Categories
ବିଶେଷ ଖବର ରାଜ୍ୟ ଖବର

ଘୋଷଣା ହେଲା ପ୍ରଥମ ଶ୍ରେଣୀ ଓ ଶିଶୁ ବାଟିକା ନିମନ୍ତେ ନାମ ଲେଖା ତାରିଖ, ପାଳନ ହେବ ଖଡିଛୁଆଁ ଦିବସ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ (MoE) ଦ୍ୱାରା ଜାରି କରାଯାଇଥିବା ଜାତୀୟ ଶିକ୍ଷା ନୀତି (NEP), ୨୦୨୦  ସମସ୍ତଙ୍କୁ ଉଚ୍ଚମାନର ଶିକ୍ଷା ପ୍ରଦାନ ସହ ଏକବିଂଶ ଶତାବ୍ଦୀର ଶିକ୍ଷା ବ୍ୟବସ୍ଥାରେ ଐତିହାସିକ ପରିବର୍ତ୍ତନ ଆଣିବା ନେଇ ସଂକଳ୍ପବଦ୍ଧ । ରାଜ୍ୟ ସରକାର ୨୦୨୫-୨୬ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ୨୦୨୦ କୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରିବେ ।

କାର୍ଯ୍ୟକାରିତାର ପ୍ରଥମ ପର୍ଯ୍ୟାୟରେ  ରାଜ୍ୟରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଏବଂ ସ୍ଥାନୀୟ ପ୍ରସଙ୍ଗୀକରଣ ସହିତ ଜାତୀୟ ପାଠ୍ୟକ୍ରମ ରୂପରେଖ ଢାଞ୍ଚାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖକୁ ପ୍ରସ୍ତୁତ କରିବା ନେଇ ଚଳିତ ମାସର ଆରମ୍ଭରେ ବିଜ୍ଞପ୍ତି ମାଧ୍ୟମରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଘୋଷଣା କରାଯାଇଥିଲା । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ଼ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ଵ ପ୍ରଦାନ ସହ ଓଡ଼ିଶାର ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ସବୁ ପ୍ରାଥମିକ ବିଦ୍ୟାଳୟରେ ଗୋଟିଏ ଲେଖାଏଁ ଅତିରିକ୍ତ ପ୍ରାକ୍ ପ୍ରାଥମିକ ଶ୍ରେଣୀ ବା ‘ଶିଶୁ ବାଟିକା’ ଖୋଲାଯିବାକୁ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

୫ ରୁ ୬ ବର୍ଷ ବୟସର ପିଲାମାନଙ୍କୁ ପ୍ରାକ୍-ବିଦ୍ୟାଳୟ ଶିକ୍ଷା ବା ଶିଶୁ ବାଟିକା ପାଇଁ ନାମଲେଖା ଓ ୨୦୨୫-୨୦୨୬ ଶିକ୍ଷାବର୍ଷରୁ ପ୍ରଥମ ଶ୍ରେଣୀ ପାଇଁ ନାମଲେଖା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ବର୍ଷ ବୟସ ବୋଲି ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଯାଇଛି ।

ଜାଦୁଇ ପିଟାରାକୁ ଏନସିଇଆରଟି ଦ୍ୱାରା ଜାତୀୟ ପାଠ୍ୟକ୍ରମ ଢାଞ୍ଚାରେ ବିକଶିତ କରାଯାଇଛି। ଆମ ରାଜ୍ୟରେ ପ୍ରତ୍ୟେକ DIET ଦ୍ୱାରା ଜାଦୁ ପେଡ଼ି ସାମଗ୍ରୀ ବିକଶିତ ଏବଂ ପ୍ରାସଙ୍ଗିକ କରାଯାଇଛି । ଏନେଇ ସଚେତନତା ବଢାଇବା ଏବଂ ଏନସିଏଫ-ଏସଏସର ପ୍ରତୀକ ଭାବେ ଏନସିଇଆରଟି ଦ୍ବାରା ଇ-ଜାଦୁଇ ଆପ୍ ବିକଶିତ କରାଯାଇଛି ।

ପିଟାରାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଖେଳନା, ପଜଲ୍, କବିତା ପୋଷ୍ଟର, ଗପ କାର୍ଡ଼, ଚିତ୍ର କାର୍ଡ଼, ଶିକ୍ଷକ ତାରା, ଅଭିଭାବକ ତାରା ସଂଖ୍ୟାଜ୍ଞାନ ପାଇଁ ଶିକ୍ଷଣ ସାମଗ୍ରୀ କିଟ୍ ଇତ୍ୟାଦି ରହିଛି । ଏହାକୁ ଉଭୟ ଶିକ୍ଷକ ଓ ଅଭିଭାବକ, ଛାତ୍ରଛାତ୍ରୀ ବ୍ୟବହାର କରିବେ । ରାଜ୍ୟ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟକୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଜାଦୁ ପେଡ଼ି ଦିଆଯିବ ।

SCERT ଏକ ତାଲିମ ମଡ୍ୟୁଲ୍ ‘ପ୍ରୟୋଗ’ ବିକଶିତ କରିଛି ଯେଉଁଥିରେ ଜାଦୁ ପେଡ଼ି ସାମଗ୍ରୀର ବ୍ୟବହାର ଉପରେ ତାଲିମ୍ ଦିଆଯିବ । ସମସ୍ତ ଶିକ୍ଷକଙ୍କୁ ଇ-ଜାଦୁଇ ପିଟାରା ମୋବାଇଲ୍ ଆପ୍ ଡାଉନଲୋଡ୍ କରିବାକୁ ଏବଂ ଖେଳ ଭିତ୍ତିକ ଶିକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଜାତୀୟ ଶିକ୍ଷା ନୀତି କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟର ପ୍ରାରମ୍ଭିକ ପଦକ୍ଷେପର ଏକ ଅଂଶ ଭାବରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନକୁ ପ୍ରାଧାନ୍ୟ ଦେଇ ଜାତୀୟ ନୀତି ନିର୍ଦ୍ଦେଶାବଳୀ ସହିତ ସମନ୍ୱୟ ରଖି ସେପ୍ଟେମ୍ବର ୨୦୨୪  ରେ ନିପୁଣ ଓଡ଼ିଶା ଯୋଜନା ଆରମ୍ଭ କରାଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ସେପ୍ଟେମ୍ବର ୫ , ୨୦୨୪ ରେ ରାଜ୍ୟରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ନିପୁଣ ସଙ୍ଗୀତ ଓ ଲୋଗୋ ଉନ୍ମୋଚନ କରାଯାଇଥିଲା ।  ରାଜ୍ୟର ପ୍ରତ୍ୟେକ କ୍ଲଷ୍ଟର , ବ୍ଲକ ଓ ଜିଲ୍ଲା ସ୍ତରରେ ଗୋଷ୍ଠୀ ସଦସ୍ୟଙ୍କ ସଚେତନତା ପାଇଁ ନିପୁଣ ମେଳା  କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଛି । ବିଭିନ୍ନ ଜିଲ୍ଲାରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମ ବର୍ତ୍ତମାନ ମଧ୍ୟ ଜାରିରହିଛି ।

ଦେଶର ବିଭିନ୍ନ ଶିକ୍ଷାବିତ୍ ଓ ବିଶେଷଜ୍ଞମାନଙ୍କ ସହିତ ଆଲୋଚନା ପରେ ଛାତ୍ରଛାତ୍ରୀମାନଙ୍କର ଉତ୍କୃଷ୍ଟ ଶୈକ୍ଷିକ ବିକାଶ ପାଇଁ ଜାତୀୟ ଶିକ୍ଷା ନୀତି ୨୦୨୦ ରେ ପ୍ରଥମଶ୍ରେଣୀରେ ନାମଲେଖାଇବା ବୟସକୁ ୬ ବର୍ଷ କିମ୍ବା ତଦୁର୍ଦ୍ଧ୍ଵ ଧାର୍ଯ୍ୟ କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ୬ ବର୍ଷ ବୟସ ପୂର୍ତ୍ତି ସମୟସୀମାକୁ ମାର୍ଚ୍ଚ ମାସ ୩୧ ତାରିଖ ପରିବର୍ତ୍ତେ ସେପ୍ଟେମ୍ବର ମାସ ୧ ତାରିଖ ଧାର୍ଯ୍ୟ କରାଯାଇଛି ।

ଜାତୀୟ ଶିକ୍ଷା ନୀତି ଆଧାରରେ ଆମ ରାଜ୍ୟର ୫ ରୁ ୬ ବର୍ଷ ପିଲାଙ୍କ ପାଇଁ ‘ଶିଶୁ ବାଟିକା’ ଶ୍ରେଣୀ ପ୍ରତ୍ୟେକ ବିଦ୍ୟାଳୟରେ ଅପ୍ରେଲ ୨ ତାରିଖରୁ ତାରିଖରୁ ପ୍ରତ୍ୟେକ ବିଦ୍ୟାଳୟରେ ବିଦ୍ୟମାନ ଭିତ୍ତିଭୂମି ଏବଂ ମାନବସମ୍ବଳ ସହିତ କାର୍ଯ୍ୟ କରିବ। ଏଥିପାଇଁ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ତରଫରୁ ପିଲାଙ୍କ ପାଇଁ କାର୍ଯ୍ୟ ପୁସ୍ତିକା ଓ ଶିକ୍ଷକଙ୍କ ପାଇଁ ଶିକ୍ଷକ ସହାୟକ ପୁସ୍ତିକା ପ୍ରସ୍ତୁତ କରାଯାଇଛି ଓ ବିଦ୍ୟାଳୟରେ ବଣ୍ଟନ କରିବାକୁ ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କୁ ଶିଶୁ ବାଟିକା ଶ୍ରେଣୀ ନେବା ପାଇଁ ତାଲିମ ଦିଆଯାଇଛି । ଓଡ଼ିଶା ସରକାର ଆଗାମୀ ଶିକ୍ଷାବର୍ଷ ୨୦୨୬-୨୦୨୭ ମଧ୍ୟରେ ଜାତୀୟ ପାଠ୍ୟକ୍ରମ ଅନୁସାରେ NCERT ଦ୍ୱାରା ପ୍ରସ୍ତୁତ ପୁସ୍ତକ ସହିତ ସମାନ୍ତରାଳ ଭାବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ପାଠ୍ୟପୁସ୍ତକ ପ୍ରଚଳନ କରିବାକୁ ଯୋଜନା କରିଛନ୍ତି ।

ପୂର୍ବରୁ ଓଡ଼ିଶା ସରକାର ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରିଥିଲେ । ଏହି ଟାସ୍କ ଫୋର୍ସ ରାଜ୍ୟରେ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯିବା ପାଇଁ ପରାମର୍ଶ ଦେଇଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ଭୋପାଳର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି ।

ଏହି ଷ୍ଟିୟରିଂ କମିଟି ସ୍ଥାନୀୟ ପରିପ୍ରେକ୍ଷୀରେ ଜାତୀୟ ପାଠ୍ୟକ୍ରମ ରୂପରେଖ (National Curriculum Frameworks) ଅନୁସାରେ ରାଜ୍ୟ ପାଠ୍ୟକ୍ରମ ରୂପରେଖ ( State Curriculum Frameworks) ପ୍ରସ୍ତୁତ କରିବ । ଏହାକୁ ଆଗକୁ ନେବା ପାଇଁ କମିଟି ପୂର୍ବରୁ ୩ ଟି ବୈଠକ କରିସାରିଛି ଏବଂ ଚତୁର୍ଥ ବୈଠକ ୨୬ ରୁ ୩୦ ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିସହ ପାଠ୍ୟକ୍ରମ ଏବଂ ପାଠ୍ୟପୁସ୍ତକ ସମୀକ୍ଷା ପାଇଁ ଏକ ରାଜ୍ୟସ୍ତରୀୟ କମିଟି ଗଠନ ନିମନ୍ତେ ରାଜ୍ୟ ସରକାର ବିଚାର କରୁଛନ୍ତି ।

ବର୍ତ୍ତମାନର ଜାତୀୟ ଶିକ୍ଷା ନୀତି କେବଳ କ୍ଲାସ୍ ରୁମ୍ ଶିକ୍ଷା ଦାନକୁ ନୁହେଁ ବରଂ ବିବିଧ ଶିକ୍ଷାକୁ ଗୁରୁତ୍ବ ଦେଇଆସୁଛି । ମାତୃଭାଷାରେ ଶିକ୍ଷାଦାନ ସହିତ ବହୁଭାଷା ଶିକ୍ଷାକୁ ଏହି ନୀତି ପ୍ରୋତ୍ସାହିତ କରିବ । ଶିକ୍ଷାଦାନ ଓ ଶିକ୍ଷଣରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର କରାଯିବ । ସେଥିପାଇଁ ତୃତୀୟ ଶ୍ରେଣୀ ସୁଦ୍ଧା ସମସ୍ତ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନକୁ ପ୍ରାଥମିକତା ଦିଆଯିବ ।

ଅପ୍ରେଲ ୨ ତାରିଖରୁ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଶିଶୁ ବାଟିକା ଶ୍ରେଣୀ ଓ ପ୍ରଥମ ଶ୍ରେଣୀ ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଦିବସ ପାଳନ କରାଯିବ । ଏଥିପାଇଁ ଯୋଗ୍ୟ ବିବେଚିତ ପରିବାରକୁ ଜିଲ୍ଲା ପ୍ରଶାସନ ଦ୍ବାରା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ବାକ୍ଷରିତ ନିମନ୍ତ୍ରଣ ପତ୍ର ବଣ୍ଟନ କରାଯାଉଛି । ଏହି ଉତ୍ସବକୁ ପ୍ରତ୍ୟେକ ବିଦ୍ୟାଳୟରେ ଚାରି ଦିନବ୍ୟାପୀ ଏକ ଆନନ୍ଦମୟ ପରିବେଶରେ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର

ରାଷ୍ଟ୍ରପତି ଭବନରେ ଦୁଇ ଦିବସୀୟ ‘ଭିଜିଟର୍ସ କନଫରେନ୍ସ’ ଉଦଯାପିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ଶିକ୍ଷାକୁ ଆକାର ଦେବାର ଦାୟିତ୍ୱ ଆମ କାନ୍ଧ ଉପରେ ନ୍ୟସ୍ତ ରହିଛି। ତେଣୁ ଜାତୀୟ ଶିକ୍ଷା ନୀତି – ୨୦୨୦କୁ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ଆମର ରାଷ୍ଟ୍ରୀୟ ମିଶନ ହେବା ହେବା ଦରକାର ବୋଲି ମଙ୍ଗଳବାର ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ‘ଭିଜଟର୍ସ କନଫରେନ୍ସ- ୨୦୨୪-୨୫ର ଉଦଯାପନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଅଧିବେଶନରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭିଜିଟର୍ସ କନଫରେନ୍ସରେ ସକ୍ରିୟ ଯୋଗଦାନ ଏବଂ ଫଳପ୍ରଦ ଆଲୋଚନା ପାଇଁ ଆମର ଶିକ୍ଷାବିତ୍ ନେତୃତ୍ୱମାନଙ୍କୁ ଧନ୍ୟବାଦ। ସେମାନଙ୍କର ବିବିଧ ଦୃଷ୍ଟିକୋଣ ଏବଂ ଭବିଷ୍ୟତବାଦୀ ଚିନ୍ତାଧାରା ଏହି ସଂଗମକୁ ସମୃଦ୍ଧ କରିଛି ଏବଂ ଆମ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି। ଏହି ଦୁଇ ଦିବସୀୟ  ଅଧିବେଶନରେ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମାର୍ଗଦର୍ଶନ ଓ ପ୍ରେରଣା ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଆଗାମୀ ରାସ୍ତା ଆହ୍ୱାନପୂର୍ଣ୍ଣ ହୋଇପାରେ, କିନ୍ତୁ ସାମୂହିକ ପ୍ରୟାସ, ମିଳିତ ଦୃଷ୍ଟିକୋଣ ଏବଂ ପ୍ରତିବଦ୍ଧତା ଦ୍ୱାରା ଆମେ ଆମର ଶିକ୍ଷା ବ୍ୟବସ୍ଥାର ପୁନଃକଳ୍ପନା କରିପାରିବା। ଆମେ ଏକ ଜ୍ଞାନ-ପରିଚାଳିତ, ଆତ୍ମନିର୍ଭର ଭାରତ ଗଠନ କରିବା ଦରକାର,  ଯାହା ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପାଇଁ ଗତି ଦେବ।

