Categories
ଆଜିର ଖବର ଜାତୀୟ ଖବର

ବିହାର ରାଜନୀତିରୁ ବଡ ଖବର: ଜାତୀୟ ପରିଷଦ ବୈଠକ ପୂର୍ବରୁ ଲଲନ ସିଂ ଦେବେ ଇସ୍ତଫା!

ପାଟନା: ବିହାରର ରାଜନୈତିକ ମହଲରୁ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଜେଡିୟୁ ଜାତୀୟ ସଭାପତି ରାଜୀବ ରଂଜନ ସିଂ ଲଲନ ସିଂ ଇସ୍ତଫା ଦେଇପାରନ୍ତି। କୁହାଯାଉଛି ଯେ, ଜାତୀୟ ପରିଷଦ ବୈଠକ ଡିସେମ୍ବର ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏହି ବୈଠକ ପୂର୍ବରୁ ଲଲନ ସିଂ ଇସ୍ତଫା ଦେଇପାରନ୍ତି। ସୂଚନାନୁସାରେ, ଲଲନ ସିଂ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କୁ ଜାତୀୟ ପଦବୀରୁ ମୁକ୍ତ କରିବାକୁ ଅନୁରୋଧ କରିଥିଲେ। ତେବେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ନୀତୀଶ କୁମାର ତାଙ୍କୁ ଦଳର ଜାତୀୟ ସଭାପତି ରହିବାକୁ କହିଥିଲେ।

ଖବର ରହିଛି ଯେ, ଜେଡିୟୁ ଜାତୀୟ ସଭାପତି ଲଲନ ସିଂ ଏହି ପଦ ଛାଡିବାକୁ ଜିଦ୍ ଧରିଛନ୍ତି। ଏଭଳି ପରିସ୍ଥିତିରେ ଲଲନ ସିଂଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ନିଜେ ଜାତୀୟ ରାଷ୍ଟ୍ରପତି ହୋଇପାରନ୍ତି କିମ୍ବା ସେ ତାଙ୍କର ଜଣେ ବିଶ୍ଵସ୍ତଙ୍କୁ ଏହି ପଦବୀ ଦେଇପାରନ୍ତି। ରାଜନୈତିକ ବିଶେଷଜ୍ଞମାନେ ବିଶ୍ବାସ କରନ୍ତି ଯେ ନୀତୀଶ କୁମାର ଲଲନ ସିଂଙ୍କ ସ୍ଥାନରେ ଅତି ପଛୁଆ ଜାତିର ରାମନାଥ ଠାକୁର କିମ୍ବା ଦଲିତ ସମ୍ପ୍ରଦାୟର ଅଶୋକ ଚୌଧୁରୀଙ୍କୁ ରାଷ୍ଟ୍ରୀୟ ସଭାପତି କରାଯାଇପାରେ।

Categories
ଆଜିର ଖବର ରାଜ୍ୟ ଖବର

ଫରୱାର୍ଡ଼ ବ୍ଲକ୍ ସଂଗଠନକୁ ଅଧିକ ଜନାଭିମୁଖୀ କରିବା ପାଇଁ ଜାତୀୟ ପରିଷଦ ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଚାଲିଥିବା ଜାତୀୟ ପରିଷଦ ବୈଠକ ଆଜି ଉଦ୍‌ଯାପିତ ହୋଇଯାଇଛି। ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ଉପସଭାପତି ପି.ଭି. କାଦିରମନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଦେଶର ଜନଗଣଙ୍କ ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସମଗ୍ର ଦେଶ ଆଜି ସଂକଟମୟ ସମୟ ଦେଇ ଗତିକରୁଛି।

ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ବେକାରୀ ସମସ୍ୟା ଉତ୍କଟତର ରୂପ ନେଲାଣି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧାର ଅଭାବ ସାରା ଦେଶରେ ପରିଲକ୍ଷିତ ହେଉଛି। କେନ୍ଦ୍ର ସରକାରଙ୍କ ଭୁଲ ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ଆତ୍ମନିଭରଶୀଳ ଯୁବବର୍ଗ ସେମାନଙ୍କ ବ୍ୟବସାୟ ହରାଇବାରେ ଲାଗିଛନ୍ତି। କୃଷକ ଓ ଶ୍ରମିକ ଶ୍ରେଣୀଙ୍କୁ ଯୋଜନା ବଦ୍ଧ ଭାବରେ କ୍ଷତି ପହଂଚାଇବା ପାଇଁ ସରକାରୀ ସ୍ଥରରେ ନିଷ୍ପତି ଗ୍ରହଣ କରାଯାଉଛି।

