Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ମାଲକାନଗିରି ଓ ଜଗତପୁର ସହରରେ ଭାରତର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ ଟ୍ରେଣ୍ଡ୍‌ସର ଶୁଭାରମ୍ଭ

ମାଲକାନଗିରି / ଜଗତପୁର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧି ପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ଓଡ଼ିଶାର ଜଗତପୁର ଓ ମାଲକାନଗିରି ସହରରେ ତାହାର ନୂଆ ଷ୍ଟୋର ଶୁଭାରମ୍ଭ କରିଛି।

ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିଛି ଏବଂ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଏବଂ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଂଚିଛି ଏବଂ ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଜଗତପୁର ଓ ମାଲକାନଗିରି ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋର ଦ୍ୱୟ ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକମାନଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରି ତୋଳିଛି। ମାଲକାନଗିରି ଓ ଜଗତପୁର ସହର ତଥା ନିକଟବର୍ତୀ ଅଂଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ୱିମେନ ୱିୟର, ମେନ୍ସ ୱିୟର, କିଡସ ୱିୟର ଏବଂ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଏବଂ ଚମତ୍କାର କିଣାକିଣି ଅନୁଭୂତି ସହିତ ପାଇପାରିବେ।

ଜଗତପୁର ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୭୫୦୦ ବର୍ଗଫୁଟ ପରିମିତ ହୋଇଥିବାବେଳେ ମାଲକାନଗିରି ସହରରେ ଶୁଭାରମ୍ଭ ହୋିଥିବା ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୧୩୦୦୦ ବର୍ଗଫୁଟ ଅଂଚଳରେ ପରିବ୍ୟାପ୍ତ। ଉଭୟ ଜଗତପୁର ଏବଂ ମାଲକାନଗିରି ସହରରେ ଟ୍ରେଣ୍ଡ୍‌ସର ଏହା ପ୍ରଥମ ଷ୍ଟୋର। ଏହି ଦୁଇ ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ରେ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩୯୯୯ ଟଙ୍କାର କିଣାକିଣି କରନ୍ତୁ ଏବଂ ମାତ୍ର ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଆନ୍ତୁ। କେବଳ ସେତିକି ନୁହେଁ, ୩୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୨୦୦୦ ଟଙ୍କା ମୂଲ୍ୟର କୁପନ୍ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ଅନୁଭୁତି ପାଇଁ ପ୍ରକୃଷ୍ଟ ସ୍ଥଳ ପାଲଟିଛି ଜଗତପୁର ଓ ମାଲକାନଗିରି ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍।

Categories
ଅପରାଧ ବିଶେଷ ଖବର

ପୁଣି ରାଜ୍ୟରୁ ଧରା ହେଲା ନକଲି ସିମେଣ୍ଟ କାରଖାନା, ଏହାର ତିଆର କଥା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କଟକ: ରାଜ୍ୟରୁ ପୁଣି ଧରା ହୋଇଛି ନକଲି ସିମେଣ୍ଟ କାରଖାନା। ଏହା ସେହି କଟକ ଜଗତପୁର ଶିଳ୍ପାଞ୍ଚଳରୁ ଧରାଯାଇଛି। ଗତକାଲି କଟକ ପୋଲିସର ଏକ ଟିମ ଖବର ପାଇ ଚଢାଉ କରିଥିଲେ। ଏହି ଚଢାଉ ସମୟରେ ସେଠାରେ ବିଭିନ୍ନ ନାମିଦାମୀ କଂପାନୀର ଖାଲି ସିମେଣ୍ଟ ବସ୍ତା ଜବତ କରିଛନ୍ତି। ଏଥିସହିତ ସିମେଣ୍ଟ ମିଶ୍ରଣ ପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ ଉପକରଣ ମଧ୍ୟ ଜବତ କରିଛନ୍ତି।

ସୂଚନା ଅନୁସାରେ ଜଗତପୁରରେ ଦୀର୍ଘ ଦିନ ଧରି ମା ତାରିଣୀ କନଷ୍ଟ୍ରକସନ ନାମରେ ଏକ କଂପାନୀ ଅଛି। ହେଲେ ସେଠାରେ ସିମେଣ୍ଟ ଅପମିଶ୍ରଣ କରାଯାଉଛି ବୋଲି ପୋଲିସକୁ ଖବର ମିଲିଲା। ଏହାପରେ କଟକ ପୋଲିସ ସେଠାରେ ଚଢାଉ କରିଥିଲେ। ସେଠାରୁ ପୋଲିସ ଦୁଇ ଟ୍ରକ ନକଲି ସିମେଣ୍ଟ ଜବତ କରିଛି। ଏଥିସହିତ ଏହାର ମାଲିକ ବିଜୟ ମହାପାତ୍ରଙ୍କୁ ମଧ୍ୟ ପୋଲିସ ଅଟକ ରଖି ପଚରାଉଚୁରା କରୁଛି।