ଛାତ୍ରଛାତ୍ରୀମାନେ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଷ୍ଟେକହୋଲଡର ଅଟନ୍ତି। ସେମାନେ ହେଉଛନ୍ତି ଆମ ଶିକ୍ଷା ବ୍ୟବସ୍ଥାର ମେରୁଦଣ୍ଡ। ଆମେ ଛାତ୍ରଛାତ୍ରୀଙ୍କ ଆଗ୍ରହ ଥିବା ବିଷୟ ଗୁଡିକୁ କେବେ ବି ଭୁଲିବା ଉଚିତ୍ ନୁହେଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କହିବାନୁସାରେ ଆମର ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ପୁଞ୍ଜିନିବେଶ କରିବା ଆବଶ୍ୟକତା ରହିଛି । ଛାତ୍ରଛାତ୍ରୀମାନଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରିବା, ବଡ ବଡ ସ୍ୱପ୍ନ ଦେଖିବା ପାଇଁ ପ୍ରୋତ୍ସାହିତ କରିବା ଜରୁରୀ। ଯୁବଶକ୍ତିଙ୍କ ସ୍ୱପ୍ନ ପୂରଣ କରିବାରେ ସହଯୋଗୀ ହେବା କେବଳ ଆମର ଏକ ଶିକ୍ଷାଗତ ଦାୟିତ୍ୱ ନୁହେଁ ବରଂ ଏହା ଦେଶ ପ୍ରତି ଆମର କର୍ତ୍ତବ୍ୟ  ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ରାଷ୍ଟ୍ରପତି ଭବନରେ ଦୁଇ ଦିନିଆ ଭିଜିଟର୍ସ କନଫରେନ୍ସ ସମାପ୍ତ ହୋଇଛି। ଏହି ସମ୍ମିଳନୀରେ ଏକାଡେମିକ୍ ପାଠ୍ୟକ୍ରମରେ ସୁଗମତା, କ୍ରେଡିଟ୍ ସେୟାରିଂ ଏବଂ କ୍ରେଡିଟ୍ ଟ୍ରାନ୍ସଫର ସହିତ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ବିକଳ୍ପ ଉପରେ ଆଲୋଚନା କରାଯାଇଥିଲା। ଅନ୍ତର୍ଜାତୀୟକରଣ ପ୍ରୟାସ ଏବଂ ସହଯୋଗ; ଗବେଷଣା, ଉଦ୍ଭାବନ, ପ୍ରଭାବଶାଳୀ ଛାତ୍ରଛାତ୍ରୀ ଚୟନ ପ୍ରକ୍ରିୟା ଏବଂ ଜାତୀୟ ଶିକ୍ଷା ନୀତିର ବିଭିନ୍ନ ଦିଗ ମାନ୍ୟବର ରାଷ୍ଟ୍ରପତିଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସି ପାରିବ: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ଵର: ଜାତୀୟ ଶିକ୍ଷା ନୀତି ଲାଗୁ ହେଲେ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆସି ପାରିବ। ଜାତିୟ ଶିକ୍ଷା ନୀତିରେ ବିଦ୍ୟାର୍ଥୀ ନିଜ ଇଚ୍ଛା ମୁତାବକ ମାତୃଭାଷାରେ ଶିକ୍ଷା ଗ୍ରହଣର ସୁଯୋଗ ରହିଛି। ଏଥି ସହ ଧନ୍ଦା ମୂଳକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଛି।

ଜାତୀୟ ଶିକ୍ଷା ନୀତି ଲାଗୁହେଲେ ପ୍ରାକ ପ୍ରାଥମିକ ଶିକ୍ଷା ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ର ର ଢାଞ୍ଚା ପରିବର୍ତ୍ତନ ହେବ ବୋଲି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସି ମନ୍ତ୍ରୀ ଶ୍ରୀ ଗଣ୍ଡ ବିଭିନ୍ନ କାର୍ଯ୍ୟକ୍ରମର ଯୋଗ ଦେଇଥିଲେ। ନବରଙ୍ଗପୁର ମହିଳାସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ଉଚ୍ଚଶିକ୍ଷା ସର୍ବୋତ୍ତମତା ଓ ସମତା କାର୍ଯ୍ୟକ୍ରମ ଉଚ୍ଚଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ଶୈକ୍ଷିକ ଶ୍ରେଣୀ କୋଠା ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମ ରେ ବିଧାୟକ ମନୋହର ରନ୍ଧାରୀ, ବିଧାୟକ ଗୌରୀ ଶଙ୍କର ମାଝୀ, ଅତିରିକ୍ତ ଜିଲ୍ଲପାଳ ମହେଶ୍ୱର ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି-2020 ର ଜାତୀୟ କର୍ମଶାଳା, ପ୍ରି-ସ୍କୁଲ ପିଲାଙ୍କ ପାଇଁ ଖୋଲିବ ଶିଶୁ ବାଟିକା

ଭୁବନେଶ୍ବର: ଆଜି ଲୋକସେବା ଭବନ କନ୍‌ଭେନ୍‍ସନ୍ ସେଣ୍ଟରରେ ଜାତୀୟ ଶିକ୍ଷା ନୀତି-2020 ସମ୍ପର୍କିତ ଏକ ତିନି ଦିନିଆ ଜାତୀୟ କର୍ମଶାଳାର ଶୁଭାରମ୍ଭ ହୋଇଛି । ଏଥିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାରେ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଆଭିମୁଖ୍ୟ ରଖିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସୁଦୃଢ ଭିତ୍ତିଭୂମି ସୃଷ୍ଟି ଓ ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ରାଜ୍ୟ ସରକାର ଏଥିପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଏବଂ ଆସନ୍ତା ଶିକ୍ଷା ବର୍ଷ ଠାରୁ ଏହି ନୂଆ ନୀତି କାର୍ଯ୍ୟକାରୀ ହେବ ।

ସେ କହିଥିଲେ ଯେ, 10+2 ବ୍ୟବସ୍ଥା ବଦଳରେ ରାଜ୍ୟରେ 5+3+3+4 ବ୍ୟବସ୍ଥା ଲାଗୁ କରାଯିବ । ପ୍ରି-ସ୍କୁଲ ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇ ପିଲାମାନଙ୍କ ପାଇଁ ଶିଶୁ ବାଟିକା ଖୋଲା ଯିବ। ଶିଶୁ ବାଟିକାରେ ପିଲାଙ୍କ ଉପରେ ବିନା କୌଣସି ଚାପରେ ସେମାନଙ୍କ ମୌଳିକ ଓ ସଂଖ୍ୟା ଜ୍ଞାନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ଆଗାମୀ ବର୍ଷମାନଙ୍କରେ ବ୍ୟାପକ ଭିତ୍ତିଭୂମି ସୃଷ୍ଟି କରାଯିବ । ଶିକ୍ଷକ ନିଯୁକ୍ତି, ପାଠ୍ୟ ପୁସ୍ତିକା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ପାଠ୍ୟ ଉପକରଣ ଯୋଗାଇଦେବା ଉପରେ ଗୁରୁତ୍ୱ ଦିଆଯିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ, ଶିକ୍ଷା ଭିତ୍ତିଭୂମି, ଖେଳ ମାଧ୍ୟମରେ ଶିକ୍ଷା, ମୌଳିକ ଶିକ୍ଷା, ବାହ୍ୟ ଜ୍ଞାନର ବ୍ୟବହାର ଉପରେ ଗୁରୁତ୍ୱ ଦିଆ ଯାଇଛି । ଶିକ୍ଷାରେ ଟେକ୍ନୋଲୋଜିର ପ୍ରୟୋଗକୁ ବ୍ୟାପକ କରାଯିବ। ଟେକ୍ନୋଲୋଜି ଜରିଆରେ ଶିକ୍ଷା ପ୍ରଦାନ ଆମ ଶିକ୍ଷା ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଯେଉଁ ଲକ୍ଷ୍ୟ ଅଛି, ତାକୁ ସାକାର କରିବା ଦିଗରେ ନୂଆ ଶିକ୍ଷା ନୀତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହା ଛାତ୍ର ଓ ଯୁବ ସମାଜକୁ ଏକ ଆଧୁନିକ ଓ ସଶକ୍ତ ଭାରତ ଗଠନ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ କରିପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମି ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ରାଜ୍ୟର ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟ ଭାବେ ବିକଶିତ କରାଯାଉଛି । ଶହୀଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଜନଜାତି ଛାତ୍ରଛାତ୍ରୀମାନଙ୍କ ଡ୍ରପ ଆଉଟ୍ ହାର କମ୍ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜିର ଶିକ୍ଷାର୍ଥୀମାନେ ଆଗାମୀ କାଲିର ଭବିଷ୍ୟତ। ତେଣୁ ଗୁଣାତ୍ମକ ଶିକ୍ଷା ସହିତ ସେମାନଙ୍କୁ ସମୟାନୁବର୍ତ୍ତିତା ଓ ଅନ୍ୟ ଆଦର୍ଶ ଗୁଣର ବିକାଶ ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ । ସେମାନେ ଯେପରି ଜଣେ ଜଣେ କର୍ମଯୋଗୀ ହୋଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ନିଜର ଯୋଗଦାନ ରଖିବେ ସେଥିପ୍ରତି ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ସେ କହିଥିଲେ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, ରାଜ୍ୟର ପାଠ୍ୟକ୍ରମ ପ୍ରସ୍ତୁତି ପାଇଁ ଯେଉଁ ବ୍ୟବସ୍ଥା କରାଯାଇଛି ସେଥିରେ ଶିକ୍ଷା କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତା ଥିବା ଓଡିଶାର ବିଶିଷ୍ଟ ବ୍ୟକ୍ତିମାନଙ୍କର ମତାମତ ଗ୍ରହଣ କରାଯିବା ଆବଶ୍ୟକ । ପାଠ୍ୟକ୍ରମରେ ଓଡିଶାର ଗୌରବମୟ ଇତିହାସ, ଐତିହ୍ୟ ଓ ବରପୁତ୍ରମାନଙ୍କ ବିଷୟ ସ୍ଥାନ ପାଇବା ଆବଶ୍ୟକ। ସମସ୍ତଙ୍କୁ ଯେପରି ସହଜରେ ଓ ସୁବିଧାରେ ଶିକ୍ଷା ମିଳିବ ସେ ଦିଗରେ ନୂଆ ଶିକ୍ଷା ନୀତି ଏକ ଆଦର୍ଶ ନୀତି ବୋଲି ସେ କହିଥିଲେ । ଜାତୀୟ ଶିକ୍ଷା ନୀତି ଓ ରାଜ୍ୟ ଶିକ୍ଷା ନୀତି ଏକ ରୂପ ନେଇ ଓଡିଶାର ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ବୋଲି ସେ ମତ ଦେଇଥିଲେ ।

ଗତ ସାତ ମାସ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାହାର ଉଚ୍ଚ ପ୍ରଶଂସା କରିଥିଲେ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ, ନୂଆ ଶିକ୍ଷା ନୀତିରେ ମାତୃଭାଷା ସହିତ ବହୁ ଭାଷୀ ଶିକ୍ଷାର ବ୍ୟବସ୍ଥା ରହିଛି । ଏହା ଦ୍ୱାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, କେନ୍ଦ୍ର ଶିକ୍ଷା ସଚିବ ଶ୍ରୀ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ, ବିଶିଷ୍ଟ ଶିକ୍ଷାବିତ୍ ମଞ୍ଜୁଲ୍ ଭାର୍ଗବ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅଧିକାରୀ ଓ ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ରାଷ୍ଟ୍ରୀୟ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟରେ ଜାତୀୟ ଶିକ୍ଷା ନୀତି -୨୦୨୦କୁ ସଫଳ ଭାବେ କ୍ରିୟାନ୍ୱୟନ କରିବା ଦିଗରେ ଆଜି ଯେଉଁ କର୍ମଶାଳାର ଆୟୋଜନ କରିଛନ୍ତି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ। ଜାତୀୟ ଶିକ୍ଷା ନୀତି ଅନୁଯାୟୀ ରାଜ୍ୟରେ ପାଠ୍ୟ ଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ମଙ୍ଗଳବାର ଓଡ଼ିଶା ସରକାରଙ୍କ ଜାତୀୟ ଶିକ୍ଷା ନୀତି ପ୍ରଣୟନ ସମ୍ପର୍କିତ ତିନିଦିନିଆ ରାଷ୍ଟ୍ରୀୟ କର୍ମଶାଳାର ଉଦଘାଟନୀ ସମାରୋହରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସେ କହିଛନ୍ତି ପ୍ରାଚୀନ କାଳରୁ ଓଡ଼ିଆ ଜାତି ବିଶ୍ୱକୁ ଅନ୍ୱେଷଣ କରିଆସିଛି। ଆମର ସଭ୍ୟତା ଓ ନୌବାଣିଜ୍ୟ ପରମ୍ପରା ମଧ୍ୟ ପୁରୁଣା । ବୌଦ୍ଧ ଧର୍ମର ମାର୍ଗ ଓଡ଼ିଶା ଜରିଆରେ ହିଁ ଉଭା ହୋଇଛି। କଳିଙ୍ଗ ଯୁଦ୍ଧ ହଜାର ବଜାର ବର୍ଷ ପୂର୍ବରୁ ସଂଗଠିତ ହୋଇଥିଲା। ସେ ସମୟରୁ ଓଡ଼ିଆ ଲୋକମାନେ ନିଜକୁ ଶିକ୍ଷା ଓ ସୁସଂସ୍କୃତ ସମାଜ ଭାବେ ନିଜକୁ ପ୍ରତିଷ୍ଠିତ କରିଛନ୍ତି। ଓଡ଼ିଶାର ମୂଳ ପୁଞ୍ଜି ଗଣିତ ଶିକ୍ଷା ବୋଲି ମାନ୍ୟବର ରାଷ୍ଟ୍ରପତି କହିଛନ୍ତି। ମହାନ ଜ୍ୟୋତିର୍ବିଦ ପଠାଣୀ ସାମନ୍ତ ବାଉଁଶ ନଳୀ ସାହାଯ୍ୟରେ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ ଆଦିଙ୍କର ଦୈନିକ ଓ ବାର୍ଷିକ ଆବର୍ତ୍ତନର ଗଣନା କରିଥିଲେ। ଓଡ଼ିଶାରେ ନିର୍ମିତ କୋଣାର୍କ ମନ୍ଦିର, ଲିଙ୍ଗରାଜ ମନ୍ଦିର, ହୀରାକୁଦ ବନ୍ଧ ପରି ଓଡ଼ିଆ ଜାତିର ବୌଦ୍ଧିକ ଓ ବୈଜ୍ଞାନିକ ଦକ୍ଷତାକୁ ପ୍ରମାଣିତ କରୁଛି। ଏହା କେବଳ କଳା ଓ ସଂସ୍କୃତି ନୁହେଁ ବଂର ବିଜ୍ଞାନ ଓ ଗଣିତର ସମଷ୍ଟି। ଏଥିରୁ ଅନୁମେୟ, ଓଡ଼ିଆ ଜାତିରେ ମୂଳଭୂତ ତତ୍ତ୍ୱ ଅଛି।

ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ) ଉନ୍ମୋଚନ ହୋଇସାରିଛି ।  ଆଗାମୀ ଦିନରେ ଏନସିଏଫ ଓଡ଼ିଶାର ରାଜ୍ୟ ପାଠ୍ୟକ୍ରମ ଢାଞ୍ଚାର ଆଧାର ଭାବେ କାର୍ଯ୍ୟ କରିବ । ପାଠ୍ୟକ୍ରମ ଓ ଶିକ୍ଷାଦାନ ବିଷୟ ଯେପରି ଓଡ଼ିଶାର ସଭ୍ୟତା ଓ ସାଂସ୍କୃତିକ ମୂଲ୍ୟବୋଧ, ଇତିହାସ, ଐତିହ୍ୟ ଓ ଜ୍ଞାନ ପରମ୍ପରା ସହିତ ସମ୍ପୂର୍ଣ୍ଣ ପ୍ରାସଙ୍ଗିକ ହେବ, ସେଥିପ୍ରତି ଏନସିଇଆରଟିକୁ ନିଶ୍ଚିତ କରିବାକୁ ପଡ଼ିବ । ପାଠ୍ୟ ଖସଡା ଏପରି ପ୍ରସ୍ତୁତ ହେବା ଦରକାର ଯାହା ଓଡିଆ ସଂସ୍କୃତି ଏବଂ ଐତିହ୍ୟକୁ ନେଇ ହେବ । ଓଡ଼ିଆ ମାତୃଭାଷା, ବୀରଗାଥା, ନୌବାଣିଜ୍ୟ ଓ ସ୍ଥପତିକୁ ଗୁରୁତ୍ୱ ଦେଉଥିବ । ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ବୀରତ୍ୱ କାହଣୀ, ବିଜ୍ଞାନରେ ପଠାଣୀ ସାମନ୍ତଙ୍କ ଉଦାହରଣ, ଓଡ଼ିଆ ଜାତିର ସମୃଦ୍ଧମୟ ନୌବାଣିଜ୍ୟ ପରମ୍ପରାର କଥା ରହିବ । ଯଦି ଧର୍ମ ନିରପେକ୍ଷତା ଉପରେ ଶିକ୍ଷାଦାନ ହୁଏ ତେବେ ତାହା ଆମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ହେବା ଦରକାର । ଖ୍ରୀଷ୍ଟିଆନ ଧର୍ମରେ ରହି ମଧ୍ୟ କୁଳବୃଦ୍ଧ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଲଢେଇ କରିଥିଲେ । ଏ ସବୁର ମୂଳ ବିଷୟକୁ ଅନ୍ତର୍ଭୁକ୍ତ କରାଯିବା ଦରକାର । ଆମ ଗଣିତ ପଢେଇ ପାରିବା କିନ୍ତୁ ଉଦାହରଣ ପଠାଣି ସାମନ୍ତଙ୍କ ପରି ବ୍ୟକ୍ତିଙ୍କ ଭଳି ସ୍ଥାନୀୟ ବିଭୁତିଙ୍କ ଉଦାହରଣ ଦେବା ଦରକାର । ଆମେ ବିଜ୍ଞାନରେ ଗତି ପଢେଇବା କିନ୍ତୁ ଉଦାହରଣ ଆମେ ପୁରୀ ସମୁଦ୍ରର ଲହଡ଼ିକୁ ନେଇ ପାରିବା।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତି ଗୁଣାତ୍ମକ, ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଉତ୍ତରଦାୟୀ, ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ । ଏ ପ୍ରକାର ଶିକ୍ଷା ମାଧ୍ୟମରେ ରାଜ୍ୟରେ ଆମେ ଏକ ନୂଆ ବାତାବରଣ ତିଆରି କରିବା । ପରୀକ୍ଷା ପ୍ରକ୍ରିୟାକୁ ସରଳ କରିବା, ମୂଲ୍ୟାୟନକୁ ପାରଦର୍ଶୀ କରିବା, ଶିକ୍ଷଣ ଫଳାଫଳକୁ ପ୍ରାଥମିକତା ଦେବାକୁ ହେବ । ଶିକ୍ଷକଙ୍କ ଦକ୍ଷତା ବଢାଇବାକୁ ପଡିବ । ଟେକ୍ନୋଲୋଜି ଜରିଆରେ ସ୍କୁଲ ଶିକ୍ଷା ପ୍ରଦାନ କରିବା ସହ ଡିଜିଟାଲ ଶିକ୍ଷାକୁ ଗୁରୁତ୍ୱ ଦେବା । ସ୍କୁଲରେ ଡ୍ରପ୍ ଆଉଟ ହାର କମାଇବା ପାଇଁ ଯୋଜନା କରିବା । ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନରେ ମାନବ ସମ୍ବଳକୁ ଉଚ୍ଚ ମାନବ ସମ୍ବଳ କରାଇବା ।

ଓଡ଼ିଶାର ପୁଞ୍ଜି ଶିକ୍ଷା । ଏହି ଭୂମିରେ ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା । ସାରଳା ଦାସ ଓଡ଼ିଆ ମହାଭାରତ ଏହି ପବିତ୍ର ଭୂମରେ ରଚନା କରିଥିଲେ । ଏଠାରେ ବଳରାମ ଦାସ ଲକ୍ଷ୍ମୀପୁରାଣ ଲେଖିଥିଲେ । ତେଣୁ ଏହି ପୃଷ୍ଠଭୂମିରେ ଶିକ୍ଷା ଜଗତ, ଓଡ଼ିଶାର ସାଢେ ୪ କୋଟି ଲୋକ, ପ୍ରବାସୀ ଓଡ଼ିଆ, ଗବେଷକ ଏବଂ ଅଭିଭାବକମାନେ ଜାତୀୟ ଶିକ୍ଷା ନୀତିରେ ପାଠ୍ୟ ଖସଡା ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେବାକୁ ସେ ଆହ୍ୱାନ କରିଛନ୍ତି ।

ଓଡ଼ିଶା ସାହିତ୍ୟରେ ଆମ ବିଚାର ସଙ୍କୁଚ୍ଚିତ ନଥିଲା। ଆମ ଓଡିଆଙ୍କ ଶକ୍ତି ବୌଦ୍ଧିକ କ୍ଷମତା। ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ। ରାଜ୍ୟରେ ସ୍କୁଲରୁ ଉଚ୍ଚ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ୧ କୋଟି ଛାତ୍ରଛାତ୍ରୀ ଅଛନ୍ତି। ଓଡ଼ିଶା ଜନସଂଖ୍ୟାର ଏକ ଚତୁର୍ଥାଂଶ ହେଉଛନ୍ତି ଛାତ୍ରଶକ୍ତି। ଏହି ସମୟରେ ଓଡ଼ିଶାର ଏହି ୧ କୋଟି ଛାତ୍ରଶକ୍ତିଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ନୀତି ନିର୍ଦ୍ଧାରଣ କରାଯିବ।

ଅତୀତରେ ଓଡ଼ିଶା ସରକାର ଶିକ୍ଷାନୁଷ୍ଠାନରେ ନାଚ ଗୀତ କରାଇବାରେ ବ୍ୟସ୍ତ ରହିଲେ। ବର୍ତ୍ତମାନର ସରକାର ପିଏମ ଶ୍ରୀ ସ୍କୁଲ ସହ  ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନାରେ ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟକୁ ଆଦର୍ଶ ବିଦ୍ୟାଳୟରେ ପରିଣତ କରାଯିବାର ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଆଧୁନିକ ଶିକ୍ଷା ଦାନ ମିଳିବ। ଓଡ଼ିଆ ପିଲାକୁ ସ୍ଥାନୀୟ ପିଲାକୁ ମାତୃଭାଷାରେ ଶିକ୍ଷାଦାନ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନକୁ ବିଶେଷ ଭାବରେ ପ୍ରାଥମିକତା ଦେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଡିଶାରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି, ବିଜ୍ଞପ୍ତି ଜାରି କଲା ସ୍କୁଲ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ବର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଲାଗୁ କରାଯିବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି। ଆଜି ଗଣଶିକ୍ଷା ବିଭାଗ ପକ୍ଷରୁ ଏହା ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇଛି। ଏହାକୁ ୨୦୨୪-୨୫ ଶିକ୍ଷା ବର୍ଷରୁ କାର୍ଯ୍ୟକାରୀ କରାଯିବ।

ଏହି ନୀତି ଆଞ୍ଚଳିକ ବିଷୟବସ୍ତୁକୁ ଗୁରୁତ୍ୱ ଦେଇ ପାଠ୍ୟକ୍ରମର ପ୍ରସ୍ତୁତି ଓ ମଜବୁତ ଶିକ୍ଷା ବ୍ୟବସ୍ଥା ଗଠନ ହେବ ବୋଲି ଆଶା କରାଯାଇଛି। ପ୍ରଥମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଆଞ୍ଚଳିକ ଐତିହ୍ୟ, ସଂସ୍କୃତି, ଓ ମହାପୁରୁଷମାନଙ୍କ ଜୀବନୀ ଉପରେ ଅଧିକ ଗୁରୁତ୍ୱ ଦେଇ ପିଲାମାନଙ୍କୁ ଏହା ପଢ଼ାଯିବ। ଏହି ମାଧ୍ୟମରେ ସେମାନେ ଅନୁସନ୍ଧାନ, ନବସୃଜନ, ଏବଂ ବ୍ୟବହାରିକ ଶିକ୍ଷା ଉପରେ ଗଭୀର ଅଭିଜ୍ଞତା ଅର୍ଜନ କରିପାରିବେ।

ନୂତନ ଶିକ୍ଷା ନୀତି ମଧ୍ୟ ଶିଳ୍ପ ଇଣ୍ଟର୍ନସିପ୍ ମାଧ୍ୟମରେ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ପ୍ରତି ଧ୍ୟାନ ଦେବ। ଏହା ଚାକିରିକୁ ଦୃଷ୍ଟିରେ ରଖି ପିଲାମାନଙ୍କୁ ଦକ୍ଷତା ଅର୍ଜନରେ ସାହାଯ୍ୟ କରିବ।

ଗଣଶିକ୍ଷା ବିଭାଗ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଏହି ନୀତିକୁ ରାଜ୍ୟରେ ଗଭୀର ଅନୁଷ୍ଠାନ ଓ ବିଚାର ବିନିମୟ ପରେ ଲାଗୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି। ସରକାର ଆଶା କରୁଛନ୍ତି ଯେ ଏହା ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆଣିବ।

Categories
ଆଜିର ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତିର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଆଲୋଚନା ଚକ୍ର ଅନୁଷ୍ଠିତ

ଛତ୍ରପୁର: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜାତୀୟ ଶିକ୍ଷାନୀତି ୨୦୨୦ର ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିବାବେଳେ। ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ରାଉତ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ମୁଖ୍ୟବକ୍ତା ସମ୍ଭାଗ ସଦସ୍ୟା ଗୀତାରାଣୀ ମିଶ୍ର ଯୋଗଦେଇ ମାର୍ଗଦର୍ଶନ କରିଥିଲେ। ସମ୍ଭାଗ ଶିଶୁବାଟିକା ଶୈକ୍ଷିକ ସଂଯୋଜକ ଅରୁଣ କୁମାର ବାଗ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସ୍ଥାନୀୟ ଅନୁଷ୍ଠାନର ସହସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସଂକୁଳ ପ୍ରମୁଖ ଡ ଜେ କୁର୍ମା ରାଓ, ଶିକ୍ଷାବିତ ଅଜିତ କୁମାରସେଠୀ, ଗଞ୍ଜାମ ପ୍ରଧାନାଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର,ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ଦଣ୍ଡପାଣି ସାହୁ, ଗୋପାଳପୁର ପ୍ରଧାନାଚାର୍ଯ୍ଯା ଅନୀତା ପାତ୍ର, କିୟୁର୍ସର ମୁଖ୍ୟ ଅରୁଣ କୁମାର ଶତପଥି, ସ୍ଥାନୀୟ ନଗରର ବିଭିନ୍ନ ବିଦ୍ୟାଳୟର କାରମେଲ, ୟୁରୋ କିଡ୍ସ, ସତ୍ୟ ସାଇ ବିଦ୍ୟା ଭବନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଅଙ୍ଗନବାଡି କର୍ମୀ ଏବଂ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବି ଯୋଗ ଦେଇ ନୂତନ ଶିକ୍ଷାନୀତି ୨୦୨୦ ର ECCE ଉପରେ ହୋଇଥିବା ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ମତବ୍ୟକ୍ତ କରିଥିଲେ।

ଶିଶୁ ବାଟିକାର ପ୍ରମୁଖ ବି ସୁଶୀଳା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏଥିରେ ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଚଳିତ ଶିକ୍ଷା ବର୍ଷରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି, ଜାଣନ୍ତୁ କେମିତି

ଭୁବନେଶ୍ୱର: ଉଚ୍ଚ ଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ଓଡ଼ିଶା ସରକାର ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବାକୁ ଉଦ୍ଦିଷ୍ଟ।

ନୂତନ ଶିକ୍ଷା ନୀତି-୨୦୨୦ ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ  ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରି , ଏବଂ ଡିଗ୍ରି ଅନର୍ସ୍  ପ୍ରଦାନ କରା ଯିବ। ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ଆଧାରରେ  ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍‌ୱର୍କ୍ ପ୍ରସ୍ତୁତ ହୋଇଅଛି ଏବଂ ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି।

କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି  ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ। ଏତଦ୍ୱାରା ଛାତ୍ର ଛାତ୍ରୀ ମାନେ ନିଜ ସ୍ୱେଛା ରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସ କୁ ପୂର୍ଣ୍ଣ କରିପାରିବେ।

ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।

ଏଥିପାଇଁ ବର୍ତମାନ ରେ  ୪୦ଟି ସ୍ନାତକ  ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।

ଏହା ଦ୍ୱାରା  ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱ ବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍‌ୱର୍କ୍  ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିର ଚାରି ବର୍ଷ ପୂର୍ତ୍ତିରେ ଅଖିଳ ଭାରତୀୟ ଶିକ୍ଷା ସମାଗମ ପାଳିତ