ଏପରିକି ଦେଶର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ନିଜର ସ୍ୱାଧିନତାକୁ ହରାଇଛି। ଗଣମାଧ୍ୟମର କଣ୍ଠରୋଦ୍ଧ ପାଇଁ ସୁଚିନ୍ତିତ ଯୋଜନା କରୁଛି ଶାସକ ଶ୍ରେଣୀ। ଆମ ରାଜ୍ୟରେ କୋଭିଡ଼୍ ଆଳ ଦେଖାଇ ଗଣମାଧ୍ୟମକୁ ଲୋକସଭା ଭବନକୁ ପ୍ରବେଶର ଅନୁମତି ବନ୍ଦ କରାଯାଇଥିବା ବେଳେ ସାରା ଦେଶରେ ଗଣମାଧ୍ୟମର ସ୍ୱାଧିନତା ବିଶ୍ୱର ୧୪୨ ନମ୍ବର ସ୍ଥାନରେ ପହଂଚିଛି ବୋଲି ପ୍ରତିନିଧିମାନଙ୍କ ବିଭିନ୍ନ ଆଲୋଚନାରେ ମତ ପ୍ରକାଶ ପାଇଛି। ଏଭଳିସ୍ଥଳେ ଏକ ଦେଶପ୍ରେମୀ, ଗଣତାନ୍ତ୍ରୀକ ରାଜନୈତିକ ଦଳ ଭାବରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜର ଉଦଯାପନୀ ଅଭିଭାଷଣରେ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସରକାରଙ୍କ ଆଖି ଓ କାନ। ଗଣମାଧ୍ୟମର କଣ୍ଠରୋଦ୍ଧ କରାଗଲେ ଦେଶର ଗଣତାନ୍ତ୍ରୀକ ବିଦ୍ଧି ବ୍ୟବସ୍ଥା ବିପର୍ଣ୍ଣ ହେବ ବୋଲି ଚେତାଇ ଦେଇଛନ୍ତି ଶ୍ରୀ ବିଶ୍ୱାସ।

ଅନ୍ୟପଟରେ ପାର୍ଟି ସଂଗଠନକୁ ମଜବୁତ୍ ଓ ଲୋକାଭିମୁଖୀ କରିବା ପାଇଁ ସୁଭାଷବାଦୀ ବିଚାରଧାରାର ଆଧାରରେ ପାର୍ଟିର ପତକା ଓ ପାର୍ଟିର ସମ୍ବିଧାନରେ ବ୍ୟାପକ ପରିବର୍ତନ କରାଯାଇଛି। ଦୀର୍ଘ ୭୦ ବର୍ଷ ପରେ ପୁଣିଥରେ ନେତାଜୀଙ୍କ ଜନ୍ମମାଟିରେ ନେତାଜୀଙ୍କ ଦଳ ଫରୱାର୍ଡ଼ ବ୍ଲକ୍‌ର ପତକାରେ ପରିବର୍ତନ କରାଯାଇ ସେଥିରୁ ଦା’ ହାତୁଡ଼ି ଚିହ୍ନକୁ ବାଦ୍‌ଦେଇ କେବଳ ନାଲି ପତକା ଉପରେ ଲମ୍ଫ ମାରୁଥିବା ବାଘର ଚିହ୍ନକୁ ପାର୍ଟିର ନୂତନ ପତକା ଭାବରେ ବ୍ୟବହାର କରାଯିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଶା ରାଜ୍ୟ ସାଧାରଣ ସଂପାଦକ ତଥା ଜାତୀୟ କମିଟିର ଅନ୍ୟତମ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।

ପାର୍ଟି ସଂଗଠନରେ ଯୁବକମାନଙ୍କୁ ସାମିଲ କରିବା ପାଇଁ ଆଜାଦ୍ ହିନ୍ଦ୍ ବାହିନୀର କର୍ଯ୍ୟକ୍ରମକୁ ବ୍ୟାପକ କରାଯିବାକୁ ଏହି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପାର୍ଟି ନେତୃତ୍ୱମାନଙ୍କ ସର୍ବାଧିକ ବୟସ ସୀମାକୁ ୭୫ ବର୍ଷ ରଖାଯାଇଥିବା ବେଳେ ପାର୍ଟିର ସମ୍ବିଧାନର ମୁଖବନ୍ଧରେ ପରିବର୍ତନ କରାଯାଇ ସୁଭାଷବାଦୀ ଆଦର୍ଶକୁ ସ୍ଥାନିତ କରାଯାଇଛି।

