ ଜଣାଇଛନ୍ତି। ଆନ୍ଦୋଳନ ସମୟରେ ଯେଉଁ ଅପ୍ରୀତିକର ପରିସ୍ଥିତି ହେବ, ସେଥିପାଇଁ ସରକାର ଦାୟୀ ରହିବେ ବୋଲି ସଙ୍ଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ ମତ ରଖିଛନ୍ତି।

ସରକାରଙ୍କ ତୁରନ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ମାନଙ୍କୁ ନିୟମିତ କରନ୍ତୁ, ନଚେତ ଆନ୍ଦୋଳନ ତ୍ରୀବ୍ରତର ହେବ ବୋଲି ସଂଘର କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ଉପସଭାପତି ବିନୋଦ ମିଶ୍ର, ଦାମୋଦର ମହାନନ୍ଦ, ରଂଜିତ ନାୟକ, ଶାନ୍ତନୁ ଦାସ, ହବିଲ କିସାନ ପ୍ରତାପସମାଲ ,ବିନୋଦ ମିଶ୍ର, ସତ୍ୟ ତରାଇ, ମନୋହର ଦାଶ, ପ୍ରିୟବ୍ରତ ବେହେରା, ସାଇ ପ୍ରିତମ ସେନାପତି, ରାଜୀବ ପରିଡା, ବସନ୍ତ କୌଶଲ୍ୟା, ସୁବାଷ ଜେନା, ଆନନ୍ଦ ମହାନ୍ତି, ସୁବ୍ରତ ଲେଙ୍କା, ରଶ୍ମି ରଞ୍ଜନ ସାହୁ, ମିଥୁନ ମାଳି, ମାନସ ସେଥି, ଜଗଦୀଶ ବେହେରା, ନୟନ କୁମାର ପାଢ଼ୀ, ସିମାଞ୍ଚଳ ସାହୁ, ଦିଲୁ ସାହୁ ସୁରଦର୍ଶନ ସାହୁ, ମାନସ ବେହେରା, ପ୍ରମୁଖ ସରକାରଙ୍କୁ ଜଣାଇଅଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଗଣଶିକ୍ଷା ବିଭାଗର ବେଖାତିର: ବିଧାନସଭା ଘେରିବ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ

ଭୁବନେଶ୍ୱର: ବହୁଦିନଧରି ଓଡ଼ିଶା ମାଟିରେ ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀମାନେ ଅଧା ଦରମାରେ ଗୋତି ଶ୍ରମିକ ଭାବରେ ସରକାରଙ୍କ ଗଣଶିକ୍ଷା ବିଭାଗରେ କର୍ଯ୍ୟ କରି ଆସୁଥିଲେ। ଚୁକ୍ତିଭିତ୍ତିକ ପ୍ରଥାକୁ ବିରୋଧ କରି ସଙ୍ଘ ବହୁବାର ଆନ୍ଦୋଳନ କରିଥିଲା। ଗତ ମାସ ୧୧ ତାରିଖରେ ୩୦ ହଜାରରୁ ଊର୍ଦ୍ଧ୍ଵ ଶିକ୍ଷକ ଓ କର୍ମଚାରୀ ଗାନ୍ଧି ମାର୍ଗରେ ମହା ଆନ୍ଦୋଳନ କରିଥିଲେ, ଫଳସୁରୂପ ଚୁକ୍ତିଭିତ୍ତିକ ପଦବୀକୁ ମୁଖ୍ୟମନ୍ତ୍ରୀ ଉଚ୍ଛେଦ କରି ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ ପାଇଁ ଘୋଷଣା କରିଥିଲେ।