ନୂଆଦିଲ୍ଲୀ/ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ଆମର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା, ଆମ ଜନସଂଖ୍ୟାକୁ ସଶକ୍ତ କରିବା ଏବଂ ସାମାଜିକ-ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଆଶାର ପ୍ରତୀକ ଭାବରେ ଠିଆ ହୋଇଛି ବୋଲି ଜାତୀୟ ଶିକ୍ଷା ନୀତି -୨୦୨୦ କ୍ରିୟାନ୍ୱୟନର ୪ ବର୍ଷ ପୂର୍ତ୍ତି ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଅବସରରେ ଦେଶର ଛାତ୍ରଛାତ୍ରୀ ସମୂହ, ଅଭିଭାବକ, ଶିକ୍ଷା ପରିବାରକୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ନୂଆପିଢ଼ିର ବିଦ୍ୟାର୍ଥୀଙ୍କୁ ସଶକ୍ତ କରିବା ସହ ଆମ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଆରମ୍ଭ ହୋଇଥିବା ଯାତ୍ରାକୁ ୪ ବର୍ଷ ପୂରଣ ହୋଇଛି। ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ଆମର ଶିକ୍ଷାକୁ ଅଧିକ ଜୀବନ୍ତ କରିଛି। ଭାରତର ଶିକ୍ଷାକୁ ଭବିଷ୍ୟତବାଦୀ କରିବା, ରୁଟେଡ୍, ବିଶ୍ୱସ୍ତରୀୟ ଏବଂ ଆଉଟକମ୍ ଆଧାରିତ କରିବା ପାଇଁ ଭାରତ ସରକାରଙ୍କ ପ୍ରଚେଷ୍ଟାକୁ ମାର୍ଗଦର୍ଶନ ଦେଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନରେ ଭାରତକୁ ଏକବିଂଶ ଶତାବ୍ଦୀର ଜ୍ଞାନ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ଜାତୀୟ ଶିକ୍ଷା ନୀତିକୁ ଅକ୍ଷରେ ଅକ୍ଷରେ କାର୍ଯ୍ୟକାରୀ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ଅପରପକ୍ଷରେ ଜାତୀୟ ଶିକ୍ଷା ନୀତିର ୪ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଅଖିଳ ଭାରତୀୟ ଶିକ୍ଷା ସମାଗମ – ୨୦୨୪(ଏବିଏସଏସ) ସହିତ ଶିକ୍ଷା ମନ୍ତ୍ରଣାଳୟ ପାଳନ କରିଛି। ଏହି ଅବସରରେ କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ଜୟନ୍ତ ଚୌଧୁରୀ, ଡା. ସୁକାନ୍ତ ମଜୁମଦାରଙ୍କ କରକମଳରେ ଜାତୀୟ ଶିକ୍ଷା ନୀତିର ଅନ୍ତର୍ଗତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଉପକ୍ରମ ଶୁଭାରମ୍ଭ କରାଯାଇଛି। ବିଭିନ୍ନ ଭାରତୀୟ ଭାଷା ଶିଖିବା ପାଇଁ ଟିଭି ଚ୍ୟାନେଲ, ଶିକ୍ଷାକୁ ମଜାଦାର କରିବା ପାଇଁ କାର୍ଯ୍ୟକ୍ରମ, କ୍ୟାରିୟର ଗାଇଡେନ୍ସ ଗାଇଡଲାଇନ, ୫୦୦ରୁ ଅଧିକ ଜବ୍ କାର୍ଡର ଏକ ବିଶାଳ ଲାଇବ୍ରେରୀ, ବ୍ରେଲି ଏବଂ ଅଡିଓ ପୁସ୍ତକରେ ଏନ୍ ଏମ୍ଏମ୍ (ନ୍ୟାସନାଲ୍ ମିଶନ ଫର୍ ମେଣ୍ଟରିଂ) ଓ ନ୍ୟାସନାଲ୍ ପ୍ରଫେସନାଲ ଷ୍ଟାଣ୍ଡାର୍ଡସ୍ ଫର୍ ଟିଚର୍ସ (ଏନ୍ ପିଏସ୍ ଟି), ଏଆଇସିଟିଇ, ନୀତି ଆୟୋଗ ଏବଂ ଏଆଇଏମ୍ ଦ୍ୱାରା ସ୍କୁଲ ଇନୋଭେସନ ମାରାଥନ ଏବଂ ଗ୍ରାଜୁଏସନ୍ ଆଟରିବୁଟ୍ସ ଏବଂ ଫ୍ରେଫେସନାଲ କମ୍ପିଟେନସିସ୍ ଉପରେ ଏକ ପୁସ୍ତକର ଶୁଭାରମ୍ଭ ହୋଇଛି।

ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ଭାରତୀୟ ଜ୍ଞାନ ପ୍ରଣାଳୀ (ଆଇକେଏସ)କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୪ଟି ପୁସ୍ତକ ଏବଂ ବକ୍ତୃତା ନୋଟ୍ ଉନ୍ମୋଚନ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ପି.ଏମ.ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ପାଇଁ ଏନଏମଏମ ଏବଂ ଏନପିଏସଟି ଉପରେ ଓରିଏଣ୍ଟେସନ ଅଧିବେଶନ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ (ଡିଓଏସଇଏଲ)ର ନିର୍ଦ୍ଦେଶକ୍ରମେ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ପକ୍ଷରୁ ଦେଶର ୨୯ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ/କେଭିଏସ୍/ଏନଭିଏସ୍ ର ଶିକ୍ଷକମାନଙ୍କ ପାଇଁ ଜାତୀୟ ପରାମର୍ଶ ମିଶନ (ଏନଏମଏମ) ଏବଂ ଶିକ୍ଷକମାନଙ୍କ ପାଇଁ ଜାତୀୟ ବୃତ୍ତିଗତ ମାନକ (ଏନ୍ ପି ଏସ୍ ଟି) ଉପରେ ଏକ ପାଞ୍ଚ ଦିନିଆ ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦କୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ଜ୍ଞାନ ଓ ଦକ୍ଷତା ସହିତ  ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ୧୦-୧୪ ଜୁନ ୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଅଧିବେଶନରେ ଲକ୍ଷ୍ୟ ରଖାଯାଇଥିଲା।

ପାଞ୍ଚ ଦିନ ଧରି ଦୁଇ ଘଣ୍ଟିଆ ଅଧିବେଶନ ଆୟୋଜନ କରାଯାଇ ଏନଏମଏମ ଏବଂ ଏନପିଏସଟି ବିଷୟରେ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରତିଦିନ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଏଥିରେ ସାମିଲ କରାଯାଇଥିଲା। ଶିକ୍ଷକମାନଙ୍କ ବୃତ୍ତିଗତ ଅଭିବୃଦ୍ଧିକୁ ସମର୍ଥନ କରିବା ଏବଂ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାଇଁ ଏକ ମଜବୁତ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ସେମାନଙ୍କୁ ସଶକ୍ତ କରିବା ପାଇଁ ଏହି ପଦକ୍ଷେପଗୁଡିକ ପ୍ରସ୍ତୁତ କରାଯାଇଛି । ଅଧିବେଶନଗୁଡ଼ିକୁ ଅଧିକ ସମାବେଶୀ କରିବାରେ ସାଙ୍କେତିକ ଭାଷା ଅନୁବାଦକମାନେ ମଧ୍ୟ ନିୟୋଜିତ ହୋଇଥିଲେ। ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନେ ଏହି ଅଧିବେଶନରେ ଅଂଶଗ୍ରହଣ କରି ଏନପିଏସଟି ଏବଂ ଏନଏମଏମ ଏବଂ ସେମାନଙ୍କର କାର୍ଯ୍ୟକାରୀ ରଣନୀତି ବିଷୟରେ ଗଭୀର ବୁଝାମଣା ହାସଲ କରିବେ ବୋଲି ଆଶା କରାଯାଉଛି।

ଏନସିଟିଇର ଅଧ୍ୟକ୍ଷ ପ୍ରଫେସର ପଙ୍କଜ ଅରୋରା ଏବଂ ଏନସିଟିଇର ସଦସ୍ୟ ସଚିବ ଶ୍ରୀମତୀ କେସାଙ୍ଗ ୱାଇ ଶେରପା ପି.ଏମ। ଶ୍ରୀ ସ୍କୁଲ ଶିକ୍ଷକମାନଙ୍କ ପାଇଁ ଉଭୟ ଏନପିଏସଟି ଏବଂ ଏନଏମଏମ ଅଧିବେଶନର ପ୍ରସଙ୍ଗ ଉପସ୍ଥାପନ କରିଥିଲେ । ନ୍ୟାସନାଲ ମିଶନ ଫର ମେଣ୍ଟରିଂ (ଏନଏମଏମ) ଉପରେ ଏକ ଅଧିବେଶନରେ ଏନଏମଏମ ଉପରେ ଏକ ବିସ୍ତୃତ ଉପସ୍ଥାପନା କରାଯାଇଥିଲା । ଏକ ବୈଷୟିକ ପ୍ରଦର୍ଶନରେ ସଂରକ୍ଷକ ଏବଂ ପ୍ରଶିକ୍ଷାର୍ଥୀ ଉଭୟଙ୍କ ପାଇଁ ଏନଏମଏମ ପୋର୍ଟାଲର ପଞ୍ଜୀକରଣ ପ୍ରକ୍ରିୟା ଏବଂ ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏହି ଅଧିବେଶନରେ ପରାମର୍ଶଦାତା ଏବଂ ପ୍ରଶିକ୍ଷାର୍ଥୀ ମଧ୍ୟରେ ଯୋଗାଯୋଗକୁ ସୁଗମ କରିବା ପାଇଁ ଏନଏମଏମ ଡିଜିଟାଲ ପୋର୍ଟାଲ ମାଧ୍ୟମରେ ଏନସିଟିଇ ଦ୍ୱାରା ପ୍ରଦାନ କରାଯାଉଥିବା ସହାୟତା ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଏନପିଏସଟି ଉପରେ ଅଧିବେଶନରେ ଏନପିଏସଟି ମାର୍ଗଦର୍ଶିକା ଡକ୍ୟୁମେଣ୍ଟରେ ସୁପାରିଶ କରାଯାଇଥିବା କାର୍ଯ୍ୟଦକ୍ଷତା ଆଶା ଏବଂ ଉନ୍ନତି ପାଇଁ ରଣନୀତି ବିଷୟରେ ସେମାନଙ୍କର ବୁଝାମଣା ବୃଦ୍ଧି କରି ପି.ଏମ. ଶ୍ରୀ ସ୍କୁଲ ଶିକ୍ଷକମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅଧିବେଶନରେ ସେବାରେ ଥିବା ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ଏନପିଏସଟି ମାର୍ଗଦର୍ଶିକା ଡକ୍ୟୁମେଣ୍ଟରେ ସୁପାରିଶ କରାଯାଇଥିବା ତିନୋଟି ମୁଖ୍ୟ ମାନଦଣ୍ଡ, ଶିକ୍ଷକ ସ୍ତର ଏବଂ ଏନପିଏସଟି ଢାଞ୍ଚା ବିଷୟରେ ଉଲ୍ଲେଖ କରାଯାଇଥିଲା । ଓରିଏଣ୍ଟେସନ୍ ଅଧିବେଶନରେ ଦକ୍ଷତା ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା ଯାହା ଶିକ୍ଷକମାନଙ୍କୁ ସେମାନଙ୍କର ବୃତ୍ତିଗତ ଏବଂ ବ୍ୟକ୍ତିଗତ ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିପାରେ।

Categories
ଆଜିର ଖବର ରାଜ୍ୟ ଖବର

ସମ୍ବଲପୁରର ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ କେନ୍ଦ୍ରମନ୍ତ୍ରୀ  

ସମ୍ବଲପୁର: ଏକବିଂଶ ଶତାବ୍ଦୀର ଆଧୁନିକ ଦୁନିଆକୁ ଧ୍ୟାନରେ ରଖି ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି। ଅତ୍ୟାଧୁନିକ ଗୁଣାତ୍ମକ ଶିକ୍ଷା, ଦକ୍ଷତା ବିକାଶ, ମାତୃଭାଷାକୁ ପ୍ରାଧାନ୍ୟ ସହ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ଏବଂ ସବୁ ବିଷୟକୁ ଯୋଡି ସେମାନଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଇବା ଜାତୀୟ ଶିକ୍ଷା ନୀତିର ପ୍ରମୁଖ ଅଙ୍ଗ ହୋଇଛି ବୋଲି ଶନିବାର ସମ୍ବଲପୁର ସ୍ଥିତ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲର ବାର୍ଷିକ ଉତ୍ସବରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନରେ ଭାରତ ସମେତ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ପ୍ରଣୟନ କରାଯାଇଛି। ଆଜି ଆମ ସମସ୍ତଙ୍କ ସାମ୍ନାରେ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ନୂଆ ଦୁନିଆ ଛିଡା ହୋଇଛି। ପରିବେଶ ସୁରକ୍ଷା ଭଳି ଗୁରୁ ଦାୟିତ୍ୱ ଆଜିର ଯୁବପିଢିଙ୍କ ହାତରେ ନ୍ୟସ୍ତ ରହିଛି। ତେଣୁ ଏହାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ନୂଆ ପିଢି ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଉଛି। ଶିକ୍ଷା ନୀତିରେ ଛାତ୍ରଛାତ୍ରୀଙ୍କ କ୍ରିଟିକାଲ ଥିଙ୍କିଂ ବଢାଇବା ସହ ସେମାନଙ୍କୁ ତର୍କ ଓ ଗବେଷଣା କରିବାର କ୍ଷମତା ବୃଦ୍ଧି କରାଇବା ପାଇଁ ମାତୃଭାଷାରେ ଶିକ୍ଷାଦାନ ଉପରେ ପ୍ରାଥମିକତା ଦିଆଯାଇଛି। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ମାତୃଭାଷା ଶିକ୍ଷାଦାନକୁ ଅଭ୍ୟାସରେ ପରିଣତ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆସୁଥିବା ପାର୍ଥକ୍ୟ ଉପରେ ଗବେଷଣା କରିବା ଦରକାର।

ଶ୍ରୀ ପ୍ରଧାନ କହିଛନ୍ତି ଯେ ନୂଆ ଶିକ୍ଷା ନୀତିରେ ପିଲାଙ୍କୁ ପରୀକ୍ଷା ଚାପରୁ ମୁକ୍ତି ଦେବା ପାଇଁ ଆଗାମୀ ଶିକ୍ଷା ବର୍ଷରୁ ବର୍ଷକୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଦୁଇ ଥର କରାଯିବ। ଏହି ଦୁଇଟି ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଯେଉଁ ପରୀକ୍ଷାରେ ଭଲ ନମ୍ବର ଆଣିଥିବେ, ସେହି ଅନୁସାରେ ସେମାନଙ୍କୁ ମାର୍କିଂ କରାଯିବ। ଏହାବ୍ୟତିତ ପିଲାଙ୍କ ପାଇଁ ନୂତନ ପାଠ୍ୟ ପୁସ୍ତକ ବିକଶିତ କରାଯିବା ଉପରେ ମଧ୍ୟ ପ୍ରାଥମିକତା ଦିଆଯାଉଛି। ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଦକ୍ଷତାକୁ ପାଠ୍ୟକ୍ରମ ଖସଡାରେ ଅନ୍ତର୍ଭୃକ୍ତ କରାଯିବା ସହ ଆଗାମୀ ଦିନରେ ସେମାନଙ୍କୁ ସେହି ସ୍କିଲର ଅଭ୍ୟାସ କରାଯିବ।