ଆଜିର ସଂକଟମୟ ସ୍ଥିତିରେ କେବଳ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶ ଏବଂ ବିଚାରଧାରା ଦେଶ ଓ ଦେଶବାସୀଙ୍କୁ ରକ୍ଷା କରିପାରିବ ବୋଲି ଆଜି ଗଣମାଧ୍ୟମକୁ ସୂଚନା ଦେବା ବେଳେ ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ପ୍ରକାଶ କରିଛନ୍ତ।

ଆଜି ଉଦ୍‌ଯାପିତ ହୋଇଥିବା ଏହି ଦୁଇ ଦିନିଆ ଅଧିବେଶନରେ ଫରୱାର୍ଡ଼ ବ୍ଲକର ଜାତୀୟ ସଂପାଦକ ଜି. ଦେବରାଜନ୍‌, ଜି.ଆର. ଶିବଶଙ୍କର, ନରେନ୍ ଚାଟ୍ଟାର୍ଜୀ, ଗୋବିନ୍ଦ ରାୟ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଜ୍ୟୋତି ରଂଜନ ମହାପାତ୍ର, ଓଡ଼ିଶା ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ଆନ୍ଧ୍ରପ୍ରଦେଶର ସାଧାରଣ ସଂପାଦକ ସୁନ୍ଦର ରାମା ରାଜୁ, କେରଳ ରାଜ୍ୟର ସାଧାରଣ ସଂପାଦକ ମନୋଜ କୁମାରଙ୍କ ସମେତ ଶତାଧିକ ଜାତୀୟ ପରିଷଦ ସଭ୍ୟ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

ଏହି ଅବସରରେ ଆଜି ଫରୱାର୍ଡ଼ ବ୍ଲକ୍ ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଅପରାହ୍ନରେ ନେତାଜୀଙ୍କ ଏକ ପ୍ରତିମୂର୍ତୀକୁ ଜାତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ ଉନ୍ମୋଚନ କରିଛନ୍ତି।

Categories
ଆଞ୍ଚଳିକ

ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ସ୍ମାରକୀ ଜର୍ସୀ ଉନ୍ମୋଚିତ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ର ଜାତୀୟ ପରିଷଦ ବୈଠକ ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହେବ। ଉତ୍ସାହ ଓ ଉନ୍ନାଦନା ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓଡ଼ିଶା ରାଜ୍ୟ କମିଟି ତାହାର ପ୍ରସ୍ତୁତ ଚଳାଇଛି।

ଏହି ଅବସର ରେ ଆଜି ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡ଼ିଶା ର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଏକ ସ୍ମାରକୀ ଜର୍ସୀ ଉନ୍ମୋଚନ ହୋଇଯାଇଛି। ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଅନ୍ୟତମ ଜାତୀୟ ସାଧାରଣ ସଂପାଦକ ଜି. ଦେବରାଜନ୍ , ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏହି ସ୍ମାରକୀ ଜର୍ସୀ କୁ ଉନ୍ମୋଚନ କରିଛନ୍ତି।

ଏହି ସ୍ମାରକୀ ଜର୍ସୀକୁ ଉନ୍ମୋଚନ କରି ଭାରତୀୟ ଯୁବକମାନଙ୍କ ହୃଦୟର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଛାତ୍ର ଓ ଯୁବକମାନେ ଅନୁପ୍ରାଣିତ ହୋଇପାରିଲେ ଭାରତବର୍ଷକୁ ଏକ ଆସନ୍ନ ବିପତିରୁ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ଦେବରାଜନ୍ ମତବ୍ୟକ୍ତ କରିଥିଲେ।

ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନିଆ ଜାତୀୟ ପରିଷଦ ବୈଠକ ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ, ଜାତୀୟ ଉପାଧ୍ୟକ୍ଷ ପି.ଭି. କାଦିରମଣ, ସଂପାଦକ ମଣ୍ଡଳୀ ସଭ୍ୟ ନରେନ୍ ଚାଟ୍ଟାର୍ଜୀ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଗୋବିନ୍ଦ ରାୟ ଓ ସୁନ୍ଦର ରାମାରାଜୁ ପ୍ରମୁଖ ଆସନ୍ତା କାଲି ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସାରା ଭାରତବର୍ଷର ୨୩ଟି ରାଜ୍ୟରୁ ୨୦୦ରୁ ଉର୍ଦ୍ଧ୍ୱ ଜାତୀୟ ପରିଷଦ ସଭ୍ୟ ଓ ବିଭିନ୍ନ ରାଜ୍ୟର ଫରୱାର୍ଡ଼ ବ୍ଲକ୍‌ର ନେତୃତ୍ୱ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।