Categories
ଆଞ୍ଚଳିକ

କିସିଣ୍ଡାରେ ଜଙ୍ଗଲ ନିଆଁ ନିରାକରଣ ଓ ସଚେତନତା ଅଭିଯାନ

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ କିସିଣ୍ଡା ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ବନାଗ୍ନି ନିରାକରଣ ଓ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଶିବନାରାୟଣ ବିଲହରଙ୍କ ପରିଚାଳନାରେ ଏବଂ ରେଞ୍ଜ୍ ଅଧିକରୀ ମହେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନାକଟିଦେଉଳ ବିଡ଼ିଓ କ୍ଷମାନିଧି ଭୋଇ, ଖନ୍ଦିବାହାଳ ବନ ସୁରକ୍ଷା ସମିତି ସଭାପତି କାହ୍ନୁଚରଣ ମାଝି, କିସିଣ୍ଡା ସରପଞ୍ଚ ରୀନା ନାୟକ, ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦୁ ପ୍ରଧାନ, କିସିଣ୍ଡା ସମିତିସଭ୍ୟା ଯାଜ୍ଞସେନୀ କୁଅଁର, କିସିଣ୍ଡା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ କୌଶିକ ପ୍ରଧାନ, କିସିଣ୍ଡା ଥାନା ଏଏସଆଇ, ନାକଟିଦେଉଳ ଅଗ୍ନିଶମ ଅଧିକାରୀ ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଜଙ୍ଗଲରେ ନିଆଁ ଲାଗୁଥିବାରୁ ପରିବେଶ କେମିତି ଦୂଷିତ ହେଉଛି ଓ ଜୀବଜନ୍ତୁଙ୍କ ଜୀବନ ହାନୀ ହେଉଛି ସେ ସମ୍ପର୍କରେ ଅତିଥି ମାନେ ଆଲୋଚନା କରିଥିଲେ। ଜଙ୍ଗଲରେ ନିଆଁ ଲଗାଉଥିବା ବ୍ୟକ୍ତି ଧରାପଡିଲେ ବିଭାଗ ପକ୍ଷରୁ ଜୋରୀମାନା ସହ ଦ୍ରୁଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଫରେଷ୍ଟର ଅନୁରାଧା ଖର୍ସେଲ, ଭୁବନେଶ୍ବର ପାଣି, ଯତୀନ୍ଦ୍ର ମାଝୀ, ଫରେଷ୍ଟ ଗାର୍ଡ ଅଶୋକ କୁମାର କିସାନ୍, ନିହାର ରଞ୍ଜନ ବଡପଣ୍ଡା, ଲିଲି ବିଶିଙ୍କ ସହ ବନ୍ୟପ୍ରାଣୀ ବନାଞ୍ଚଳର ସମସ୍ତ କର୍ମଚାରୀ, କେନ୍ଦୁପତ୍ର ବନାଞ୍ଚଳର କର୍ମଚାରୀ, ବନ ସୁରକ୍ଷା ସମିତିର ସଦସ୍ୟ, ସଦସ୍ୟା, ଅଗ୍ନିଶମ କର୍ମଚାରୀ, ସ୍ବୟଂସହାୟିକା ଗୋଷ୍ଠି ସଦସ୍ୟା ଉପସ୍ଥିତ ରହିଥିଲେ।

Categories
ଆଞ୍ଚଳିକ

ଜଙ୍ଗଲ ନିଆଁ ନିରାକରଣ ପାଇଁ ସଚେତନତା ସଭା

ରେଢାଖୋଲ: ରେଢାଖୋଲ ବନଖଣ୍ଡ ଗିରିଶ୍ଚନ୍ଦ୍ରପୁର ରେଞ୍ଜଠାରେ ଜଙ୍ଗଲରେ ନିଆଁ ଓ ତାର ନିରାକରଣ ସଂପର୍କରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁରେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଏସିଏଫ୍ ଅଶ୍ବିନୀ ବେହେରା ମୁଖ୍ୟଅତିଥି, ମୁଖ୍ୟ ବକ୍ତା ଭାବରେ ସଦାନନ୍ଦ ଭୋଇ, ସମ୍ମାନୀତ ଅତିଥି ଭାବରେ ଗିରିଶ୍ଚନ୍ଦ୍ରପୁର ସରପଞ୍ଚ ଶୁଭେନ୍ଦ୍ର ପ୍ରଧାନ, ପାଣିମୋରା ସରପଞ୍ଚ ଜଗବନ୍ଧୁ ସାହୁ, ସମାଜସେବୀ ରଘୁନାଥ ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିପିନ୍ ବିହାରୀ ପ୍ରଧାନ, କିସିଣ୍ଡା ରେଞ୍ଜ ଅଧିକାରୀ ଦେବକୀ ପ୍ରଧାନ, କିସିଣ୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରିତା ଭୋଇ, କିସିଣ୍ଡା ସମିତି ସଭ୍ୟା ଯାଜ୍ଞସେନୀ କୁଅଁର ପ୍ରମୁଖ ଯୋଗଦେଇ ଜଙ୍ଗଲ ନିଆଁ ନିରାକରଣ ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ଏବଂ ଜଙ୍ଗଲରେ ଯେଉଁ ବ୍ୟକ୍ତି ନିଆଁ ଲଗାଇଵ ସେ ବ୍ୟକ୍ତି ବିରିଦ୍ଧରେ ଦ୍ରୁଢ କାର୍ଯ୍ୟନୁଷ୍ଠାନ ନେବାର ଆବଶ୍ୟକତା ଅଛି ବୋଲି ଅତିଥିମାନେ ମତ ବ୍ୟକ୍ତ କରିଥିଲେ।

ସାମ୍ବାଦିକ କନ୍ଦର୍ପ ବେହେରା ଆଲୋଚନାରେ ଭାଗ ନେଇ ଜଙ୍ଗଲର ଉପକାରିତା ସଂପର୍କରେ ମତବ୍ୟକ୍ତ କରିଥିଲେ। ଏହି ସଭାରେ ଗିରିଶ୍ଚନ୍ଦ୍ରପୁର ରେଞର ବନ ସୁରକ୍ଷା ସମିତିର ସଭାପତି, ସଭ୍ୟ, ଛାତ୍ରଛାତ୍ରୀ, ମହିଳା ସ୍ବୟଂସହାୟିକା ଗୋଷ୍ଠୀ ଯୋଗଦେଇଥିଲେ। ବନ ବିଭାଗର କର୍ମଚାରୀ ମାନେ ସହଯୋଗ କରିଥିଲେ।