ପ୍ରଧାନମନ୍ତ୍ରୀ ଯେତେବେଳେ ବିକଶିତ ଭାରତ ପାଇଁ ଆହ୍ୱାନ କରିଛନ୍ତି ଆଜିର ପିଲାଙ୍କୁ ରୋଜଗାର କରିବା ନୁହେଁ ବରଂ ଚାକିରି ଦେବା ପାଇଁ ପ୍ରୋତ୍ସାହିତ କରିବାକୁ ହେବ। ଭେଦିକ ଇଣ୍ଟର ନ୍ୟାସନାଲ ସ୍କୁଲ ଭଳି ଛାତ୍ରଛାତ୍ରୀଙ୍କୁ ଉଦ୍ୟୋଗୀ ଏବଂ ଉଦ୍ୟମିତା ମନୋବୃତ୍ତି କରାଇବା ପାଇଁ ପଡିବ। ରାମ ରାଜ୍ୟ ତଥା ଦେଶରେ ସୁଶାସନ ପ୍ରତିଷ୍ଠା କରିବା ପାଇଁ ପଡିବ। ଆଜି ଜନ୍ମ ହେଉଥିବା ପିଲାଙ୍କର ଉତ୍ତମ ସ୍ୱାସ୍ଥ୍ୟ ରଖିବା ପାଇଁ ଯତ୍ନ ନେବାକୁ ପଡିବ।  ମର୍ଯ୍ୟାଦାପୁରୁଷ ଶ୍ରୀରାମ ଲଙ୍କା ବିଜୟ କରିବା ପାଇଁ ଯେଉଁଭଳି ଭାବେ ରାମସେତୁ ନିର୍ମାଣ କରିଥିଲେ ଏବଂ ଏହାକୁ ନିର୍ମାଣ କରିବାରେ ଗୁଣ୍ଡୁଚିମୂଷା ନିଜର ବାଲି ଝାଡିଥିଲା ସେହଭଳି ଭାବେ ଆମେ ‘ବିକଶିତ ଭାରତ’ ପାଇଁ ପରିଶ୍ରମ କରିବା ସହ ନିଜ ନିଜର ସାମର୍ଥ୍ୟ ଅନୁସାରେ ଦାୟିତ୍ୱ ନେବା ଆବଶ୍ୟକ ବୋଲି ଛାତ୍ରଛାତ୍ରୀଙ୍କୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ସମାଜ ସହ ତୃଣମୂଳ ସ୍ତରରେ ଯୋଡି ହୋଇ ପୂର୍ବଜ ମାନଙ୍କ ସଂଗ୍ରାମକୁ ମନେପକାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଦୁନିଆର ସବୁଠୁ ପୁରୁଣା ଗ୍ରନ୍ଥ ବେଦର ମାହାତ୍ମ୍ୟ ଉପରେ ପିଲାଙ୍କୁ ଅଧ୍ୟୟନ କରାଇବା ପାଇଁ ଭେଦିକ ଇଣ୍ଟରନ୍ୟାସନାଲ ସ୍କୁଲକୁ ପରାମର୍ଶ ଦେବା ସହ ସମାଜର ଏକ କ୍ୟାଟାଲିଷ୍ଟ ହେବାକୁ ଆହ୍ୱାନ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଭାରତର ପୁରାତନ ଜ୍ଞାନ ପରମ୍ପରା ଦର୍ଶନ, ଗଣିତ, ଜ୍ୟୋତିର୍ବିଜ୍ଞାନ, ଔଷଧ ଓ ସାହିତ୍ୟ ଭଳି ବିବିଧ କ୍ଷେତ୍ରରେ ଏକ ବିଶାଳ ଓ ବିବିଧ ଭଣ୍ଡାର। ପିଢ଼ି ପିଢ଼ି ଧରି ସଂରକ୍ଷିତ ଓ ପ୍ରସାରିତ ଏହି ଜ୍ଞାନ ସଭ୍ୟତାକୁ ରୂପ ଦେବା ସହ ମାନବ ଇତିହାସ ଏବଂ ବିଶ୍ୱ ଉପରେ ଗଭୀର ପ୍ରଭାବ ପକାଇଛି ବୋଲି ଭାରତୀୟ ସାଂସ୍କୃତିକ ସମ୍ବନ୍ଧ ପରିଷଦର ଜ୍ଞାନ ଭାରତୀ ଭିଜିଟର୍ସ କାର୍ଯ୍ୟକ୍ରମର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପୁରାତନ ଭାରତ ବିଜ୍ଞାନ, ଗଣିତ, ଜ୍ୟୋତିର୍ବିଜ୍ଞାନ ଏବଂ ସ୍ଥାପତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ସହିତ ଗଭୀର ଭାବରେ ଜଡ଼ିତ ସଂସ୍କୃତି, ପରମ୍ପରା ଏବଂ ମୂଲ୍ୟବୋଧର ସମୃଦ୍ଧ ସଂସ୍କୃତି ଭାବରେ ଠିଆ ହୋଇଛି। ଏହାର ଉଦାହରଣ ଦେଇ ଉଜ୍ଜୟିନୀ ସ୍ଥିତ ଡୋଙ୍ଗଲା ଗ୍ରାମ, ସୁଶ୍ରୁତ ସଂହିତା, ଶୂନ ଓ ଡେସିମିଲ, ଖଜୁରାହ ମନ୍ଦିର, କୋଣାର୍କ ମନ୍ଦିରର ବୈଜ୍ଞାନିକ ପୃଷ୍ଠଭୂମି ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଯେ ପ୍ରାଚୀନ ସ୍ଥଳଗୁଡ଼ିକର ଭବ୍ୟତା ବ୍ୟତୀତ ଭାରତର ସମୃଦ୍ଧ ଐତିହ୍ୟର ପ୍ରମାଣ ରହିଛି। କେବଳ ସ୍ଥାପତ୍ୟ ଦୃଷ୍ଟିରୁ ନୁହେଁ ବରଂ ଗଣତାନ୍ତ୍ରିକ ଆଦର୍ଶର ଅଗ୍ରଣୀ ଭାବରେ ମଧ୍ୟ। ଶତାବ୍ଦୀ ପୂର୍ବେ ଭାରତ ଏକ ଅତ୍ୟାଧୁନିକ ପଞ୍ଚାୟତ ବ୍ୟବସ୍ଥାକୁ ଗ୍ରହଣ କରିଥିଲା। ଏହି ବ୍ୟବସ୍ଥାରେ ଏକ ଶାସନ ମଡେଲ୍ ଏବଂ ନିର୍ବାଚନର ପ୍ରାରମ୍ଭିକ ରୂପ ପ୍ରଦର୍ଶିତ ହୋଇଥିଲା। ଏହି ଐତିହାସିକ ରତ୍ନଗୁଡ଼ିକ ଭାରତର ସର୍ବପୁରାତନ ସଭ୍ୟତା ଏବଂ ଗଣତନ୍ତ୍ରର ଜନନୀ ଭାବରେ ଦିଆଯାଇଥିବା ମାନ୍ୟତାକୁ ଦୃଢିଭୂତ କରେ। ସାଂସ୍କୃତିକ ଗଭୀରତା ଏବଂ ବୌଦ୍ଧିକ ଦକ୍ଷତାର ଏହି ମିଶ୍ରଣ ପ୍ରାଚୀନ ଭାରତର ସ୍ଥାୟୀ ଐତିହ୍ୟ – ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ବ୍ୟାଖ୍ୟା କରେ।

ଜାତୀୟ ଶିକ୍ଷା ନୀତି ଅଧୀନରେ, ଶିକ୍ଷା ମନ୍ତ୍ରଣାଳୟରେ ନବଗଠିତ ଭାରତୀୟ ଜ୍ଞାନ ବ୍ୟବସ୍ଥା ଅଧୀନରେ ଭାରତର ପୁରାତନ ଜ୍ଞାନକୁ ପ୍ରୋତ୍ସାହିତ ଏବଂ ପୁନର୍ଜୀବିତ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ସମଗ୍ର ଭାରତରେ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନରେ ଭାରତୀୟ ଜ୍ଞାନ ବ୍ୟବସ୍ଥା କେନ୍ଦ୍ର ପ୍ରତିଷ୍ଠା, ଭାରତୀୟ ଜ୍ଞାନ ବ୍ୟବସ୍ଥାଭିତ୍ତିକ ଗବେଷଣା ଏବଂ ଉଦ୍ଭାବନକୁ ପ୍ରୋତ୍ସାହିତ କରିବା, ବିଦ୍ୟାଳୟ ପାଠ୍ୟକ୍ରମରେ ଭାରତୀୟ ଜ୍ଞାନ ବ୍ୟବସ୍ଥାକୁ ଯୋଡିବା ଓ ଭାରତୀୟ ଜ୍ଞାନ ବ୍ୟବସ୍ଥା ପାଇଁ ଶିକ୍ଷାଦାନ ଏବଂ ଶିକ୍ଷଣ ସମ୍ବଳର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି । ଭାରତର ପ୍ରାଚୀନ ଜ୍ଞାନ କେବଳ ଅତୀତର ଅବଶେଷ ନୁହେଁ; ଏହା ଏକ ଜୀବନ୍ତ ପରମ୍ପରା ଯାହା ଆମ ଦେଶ ଏବଂ ବିଶ୍ୱ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାର ଶକ୍ତି ରଖିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହାବ୍ୟତିତ ଶିକ୍ଷା ପ୍ରଶାସନିକ କ୍ଷେତ୍ରରେ ନବସୃଜନ ଏବଂ ଭଲ ପଦକ୍ଷେପ ପାଇଁ ୨୦୨୦-୨୧ ଏବଂ ୨୦୨୧-୨୨ ବର୍ଷ ପାଇଁ ଜାତୀୟ ପୁରସ୍କାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ । ବ୍ଲକ ଓ ଜିଲ୍ଲା ସ୍ତରରେ ଶିକ୍ଷା ଅଧିକାରୀଙ୍କୁ ନବସୃଜନ ଏବଂ ବେଷ୍ଟ ପ୍ରାକ୍ଟିସେସ ପାଇଁ ପୁରସ୍କୃତ କରିଥିଲେ । ଜାତୀୟ ଶିକ୍ଷା ନୀତି ଉପରେ ଆଲୋଚନା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆମେ ନବସୃଜନ ଓ ବେଷ୍ଟ ପ୍ରାକ୍ଟିସ ବା ସର୍ବୋତ୍ତମ ଅଭ୍ୟାସକୁ ଗୁରୁତ୍ୱ ଦେବା ଦରକାର । ଦେଶର ୧ କୋଟି ଶିକ୍ଷକଙ୍କ କାପାସିଟି ବଲଡିଂ ବଢାଇବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦେବା ପାଇଁ ନିପାକୁ ପରାମର୍ଶ ଦେଇଥିଲେ । ଜାତୀୟ ଶିକ୍ଷା ନୀତିକୁ ସଫଳ କରିବା ଉପରେ ସମସ୍ତଙ୍କୁ ପ୍ରଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଥିଲେ ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜାତୀୟ ଶିକ୍ଷା ନୀତି ଲାଗୁ କରିବାକୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ କୁଳାଧିପତିଙ୍କ ପରାମର୍ଶ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି ୨୦୨୦ ଲାଗୁ କରିବା ପାଇଁ ଏକ ନୀତି ନିର୍ଘଂଟ ପ୍ରଣୀତ ହେବା ଦରକାର। ପ୍ରଥମ ପର୍ଯ୍ୟାୟରେ ଚାରି ବର୍ଷିଆ ସ୍ନାତକ ଶିକ୍ଷା ପ୍ରଚଳନ ପାଇଁ ବ୍ୟବସ୍ଥା ହେବା ଦରକାର। ଏଥି ନିମନ୍ତେ ପାଠ୍ୟକ୍ରମ, ସଂରଚନା, ଦକ୍ଷତା ବିକାଶ ଓ ଧନ୍ଦାମୂଳକ ପାଠ୍ୟକ୍ରମ ପ୍ରସ୍ତୁତ ହେବା ଆବଶ୍ୟକ।

ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ତର୍ଗତ ପ୍ରଶିକ୍ଷଣ, ପ୍ରୋଜେକ୍ଟ କାର୍ଯ୍ୟ ଓ ଇଂଟରନ୍‌ସିପ୍ ସହ ଶିଳ୍ପ ସଂଯୋଗର ଭିତ୍ତି ପ୍ରସ୍ତୁତ କରିବାକୁ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ ପରାମର୍ଶ ଦେଇଛନ୍ତି।

ଆଜି ରାଜଭବନରେ ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟର କୁଳପତି ସମ୍ମିଳନୀରେ ଉଦ୍‌ବୋଧନ ଦେଇ କୁଳାଧିପତି କହିଛନ୍ତି ଯେ ଓଡ଼ିଶାରେ ବହୁ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଅଛି। ଭୁବନେଶ୍ୱର ପୂର୍ବ ଭାରତର ଶୈକ୍ଷିକ କେନ୍ଦ୍ର ହେବା ସ୍ଥଳେ ଗୋଟିଏ ବି ପ୍ରମୁଖ ଜାତୀୟସ୍ତରୀୟ ଶିକ୍ଷା ଅନୁଷ୍ଠାନ ଓଡ଼ିଶାରେ ନରହିବା ନିଶ୍ଚିତ ରୂପେ ଚିନ୍ତାର ବିଷୟ। ଏ ଦିଗରେ ପ୍ରୟାସ କରିବାକୁ କୁଳାଧିପତି ଶ୍ରୀ ଦାସ ଆହ୍ୱାନ ଦେଇଛନ୍ତି।

କୁଳାଧିପତି ଶ୍ରୀ ଦାସ ଆହୁରି କହିଛନ୍ତି ଯେ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ସ୍ତରରେ ରିସର୍ଚ ଆଣ୍ଡ ଡେଭଲପ୍‌ମେଂଟ ସେଲ୍ ପ୍ରତିଷ୍ଠା ହେବା ଦରକାର ଏବଂ ବହୁ ସଂଖ୍ୟାରେ ପେଟେଂଟ୍ ହାସଲ ପାଇଁ ଉଦ୍ୟମ କରିବାକୁ କୁଳାଧିପତି କହିଛନ୍ତି। ବ୍ୟାପକ ବୈଷୟିକ ଜ୍ଞାନକୌଶଳ, ପ୍ରଯୁକ୍ତି ବିଦ୍ୟା, ଇ-ଅଫିସ୍‌, ଡିଜିଟାଲ୍ ମାଧ୍ୟମର ବିପୁଳ ଉପଯୋଗ ଓ ନିୟମିତ ଅଡିଟ୍ ଉପରେ କୁଳାଧିପତି ଗୁରୁତ୍ୱ ଦେଇଛନ୍ତି।

ଓଡ଼ିଶାରେ ୬୨ ଜନଜାତି ସଂପ୍ରଦାୟ ରହୁଛନ୍ତି, ଯେଉଁମାନେ ଓଡ଼ିଶାର ଜନସଂଖ୍ୟାର ପ୍ରାୟ ୨୩ ଶତାଂଶ। ସେମାନଙ୍କ ଭାଷା, ସଂସ୍କୃତି, ଗୀତସଂଗୀତ, ଜୀବନଶୈଳୀ ଓ ଆଚାର ବ୍ୟବହାର ସଂପର୍କରେ ସ୍ଥାନୀୟ ବିଶ୍ୱବିଦ୍ୟାଳୟ ତଥ୍ୟ ସଂଗ୍ରହ, ଗବେଷଣା, ମ୍ୟୁଜିଅମ ପ୍ରତିଷ୍ଠା ଉପରେ ଧ୍ୟାନ ଦେବା ଦରକାର ବୋଲି କୁଳାଧିପତି ପରାମର୍ଶ ଦେଇଛନ୍ତି।

ଭାରତ ସରକାର ଉଚ୍ଚ ଶିକ୍ଷାର ବିକାଶ ନିମନ୍ତେ ବିବିଧ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛନ୍ତି। ରାଜ୍ୟ ସରକାର ମଧ୍ୟ ପର୍ଯ୍ୟାପ୍ତ ସହଯୋଗ କରୁଛନ୍ତି। ଏସବୁର ଉପଯୋଗ କରି ଭଲ ଗ୍ରେଡ୍ ହାସଲ କରିବାକୁ ତଥା ଶିକ୍ଷା ଓ ଗବେଷଣାକୁ ପ୍ରାଧାନ୍ୟ ଦେବାକୁ କୁଳାଧିପତି କହିଛନ୍ତି।

ଠିକଣା ସମୟରେ ପରୀକ୍ଷା କରିବା ସହ ଠିକ୍ ସମୟରେ ଫଳ ପ୍ରକାଶନ ଓ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିବାକୁ କୁଳପତିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କୁଳପତି ସମ୍ମିଳନୀରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ସମ୍ମିଳନୀର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇ ଓଡ଼ିଶାରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ଓ ପରିଚାଳନା ବିଷୟରେ ତଥ୍ୟ ଉପସ୍ଥାପନ କରିଥିଲେ।

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ.ଅରବିନ୍ଦ ପାଢ଼ୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଶାଳିନୀ ପଣ୍ଡିତ, ଉଚ୍ଚ ଶିକ୍ଷା ବିଭାଗର ସଚିବ ଅରବିନ୍ଦ ଅଗ୍ରୱାଲ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ଗଙ୍ଗାଧର ସାହୁ, ଓକାକ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ମନୋଜ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ସଚିବ ମଧୁସୁଦନ ଦାସ ପ୍ରମୁଖ ନିଜ ବିଭାଗ ଅନ୍ତର୍ଗତ ବିଶ୍ୱବିଦ୍ୟାଳୟର ସ୍ଥିତି ଓ ପ୍ରଗତି ସଂପର୍କରେ ବକ୍ତବ୍ୟ ରଖିଥିଲେ।

କୁଳପତିମାନେ ବିଶ୍ୱବିଦ୍ୟାଳୟର ପ୍ରଗତି, ଭବିଷ୍ୟତର ଯୋଜନା, କାର୍ଯ୍ୟାନ୍ୱୟନ ବିଷୟରେ ତଥ୍ୟ ସୂଚନା ଦେବା ସହ ବିଭିନ୍ନ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ସରକାରଙ୍କ ସହ ସମନ୍ୱୟ ରଖି ବିଶ୍ୱବିଦ୍ୟାଳୟର କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରିବାକୁ କୁଳାଧିପତି ପରାମର୍ଶ ଦେଇଥିଲେ। ସମ୍ମିଳନୀରେ କୁଳପତିଙ୍କ ସହ କୁଳ ସଚିବ ଓ ବିତ୍ତ ନିୟନ୍ତ୍ରକ ତଥା ରାଜଭବନର ଅଧିକାରୀମାନେ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ୍ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କଲେ କେନ୍ଦ୍ରମନ୍ତ୍ରୀ  

