Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମମତା ବାନାର୍ଜୀଙ୍କୁ କାହିଁକି ଛେନାପୋଡ ଉପହାର ଦେଲେ ନବୀନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଗତକାଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ମହଲରେ ଏହା କେତେ ଗୁରୁତ୍ବ ତାହା ଭିନ୍ନ କଥା। ହେଲେ ଏହି ଭେଟଘାଟକୁ ନେଇ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।

ମମତାଙ୍କ ସାକ୍ଷାତ ବେଳେ ନବୀନ ତାଙ୍କୁ ଭଲ ଉପହାର ଦେବାକୁ ନେଇ ମଧ୍ୟ ଚର୍ଚ୍ଚାରୁ ବାଦ ପଡି ନାହିଁ। ଗତକାଲି ମମତାଙ୍କୁ ନବୀନ ପ୍ରଥମେ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ବାଗତ କରିଥିଲେ। ଏହାପରେ ସେ ତାଙ୍କୁ ତାରକସି କାମର ଏକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ସେହିପରି ହକି ଜର୍ସି ମଧ୍ୟ ମମତାଙ୍କୁ ନବୀନ ଉପହାର ଦେଇଥିଲେ।

ତେବେ ଯେଉଁ ଉପହାର ନେଇ ଚର୍ଚ୍ଚା ଚାଲିଛି ତାହା ହେଲା ଛେନାପୋଡ। ନବୀନ ମମତାଙ୍କୁ ଓଡିଶାର ଛେନାପୋଡକୁ ସୁନ୍ଦର ପ୍ୟାକେଟ କରି ଉପହାର ଦେଇଥିଲେ। ଟେବୁଲ ଉପରେ ଏହି ଛେନାପୋଡ ରଖାଯାଇଥିଲା। ନବୀନ ମମତାଙ୍କୁ କହିଥିଲେ ଏହା ହେଉଛି ଛେନାପୋଡ, ଆପଣଙ୍କ ପାଇଁ। ଏହା ଶୁଣିବା ପରେ ମମତା ଓଃ.. କରି ଖୁସିରେ ହସିଥିଲେ।

ତେବେ ମମତାଙ୍କୁ ନବୀନ ଏହି ଛେନାପୋଡ ଉପହାର ଦେବା ପଛରେ ଏକ କାରଣ ରହିଛି। ତାହା ହେଲା ମମତା ଯେଉଁଦିନ ଭୁବନେଶ୍ବରରେ ଆସିଥିଲେ ସେ ନବୀନଙ୍କ ପାଇଁ ଉପହାର ଆଣିଥିଲେ। ତାହା ଥିଲା ବେଙ୍ଗଲ ରସଗୋଲା। ସେ ଏୟାରପୋର୍ଟରୁ ସିଧା ନବୀନ ନିବାସକୁ ଏହି ବେଙ୍ଗଲ ରସଗୋଲା ପଠାଇ ପୁରୀ ଯାଇଥିଲେ।

ନବୀନ ଏହି ରସଗୋଲା ପାଇବା ପରେ ସେ ନିଷ୍ପତି କରିଥିଲେ ଯେ, ମମତାଙ୍କୁ ମଧ୍ୟ କିଛି ମିଠା ଉପହାର ପ୍ରଦାନ କରିବେ। ସେଥିପାଇଁ ସେ ଭୁବନେଶ୍ବରରୁ ଭଲ ଛେନାପୋଡ ମଗାଇବା ପାଇଁ କହିଥିଲେ। ସେହି ହିସାବରେ ଗତକାଲି ମମତାଙ୍କ ପାଇଁ ସୁନ୍ଦର ପ୍ୟାକେଟ ଭିତରେ ଓଡିଶାର ଛେନାପୋଡ ପ୍ରଦାନ କରାଯାଇଥିଲା।

ସାଧାରଣତଃ ଅତିଥୀମାନେ କାହା ଘରକୁ ଆସିଲେ କିଛି ମିଠା ନେଇ ଆସିବା ପରଂପରା ରହିଛି। ଏହି ପରଂପରାକୁ ମମତା ବେଶ ଭଲ ଭାବରେ ପାଳନ କରିଆସୁଛନ୍ତି। ସେଥିପାଇଁ ସେ ନବୀନଙ୍କ ପାଇଁ ରସଗୋଲା ଆଣିଥିଲେ। ଆଉ ଫେରସ୍ତ ଉପହାର ସ୍ବରୂପ ନବୀନ ଏହି ଛେନାପୋଡ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନବୀନଙ୍କୁ ସାକ୍ଷାତ କଲେ ମମତା ବାନାର୍ଜୀ, ଉପହାର ଦେଲେ ଛେନାପୋଡ

