Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ରାମେଶ୍ୱରରୁ କୁହୁଡି ଅଂଚଳକୁ ଆସୁଥିଲା ଚୋରା ମଦ: ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ଜବତ କଲା ଚାନ୍ଦପୁର ପୋଲିସ

ନୟାଗଡ/ଚାନ୍ଦପୁର: ବେଧଡକ ଭାବେ ଚୋରା ମଦ କାରବାର ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଚାଲୁଛି। ବେଆଇନ ମଦ କାରବାରରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କୁ ଧରିବା ପାଇଁ ଚାନ୍ଦପୁର ପୋଲିସ ଉଦ୍ୟମ ଜାରି ରଖୁଛି। ହେଲେ ତଥାପି ଏହି ଚୋରା କାରବାରରେ ବ୍ରେକ ଲାଗିପାରୁନି। ମଦ ବୋଝେଇ ମାରୁତି ଭ୍ୟାନରୁ ପୋଲିସ ଲକ୍ଷାଧିକ ଟଙ୍କାର ମଦ ଜବତ କରିଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ରାମେଶ୍ୱରରୁ କୁହୁଡି ଅଂଚଳକୁ ବିଦେଶୀ ମଦ ଚାଲାଣ କରାଯାଉଥିଲା। ଖବର ପାଇ  ଚାନ୍ଦପୁର ପୋଲିସ୍ ରଚିଥିଲା ଚକ୍ରବ୍ୟୁହ। ୨ ଟି ସନ୍ଦିଗ୍ଧ ମାରୁତି ଭ୍ୟାନକୁ ଚାନ୍ଦପୁର ପୋଲିସ୍ ଜାତୀୟ ରାଜପଥରେ ପିଛା କରିଥିଲା। ଚାନ୍ଦପୁର ନିକଟରେ  ପୋଲିସ୍  ଗାଡି ୨ ଟିକୁ ଅଟକାଇବା  ବେଳେ ଗାଡି ଛାଡି କାର୍ ଚାଳକ ଦ୍ୱୟ ଫେରାର ହୋଇଯାଇଥିଲେ। ପୋଲିସ ଗାଡି ଦୁଇଟିକୁ ଜବତ କରିବା ବେଳେ ସେଥିରେ ବିଦେଶୀ ମଦ ଲୋଡ ହେବାର ଦେଖିବାକୁ ପାଇଥିଲା।

ଜବତ ହୋଇଥିବା ଗାଡିରୁ ପ୍ରାୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ମଦ ମହଜୁଦ ଥିବା ଜଣାପଡିଛି। ଏହି ମାରୁତି ଭ୍ୟାନରେ ବାକାର୍ଡୀ, ମାକଡୁଏଲ ନଂ ୧ ପ୍ରିମିୟମ, ହଣ୍ଟର ଆଦି ଦାମୀ ବିଦେଶୀ ମଦ ବୋତଲ ଥିବା ଜଣା ପଡିଛି। ଏହି ୨ ଟି ଭ୍ୟାନରେ ୧୪୫୨ ମଦ ବୋତଲ ଥିବା ପୋଲିସ୍ ଏସଡିପିଓ ଏସ୍ ଟପ୍ନୋ ପ୍ରକାଶ କରିଛନ୍ତି। ଗାଡି ମାଲିକ କୁହୁଡି ଅଂଚଳର ବୋଲି ପୋଲିସ୍ ଜାଣିବାକୁ ପାଇଛି। ଏ ନେଇ ପୋଲିସ୍ ୧୦୮/୨୧ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କୁ ଜୋରଦାର କରିଛି। ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଂଜନ ଦାସ ଏହି ଚଢାଉରେ ନେତୃତ୍ଵରେ ନେଇଥିଲେ।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ତିର୍ତ୍ତୋଲରେ ଚାଲିଛି ନକଲି ଚୋରା ମଦ କାରବାର: ମଦ ମୃତ୍ୟୁ ଆଶଙ୍କା

ରମେଶ ମହାନ୍ତି

ଜଗତସିଂହପୁର: ଚଳିତ ଲକଡାଉନରେ ଜଗତସିଂହପୁର ଜିଲ୍ଲାରେ ସରକାରୀ ସ୍ୱୀକୃତି ପ୍ରାପ୍ତ ମଦଦୋକାନ ଗୁଡିକ ବନ୍ଦ ରହିଥିବା ବେଳେ ଚୋରା ମଦ ବେପାରୀ ମାନେ ସକ୍ରିୟ ହୋଇ ଉଠିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୃତ ଗତିରେ ବୃଦ୍ଧି ପାଉଥିବା ଭୟାବହ କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଚୋରା ମଦ ବେପାରୀଙ୍କ ଖାତିର ନାହିଁ।

ସୂଚନାନୁଯାୟୀ ଗତବର୍ଷ ଲକଡାଉନ ସମୟରେ ତିର୍ତ୍ତୋଲ ଅଞ୍ଚଳର ଚୋରା ମଦ ବେପାରୀମାନେ ମଦର ଧାର୍ଯ୍ୟ ମୁଲ୍ୟ ଠାରୁ ତିନି ଚାରି ଗୁଣା ଚଢା ଦାମରେ ବିକ୍ରିକରି ମାଲେମାଲ୍ ହୋଇଥିବା ବେଳେ ଚଳିତ ଲକଡାଉନରେ ପୁଣି ଆରମ୍ଭ ହୋଇଗଲାଣି ଚୋରା ମଦର ବହୁଳ କାରବାର। ଲକଡାଉନ ଚାଲିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ଗାଁ ଗହଳି ଛକ ବଜାରରେ ଛତୁ ଫୁଟିଲା ପରି ଚୋରା ମଦ ବେପାର ଚାଲିଥିବା ଦେଖିବାକୁ ମିଳୁଛି। ଏମିତିକି ତିର୍ତ୍ତୋଲ ଅଞ୍ଚଳରେ ଏବେ ନକଲି ମଦର ଯୋରଦାର କାରବାର ଚାଲିଥିବା ଚର୍ଚ୍ଚା ହେଉଛି।