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭକୁ ଉପଯୋଗ କରି ମିଳିତ ଆକାଂକ୍ଷା ଉପରେ କାର୍ଯ୍ୟ କରିବା ସହ କମନ୍ ଷ୍ଟ୍ରାଟେଜି ବା ସାଧାରଣ ରଣନୀତି ପ୍ରସ୍ତୁତ କରିବା ଜରୁରୀ ବୋଲି ଆଜି ଦ୍ୱିତୀୟ ଭଏସ୍ ଅଫ୍ ଗ୍ଲୋବାଲ ସାଉଥ ସମ୍ମିଟର ‘ଶିକ୍ଷା ମନ୍ତ୍ରୀ ଅଧିବେଶନ’ର ଅଧ୍ୟକ୍ଷତା କରିବା ଅବସରରେ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ’ କଥାବସ୍ତୁ ଅଧୀନରେ ଚାଲିଥିବା ଏହି ଶିଖର ସମ୍ମିଳନୀରେ ବିଶେଷ କରି ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ‘ମାନବ ସମ୍ବଳକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା’ ଶୀର୍ଷକ ଉପରେ ଶିକ୍ଷା ମନ୍ତ୍ରୀମାନେ ଆଲୋଚନା କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆମ ସମସ୍ତଙ୍କୁ ନିଜର ଆକାଂକ୍ଷା ଉପରେ ଆଲୋଚନା କରି ଶିକ୍ଷା ଓ ଦକ୍ଷତା ବିକାଶର ଦୁଇଟି ସ୍ତମ୍ଭ ଆଧାରରେ ରଣନୀତି ପ୍ରସ୍ତୁତ କରିବାକୁ ହେବ ଏବଂ ଭାରତର ଅନୁଭବ ଏକ ଉଦାହରଣ ଭାବରେ ସମସ୍ତଙ୍କୁ ସହାୟକ ହୋଇପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରୁଛି । ଏହା ଆମ ଶିକ୍ଷା ପରିସଂସ୍ଥାନରେ ବ୍ୟାପକ ସଂସ୍କାର ଆଣିଛି । ସର୍ବବ୍ୟାପୀ, ସର୍ବସ୍ପର୍ଶୀ, ଗୁଣାତ୍ମକ, ସୁଲଭ ଓ ଉତ୍ତରଦାୟିତ୍ୱ ଭଳି ୫ଟି ସ୍ତମ୍ଭ ଉପରେ ପ୍ରସ୍ତୁତ ଜାତୀୟ ଶିକ୍ଷା ନୀତି ଭାରତର ମୂଳ ଚରିତ୍ର ସହ ଯୋଡିହେବା ସହ ୨୦୩୦ ସ୍ଥାୟୀ ବିକାଶର ଏଜେଣ୍ଡା ସହ ସମ୍ମିଳିତ ରହିବ । ଏହା ଆମର ଯୁବପିଢିଙ୍କୁ ବୈଶ୍ୱିକ ନାଗରିକ ଭାବରେ ବିକଶିତ କରିବ । ଜାତୀୟ ଶିକ୍ଷା ନୀତି ଏକ ଦାର୍ଶନିକ ଦସ୍ତାବିଜ । ଏହି ଶିକ୍ଷା ନୀତି ଉଭା ହେଉଥିବା ଅର୍ଥନୀତି ଗୁଡିକ ଉପରେ ବିସ୍ତୁତ ରଣନୀତି ସହ ମାନବ ସମ୍ବଳ ବିକାଶ ପାଇଁ ନୀତି ପ୍ରସ୍ତୁତ କରିବାର ଏକ ଦସ୍ତାବିଜ୍ ହେବ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଗ୍ଲୋବାଲ ସାଉଥର ଉଦ୍ଦେଶ୍ୟକୁ ସମର୍ଥନ କରିଛି ଏବଂ ଏକ ପରିବାର’ ଭାବରେ ମିଳିତ ସମୃଦ୍ଧି ଏବଂ ଅଭିବୃଦ୍ଧି ପାଇଁ  ସହଯୋଗ ଦେଇଛି । ଆମ ଡେମୋଗ୍ରାଫିକ ଡିଭିଡେଣ୍ଡ ଆମର ଶକ୍ତି । ଭାରତର ଯୁବବର୍ଗଙ୍କ ଉତ୍ତମ ଭବିଷ୍ୟତ ଗଢିବା ପାଇଁ ସ୍କୁଲ ଓ ଦକ୍ଷତା ବିକାଶକୁ ଏକତ୍ରୀକରଣ କରିବା ପାଇଁ ଜାତୀୟ ଶିକ୍ଷା ନୀତିରେ ପ୍ରାଧାନ୍ୟ ଦିଆଯାଇଛି । ଡିଜିଟାଲ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବାରେ ଭାରତର ପଦକ୍ଷେପକୁ ବିଶ୍ୱ ଅନୁସରଣ କରୁଛି । ଭାରତର ଡିଜିଟାଲ ପେମେଣ୍ଟ ଫ୍ରେମଓ୍ୱାର୍କ ତଥା ୟୁପିଆଇ ମାସିକ ହଜାର କୋଟିରୁ ଉର୍ଦ୍ଧ୍ୱ ହୋଇସାରିଲାଣି ।

ଜାତୀୟ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟକଚର ଗଠନ କରିବାକୁ ପ୍ରାଧାନ୍ୟ ଦେଉଛି ।  ସ୍କିଲ୍ ଇଣ୍ଡିଆ ଡିଜିଟାଲ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି, ଯାହା ଶ୍ରମଶକ୍ତିଙ୍କୁ ଶିଳ୍ପସଂସ୍ଥା ତଥା ରୋଜଗାରଦାତାଙ୍କ ସହ ସିଧା ଯୋଡୁଅଛି । ଜାତୀୟ ଶିକ୍ଷା ନୀତି ଶିକ୍ଷାରେ ଲିଙ୍ଗଗତ ସମାନତାକୁ ଗୁରୁତ୍ୱ ଦେଉଛି । ଶିକ୍ଷା ତଥା ନବସୃଜନ ସମେତ ବିଭିନ୍ନ କ୍ଷେତ୍ରରେ ମହିଳା ତଥା ଝିଅଙ୍କ ନେତୃତ୍ୱ ବୃଦ୍ଧି, ସ୍କୁଲରେ ନାମଲେଖା ସହ ସେମାନଙ୍କୁ  ଅଧିକରୁ ଅଧିକ ଯୋଡିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।

ଶିକ୍ଷାର ଅନ୍ତର୍ଜାତୀୟକରଣ ହେଉଛି ଜାତୀୟ ଶିକ୍ଷା ନୀତିର ମୂଳ ଅଂଶ । ଜାତୀୟ ଶିକ୍ଷା ନୀତି ଭାରତକୁ ଗ୍ଲୋବାଲ ଷ୍ଟଡି ଡେଷ୍ଟିନେସନ ଭାବରେ ପ୍ରୋତ୍ସାହିତ କରୁଛି । ଭାରତରେ ଥିବା ଶିକ୍ଷାନୁଷ୍ଠାନ ବିଦେଶର ଉଚ୍ଚ ଶିକ୍ଷାନୁଷ୍ଠାନ ସହ ମିଶି ଛାତ୍ରଛାତ୍ରୀଙ୍କୁ ଡୁଆଲ ଡିଗ୍ରୀ  ପ୍ରଦାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଆଇଆଇଟି ଦିଲ୍ଲୀ, ୟୁଏଇ ଏବଂ ଆଇଆଇଟି ମାଡ୍ରାସ ତାଞ୍ଜାନିଆରେ ନିଜ କ୍ୟାମ୍ପସ ଆରମ୍ଭ କରିଛନ୍ତି । ଆମ ବିଶ୍ୱବିଦ୍ୟାଳୟ ଗୁଡିକ ଜଏଣ୍ଟ, ଡୁଆଲ ଡିଗ୍ରୀ ଓ ଟ୍ୱିନିଂ ପ୍ରୋଗ୍ରାମ ମାଧ୍ୟମରେ ବିଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ସହ ସହଭାଗୀ ହେଉଛନ୍ତି । ଭାରତରେ ଏବେ ବିଶ୍ୱବିଦ୍ୟାଳୟ ସ୍ଥାପନ ପାଇଁ ଯୋଜନା କରାଯାଇଛି । ଭାରତ ନବସୃଜନ ଏବଂ ମାନବ ସମ୍ବଳ ବିକାଶରେ ନେତୃତ୍ୱ ନେଉଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ମାନବ ସମ୍ବଳକୁ ଭବିଷ୍ୟତ ପ୍ରସ୍ତୁତ କରିବା ଲକ୍ଷ୍ୟ ହାସଲ କରିବା ଦିଗରେ ଭାରତ ‘ସମସ୍ତଙ୍କ ଅଭିବୃଦ୍ଧି ପାଇଁ ଏକାଠି, ସମସ୍ତଙ୍କ ବିଶ୍ୱାସ ସହିତ ଏକାଠି’ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଗ୍ଲୋବାଲ ସାଉଥର  ୧୪ଟି ଦେଶର ମନ୍ତ୍ରୀ, ବ୍ୟକ୍ତିବିଶେଷମାନେ ଭର୍ଚୁଆଲ୍ ପ୍ଲାଟଫର୍ମରେ ଅଂଶଗ୍ରହଣ କରିଥିଲେ । ସେମାନେ ହେଲେ ବୋତ୍ସୱାନା, ବ୍ରୁନେଇ ଦାରୁସଲାମ, ଜର୍ଜିଆ, ତୁନିସିଆ, ଇରାନ, ଲାଓ ପିଡିଆର, ମାଲାଓ୍ୱି, ମିଆଁମାର, ରିପବ୍ଲିକ ଅଫ୍ ପଲାଉ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ ସାଓ ଟମେ ଏବଂ ପ୍ରିନ୍ସିପ୍, ଆଲବେନିଆ, ମାଲେସିଆ, ଜିମ୍ବାୱେ, କ୍ୟାମେରୁନ୍ ଆଦି ଦେଶର ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିଜର ମତ ରଖିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଷ୍ଟାଚ୍ୟୁ ଅଫ୍ ୟୁନିଟି ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ପାଇଁ ମା’ ଗଙ୍ଗା କୂଳରେ କାଶୀର ଶିକ୍ଷା ସମାଗମରୁ ଆରମ୍ଭ ହୋଇ ମା’ ନର୍ମଦାଙ୍କ ପାଦଦେଶରେ ଆୟୋଜିତ ଆଜିର ଜୋନ୍ ସମ୍ମିଳନୀ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା ପାରସ୍ପରିକ ଆଭିମୁଖ୍ୟ, ରୋଡମ୍ୟାପ୍ ଏବଂ ରଣନୀତି ଭାରତର ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ  ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ଗୁଜୁରାଟର କେଭାଡିଆ ଠାରେ ‘ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀ’ରେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି।  ଗୁଣାତ୍ମକ ଶିକ୍ଷା, ଶିକ୍ଷାରେ ଦକ୍ଷତା ଇକୋସିଷ୍ଟମ, ଶିକ୍ଷାରେ ଗବେଷଣା, ନବସୃଜନ ଏବଂ ଉଦ୍ୟମିତା, ଭାରତ ଜ୍ଞାନ ପରମ୍ପରା ଓ ଶିକ୍ଷାର ଆନ୍ତର୍ଜାତିକରଣ ଭଳି ବିଭିନ୍ନ ପ୍ରାଥମିକତା କ୍ଷେତ୍ର ଉପରେ ଏହି ଜୋନାଲ୍ ସମ୍ମିଳନୀ ବିଚାରବିମର୍ଶ କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ସେ କହିଛନ୍ତି ଭାରତୀୟ ଭାଷା, ଭାରତୀୟ ଜ୍ଞାନ ପରମ୍ପରା, ଦକ୍ଷତା ଏବଂ ରୋଜଗାର ଓ ଉଦ୍ୟମିତା ଶିକ୍ଷା ଜାତୀୟ ଶିକ୍ଷା ନୀତିର ପ୍ରାଥମିକତା କ୍ଷେତ୍ର ଅଟେ। ଆମ ବିଶ୍ୱବିଦ୍ୟାଳୟ ହେଉଛି ଆମ ସମାଜର ମନ୍ଦିର। ପଶ୍ଚିମାଞ୍ଚଳର ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକ ଆମ ଦେଶର କଲ୍ୟାଣ ପାଇଁ ନୂତନ ମଡେଲ୍ ଏବଂ ଆଭିମୁଖ୍ୟ ଆଣିବେ।

ଏହି ଜୋନାଲ ସମ୍ମିଳନୀ ପ୍ରଭାବଶାଳୀ ଜାତୀୟ ଶିକ୍ଷା ନୀତିର କାର୍ଯ୍ୟକାରିତା ମାଧ୍ୟମରେ ଏକ ନୂତନ ସଂସ୍କୃତି ଏବଂ ବହୁମୁଖୀ ଶିକ୍ଷା, ମଲଟିପଲ୍ ଏଣ୍ଟ୍ରି- ମଲଟିପୁଲ ଏକ୍ସିଟ୍ ସହ ସମସ୍ତଙ୍କ ପାଇଁ ସମାନ ସୁଯୋଗର ବିକାଶ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ କହିଛନ୍ତି। ତୃଣମୂଳ ସ୍ତରରେ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ପାଇଁ ଏହି ପ୍ରଥମ ଜୋନାଲ ସ୍ତରୀୟ ସମ୍ମିଳନୀ ଆୟୋଜନ କରିଥିବାରୁ ଗୁଜୁରାଟ ସରକାରଙ୍କ କାର୍ଯ୍ୟକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଥିଲେ।

ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ କେଭାଡିଆର ପ୍ରସିଦ୍ଧ ଷ୍ଟାଚ୍ୟୁ ଅଫ୍ ୟୁନିଟି ପରିଦର୍ଶନ କରିଥିଲେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଗୌରବ, ଏକତା, ଶାନ୍ତି ଓ କୃତଜ୍ଞତାର ପ୍ରତୀକ। ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭବ୍ୟ ସ୍ମାରକୀ ନିର୍ମାଣ କରି ପ୍ରଧାନମନ୍ତ୍ରୀ ଏହି ମହାପୁରୁଷଙ୍କୁ ରାଷ୍ଟ୍ର ତରଫରୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସୌଭାଗ୍ୟବଶତଃ ସେ ଆସୁଥିବା ଗଡଜାତ ଅଞ୍ଚଳ ଢେଙ୍କାନାଳ ମଧ୍ୟ ପଟେଲଙ୍କ ଦୂରଦୃଷ୍ଟି କାରଣରୁ ଭାରତରେ ମିଶିପାରିଥିଲା ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଉଲ୍ଲେଖନୀୟ, ପଶ୍ଚିମାଞ୍ଚଳ କୁଳପତି ସମ୍ମିଳନୀରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦର ପଟେଲ, ଗୁଜୁରାଟର ଶିକ୍ଷା ମନ୍ତ୍ରୀ ରୁଷିକେଶ ପଟେଲ, ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

ଭାରତକୁ ଜ୍ଞାନର କେନ୍ଦ୍ର ବନାଇବାରେ ଏନଇପିର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱୀକାର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଲିଖିତ ‘ୱାନ୍ସ ଏଗେନ୍‌, ଏ ନଲେଜ୍ ହବ୍‌’ ଆଲେଖ୍ୟକୁ ସେୟାର କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରି କହିଛି ଯେ, ‘ଜାତୀୟ ଶିକ୍ଷା ନୀତିର ତୃତୀୟ ବର୍ଷପୂର୍ତ୍ତି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ, ଭାରତକୁ ଉଦୀୟମାନ ପ୍ରଯୁକ୍ତିବିଦ୍ୟା କେନ୍ଦ୍ରରେ ପରିଣତ କରିବା ପାଇଁ କିପରି ଏହି ନୀତି ପ୍ରସ୍ତୁତ କରାଯାଇଛି’।