ଭୁବନେଶ୍ବର: ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଅବସରରେ ମମତା ନବୀନଙ୍କୁ ଏକ ସାଲ ଦେଇ ତାଙ୍କୁ ସ୍ବାଗତ କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଉପହାର ଦେବାକୁ ଭୁଲି ନ ଥିଲେ।

ମମତାଙ୍କୁ ନବୀନମହାପ୍ରଭୃଙ୍କ ଅଙ୍ଗବସ୍ତ୍ର ଉପହାର ଦେଇ ତାଙ୍କୁ ସ୍ବାଗତ କରିଥିଲେ। ଏଥିସହିତ ସେ କଟକ ତାରକସୀ କାରୁକାଯ୍ୟ ଉପହାର ଦେଇଥିଲେ। ସେହିପରି ତାଙ୍କୁ ହକି ଜର୍ସି ମଧ୍ୟ ନବୀନ ଉପହାର ଦେଇଥିଲେ। ମମତା ନବୀନ ନିବାସରେ ଥିବା ବିଜୁ ପଟ୍ଟନାୟକ ଏବଂ ଜ୍ଞାନ ପଟ୍ଟନାୟକଙ୍କ ତୈଳ୍ୟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ସେ କୋଲକାତାରୁ ଆଣିଥିବା ଜମାଦାରୀ ଶାଢୀ ତାଙ୍କ ଫଟୋ ତଳେ ଅର୍ପଣ କରିଥିଲେ।

ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ ଓଡିଶାର ଛେନାପୋଡ ମଧ୍ୟ ଉପହାର ଦେଇଥିଲେ। ଯାହାକୁ ଦେଖି ମମତା ବେଶ ଖୁସି ଅନୁଭବ ମଧ୍ୟ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

କଟକ ଯାଉଛନ୍ତି କି ? ସାବଧାନ! ଆପଣଙ୍କ ପକେଟ ଖାଲି କରିବାକୁ ଏମାନେ ବାଟରେ ଜଗିଛନ୍ତି

ଭୁବନେଶ୍ବର, ଆପଣ କଟକ ଯାଉଛନ୍ତି କି ? ଯଦି ହଁ ତେବେ ସାବଧାନରେ ଯାଆନ୍ତୁ। କାରଣ ନୂଆବର୍ଷ ପାହାଳ ନିକଟରେ ଭଳିକି ଭଳି ଏସବୁ ଜଗିକି ବସିଛନ୍ତି। ଆପଣଙ୍କ ପକେଟ ପୁରା ଖାଲି କରିଦେବେ। ଅବଶ୍ୟ ପକେଟ ଖାଲି ହେଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ। କାରଣ ନୂଆ ବର୍ଷ ପାଇଁ ପାହଳର ମିଠା ବ୍ୟବସାୟୀ ବର୍ତ୍ତମାନ ବହୁ ମିଠା ପ୍ରସ୍ତୁତ କରିଛନ୍ତି।

କଟକ ଯିବା ରାସ୍ତାରେ ମିଠା ପାଇଁ ପ୍ରସିଦ୍ଧ ଏହି ପାହାଳରେ ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ମିଠା ରଖାଯାଇଛି। ନୂଆବର୍ଷ ହେଲେ ଲୋକଙ୍କର ମିଠା କିଣିବାର ସଉକ ଥାଏ। କିଏ ସେ ନିଜ ଉପରସ୍ଥି ଅଫିସରଙ୍କୁ ମିଠା ଖୁଆଇ ଖୁସି କରିବାକୁ ଚାହେଁ। କିଏ ନିଜ ପରିବାରରେ ମିଠା ବାଣ୍ଟି ନୂଆ ବରଷରେ ଖୁସି ଆଣିବାକୁ ଚେଷ୍ଠା କରେ।

ଏହାର ସୁଯୋଗରେ ପାହାଳ ମିଠା ବ୍ୟବସାୟୀ ବେଶ ତତ୍ପର ହୋଇ ଉଠିଛନ୍ତି। ସେମାନେ ଛେନାପୋଡ, ଛେନା ଗଜା ଏବଂ ପ୍ରସିଦ୍ଧ ରସଗୋଲା ପ୍ରସ୍ତୁତ କରି ରଖିଛନ୍ତି। ଏପରିକି ସେହି ସ୍ଥାନରେ ଗରମ ଗରମ ରସଗୋଲା ପରଶି ଦେବା ପାଇଁ ମଧ୍ୟ ବ୍ୟବସ୍ଥା କରିଛନ୍ତି।