Categories
ଆଜିର ଖବର ଜାତୀୟ ଖବର

ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନଙ୍କ ପରଲୋକ

ନୂଆଦିଲ୍ଲୀ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଜଗମୋହନ ଆଜି ନୂଆଦିଲ୍ଲୀରେ ପରଲୋକ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ 94 ବର୍ଷ ହୋଇଥିଲେ। ଭାରତୀୟ ପ୍ରଶାସନିକ ସେବାର ଜଣେ ଅଧିକାରୀ ଜଗମୋହନ  ଦିଲ୍ଲୀ ଏବଂ ଗୋଆର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ କାର୍ଯ୍ୟ କରିଥିଲେ। ସେ ଥରେ ରାଜ୍ୟସଭାକୁ ମନୋନୀତ ହୋଇଥିଲେ।

ସେ ନୂଆଦିଲ୍ଲୀ ଆସନରୁ ତିନିଥର ଲୋକସଭାକୁ ପ୍ରତିନିଧିତ୍ୱ କରିଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ସେ କେନ୍ଦ୍ର ଯୋଗାଯୋଗ, ସହର ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ମଧ୍ୟ ଥିଲେ। ତାଙ୍କୁ 1971 ରେ ପଦ୍ମଶ୍ରୀ, 1977 ରେ ପଦ୍ମ ଭୂଷଣ ଏବଂ 2016 ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।