Categories
ଆଜିର ଖବର ଜାତୀୟ ଖବର

ଆସନ୍ତା ୨୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ଜାତୀୟ ଶିକ୍ଷା ନୀତିର ତୃତୀୟ ବାର୍ଷିକୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୯ ତାରିଖରେ ନୂଆଦିଲ୍ଲୀର ପ୍ରଗତି ମୈଦାନ ସ୍ଥିତ ଆଇଟିପିଓ ଠାରେ ଦ୍ୱିତୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିବେ। ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ତୃତୀୟ ବର୍ଷ ପୂର୍ତ୍ତି ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଦ୍ୱାରା ଏହି ଦୁଇ ଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ପ୍ରଧାନମନ୍ତ୍ରୀ ଏହି ଅବସରରେ ବିଭିନ୍ନ ଯୋଜନାର ଶୁଭାରମ୍ଭ କରିବେ। ଜାତୀୟ ଶିକ୍ଷାନୀତି ୨୦୨୦ କାର୍ଯ୍ୟକାରୀ କରିବା ଲାଗି ଆଲୋଚନା, ବିଚାର ବିମର୍ଶ କରିବା ଏବଂ ଦୃଷ୍ଟିକୋଣ, ରଣନୀତି, ସଫଳତା କାହାଣୀ ତଥା ଶ୍ରେଷ୍ଠ ପଦ୍ଧତିକୁ ବାଣ୍ଟିବା ଲାଗି ଏହି ସମାଗମ କାର୍ଯ୍ୟକ୍ରମ ବିଦ୍ୟାଳୟ, ଉଚ୍ଚ ଶିକ୍ଷାନୁଷ୍ଠାନ, କୌଶଳ ବିକାଶ ସଂସ୍ଥାର ବିଶେଷଜ୍ଞମାନଙ୍କୁ ଏକ ମଞ୍ଚ ଯୋଗାଇ ଦେବ।

ଏହି କ୍ରମରେ ଆଜି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ‘‘ଜାତୀୟ ଶିକ୍ଷା ନୀତି ୨୦୨୦ର ତୃତୀୟ ବର୍ଷପୂର୍ତ୍ତି : ଓଡ଼ିଶାରେ ଗ୍ରହଣ କରାଯାଇଥିବା ପଦକ୍ଷେପ’’ ବିଷୟବସ୍ତକୁ ନେଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ସାମ୍ବାଦିକ ସମ୍ମିଳନୀରେ ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମାଲକର କହିଥିଲେ ଯେ, ଜାତୀୟ ଶିକ୍ଷା ନୀତି ଭାରତକୁ ଏକ ଜୀବନ୍ତ ଜ୍ଞାନ ଆଧାରିତ ସମାଜ ଓ ବିଶ୍ୱ ଗୁରୁ ଭାବେ ରୂପାନ୍ତରିତ କରିବ। ସେ କହିଥିଲେ ଯେ ଏନଇପି, ଛାତ୍ରଛାତ୍ରୀଙ୍କ ଅଭିନବ କ୍ଷମତାକୁ ଉଜାଗତ କରି ଗୁରୁତ୍ୱପୂର୍ଣ୍ଣ ବିଚାର, ବୈଜ୍ଞାନିକ ମନୋଭାବ, ବାସ୍ତବ ଅଧ୍ୟୟନକୁ ପ୍ରୋତ୍ସାହିତ କରିଥାଏ। ଏନଇପିର ପରିକଳ୍ପନା ଅନୁଯାୟୀ, ଆଇଆଇଟି ଭୁବନେଶ୍ୱର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ବହୁବିଷୟକ ଶିକ୍ଷାକୁ ପ୍ରୋତ୍ସାହନ ଦେଇଥାଏ।

ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ କହିଥିଲେ ଯେ, କୋରାପୁଟ ସ୍ଥିତ  କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଭାଷା ପାଠାଗାର ପ୍ରତିଷ୍ଠା କରାଯାଇଛି। ଭାଷାକୁ ନେଇ ଗବେଷଣା ଜାରି ରହିଥିବା ବେଳେ ଭାରତୀୟ ଜ୍ଞାନ ବ୍ୟବସ୍ଥା, ଭାଷା, ସଂସ୍କୃତି, ଦେଶାତ୍ମବୋଧ ଓ ମୂଲ୍ୟବୋଧ ଉପରେ ଗୁରୁତ୍ୱାରୋପ କରାଯାଉଛି। ଓଡ଼ିଆ ସାହିତ୍ୟ ଗ୍ରନ୍ଥକୁ ଇଂରାଜୀ ଓ ହିନ୍ଦୀ ଭାଷାରେ ଅନୁବାଦ କରିବା କାର୍ଯ୍ୟ ଜାରି ରହିଛି। ଆଞ୍ଚଳିକ ଭାଷାରେ ବିଷୟବସ୍ତୁ ପ୍ରସ୍ତୁତ କରିବା ଲାଗି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶା ନିଷ୍ପତ୍ତି ନେଇଛି। କୋରାପୁଟ ଜିଲ୍ଲାରେ କଥିତ କୁଇ ଓ ଦେଶିଆ ଭାଷାରେ ବହି ପ୍ରକାଶ କରିବା ପାଇଁ ମଧ୍ୟ ପ୍ରୟାସ କରାଯାଉଥିବା ପ୍ରଫେସର ତ୍ରିପାଠୀ କହିଥିଲେ।

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଉପ ଆୟୁକ୍ତ ଡକ୍ଟର ଶିହରଣ ବୋଷ ଭୁବନେଶ୍ୱର କେନ୍ଦ୍ର ବିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତିର ପ୍ରଭାବୀ କାର୍ଯ୍ୟକାରିତା ସମ୍ପର୍କରେ ସୂଚନା ଦେଇଥିଲେ। ଏନଇପି ଅଧୀନରେ ମୌଳିକ ଅଧ୍ୟୟନ ସମ୍ପର୍କରେ ସୂଚନା ଦେଇ ଡକ୍ଟର ବୋଷ କହିଥିଲେ, ୨୦୨୨-୨୩ ଠାରୁ ଓଡ଼ିଶାର ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲ ବାଟିକା ଆରମ୍ଭ କରାଯାଇଛି। ଚଳିତ ଶିକ୍ଷା ଅଧିବେଶନ ଠାରୁ ରାଜ୍ୟର ୧୯ଟି କେନ୍ଦ୍ରୀୟ ବିଦ୍ୟାଳୟରେ ବାଲବାଟିକା ଶିକ୍ଷାଦାନ ଆରମ୍ଭ କରାଯିବ। ୨୦ ଅକ୍ଟୋବର, ୨୦୨୨ରେ ଆରମ୍ଭ କରାଯାଇଥିବା ମୌଳିକ ସ୍ତର ପାଇଁ ଜାତୀୟ ପାଠ୍ୟକ୍ରମ ଢାଞ୍ଚା (ଏନସିଏଫ ଏଫଏସ) ଭାରତରେ ୩-୮ ବର୍ଷ ବୟସର ପିଲାଙ୍କ ପାଇଁ ପ୍ରଥମ ଏକୀକୃତ ପାଠ୍ୟକ୍ରମ ଢାଞ୍ଚା ଏବଂ ୫+୩+୩+୪ ‘ପାଠ୍ୟକ୍ରମ ଓ ଶୈକ୍ଷଣିକ’ ଭିତ୍ତିଭୂମିର ପ୍ରତ୍ୟକ୍ଷ ପରିଣାମ ଯାହାକୁ ଏନଇପି ୨୦୨୦ ବିଦ୍ୟାଳୟ ଶିକ୍ଷା ପାଇଁ ନେଇ ଆସିଛି। ଏହାପରେ ୨୦ ଫେବୃଆରୀ ୨୦୨୩ ଏନସିଏଫ ଏଫଏସ ଉପରେ ଆଧାରିତ ଜାଦୁଇ ପିଟାରା : ଅଧ୍ୟୟନ ଶିକ୍ଷା ସାମଗ୍ରୀଆରମ୍ଭ କରାଯାଇଥିଲା। ଏହା ଏକ ଖେଳ ଆଧାରିତ ଶିକ୍ଷା ସାମଗ୍ରୀ ଯାହାକୁ ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଡିଜାଇନ କରାଯାଇଛି ବୋଲି ସେ କହିଥିଲେ।

ବିଦ୍ୟା ପ୍ରବେଶ ଉପରେ ଆଲୋକପାତ କରି ଡକ୍ଟର ବୋଷ କହିଥିଲେ ଯେ, ଏନସିଇଆରଟି ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ‘ବିଦ୍ୟା ପ୍ରବେଶ’ ନାମକ ଏକ ବିଦ୍ୟାଳୟ ପ୍ରସ୍ତୁତି ପାଠ୍ୟବିଷୟ ବା ମଡ୍ୟୁଲ ପ୍ରସ୍ତୁତ କରିଛି। ଏହା ପିଲାଙ୍କ ପ୍ରାକ-ସାକ୍ଷରତା, ପ୍ରାକ-ସଂଖ୍ୟା ଜ୍ଞାନ, ସଂଜ୍ଞାନାତ୍ମକ ଓ ସାମାଜିକ କୌଶଳକୁ ସୁଦୃଢ଼ କରିବ। ବର୍ତ୍ତମାନ ସୁଦ୍ଧା ୨୦୨୨-୨୩ ଶିକ୍ଷା ବର୍ଷ ଠାରୁ ୩୩ଟି ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶ ବିଦ୍ୟା ପ୍ରବେଶକୁ କାର୍ଯ୍ୟକାରୀ କରିଛନ୍ତି ଏବଂ ୮ ଲକ୍ଷ ୭୭ ହଜାର ୭୯୩ଟି ବିଦ୍ୟାଳୟର ପାଖାପାଖି ୧ କୋଟି ୮୦ ଲକ୍ଷ, ୧୩ ହଜାର ୯୩୦ ଜଣ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଛନ୍ତି।

ନାଇଜର ଭୁବନେଶ୍ୱରର ଡିନ୍‌ ପ୍ରଫେସର ପ୍ରଣୟ ସ୍ୱାଇଁ ଜାତୀୟ ଶିକ୍ଷା ନୀତିର ପ୍ରମୁଖ ବିଷୟ ଉପରେ ଆଲୋକପାତ କରିବା ସହିତ ଶିକ୍ଷା କ୍ରେଡିଟ୍‌ ହସ୍ତାନ୍ତର, ଏକାଧିକ ପ୍ରବେଶ ଓ ପ୍ରସ୍ଥାନ ବିକଳ୍ପ ବିଷୟରେ ସୂଚନା ଦେଇଥିଲେ। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଦକ୍ଷତା ବିକାଶ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ବିକେ ସିଂଘା ଜାତୀୟ ଶିକ୍ଷା ନୀତିରେ ଧନ୍ଦାମୂଳକ ଶିକ୍ଷା ଏବଂ କୌଶଳ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିବା କହିଥିଲେ। ଭୁବନେଶ୍ୱର ସ୍ଥିତି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ପି.ସି ଅଗ୍ରୱାଲ, ସିବିଏସଇର କ୍ଷେତ୍ରର ଅଧିକାରୀ କେ. ଶ୍ରୀନିବାସନ ଏହି ଅବସରରେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜି-୨୦ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ଭାରତ ଓ ସିଙ୍ଗାପୁର କର୍ମଶାଳାରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନୂଆ ଜାତୀୟ ଶିକ୍ଷା ନୀତି ଆଧାରରେ ଦେଶର ଯୁବବର୍ଗଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ନିମନ୍ତେ ଶିକ୍ଷା ଓ ଦକ୍ଷତା ପରିସଂସ୍ଥାନର ରୂପାନ୍ତରଣ କରିବା ଲକ୍ଷ୍ୟରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ଆଲୋଚନା ହୋଇଛି। ଏହି ଦୁଇ ରାଷ୍ଟ୍ର ଆଗାମୀ ଦିନରେ ଶିକ୍ଷା ସହ ଦକ୍ଷତା ବିକାଶ ପାଇଁ କାମ କରିବେ। ମଙ୍ଗଳବାର ଭୁବନେଶ୍ୱର ଠାରେ ଜି-୨୦ ଭାରତ ଶିକ୍ଷା ଓ୍ୱାର୍କିଂ ଗ୍ରୁପର ତୃତୀୟ ବୈଠକ ପରିପ୍ରକ୍ଷୀରେ ଭାରତ- ସିଙ୍ଗାପୁର ମଧ୍ୟରେ ଆୟୋଜିତ କର୍ମଶାଳାରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫ୍ୟୁଚର ଅଫ୍ ଓ୍ୱାର୍କ୍ : ଭାରତ ଓ ସିଙ୍ଗାପୁରର ସ୍କିଲ ଆର୍କିଟେକଚର ଓ ଗଭର୍ଣ୍ଣାସ ମଡେଲ’ କଥାବସ୍ତୁ ଉପରେ ଆୟୋଜିତ ଏହି କର୍ମଶାଳାରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ସିଙ୍ଗାପୁରର ରଣନୈତିକ ଭାଗିଦାରୀରେ ଦକ୍ଷତା ବିକାଶ ଏବଂ ଜ୍ଞାନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦୁଇ ଦେଶ ମିଳିତ ଭାବରେ କାମ କଲେ ଉଭୟ ରାଷ୍ଟ୍ର ପାଇଁ ଅନେକ ସୁଯୋଗ ରହିଛି। ବିଶେଷ ଭାବରେ ଭବିଷ୍ୟତର ଶ୍ରମବଳ ପ୍ରସ୍ତୁତ କରିବା ଦିଗରେ ଏହି ରାଷ୍ଟ୍ର ଦ୍ୱୟ କାମ କଲେ ଉଭୟ ଦେଶର ଲକ୍ଷ୍ୟ ସଫଳ ହେବ। ଏହି ଯୁଗ୍ମ କର୍ମଶାଳା ସିଙ୍ଗାପୁରର ପାରଦର୍ଶୀତା ଏବଂ ଜ୍ଞାନକୁ ଉପଯୋଗ କରିବା ଉପରେ ଧ୍ୟାନ ଦେବ। ସ୍କିଲ କ୍ଷେତ୍ରରେ ଥିବା ପ୍ରତିବନ୍ଧକକୁ ଦୂର କରିବା ସହ କୌଶଳ ପରିସଂସ୍ଥାନକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ଭବିଷ୍ୟତର କାର୍ଯ୍ୟଶୈଳି ଉପରେ ଭାରତ ଓ ସିଙ୍ଗାପୁର ମଧ୍ୟରେ ତିନି ପ୍ରସଙ୍ଗ ଯଥା ଦକ୍ଷତା ପାଇଁ ନୂଆ ପାଠ୍ୟକ୍ରମର ବିକାଶ, ଧନ୍ଦାମୂଳକ ଶିକ୍ଷା ଓ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଦକ୍ଷତା ପରିସଂସ୍ଥାନ ପାଇଁ ଫ୍ରେମଓ୍ୱାର୍କ ଏବଂ ଜୀବନବ୍ୟାପୀ ସ୍କିଲିଂ ପାଇଁ ଆପ୍ରେଣ୍ଟିସ୍-ସିପ୍ ଏବଂ ଫ୍ରେମଓ୍ୱାର୍କ ପାଇଁ ଆଲୋଚନା କରାଯାଇଛି। ଭବିଷ୍ୟତର କାର୍ଯ୍ୟଶୈଳୀକୁ ଦୃଷ୍ଟିରେ ରଖି ସ୍କିଲ ମ୍ୟାପିଂ ଉପରେ ଗୁରୁତ୍ୱ ଦିଆଯାଇଛି।