ଏହି ମହାନ ନିଷ୍ପତ୍ତି ପାଇଁ ହଜାର ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଓ କର୍ମଚାରୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। କିନ୍ତୁ ଗଣଶିକ୍ଷା ବିଭାଗ ନିୟମକୁ କାର୍ଯକାରୀ ନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରିବା ପାଇଁ ଏ ଯାଏଁ ନିଷ୍ପତ୍ତି ନେଉନାହାନ୍ତି। ଚୁକ୍ତିଭିତ୍ତିକ ଉଚ୍ଛେଦ ଆଇନ୍ ଟି ଆଜି ଯାଏ ଗଣଶିକ୍ଷା ବିଭାଗ କିମ୍ୱା ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ ନିକଟକୁ ନ ପହଞ୍ଚିବା କାରଣରୁ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ନିୟମିତ ହୋଇପାରୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଆଜି ବିଭାଗ ବେଖାତିର କରୁଛନ୍ତି। ସମସ୍ତ ଶିକ୍ଷକ ୨୦୧୩ ଚୁକ୍ତିଭିତ୍ତିକ ଆଇନରେ ଚାକିରି ପାଇଥିଲେ ଓ ମୁଖ୍ୟମନ୍ତ୍ରୀ ଚୁକ୍ତିଭିତ୍ତିକ ଆଇନ-୨୦୧୩ କୁ ଉଚ୍ଛେଦ କରି ନିୟମିତ କରିବା ପାଇ ଘୋଷଣା କରିଥିଲେ ଓ ନୂତନ ନିୟମ ଅନୁସାରେ ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ କରିବା କଥା। କିନ୍ତୁ ବିଭିନ୍ନ ବାହାନା ଦେଖାଇ ନିୟମିତ କରୁନାହାନ୍ତି।

ଏଥିପାଇଁ ଆଜି ଶିକ୍ଷକ ସମାଜ ଗଣଶିକ୍ଷା ବିଭାଗର ନିରବତା ଦେଖି ଦୁଃଖ ପ୍ରକାଶ କରିଛି। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଏହି ସମସ୍ୟା ଉପରେ ଦୃଷ୍ଟି ଦେଇ ନିଜ ଘୋଷଣା ମୁତାବକ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ କରନ୍ତୁ ଓ ସମସ୍ତ ୨୦୦୪ ରୁ ୨୦୧୪ ଯାଏଁ ନିଯୁକ୍ତି ପାଇଥିବା ଶିକ୍ଷକ ମାନଙ୍କୁ ୬ ବର୍ଷର ଚୁକ୍ତି ଅବଧିକୁ ନିୟମିତ ଚାକିରୀରେ ମିଶାଇ ନ୍ୟାୟ ପ୍ରଦାନ କରନ୍ତୁ।

ଯଦି ଗଣ ଶିକ୍ଷା ବିଭାଗ ଆଗାମୀ ୫ ଦିନ ଭିତରେ ସମସ୍ତ ୨୦ ହାଜର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ନିୟମିତ ନ କରନ୍ତି ତେବେ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ ରାଜ ରାସ୍ତାକୁ ଓହ୍ଲାଇବେ ଓ ବିଧାନ ସଭା ଘେରେଉ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏକ ପ୍ରେସ ଇସ୍ତାହାରରେ ସଙ୍ଘ ମହା ସଚିବ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସମ୍ପାଦକ ଅନ୍ତର୍ଯ୍ୟାମି ବେହେରା, ଉପସଭାପତି ଦାମୋଦର ମହା ନନ୍ଦ, କୋଷାଧ୍ୟକ୍ଷ ଅକ୍ଷୟ ସତନାମୀ, ରାଜେନ୍ଦ୍ର ମଲ୍ଲିକ, ପ୍ରତାପ ସାମଲ, ବିନୋଦ ମିଶ୍ର, ବସନ୍ତ କୌଶଲ୍ୟ, ଶାନ୍ତନୁ ଦାସ ପ୍ରମୁଖ ସରକାରଙ୍କୁ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ସରକାରୀ ହାଇସ୍କୁଲ୍ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ ସହ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଆଲୋଚନା

ଭୁବନେଶ୍ଵର: ସେପ୍ଟେମ୍ବର ୧୯ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଓଡିଶା ସରକାରୀ ହାଇସ୍କୁଲ୍ ଇନିସିଆଲ୍ ଅପୋଇଣ୍ଟି ଶିକ୍ଷକ ସଂଘର ବିଭିନ୍ନ ଦାବୀ ଉପରେ ଆଲୋଚନା କରିବା ପାଇଁ ପତ୍ର ମଧ୍ୟମରେ ଅବଗତ କରାଇଥିଲେ। ଏଣୁ ରାଜ୍ୟ ସଂଘର ଏକ ୪ ଜଣିଆ ପ୍ରତିନିଧି ଆଜି ସଚିବାଳୟରେ ଇନିସିଆଲ୍ ଆପଏଣ୍ଟି ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ବିଭିନ୍ନ ଦାବି କୁ ନେଇ ଆଲୋଚନା କରିଥିଲେ। ଆଲୋଚନା ରେ ଓ ଗଣଶିକ୍ଷା ମନ୍ତ୍ରୀ ସମିର ରଞ୍ଜନ ଦାଶ,ବିଭାଗ ପ୍ରମୁଖ ଶାସନ ସଚିବ ଆସ୍ଵସ୍ଥି ଏସ୍, ଶିକ୍ଷା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କର ମୁଖ୍ୟତଃ ଦାବି ଯଥା:- ଚୁକ୍ତିଭିତ୍ତିକ ପ୍ରଥାର ଉଛେଦ, ୬ ବର୍ଷ ଚୁକ୍ତିଭିତ୍ତିକ ସମୟକୁ ମୂଳ ଚାକିରି ସମୟ ସହ ଯୋଗ କରିବା, ୨୦୧୬ ବ୍ୟାଚ୍ ର ୧୦ ମାସ ଛୋଟେଇ ସମୟକୁ ମୂଳ ଚାକିରି ସହ ଯୋଗ କରିବା, ବଦଳି ନିୟମକୁ ପରିବର୍ତ୍ତନ କରିବା, ୧୯୬୬ ଛୁଟି ନିୟମ କୁ ଲାଗୁ କରିବା, ୨୦୧୬ ବ୍ୟାଚ୍ କୁ ଯଥାଶିଘ୍ର ନିୟମିତ କରିବା, ୨୦୧୬ ବ୍ୟାଚ୍ ରେ ନିଯୁକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ଯେଉଁମାନେ OSSTET ପରୀକ୍ଷା ଦେଵାପାଇଁ ସୁଯୋଗ ପାଇପାରୁନାହାନ୍ତି ସେମାନଙ୍କୁ OSSTET ରୁ ବାଦ୍ ଦେଵା, ବିଏ.ବିପିଏଡ୍ ଏବଂ ବିଏ.ସିପିଏଡ୍ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ୪୨୦୦ ଗ୍ରେଡ୍ ପେ ପ୍ରଦାନ, ହିନ୍ଦୀ, ସଂସ୍କୃତ ଏବଂ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ରାଜ୍ୟ କ୍ୟାଡର୍ ରେ ଅନ୍ତର୍ଭୂକ୍ତ କରିବା, ଏକ୍ସଗ୍ରାଟିଆ ସୁବିଧା ପ୍ରଦାନ, ପୂଜା ପୂର୍ବରୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ଦରମା ପ୍ରଦାନ, ସାଧାରଣ ପ୍ରଶାସନ ବିଭାଗର ନିୟମନାମା ୧୧୪୭ ଓ ୩୨୦୧୦ କୁ ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟିତ୍ରୀ ପାଇଁ ଲାଗୁ କରିବା ଆଦି ଦାବି ଉପରେ ଆଲୋଚନା ହୋଇଥିଲା।

ସମସ୍ତ ଦାବୀ ଗୁଡ଼ିକୁ ଅଳ୍ପ ଦିନ ଭିତରେ ପରିପୂରଣ କରିବା ପାଇଁ ସ୍ପଟ ଭାବରେ ସଙ୍ଘକୁ ଅବଗତି କରାଇଥିଲେ, ଇନିଶିଆଲ ଅପୋଇଣ୍ଟି ୧୯୬୬ ଲିଭ୍ ରୁଲ୍ ଫାଇଲ୍ ଟି ଗଣଶିକ୍ଷା ବିଭାଗରେ ରହିଅଛି, ଏହାକୁ ଖୁବ୍ ଶୀଘ୍ର ଅନୁମୋଦନ କରିବା ପାଇଁ ଶିକ୍ଷା ସଚିବ ମତ ପ୍ରକାଶ କରିଥିଲେ। ୨୦୧୬ ବର୍ଷରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷୟତ୍ରୀ ମାନଙ୍କୁ ଦୁର୍ଗା ପୂର୍ବରୁ ନିୟମିତ କରିବା ପାଇଁ ସଚିବ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଆଲୋଚନା ରେ ସଂଘର ମହାସଚିବ ଶ୍ରୀଯୁକ୍ତ ବିଶ୍ୱଜିତ୍ ବିଶ୍ଵାଳ, ସଭାପତି ପଞ୍ଚାନନ ଜେନା, ସଂପାଦକ ଅର୍ନ୍ତଯ୍ୟାମୀ ବେହେରା ଏବଂ କାର୍ଯକାରୀ ସଭାପତି ଶ୍ରୀଯୁକ୍ତ ଶାନ୍ତୁନୁ ଦାସ ପ୍ରମୁଖ ୪ଜଣିଆ ପ୍ରତିନିଧି ଭାବେ ଉପସ୍ଥିତ ଥିଲେ।