ଖୋର୍ଦ୍ଧା: ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ

Published: Jul 21, 2023, 7:13 pm IST

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟ ହୋଇଥିବା ଜଣାପଡିଛି। ସ୍ୱାସ୍ଥ୍ୟ କେନ୍ଦ୍ରର ତାଲା ଭାଙ୍ଗି ଏସି, ଏଲଇଡି ଟିଭି, ବ୍ୟାଟାରୀ, ଇନଭଟର, ସିସିଟିଭି ହାଡ ଡିକ୍ସ ସହିତ ଅନ୍ୟାନ୍ୟ ଜିନିଷପତ୍ର ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୁତ୍ତମାନେ ଚୋରୀ କରି ନେଇଥିବା ଜଣାପଡିଛି। ସକାଳେ ମେଡ଼ିକାଲ କର୍ମଚାରୀ ମାନେ ମେଡ଼ିକାଲ ଖୋଲିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।

ଖବର ପାଇ ଘଟଣା ସ୍ଥଳରେ ଜଙ୍କିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ହଜ ବଜାରର ବିଭିନ୍ନ ସ୍ଥାନ ରେ ଲାଗିଥିବା ସିସିଟିଭି ଗୁଡିକ ତନ୍ନ ତନ୍ନ କରି ଯାଞ୍ଚ କରାଯାଉଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Related posts