ସିଙ୍ଗାପୁର ସରକାରଙ୍କ ଶିକ୍ଷା ତଥା ଦକ୍ଷତା ବିଭାଗର ଅଧିକାରୀ, ବୈଦେଶିକ ବିଭାଗର ଅଧିକାରୀ ମାନଙ୍କ ସହ ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟ, ସ୍କୁଲ ବିଭାଗ ଏବଂ ଉଚ୍ଚ ଶିକ୍ଷା ବିଭାଗ ବିଭାଗ ସ୍କୁଲ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ଜାତୀୟ ଧନ୍ଦାମୂଳକ ଶିକ୍ଷା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଭିଟି), ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟ (ଡିଜିଟି), ଜାତୀୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି), କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ), ସର୍ବଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ) ମିଳିତ ଭାବେ ସିଙ୍ଗାପୁର ମଡେଲକୁ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ କିପରି ଉପଯୋଗ କରାଯାଇପାରିବ ସେ ନେଇ ଉଭୟ ଦେଶ ଚର୍ଚ୍ଚା ଆଲୋଚନା କରିଛନ୍ତି। ଏ ନେଇ ସିଙ୍ଗାପୁରର ବୈଦେଶିକ ବିଭାଗ ମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି।

ଭାରତର ଅନେକ ରାଜ୍ୟ ସିଙ୍ଗାପୁର ସହ ଅନୁବନ୍ଧିତ ହୋଇଛନ୍ତି। ତେଣୁ ଭାରତ ଏବଂ ସିଙ୍ଗାପୁର ମିଶି କେବଳ ନିଜର ଆବଶ୍ୟକତା ପୂରଣ କରିବେ ନାହିଁ ବରଂ ସ୍କୁଲ ପାଠ୍ୟକ୍ରମରେ ସିଙ୍ଗାପୁର ଆଣିଥିବା ସ୍କିଲିଂ ବିଷୟକୁ ମଧ୍ୟ ଗ୍ରହଣ କରାଯିବ। ଏଆଇସିଟିଇ ଦ୍ୱାରା ପରିଚାଳିତ ଇଞ୍ଜିନିୟରିଂ ଏବଂ ପଲିଟେକନିକ କଲେଜର ଛାତ୍ରଛାତ୍ରୀମାନେ କିପରି ଦକ୍ଷତା ପରିସଂସ୍ଥାନରେ ଅଧିକ ଯୋଡ଼ି ହେବେ ତାହାର ଯୋଜନା କରାଯିବ। ଏହାସହ ବର୍ତ୍ତମାନର ୱାର୍କଫୋର୍ସକୁ ନିରନ୍ତର ରି-ସ୍କିଲିଂ ଏବଂ ଅପ୍-ସ୍କିଲିଂ କରାଯିବା ନେଇ ଗୁରୁତ୍ୱ ଦିଆଯାଉଛି। ଭାରତ ଓ ସିଙ୍ଗାପୁର ଉଭୟ ବିଶ୍ୱ ସମୁଦାୟର କଲ୍ୟାଣକୁ ନିଶ୍ଚିତ କରିପାରିବେ। ଏହି ଯୁଗ୍ମ କର୍ମଶାଳା ସ୍କିଲିଂ ପାଇଁ ନୂଆ ମଡେଲ ତିଆରି କରିବ, ଯେଉଁ ମଡେଲ ବିଶ୍ୱର ଆକାଂକ୍ଷାକୁ ପୂରଣ କରିବା ସହ ଯୁବବର୍ଗଙ୍କୁ ପ୍ରେରିତ କରିବ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଶିକ୍ଷା ଓ ଦକ୍ଷତାକୁ ସମାନ ଗୁରୁତ୍ୱ ଦିଆଯାଇଛି। ଏହା ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ମାଧ୍ୟମରେ ଶିକ୍ଷା ଏବଂ ସ୍କିଲିଂ, ହରାଇଜେଣ୍ଟାଲ ଏବଂ ଭର୍ଟିକାଲ ମୋବିଲିଟିକୁ ଏକୀକରଣ କରିବା ସହ ଭାରତର ଦକ୍ଷତା ପରିସଂସ୍ଥାନର ପୁନଃବାଖ୍ୟା କରୁଛି। ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଧାରରେ ସ୍କିଲିଂକୁ ଧନ୍ଦାମୂଳକ ଶିକ୍ଷାରେ ଔପଚାରିକ ରୂପ ଦେବା ନେଇ ଏକ ମିଳିତ ପ୍ରୟାସର ଆବଶ୍ୟକତା ଅଛି। ସେଥିପାଇଁ ଏହି ୱାର୍କସପର ଆୟୋଜନ କରାଯାଇଛି।

ବିଗତ ଶତାବ୍ଦୀରେ ଅର୍ଥନୀତି କ୍ଷେତ୍ରରେ ଦ୍ରୁତ ପ୍ରଗତି କ୍ଷେତ୍ରରେ ସିଙ୍ଗାପୁର ବିଶ୍ୱର ଗୋଟିଏ ମଡେଲ ହୋଇଛି। ବିଶେଷ ଭାବରେ ସିଙ୍ଗାପୁର ନିଜର ଦକ୍ଷତା ବଢାଇବା ତଥା  ଶିକ୍ଷା ସହ ଦକ୍ଷତା କ୍ଷେତ୍ରରେ ବିକାଶ କରିଥିବା କାରଣରୁ ଅର୍ଥନୀତିରେ ନିଜର ସ୍ଥାନ ନିରୂପଣ କରିସାରିଛି। ଦେଶର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରନ୍ତର ପ୍ରୟାସ ବଳରେ ସିଙ୍ଗାପୁର ଓ ଭାରତର ସମ୍ପର୍କ ମଜଭୂତ୍ ହୋଇଛି। ଆଣବିକ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁର ମିଳିତ ଭାବରେ କାମ କରିବା ଦିଗରେ ଉଦ୍ୟମ ଜାରି ରହିଛି। ଭାରତର ୟୁପିଆଇ ସିଷ୍ଟମକୁ ସିଙ୍ଗାପୁର ସରକାର ଲାଗୁ କରିଛନ୍ତି।

ଏହି କର୍ମଶାଳାରେ ଭାରତର ସିଙ୍ଗାପୁର ହାଇକମିଶନର ସିମନ ଓ୍ୱଙ୍ଗ, ସିଙ୍ଗାପୁରର ଉଚ୍ଚ ଶିକ୍ଷା, ଦକ୍ଷତା ଏବଂ ଶିକ୍ଷା ମନ୍ତ୍ରଣାଳୟର ଉପସଚିବ ମେଲିସା ଖୁ, ଭାରତର ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ମନ୍ତ୍ରଣାଳୟ, ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ସଚିବ ଏବଂ  ଶିକ୍ଷା ଓ ଦକ୍ଷତା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହାସହ ଭାରତ ଓ ସିଙ୍ଗାପୁରର ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ଷ୍ଟେକହୋଲଡର, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ବ୍ଲକ ସ୍ତରୀୟ ଶିକ୍ଷା ସମ୍ବଦ୍ଧିୟ ଉପକରଣ ମେଳା ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ
ବାଣପୁର: ଆଜି ବାଣପୁର ଗୋଦାବରୀଶ ବିଦ୍ୟାପୀଠରେ ଏକ ଶିକ୍ଷା ସମ୍ବଦ୍ଧିୟ ଉପକରଣ ମେଳା ଟିଏଲଏମ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉକି କେନ୍ଦ୍ର ଜାତୀୟ ଶିକ୍ଷା ନୀତି ଅନୁସାରେ ଆସନ୍ତା ୨୦୨୬ ମସିହା ସୁଦ୍ଧା ପ୍ରଥମରୁ ତୃତୀୟଶ୍ରେଣୀ ପିଲା ଭାଷାଗତ ଓ ସଂଖ୍ୟlଗତ ଜ୍ଞାନରେ ପରିପୂର୍ଣ୍ଣ ହେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ୯୦ ଟି ପ୍ରାଥମିକ ସ୍କୁଲର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ୧୦୮ ପ୍ରକାରର ମୌଳିକ ଓ ସରଳତମ ଶିକ୍ଷା ସମ୍ବଧୀୟ ବିଭିନ୍ନ ପ୍ରକାରର ଶିକ୍ଷଣୀୟ ଉପକରଣର ଏକ ପ୍ରଦର୍ଶନ ଉତ୍ସବ ଗୋଦାବରୀଶ ବିଦ୍ୟାପୀଠରେ ଅନୁଷ୍ଠିତ ହୋଇଥିଲା। ଯାହାକି ପ୍ରଥମରୁ ତୃତୀୟ ଶ୍ରେଣୀ ପିଲା ମାନଙ୍କ ପାଇଁ ଉପାଦେୟ ହୋଇପାରିବ।

ଉକ୍ତ ଟିଏଲଏମ ମେଳାରେ ଅନ୍ତରକିଆରୀ, ସାଲୁଣି, ସାନହନ୍ତୁଆଡ଼, ମାଟିଆପୋଖରୀ, ବରଡ଼ିହ ପ୍ରାଥମିକ ସ୍କୁଲ ଭଳି ୧୬ ଟି ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ଉନ୍ନତ ଧରଣର ପାଠ୍ୟ ଉପକରଣ ପ୍ରଦର୍ଶନ କରିଥିବାରୁ ସେମାନଙ୍କୁ ପୁରସ୍କୃତ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି କହିଛନ୍ତି। ମୁଖ୍ୟତଃ ପିଲାମାନେ କେଉଁଭଳି ମାତ୍ରା ଓ ଅକ୍ଷର ଶିକ୍ଷା, ଓଜନ ଓ ମାପ ଭଳି ସରଳତାମ ଶିକ୍ଷା ପଦ୍ଧତିକୁ ଆପଣେଇ ଥିଲେ।

ଉକ୍ତ ଉତ୍ସବରେ ବାଣପୁର ଅଧକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ବିଇଓ ସନାତନ ଜାଲି ସମସ୍ତ ସିଆରସିସି ଓ ଗୋଦାବରୀଶ ବିଦ୍ୟପୀଠର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୨୦୧୫ ମସିହାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ଏବଂ ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାତୀୟ କଳା ଉତ୍ସବ ଆରମ୍ଭ କରା ଯାଇଥିଲା। କଳା ଉତ୍ସବରେ ଦେଶର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ପ୍ରଥମେ ଜିଲ୍ଲା ସ୍ତରରେ, ପରେ ରାଜ୍ୟ ସ୍ତରରେ ଏବଂ ଶେଷରେ ଜାତୀୟ ସ୍ତରରେ ବିଭିନ୍ନ କଳା ବିଭାଗର ସଦସ୍ୟ ମାନଙ୍କୁ ନେଇ ଗଠିତ ଏକ ସମ୍ମାନିତ ଜୁରି ଯେଉଁ ମାନେ ପ୍ରତ୍ୟେକ ନିଜ ନିଜ କ୍ଷେତ୍ରରେ ଜଣେ ବିଶେଷଜ୍ଞଙ୍କ ସମ୍ମୁଖରେ ସେମାନଙ୍କର ବିଭିନ୍ନ ବର୍ଗରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ନିମନ୍ତେ ଆମନ୍ତ୍ରିତ କରାଯାଇଥିଲା।

କଳା ଉତ୍ସବ ୨୦୨୨ ଜାନୁୟାରୀ  ୩ , ୨୦୨୩ ରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ସଙ୍ଗଠନ ଏବଂ ନବୋଦୟ ବିଦ୍ୟାଳୟ ସମିତି ବିଦ୍ୟାଳୟରୁ କଳା ଉତ୍ସବ ୨୦୨୧ ରେ ମୋଟ ୩୭ଟି ଦଳ ଅଂଶଗ୍ରହଣ କରିଥିଲେ,  ଯେଉଁଥିରେ ୭୦୩ ଜଣ ଛାତ୍ରଛାତ୍ରୀ ନିଜର କଳା ପ୍ରତିଭା ପ୍ରଦର୍ଶନ କରିଥିଲେ। ଏଥି ମଧ୍ୟରୁ, ୩୫୩ ଜଣ ବାଳିକା ଏବଂ ୩୫୦ ଜଣ ବାଳକ କଳା ଉତ୍ସବ ୨୦୨୨ ରେ ଅଂଶଗ୍ରହଣ କରିଥିଲେ,  ସେମାନଙ୍କ ମଧ୍ୟରୁ ୭ ଦିବ୍ୟାଙ୍ଗ ଅଂଶଗ୍ରହଣକାରୀ ଥିଲେ। ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ, ଶିକ୍ଷା ମନ୍ତ୍ରଣାଳୟ (ଭାରତ ସରକାର) ଏବଂ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ସେମାନଙ୍କର ଅକ୍ଲାନ୍ତ ପରିଶ୍ରମ ଯୋଗୁଁ କଳା ଉତ୍ସବ ୨୦୨୨  ସଫଳ ହୋଇଛି।

୩ ରୁ ୫ ଜାନୁୟାରୀ ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା କଳା ଉତ୍ସବ ୨୦୨୨  ପ୍ରତିଯୋଗିତାରେ ମୋଟ ୧୦ ଟି କଳା, ଯଥା – ଗାୟନ ଶାସ୍ତ୍ରୀୟ ସଙ୍ଗୀତ, ପାରମ୍ପରିକ ଲୋକ ଗାୟନ, ତାଳ ବାଦ୍ୟ ସଙ୍ଗୀତ, ମଧୁର ବାଦ୍ୟ ସଙ୍ଗୀତ,  ଶାସ୍ତ୍ରୀୟ ଲୋକ ନୃତ୍ୟ, ଏକକ ଅଭିନୟ ଏବଂ ୨ – ଡି ଏବଂ ୩ – ଡି ଭିଜୁଆଲ୍ ଆର୍ଟ ପ୍ରତିଯୋଗିତା ଏବଂ ସ୍ୱଦେଶୀ ଖେଳନା ଏବଂ ଖେଳ  ଆୟୋଜିତ ହୋଇଥିଲା।

ଆଜି ଅର୍ଥାତ୍ ୭ ଜାନୁଆରୀ ୨୦୨୩ ରେ, ଭୁବନେଶ୍ୱରର ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (ଆର୍‌ଆଇଇ) ରେ କଳା ଉତ୍ସବ ୨୦୨୨ ର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା। କଳା ଉତ୍ସବରେ ଅଂଶଗ୍ରହଣ କରିଥିବା ଦଳ ମାନଙ୍କୁ ସମ୍ବୋଧିତ କରି ମୁଖ୍ୟ ଅତିଥି, ମାନନୀୟ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି ଯେ କଳା ଉତ୍ସବ ଏକ ଭାରତ ଶ୍ରେଷ୍ଠ ଭାରତର ଦର୍ଶନକୁ ସଠିକ୍ ଦିଗ ଏବଂ ରୂପ ପ୍ରଦାନ କରି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣକୁ ସାକାର କରିଛି। ଏହିପରି ଭାବେ ସମସ୍ତ ଆକର୍ଷଣୀୟ ପ୍ରଦର୍ଶନ ପାଇଁ  ସେ ସମସ୍ତ ଅଂଶଗ୍ରହଣକାରୀ ଏବଂ ଆୟୋଜକ ମାନଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।

ମାନନୀୟ ମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଅତୁଳନୀୟ ଉତ୍ସାହ ସହିତ ସମସ୍ତ ରାଜ୍ୟ ଏଥିରେ ଅଂଶଗ୍ରହଣ କରିବା, ପୁଣି ଥରେ ଏହା ପ୍ରମାଣିତ କରିଛି ଯେ ଭାରତ ହେଉଛି ବିବିଧତା ମଧ୍ୟରେ ଏକତାର ଏକ ଉଦାହରଣ,  ଯାହା ମଧ୍ୟ ଏହାର ଏକ ବିଶେଷତ୍ୱ ଏବଂ ଶକ୍ତିର ଉତ୍ସ ଅଟେ। ମାନନୀୟ ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ଭାରତ ସମେତ ସମଗ୍ର ବିଶ୍ୱ ମହାମାରୀ ସହ ସଂଗ୍ରାମ କରୁଥିବାବେଳେ ