Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ସ୍ମାରକୀ ଜର୍ସୀ ଉନ୍ମୋଚିତ
ଆଞ୍ଚଳିକ

ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ସ୍ମାରକୀ ଜର୍ସୀ ଉନ୍ମୋଚିତ

April 6, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ର ଜାତୀୟ ପରିଷଦ ବୈଠକ ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନ ଧରି ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହେବ। ଉତ୍ସାହ ଓ ଉନ୍ନାଦନା ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ଓଡ଼ିଶା ରାଜ୍ୟ କମିଟି ତାହାର ପ୍ରସ୍ତୁତ ଚଳାଇଛି।

ଏହି ଅବସର ରେ ଆଜି ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ, ଓଡ଼ିଶା ର ରାଜ୍ୟ କାର୍ଯ୍ୟାଳୟ ନେତାଜୀ ଭବନ ପରିସରରେ ଏକ ସ୍ମାରକୀ ଜର୍ସୀ ଉନ୍ମୋଚନ ହୋଇଯାଇଛି। ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ଅନ୍ୟତମ ଜାତୀୟ ସାଧାରଣ ସଂପାଦକ ଜି. ଦେବରାଜନ୍ , ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ଏହି ସ୍ମାରକୀ ଜର୍ସୀ କୁ ଉନ୍ମୋଚନ କରିଛନ୍ତି।

ଏହି ସ୍ମାରକୀ ଜର୍ସୀକୁ ଉନ୍ମୋଚନ କରି ଭାରତୀୟ ଯୁବକମାନଙ୍କ ହୃଦୟର ମହାନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଛାତ୍ର ଓ ଯୁବକମାନେ ଅନୁପ୍ରାଣିତ ହୋଇପାରିଲେ ଭାରତବର୍ଷକୁ ଏକ ଆସନ୍ନ ବିପତିରୁ ରକ୍ଷା କରାଯାଇ ପାରିବ ବୋଲି ଶ୍ରୀ ଦେବରାଜନ୍ ମତବ୍ୟକ୍ତ କରିଥିଲେ।

ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନିଆ ଜାତୀୟ ପରିଷଦ ବୈଠକ ପାଇଁ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସଂପାଦକ ଦେବବ୍ରତ ବିଶ୍ୱାସ, ଜାତୀୟ ଉପାଧ୍ୟକ୍ଷ ପି.ଭି. କାଦିରମଣ, ସଂପାଦକ ମଣ୍ଡଳୀ ସଭ୍ୟ ନରେନ୍ ଚାଟ୍ଟାର୍ଜୀ, ବଣ୍ଡା ସୁରେନ୍ଦ୍ର ରେଡ୍ଡୀ, ଗୋବିନ୍ଦ ରାୟ ଓ ସୁନ୍ଦର ରାମାରାଜୁ ପ୍ରମୁଖ ଆସନ୍ତା କାଲି ଭୁବନେଶ୍ୱରରେ ପହଂଚିବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ଜାତୀୟ ପରିଷଦ ବୈଠକରେ ସାରା ଭାରତବର୍ଷର ୨୩ଟି ରାଜ୍ୟରୁ ୨୦୦ରୁ ଉର୍ଦ୍ଧ୍ୱ ଜାତୀୟ ପରିଷଦ ସଭ୍ୟ ଓ ବିଭିନ୍ନ ରାଜ୍ୟର ଫରୱାର୍ଡ଼ ବ୍ଲକ୍‌ର ନେତୃତ୍ୱ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ୍ ଇସ୍ତାହାର ମାଧ୍ୟମରେ ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ପ୍ରକାଶ କରିଛନ୍ତି।

ଜାତୀୟ ପରିଷଦ ବୈଠକ ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026

ବାଲୁଗାଁ ମହାବିଦ୍ୟାଳୟର ବାର୍ଷିକ ସାୟନାରା କାର୍ଯ୍ୟକ୍ରମରେ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧନା

May 5, 2026
Latest News

ଆଜି କେନ୍ଦ୍ର କ୍ୟାବିନେଟ୍‌ର ଗୁରୁତ୍ବପୂର୍ଣ୍ଣ ବୈଠକ

May 21, 2026

ପଶ୍ଚିମବଙ୍ଗର ଫାଲଟା ବିଧାନସଭା ପୁନଃ ମତଦାନ ଆରମ୍ଭ

May 21, 2026

ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ମହଙ୍ଗା ହେବ! ଚେତାବନୀ ଦେଲା ଜାତିସଂଘ

May 21, 2026

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.