Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା: ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଏସି, ଏଲଇଡି ଟିଭି, ବ୍ୟାଟାରୀ, ଇନଭଟର, ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଜଣାପଡିଛି। ସକାଳେ ମେଡ଼ିକାଲ କର୍ମଚାରୀ ମାନେ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହଜ ବଜାରର ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଟାଙ୍ଗୀ ଅବକାରୀ ବିଭାଗ। ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଦେଉଳିପାଟଣା ଛକରେ ଚଢ଼ାଉ କରାଯାଇ ଅଭିଯୁକ୍ତ ସୁମନ୍ତ ମଙ୍ଗରାଜ (୩୦) ଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ନିକଟରୁ ୨୭ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୨ ଲକ୍ଷ ୭୦ ହଜାର ଟଙ୍କା ହେବ। ଏହି ପରିପ୍ରେକ୍ଷୀରେ ଟାଙ୍ଗୀ ରେଞ୍ଜ ଅବକାରୀ ବିଭାଗ ପିଆର ନମ୍ବର ୯୧/୨୨-୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ ଥାନା ଅଞ୍ଚଳରେ ଟାଙ୍ଗୀ ଅବକାରୀ ବିଭାଗର ଚଢ଼ାଉ: ବ୍ରାଉନସୁଗାର ଜବତ, ମହିଳା ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଛଣଗିରି ଗ୍ରାମରେ ଆଜି ଟାଙ୍ଗୀ ଅବକାରୀ ବିଭାଗ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଲିଲି ନନ୍ଦି। ତାଙ୍କ ନିକଟରୁ ୧୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି।

ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୭୨/୨୨-୨୩ ରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟଚଲାଣ କରିଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜଙ୍କିଆ : ପଥରରେ ଛେଚି ଯୁବକଙ୍କ ନିର୍ମମ ହତ୍ୟା

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଏକ ଲୋମହର୍ଷଣକାରି ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି । ମୃତ ଯୁବକ ଜଣକ ହେଲେ ଗୋଡିପଡା ଗ୍ରାମ ପଞ୍ଚାୟତ ତଳମୋଟାର ରଘୁ ମହାରଣା ।

ରଘୁ ଛାତ ଉପରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ହତ୍ୟାକାଣ୍ଡ ର କାରଣ ଅସ୍ପଷ୍ଟ ଥିବା ବେଳେ ବର୍ତ୍ତମାନ ଘଟଣା ସ୍ଥଳରେ ଖୋର୍ଦ୍ଧା ଏସଡିପିଓ ଏବଂ ଜଙ୍କିଆ ଆଇଆଇସି ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛନ୍ତି ।

Categories
ଆଞ୍ଚଳିକ

ଜଙ୍କିଆ ଥାନାରେ ନୂତନ ଆଇଆଇସି ଭାବେ ଯୋଗ ଦେଲେ ଦିଗବିଜୟ ବିଶ୍ୱାଳ

ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନାରେ ନୂତନ ଆଇଆଇସି ଭାବେ ଯୁବ ପୋଲିସ ଅଧିକାରୀ ଦିଗବିଜୟ ବିଶ୍ୱାଳ ଦାଇତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ବିଶ୍ୱାଳ ଏହା ପୂର୍ବରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରି ଭାବେ କାର୍ଯ୍ୟରତ ଥିଲେ। ତେବେ ନିକଟରେ ଏସଆଇରୁ ଆଇଆଇସି ଭାବେ ପଦୋନ୍ନତି ହେବା ପରେ ଏହା ତାଙ୍କର ଖୋର୍ଦ୍ଧା ଜିଲ୍ଲାର ପ୍ରଥମ ପୋଷ୍ଟିଙ୍ଗ।

ଜଣେ ସଚ୍ଚୋଟ, କର୍ତ୍ତବ୍ୟପରାୟଣ ତଥା ଦବଙ୍ଗ ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବିଶ୍ୱାଳ। ପୂର୍ବରୁ ଶ୍ରୀ ବିଶ୍ୱାଳ ବାଣପୁର ଥାନାରେ ଦେଢ଼ ବର୍ଷ କାଳ ଏସଆଇ ରହିଥିବା ବେଳେ ଅପରାଧୀମାନଙ୍କୁ ଦମନ କରିବା କୌଶଳକୁ ନେଇ ବେଶ ଚର୍ଚ୍ଚାରେ ଥିଲେ ଉକ୍ତ ଅଧିକାରୀ। ଏପରିକି ବାଣପୁର ଥାନାରୁ ବଦଳିଦିନ କେତେକ ଅପରାଧୀମାନେ ଏଥିଲାଗି ଖୁସି ମନାଇଥିବାର ଦେଖିବାକୁ ମିଳିଥିଲା।

