Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ମମତା ବାନାର୍ଜୀଙ୍କୁ କାହିଁକି ଛେନାପୋଡ ଉପହାର ଦେଲେ ନବୀନ, ଜାଣନ୍ତୁ କାରଣ
ଜାତୀୟ ଖବର

ମମତା ବାନାର୍ଜୀଙ୍କୁ କାହିଁକି ଛେନାପୋଡ ଉପହାର ଦେଲେ ନବୀନ, ଜାଣନ୍ତୁ କାରଣ

March 24, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mamta
ମମତା ବାନାର୍ଜୀଙ୍କୁ କାହିଁକି ଛେନାପୋଡ ଉପହାର ଦେଲେ ନବୀନ, ଜାଣନ୍ତୁ କାରଣ

ଭୁବନେଶ୍ବର: ଗତକାଲି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି ଉଭୟ ପକ୍ଷରୁ କୁହାଯାଇଛି। ତେବେ ରାଜନୈତିକ ମହଲରେ ଏହା କେତେ ଗୁରୁତ୍ବ ତାହା ଭିନ୍ନ କଥା। ହେଲେ ଏହି ଭେଟଘାଟକୁ ନେଇ ଜାତୀୟ ସ୍ତରରେ ବେଶ୍ ଚର୍ଚ୍ଚା ଚାଲିଛି।

ମମତାଙ୍କ ସାକ୍ଷାତ ବେଳେ ନବୀନ ତାଙ୍କୁ ଭଲ ଉପହାର ଦେବାକୁ ନେଇ ମଧ୍ୟ ଚର୍ଚ୍ଚାରୁ ବାଦ ପଡି ନାହିଁ। ଗତକାଲି ମମତାଙ୍କୁ ନବୀନ ପ୍ରଥମେ ଜଗନ୍ନାଥଙ୍କ ଅଙ୍ଗବସ୍ତ୍ର ପ୍ରଦାନ କରି ସ୍ବାଗତ କରିଥିଲେ। ଏହାପରେ ସେ ତାଙ୍କୁ ତାରକସି କାମର ଏକ ଉପହାର ମଧ୍ୟ ପ୍ରଦାନ କରିଥିଲେ। ସେହିପରି ହକି ଜର୍ସି ମଧ୍ୟ ମମତାଙ୍କୁ ନବୀନ ଉପହାର ଦେଇଥିଲେ।

ତେବେ ଯେଉଁ ଉପହାର ନେଇ ଚର୍ଚ୍ଚା ଚାଲିଛି ତାହା ହେଲା ଛେନାପୋଡ। ନବୀନ ମମତାଙ୍କୁ ଓଡିଶାର ଛେନାପୋଡକୁ ସୁନ୍ଦର ପ୍ୟାକେଟ କରି ଉପହାର ଦେଇଥିଲେ। ଟେବୁଲ ଉପରେ ଏହି ଛେନାପୋଡ ରଖାଯାଇଥିଲା। ନବୀନ ମମତାଙ୍କୁ କହିଥିଲେ ଏହା ହେଉଛି ଛେନାପୋଡ, ଆପଣଙ୍କ ପାଇଁ। ଏହା ଶୁଣିବା ପରେ ମମତା ଓଃ.. କରି ଖୁସିରେ ହସିଥିଲେ।

ତେବେ ମମତାଙ୍କୁ ନବୀନ ଏହି ଛେନାପୋଡ ଉପହାର ଦେବା ପଛରେ ଏକ କାରଣ ରହିଛି। ତାହା ହେଲା ମମତା ଯେଉଁଦିନ ଭୁବନେଶ୍ବରରେ ଆସିଥିଲେ ସେ ନବୀନଙ୍କ ପାଇଁ ଉପହାର ଆଣିଥିଲେ। ତାହା ଥିଲା ବେଙ୍ଗଲ ରସଗୋଲା। ସେ ଏୟାରପୋର୍ଟରୁ ସିଧା ନବୀନ ନିବାସକୁ ଏହି ବେଙ୍ଗଲ ରସଗୋଲା ପଠାଇ ପୁରୀ ଯାଇଥିଲେ।

ନବୀନ ଏହି ରସଗୋଲା ପାଇବା ପରେ ସେ ନିଷ୍ପତି କରିଥିଲେ ଯେ, ମମତାଙ୍କୁ ମଧ୍ୟ କିଛି ମିଠା ଉପହାର ପ୍ରଦାନ କରିବେ। ସେଥିପାଇଁ ସେ ଭୁବନେଶ୍ବରରୁ ଭଲ ଛେନାପୋଡ ମଗାଇବା ପାଇଁ କହିଥିଲେ। ସେହି ହିସାବରେ ଗତକାଲି ମମତାଙ୍କ ପାଇଁ ସୁନ୍ଦର ପ୍ୟାକେଟ ଭିତରେ ଓଡିଶାର ଛେନାପୋଡ ପ୍ରଦାନ କରାଯାଇଥିଲା।

ସାଧାରଣତଃ ଅତିଥୀମାନେ କାହା ଘରକୁ ଆସିଲେ କିଛି ମିଠା ନେଇ ଆସିବା ପରଂପରା ରହିଛି। ଏହି ପରଂପରାକୁ ମମତା ବେଶ ଭଲ ଭାବରେ ପାଳନ କରିଆସୁଛନ୍ତି। ସେଥିପାଇଁ ସେ ନବୀନଙ୍କ ପାଇଁ ରସଗୋଲା ଆଣିଥିଲେ। ଆଉ ଫେରସ୍ତ ଉପହାର ସ୍ବରୂପ ନବୀନ ଏହି ଛେନାପୋଡ ଦେଇଥିଲେ।

ଛେନାପୋଡ ନବୀନ ପଟ୍ଟନାୟକ ମମତା ବାନାର୍ଜୀ
Share. Facebook Twitter LinkedIn Email WhatsApp Copy Link

Related Posts

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Latest News

ନନ୍ଦନକାନନକୁ ଗୁଜରାଟ ବନ୍ତାରାରୁ ଆସିଲେ ୭ ପ୍ରଜାତିର ନୂଆ ଅତିଥି

September 12, 2026

ବ୍ରିକ୍ସ ପ୍ଲାଟଫର୍ମରୁ ମହିନ୍ଦ୍ରାଙ୍କୁ ପ୍ରଶଂସା କଲେ ପୁଟିନ୍: ଜାଣନ୍ତୁ କାହିଁକି?

September 12, 2026

କ୍ଷତିକାରକ ନୁହେଁ ଉପବାସ, ଜାଣନ୍ତୁ କ’ଣ ମିଳିଥାଏ ଲାଭ

September 12, 2026

୭ ବର୍ଷ ପରେ ଭାରତ ଆସୁଛନ୍ତି ସି ଜିନପିଙ୍ଗ: ମୋଦିଙ୍କ ସହ ହେବ ବଡ଼ ବୈଠକ

September 12, 2026

ମହମ୍ମଦ ସିରାଜ ଅଧିନାୟକ ନିଯୁକ୍ତ: ଘୋଷଣା କଲା HCA 

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.