ପୋଲିସର କହିବା କଥା ଯେ, ଏମାନେ ଦୀର୍ଘଦିନ ଧରି କନଷ୍ଟ୍ରକସନ କଂପାନୀ ନାମରେ ଏହି ନକଲି ସିମେଣ୍ଟ ପ୍ରସ୍ତୁତ କରିଆସୁଥିଲେ। ସେମାନେ ବାହାର ରାଜ୍ୟକୁ ଟ୍ରକ ଟ୍ରକ ଏହି ନକଲି ସିମେଣ୍ଟ ପଠାଉଥିଲେ। ଏଥିପାଇଁ କଂପାନୀ ତରଫରୁ ବାହାର ରାଜ୍ୟରେ ବିଭିନ୍ନ ଏଜେଣ୍ଟକୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ମୁଖ୍ୟତଃ ନାମିଦାମୀ କଂପାନୀ ବସ୍ତାରେ ଏହି ନକଲି ସିମେଣ୍ଟ ବିକ୍ରି ହେଉଥିବାରୁ ଗ୍ରାହକମାନେ ଜାଣିପାରନ୍ତି ନାହିଁ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସେମାନଙ୍କର ଏହି ନକଲି ସିମେଣ୍ଟ ପ୍ରସ୍ତୁତି ପ୍ରଣାଳୀ। ଏହି କଂପାନୀ ଏଜେଣ୍ଟମାନେ ବିଭିନ୍ନ ସିମେଣ୍ଟ ଗୋଦାମ କିମ୍ବା କନଷ୍ଟ୍ରକସନ କଂପାନୀ ସହିତ ଯୋଗାଯୋଗରେ ଅଛନ୍ତି। ସେମାନଙ୍କର ଗୋଟା ହୋଇଯାଇଥିବା କିମ୍ବା ପରିତ୍ୟକ୍ତ ହୋଇଥିବା ସିମେଣ୍ଟ ବସ୍ତାକୁ ଏମାନେ ମାଗଣା ନେଇ ଆସନ୍ତି।

ଏହି ଗୋଟା ସିମେଣ୍ଟକୁ ସେମାନେ ମେସିନ ସାହାଯ୍ୟରେ ଗୁଣ୍ଡ କରନ୍ତି। ଏହାପରେ ସେଥିରେ କିଛି ଅସଲି ସିମେଣ୍ଟ ମିଶ୍ରଣ କରନ୍ତି। ଏହି ମିଶ୍ରଣ ଏପରି ହୋଇଥାଏ ଯେ କୌଣସି ଗ୍ରାହକଙ୍କ ଘର ତିଆରି ବେଳେ ହଠାତ କିଛି ହେବ ନାହିଁ। ହେଲେ କେତେ ମାସ କିମ୍ବା ବର୍ଷ ପରେ ସେହି ଘରେ କିମ୍ବା ନିର୍ମାଣ କାର୍ଯ୍ୟରେ ଫାଟ ଦେଖାଦେବ।

ତେବେ ଏମାନଙ୍କର ବିକ୍ରି କୌଶଳ ମଧ୍ୟ ଭିନ୍ନ ପ୍ରକାରର ଥିଲା। ଏମାନେ ଶହଶହ ବସ୍ତା କୌଣସି ନିର୍ମାଣ କଂପାନୀକୁ ଦିଅନ୍ତି ନାହିଁ। ଏମାନେ ଅସଲି ସିମେଣ୍ଟ ବସ୍ତାରେ ଏହି ନକଲି ବସ୍ତା ମିଶାଇ ପଠାଇ ଦିଅନ୍ତି। ଏଥିପାଇଁ ଏମାନେ ବିଭିନ୍ନ ସିମେଣ୍ଟ ଡିଲର ସହିତ ଯୋଗାଯୋଗରେ ଅଛନ୍ତି। ପୋଲିସ ଏହି ଚେର ପାଇବା ପରେ ବର୍ତ୍ତମାନ ଏମାନଙ୍କଠାରୁ କେଉଁମାନେ ସିମେଣ୍ଟ ନେଉଥିଲା ତାହାର ଖୋଲତାଡ ଆରମ୍ଭ କରିଛି।