Categories
ଆଜିର ଖବର ଜାତୀୟ ଖବର

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ପାଞ୍ଚଦିବସୀୟ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଆୟୋଜିତ

ନୂଆଦିଲ୍ଲୀ: ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ପକ୍ଷରୁ ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର ରାଜଧାନୀ ପୋର୍ଟ ବ୍ଲେୟାର ଠାରେ ଏହି ଦ୍ୱୀପ ସମୂହର ଶିକ୍ଷକ ମାନଙ୍କ ପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଷୟରେ ପଞ୍ଚଦିବସୀୟ  ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଜାତୀୟ ଶିକ୍ଷାନୀତି ୨୦୨୦ ରେ  ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନର ଭୂମିକା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ ପୋର୍ଟ ବ୍ଲେୟାରର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ସିଂହ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ କାର୍ଯ୍ୟକ୍ରମକୁ ପ୍ରଶଂସାକରି ଶିକ୍ଷକମାନଙ୍କର ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଭୂମିକା ଉପରେ ଆଲୋକପାତ କରିଥିଲେ।

 

ପ୍ରଫେସର ଲଷ୍ମୀଧର ବେହେରା, ବିଭାଗୀୟ ମୁଖ୍ୟ ଶିକ୍ଷା, ଓ ସଂଯୋଜକ ତାଙ୍କ ଅଭିଭାଷଣରେ ଜାତୀୟସ୍ତରର ମୁଖ୍ୟ  ପଦକ୍ଷେପ ଯଥା ଜାତୀୟ ପାଠ୍ୟଚର୍ଯ୍ୟା,ନିପୁଣ ଭାରତ, ଦୀକ୍ଷା, ନିଷ୍ଠା : ଏଫ.ଏଲ.ଏନ, ଯାଦୁଇପିଟାରା ବିଷୟରେ ଆଲୋଚନା କରିଥିଲେ।  ଆଣ୍ଡାମାନ ନିକୋବର ଦ୍ୱୀପ ସମୂହର ୪୦ ଜଣ ପ୍ରଶିକ୍ଷାର୍ଥୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରାରମ୍ଭରେ ଡ଼ ଆର .ମନୋହରଣ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଗୀଥା ନବୀନ ଭଟ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟ ସୁବ୍ରମଣ୍ୟମ ଡ଼ ବେନସି ଜୟ ଉପସ୍ଥିତ ଥିଲେ।