Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ସାହେବୀରୁ ବାରହା ମାଂସ ଜବତ, ୨ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ନାକଟିଦେଉଳ ବନଖଣ୍ଡ ସାହେବୀ ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଘରୁ ୧୧୦୦ ଗ୍ରାମ ବାରହା ମାଂସ ବନବିଭାଗ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ୨ ଜଣଙ୍କୁ ବନବିଭାଗ ଗିରଫ କରିଥିବା ଜଣା ପଡିଛି।

ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ବନଖଣ୍ଡ ସାହେବୀ ଗ୍ରାମରେ ଛବିଳ ମାଝୀଙ୍କ ଘରେ ବାର୍‌ହା ମାସ ଥିବା ବନବିଭାଗ ଖବର ପାଇ ଚଢାଉ କରିଥିଲା। ଛବିଳ ଘରୁ ବନବିଭାଗ ୧୧୦୦ ଗ୍ରାମ ବାରହା ମାଂସ ଜବତ କରିବା ସହ ଏଥିରେ ସଂପୃକ୍ତି ଥିବା ଛବିଳ ମାଝୀଙ୍କ ସହ ଗ୍ରାମର ମହେଶ୍ୱର ସାହୁଙ୍କୁ ଗିରଫ କରିଥିଲା। ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ବନବିଭାଗ ପ୍ରକାଶ କରିଛି।

ଏହି ଚଢଓରେ ନାକଟିଦେଉଳ ରେଞ ଅଧିକାରୀ ଅଶ୍ୱିନୀ କୁମାର ବେହେରା , ଫରେଷ୍ଟର ସଞୟ କୁମାର ସାହୁ , ଫରେଷ୍ଟ ଗାର୍ଡ ରଞନ ନାଏକ ତଥା ବନବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ୍ ହୋଇଥିଲେ। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣା ପଡିଛି। ସାହେବୀ ଅଂଚଳରେ ପ୍ରତିଦିନ ଜନ୍ତୁ ଶିକାର ହେଉଥିବା ଅଭିଯୋଗ ହେଉଥିବା ବେଳେ ବନବିଭାଗ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲା ବୋଲି ଜଣା ପଡିଛି।

 

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଆନ୍ତଜିଲ୍ଲା ବାଇକ୍ ଚୋରଙ୍କୁ ଗିରଫ କଲା ଚାନ୍ଦପୁର ପୋଲିସ, ୮ ଟି ମଟରସାଇକେଲ ଜବତ

ଚାନ୍ଦପୁର: ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ପୋଲିସ୍ ଆଜି ଦୁଇ ଜଣ ଆନ୍ତଜିଲ୍ଲା ବାଇକ୍ ଚୋରଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକାଧିକ ଚୋରା ବାଇକ୍ ଜବତ କରିଛି।

ସୂଚନା ମୁତାବକ ଚାନ୍ଦପୁର ଥାନା ଅଞ୍ଚଳର ଟିଟୋଦେବ ସାମନ୍ତରାୟ ରାତିରେ ଶୋଇଥିବା ବେଳେ କେହି ଜଣେ ଦୁର୍ବୃତ୍ତ ତାଙ୍କ ଘରୁ ଏକ ସ୍ପେଣ୍ଡର ପ୍ଲସ ବାଇକ୍ ଟିକୁ ଚୋରିକରି ନେଇଯାଇଥିଲା। ଏ ନେଇ ଗତକାଲି ଟିଟୋଦେବ ଚାନ୍ଦପୁର ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ୍ କେଶ ନଂ ୧୫୬/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା।

ତେବେ ଆଜି ଏ ସଂକ୍ରାନ୍ତରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୮ ଟି ଚୋରା ମଟରସାଇକେଲ ଜବତ କରିଛି। ପଚରାଉଚୁରା ବେଳେ ଉକ୍ତ ଦୁଇ ଜଣ ଲୁଟେରା ଭୁବନେଶ୍ୱର, ଜଟଣୀ, ନୟାଗଡ଼ ଏବଂ ଖୋର୍ଦ୍ଧା ଅଞ୍ଚଳରୁ ୫୦ ରୁ ଉର୍ଦ୍ଧ୍ଵ ବାଇକ ଚୋରି କରିଥିବାର ପୋଲିସକୁ କହିଛନ୍ତି।

ତେବେ ଏହାକୁ ଗୁରୁତର ସହ ନେଇ ନୟାଗଡ଼ ଏସପିଙ୍କ ନିର୍ଦ୍ଦେଶକ୍ରମେ ଆଇଆଇସି ରଶ୍ମିରଂଜନ ଦାସଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇ ବିଭିନ୍ନ ଜିଲ୍ଲାରେ ଚଢ଼ାଉ ଜାରି ରହିଛି। ସେହିପରି ଭାବେ ଜବତ ହୋଇଥିବା ଉକ୍ତ ୮ ଟି ଚୋରା ବାଇକଗୁଡିକୁ ସେମାନଙ୍କ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯାଇଛି। ଲୋଭର ବଶବର୍ତ୍ତୀ ହୋଇ ସ୍ୱଳ୍ପ ମୂଲ୍ୟରେ ବିନା କାଗଜପତ୍ରରେ ଚୋରା ବାଇକ ନକିଣିବା ଲାଗି ଜନସାଧାରଣଙ୍କୁ ଆଇଆଇସି ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି।  ଅନ୍ୟଥା ଚୋରା ବାଇକ ଯିଏ କିଣିବ, ସେମାନଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହେବ ବୋଲି ଆଇଆଇସି ଶ୍ରୀ ଦାସ କହିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ଜବତ ହେଲା ବାରହା ମାଂସ, ଜଣେ ଗିରଫ

କନ୍ଦର୍ପ ବେହେରା
ରେଢାଖୋଲ: ଆଜି ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିନସ୍ଥ ପିଠଉଗୁଡା ଗ୍ରାମ ନିକଟରୁ ଜଣେ ବ୍ୟକ୍ତିଙ୍କ ଠାରୁ ୨ କେଜି ବାରହା ମାଂସ ଜବତ କରିଛି ବନବିଭାଗ।

ପ୍ରକାଶ ଯେ, ପିଠଉଗୁଡା ଗ୍ରାମର କୁମର ରଣା ବାରହା ମାଂସ ଧରି ଆସୁଥିବା ବେଳେ ବନବିଭାଗ କୌଣସି ସୂତ୍ରରୁ ଖବର ପାଇ ଚଢଉ କରିଥିଲା। ବାରହା ମାଂସ ଧରି ଫେରୁଥିବା ବ୍ୟକ୍ତିଙ୍କ ପାଖରୁ ୨ କେଜି ବାରହା ମାଂସ ସହ ତାକୁ ଗିରଫ କରିଥିଲା ବନବିଭାଗ। ଅଭିଯୁକ୍ତ କୁମାର ରଣାକୁ ଆଜି କୋର୍ଟ ଚାଲାଣ କରିଥିବା ଫରେଷ୍ଟର ସୁଜିତ ପ୍ରଧାନ ପ୍ରକାଶ କରିଛନ୍ତି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ପୁଣି ନକଲି ସାମଗ୍ରୀ ଜବତ: ୧ ଗିରଫ

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ସହର ତଥା ଏହାର ଆଖପାଖ ଅଂଚଳରେ ଦିନକୁ ଦିନ ନକଲି ସାମଗ୍ରୀ କାରବାର ପର୍ଦ୍ଦାଫାସ୍ ହେବାରେ ଲାଗିଛି। ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ନକଲି ସାମଗ୍ରୀ ଉପରେ ଚଢ଼ାଉ ହୋଇ ମାଲିକ ଗିରଫ ହେଉଛନ୍ତି। ଏହିକ୍ରମରେ ଆଜି ବଡ଼ବଜାର ଥାନା ଅଂଚଳରେ ଜଣେ ନକଲି ଟମାଟ୍‌, ଚିଲି, ସୋୟା ସସ୍ ଏବଂ ଭିନିଗାର୍ ପ୍ରସ୍ତୁତି ଅଭିଯୋଗରେ ଚଢ଼ାଉ ହୋଇ ଜଣକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କୈଳାସ ନଗର ଅଂଚଳର ଶଙ୍କର ସ୍ୱାଇଁ (୩୮)।

ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆଜି ସୋମନାଥନଗର ଅଂଚଳରେ ଚାଲିଥିବା “ଫେମିଲି” ନାମକ ବ୍ରାଣ୍ଡ ନାମ ଦେଇ ପ୍ରସ୍ତୁତ କରାଯାଇଥିବା ସସ୍‌, ଭିନେଗାର କାରଖାନା ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରସ୍ତୁତ ହେଉଥିବା ସମସ୍ତ ସାମଗ୍ରୀ ନକଲି ଜଣାପଡ଼ିଥିଲା। ପୋଲିସ୍ ୬ଟି ପ୍ଲାଷ୍ଟିକ୍ ଡ଼ର୍ମରେ ଥିବା ନକଲି ସାମଗ୍ରୀ ସହ ସୋୟା ସସ୍‌, ଚିଲି ସସ୍‌‌, ୨୧୬୬ ଲିଟର ଭିନେଗାର ବୋତଲକୁ ଜବତ କରିଛି।

ଏହାସହ ୮୦ କିଲୋ ଆଳୁ, ୪୦୦ କେଜି ଆରାରୁଟ୍ ପାଉଡ଼୍‌ର, ପେକିଂ ମେସିନ୍‌, ବିପୁଳ ପରିମାଣରେ ପ୍ଲାଷ୍ଟିକ୍ ବୋତଲ୍‌, କାର୍ଟୁନ୍ ଏବଂ ଫେମିଲି ବ୍ରାଣ୍ଡ ନାମ ଥିବା ଷ୍ଟିକରଥିବା ପ୍ୟାକେଟ୍‌ଗୁଡ଼ିକ ଜବତ କରାଯାଇଥିଲା। ଥାନା କେସ ନଂ ୨୩/୨୦ରେ ଶଙ୍କର ସ୍ୱାଇଁଙ୍କୁ କୋର୍ଟଚାଲଣ କରାଯାଇଛି।