Categories
ଆଜିର ଖବର ଜାତୀୟ ଖବର

‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍‌’ ପୁରସ୍କାର ପାଇଁ ଉସ୍ତାଦ ଜାକିର ହୁସେନ ଏବଂ ଅନ୍ୟମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ: ଗ୍ରାମୀରେ ‘ବେଷ୍ଟ ଗ୍ଲୋବାଲ ମ୍ୟୁଜିକ୍‌’ ପୁରସ୍କାର ପାଇଁ ସଙ୍ଗୀତଜ୍ଞ ଉସ୍ତାଦ ଜାକିର ହୁସେନ, ରାକେଶ ଚୌରାସିଆ, ଶଙ୍କର ମହାଦେବନ, ସେଲଭାଗଣେଶ ଭି ଏବଂ ଗଣେଶ ରାଜାଗୋପାଳନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।

ଏକ ଫ୍ୟୁଜନ ମ୍ୟୁଜିକ୍ ଗ୍ରୁପ୍ ତଥା ସେମାନଙ୍କ ବ୍ରାଣ୍ଡ୍ ‘ଶକ୍ତି’ ଏହି ସମ୍ମାନଜନକ ପୁରସ୍କାର ଜିତିଛି ।

ସେ କହିଛନ୍ତି ଯେ, ସେମାନଙ୍କ ଅସାଧାରଣ ପ୍ରତିଭା ଏବଂ ସଙ୍ଗୀତ ପ୍ରତି ସମର୍ପଣ ପୁରା ଦୁନିଆରେ ଲୋକଙ୍କ ହୃଦୟକୁ ଛୁଇଁବା ସହ ଭାରତକୁ ଗୌରାବାନ୍ୱିତ କରିଛି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

‘ଗ୍ରାମୀରେ ଅଦ୍ଭୁତପୂର୍ବ ସଫଳତା ପାଇଁ ଜାକିର ହୁସେନ, ରାକେଶ ଚୌରାସିଆ, ଶଙ୍କର ମହାଦେବନ, ସେଲ୍‌ଭାଗଣେଶ ଭି ଏବଂ ଗଣେଶ ରାଜାଗୋପାଳନଙ୍କୁ ଅଭିନନ୍ଦନ! ଆପଣଙ୍କ ଅସାଧାରଣ ପ୍ରତିଭା ଏବଂ ସଙ୍ଗୀତ ପ୍ରତି ସମର୍ପଣ ପୁରା ଦୁନିଆରେ ଲୋକଙ୍କ ହୃଦୟ ଜିତିଛି । ଭାରତ ଗର୍ବିତ । ଏହି ଉପଲବ୍ଧି ଆପଣମାନଙ୍କ କଠୋର ପରିଶ୍ରମର ପ୍ରମାଣ । ଏହା ନୂଆ ପିଢ଼ିର କଳାକାରଙ୍କୁ ବଡ଼ ସ୍ୱପ୍ନ ଦେଖିବା ଏବଂ ସଙ୍ଗୀତରେ ଉତ୍କୃଷ୍ଟତା ହାସଲ କରିବା ପାଇଁ ପ୍ରେରିତ କରିବ ।’