ବାଣପୁର ଥାନାରେ ତାଙ୍କର ଲୋକପ୍ରିୟତା ଏପରି ଥିଲା ଯେ, ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ବଦଳି ହେବା ଖବର ଜାଣି ସ୍ଥାନୀୟ ମହିଳାମାନେ ବଦଳି ବାତିଲ ଦାବିରେ ବାଣପୁର ଥାନାରେ ଧାରଣା ଦେବା ସହ ତତ୍କାଳୀନ ଏସପିଙ୍କୁ ଦାବିପତ୍ର ମଧ୍ୟ ଦେଇଥିଲେ।

ଅନୁରୂପ ଭାବେ ଶିଳ୍ପାଞ୍ଚଳ ଫାଣ୍ଡି ଅଞ୍ଚଳରେ ମଧ୍ୟ ବ୍ରାଉନ ସୁଗାର କାରବାର, ଅପରାଧିକ ଗତିବିଧିକୁ ରୋକ ଲଗାଇବାରେ ସଫଳ ହୋଇପାରିଥିଲେ ଉକ୍ତ ଅଧିକାରୀ। ବର୍ତ୍ତମାନ ଜଙ୍କିଆ ପରି ଏକ ଗୁରୁତ୍ୱପୂର୍ଣ ଥାନାର ଥାନାଧିକାରୀ ଭାବେ ଦାଇତ୍ୱ ନେବାପରେ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା ସହ ନିଶା କାରବାରକୁ ସଂପୂର୍ଣ୍ଣ ଠପ କରିବା ଓ ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣକୁ ରୋକ ଲଗେଇବା ପ୍ରାଥମିକତା ରହିବ ବୋଲି ଗଣମାଧ୍ୟମକୁ ଶ୍ରୀ ବିଶ୍ଵାଳ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବରଯାତ୍ରୀ ରୂପେ ଆସି ଶବ ହୋଇ ଫେରିଲେ ଯୁବକ

ଖୋର୍ଦ୍ଧା: ବାହାଘରରେ ବରଯାତ୍ରୀ ହୋଇ ଆସିଥିଲେ ଯୁବକ, କିନ୍ତୁ ଫେରିଲା ତାଙ୍କର ମୃତଦେହ। ଏପରି ଏକ ଅଘଟଣ ଖୋର୍ଦ୍ଧା ଜିଲ୍ଲାରେ ଘଟିଯାଇଛି। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗ୍ରାମର ଏକ କୂଅରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି। ଯୁବକ ଜଣକ ନିରାକପୁର ଥାନା ଅନ୍ତର୍ଗତ ଡିଆଗ୍ରାମର ବୋଲି ସୂଚନା ରହିଛି। ଯୁବକଙ୍କ ନାମ ହେଉଛି ବିକାଶ ସାହୁ। ତେବେ ବିକାଶ ଗତ ୯ ତାରିଖ ଦିନ ଡିଆ ଗ୍ରାମର ତ୍ରିନାଥ ବାରିକଙ୍କ ପୁଅ ବାହାଘରରେ ବରଯାତ୍ରୀ ହୋଇ ରମାବିଲି ଗ୍ରାମକୁ ଆସିଥିଲେ। ତେବେ ବରଯାତ୍ରୀ ଆସିବା ସମୟରେ ବାଟରେ ଗଣ୍ଡଗୋଳ ହୋଇଥିଲା। କନ୍ୟାଯାତ୍ରୀ ଓ ବରଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା।

ତେବେ ବାହାଘର ପରେ ବରଯାତ୍ରୀ ଫେରିଥିଲେ, କିନ୍ତୁ ବିକାଶ ଫେରିନଥିଲେ। ବହୁ ଖୋଜାଖୋଜି ପରେ ବିକାଶ ନ ଫେରିବାରୁ ସେ ନିଖୋଜ ହୋଇନଥିବା ନେଇ ତାଙ୍କ ବାପା ଥାନାରେ ଏତଲା ଦେଇଥିଲା। ତେବେ ଆଜି ସକାଳୁ ସକାଳୁ ରମାବିଲିର ଏକ କୂଅରୁ ବିକାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘରର ଏକମାତ୍ର ପୁଅକୁ ହରାଇ ସେହି ପରିବାରର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି। ବିବାହ କାହା ପାଇଁ ଖୁସି ଆଣିଥିବାବେଳେ ଆଉ କାହାର ଓଠରୁ ଛଡାଇନେଇଛି ହସ।