Categories
ଆଜିର ଖବର ରାଜ୍ୟ ଖବର

ଔଷଧ ଦୋକାନରୁ ବଡ ଧରଣର ଚୋରୀ: ଲକ୍ଷାଧିକ ମୂଲ୍ୟର ସାମଗ୍ରୀ ଲୁଟ୍

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁରରେ ଔଷଧ ଦୋକାନରୁ ବଡ ଧରଣର ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ବିଜିପୁର ମୁଖ୍ୟ ରାସ୍ତାରେ ଥିବା ନିଉ କୃଷ୍ଣ ଚନ୍ଦ୍ର ମେଡିକାଲ ଷ୍ଟୋରରୁ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଔଷଧ ଦୋକାନରୁ ନଗଦ ଏକ ଲକ୍ଷ ଟଙ୍କା, ଦୁଇଟି ଲାପଟପ ଓ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ତେବେ ଲୁଟେରାମାନେ ଦୋକାନର ସିସିଟିଭି କ୍ୟାମେରା ଭାଙ୍ଗି ଦେଇଛନ୍ତି। 

ପ୍ରକାଶ ଥାଉକି ଦୋକାନ ବାହାର ପଟେ ତାଲା ପଡିଛି। କିନ୍ତୁ ପଛପଟୁ କାନ୍ଥ ଭାଙ୍ଗି ଲୁଟେରାମାନେ ଦୋକାନରୁ ଚୋରି କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ସନ୍ଧାନୀ କୁକୁର ସହିତ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଚୋରୀ ସନ୍ଦେହରେ ୧୨ ସଂନ୍ଦିଗ୍ଧଙ୍କୁ ଅଟକ ରଖିଲା ବାଲୁଗାଁ ପୋଲିସ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗତକାଲି ବିଳମ୍ବିତ ରାତ୍ରିରେ ସଂନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ୧୨ ଜଣ ବ୍ୟକ୍ତିଙ୍କୁ ବାଲୁଗାଁ ଥାନା ଅନ୍ତର୍ଗତ ରାହାଣାବେଲି ଗ୍ରାମର ଗ୍ରାମବାସୀ ପୋଲିସ ଜିମା ଦେଇଛନ୍ତି। ଉକ୍ତ ୧୨ ଜଣଙ୍କ ମଧ୍ୟରୁ ୨ ଜଣ ନାବାଳକ ଥିବା ଜଣାପଡିଛି। ବିଗତ କିଛି ଦିନ ହେବ ଆଙ୍କୁଲା, ରାହାଣାବେଲି ଓ ବାଲୁଗାଁ ଜେନା କଲୋନୀ ଅଞ୍ଚଳରେ ହେଉଥିବା ଛୋଟ ମୋଟ ଚୋରିରେ ଏହି ଗ୍ୟାଙ୍ଗର ହାତ ଥାଇପାରେ ବୋଲି ରାହାଣାବେଲି ଗ୍ରାମବାସୀ ସନ୍ଦେହ ପ୍ରକାଶ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଗତକାଲି ରାତିତମାମ ଗ୍ରାମବାସୀ ପ୍ରହରା ଦେଉଥିବା ବେଳେ ପାଖାପାଖି ରାତି ୨ ଘଟିକା ସମୟରେ ୩ ଗୋଟି ବାଇକରେ ଗ୍ରାମ ଭିତରକୁ ଏମାନେ ଆସିଥିଲେ। ଏହା ଦେଖିଲା ପରେ ଗ୍ରାମବାସୀ ତୁରନ୍ତ ବାଲୁଗାଁ ପୋଲିସକୁ ଖବର ଦେଇଥିଲେ ଏବଂ ପୋଲିସ ବର୍ତ୍ତମାନ ସମସ୍ତଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।

ତେବେ ଏପର୍ଯ୍ୟନ୍ତ ସେମାନଙ୍କୁ ବିରୋଧରେ କେହି ଲିଖିତ ଅଭିଯୋଗ କରିନଥିବା ପୋଲିସ କହିଛି। ତେବେ ସମସ୍ତ ବ୍ୟକ୍ତି ନାଚୁଣୀ ଓ ବଡ଼ପଦର ଅଞ୍ଚଳର ବୋଲି ଆଲୋଚନା ହେଉଛି।