ତିର୍ତ୍ତୋଲ ବଜାର ଠାରେ ଅବକାରୀ ବିଭାଗର କାର୍ଯ୍ୟାଳୟ ଥିଲେ ମଧ୍ୟ ନିକଟସ୍ଥ ତିର୍ତ୍ତୋଲ ଲକବଜାରରେ ନିଧଡକ ଭାବେ ଚାଲିଛି ଚୋରା ମଦ କାରବାର। ଏପରିକି କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତାର ବାଲିପାଟଣା ବଜାରରେ ନକଲି ମଦ ବିକ୍ରି ହେଉଥିବା ଚର୍ଚ୍ଚା ହେଉଛି। ଉକ୍ତ ବଜାର ନିକଟରେ ଥିବା ଜନବସତି ବାଟରେ ଚୋରା ମଦ ଗୋଦାମ ଥିବା କୁହାଯାଉଥିବା ବେଳେ ବିଭିନ୍ନ ବ୍ରାଣ୍ଡର ଚୋରାମଦ ସର୍ବସମ୍ମୁଖରେ ନିଧଡକ ଭାବେ ବିକ୍ରି ହେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଲକଡାଉନ୍ ଯୋଗୁଁ ଛକ ବଜାର ବ୍ୟବସାୟୀ ମାନେ ଏକରକମ ହାତ ବାନ୍ଧି ଘରେ ବସିଥିବା ବେଳେ ଅପରପକ୍ଷରେ ଚୋରା ମଦ ବେପାରୀ ମାନଙ୍କର ପୁଷମାସ ଚାଲିଛି ବୋଲି କୁହାଯାଉଛି। ମଦ ବୋତଲ ଉପରେ ବିଭିନ୍ନ ବ୍ରାଣ୍ଡର ଷ୍ଟିକର ଲଗାଯାଇ ନକଲି ମଦ ବିକ୍ରି ହେଉଥିବା ତିର୍ତ୍ତୋଲ ଅଞ୍ଚଳରେ ଏବେ ଯୋରଦାର ଚର୍ଚ୍ଚା ହେଉଥିବା ବେଳେ ଅବକାରୀ ବିଭାଗର କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲକଡାଉନ୍ ସମୟରେ ତିର୍ତ୍ତୋଲ ଅଞ୍ଚଳରେ ନକଲି ଚୋରାମଦ କାରବାର ଚର୍ଚ୍ଚା ହେଉଥିବା କଥାଟା ଯଦି ସତ ହୋଇଥାଏ ତେବେ ଆଗାମୀ ଦିନରେ ମଦମୃତ୍ୟୁ ଆଶଙ୍କା ସହିତ ଭୟାବହ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଚୋରା ମଦ ଆଡ୍ଡାରେ ପୋଲିସର ଚଢ଼ାଉ : ୧୦୦୦ ଲିଟର ମଦ ସହ ତିନି ଗିରଫ

ପିଣ୍ଟୁ ବିଷୋୟୀ
ବେଗୁନିଆପଡା: ବେଗୁନିଆପଡା ଅଞ୍ଚଳରେ ଚୋରା ମଦ କାରବାର ଥମିବାର ନା ଧରୁନାହିଁ। ତେବେ ଚୋରା ମଦ କାରବାର ରୋକିବାରେ ପୋଲିସ୍‌କୁ ମିଳିଛି ବଡ ସଫଳତା। ସୋମବାର ବିଳମ୍ବିତ ରାତିରେ ମୁଣ୍ଡୁଳା, ଚନ୍ଦନପୁର, ଓ ପଳାସପଲି ଠାରେ ମଦ ଆଡ୍ଡା ଚାଲିଥିବା ଖବର ପାଇ ବେଗୁନିଆପଡା ପୋଲିସ ଚଢ଼ାଉ କରି ମଦ ଜବତ କରିଥିଲା। ଏହା ସହିତ ପୋଲିସ୍‌ ୩ ଜଣଙ୍କୁ ଗିରଫ କରିବା ସହିତ ୧୦୮୦ ଲିଟର ମଦ ଜବତ କରିଛି। ଏହା ସହିତ ପୋଲିସ୍‌ ଏକ ବାଇକ୍‌ ମଧ୍ୟ ଜବତ କରିଛି। ଗିରଫ ୩ ଜଣ ବ୍ୟକ୍ତି ହେଉଛନ୍ତି ପାଣ୍ଡା ଗୌଡ଼,ରାମକୃଷ୍ଣ ମହାନ୍ତି, ଇନ୍ଦ୍ରଜିତ ନାହାକ। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହିତ କେଶ ନମ୍ବର ୧୨୧, ୧୨୨ ଓ ୧୨୩ ରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଫାଣ୍ଡି ଅଧିକାରୀ ଦିପ୍ତୀ ରଂଜନ ବେହେରା କହିଛନ୍ତି।