Categories
ଆଜିର ଖବର ରାଜ୍ୟ ଖବର

ଜଗନ୍ନାଥ ପ୍ରଧାନଙ୍କ ଗିରଫ ପରେ ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ, କହିଲେ…

ଭୁବନେଶ୍ବର: ଆଜି ରାତିରେ ପୋଲିସ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ସେ ଡିସିପି ଅଫିସରେ ଆତ୍ମସର୍ମପଣ କରିବା ପରେ ପୋଲିସ ତାଙ୍କୁ ଗିରଫ କରିଛି। ତାଙ୍କୁ ଭୁବନେଶ୍ବର କୋର୍ଟକୁ ଫରୱାର୍ଡ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମିନା।

ଜଗନ୍ନାଥ ପ୍ରଧାନ ଗିରଫ ପରେ ଆନ୍ଦୋଳନରୁ ଓହରିଛି ଓଏଏସ ସଂଘ। ଏ ନେଇ ସଂଘ ତରଫରୁ ଘୋଷଣା କରାଯାଇଛି। ଆସନ୍ତାକାଲି ସେମାନେ ସମସ୍ତେ କାର୍ଯ୍ୟରେ ଯୋଗଦେବେ ବୋଲି କହିଛନ୍ତି। ଜଗା ପ୍ରଧାନଙ୍କ ଗିରଫ ନେଇ ଓଏଏସ ସଂଘ ଅଡିବସିଥିଲା। ଯେ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନ କରାଯାଇଛି, ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରହିବ ବୋଲି କୁହାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଗିରଫ ହେଲେ ଜଗା ପ୍ରଧାନ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଆଗଲା କ୍ୟାପିଟାଲ ହସପିଟାଲ

ଭୁବନେଶ୍ବର: ଶେଷରେ ଆତ୍ମ ସର୍ମପଣ କରି ଗିରଫ ହୋଇଛନ୍ତି ବିଜେପି ନେତା ଜଗନ୍ନାଥ ପ୍ରଧାନ। ତାଙ୍କ ସମର୍ଥକଙ୍କ ଗହଣରେ ସେ ରାତିରେ ଡିସିପି ଅଫିସରେ ପହଞ୍ଚି ଆତ୍ମସର୍ମପଣ କରିଥିଲେ। ଏହାପରେ ପୋଲିସ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲ ନେଇଛି। ଏହାପରେ ତାଙ୍କୁ ପୋଲିସ ଗିରଫ କରିଥିବାର ଜଣାପଡିଛି। ବିଏମସି ଅପିସରଙ୍କୁ ମାଡ ଘଟଣାରେ ତାଙ୍କୁ ଗିରଫ କରାଯାଇଛି।

ଓଏଏସ ସଂଘ ତାଙ୍କୁ ଗିରଫ କରିବା ପାଇଁ ଦାବୀ କରିଆସୁଥିଲେ। ଫଳରେ ସେହି ଦାବୀକୁ ଶୁଣି ଜଗନ୍ନାଥ ଏଗି ପଦକ୍ଷେପ ଗ୍ରହଣ କରିଥିବାର ଜଣାପଡିଛି। ସେ ନିଜେ ଡିସିପି ଅଫିସ ଆସି ଆତ୍ମସର୍ମପଣ କରିଛନ୍ତି। ସେ କହିଛନ୍ତି ଯେ, ମୋ ପାଇଁ ରାଜ୍ୟର ଶାସନ ଅଚଳ ହୋଇପଡିଛି। ଯଦି ମୋତେ ଗିରଫ କରାଗଲା ତାହାର ସମାଧାନ ହେବ ତେବେ ସେଥିପାଇଁ ମୁଁ ପ୍ରସ୍ତୁତ ବୋଲି ଜଗନ୍ନାଥ କହିଛନ୍ତି।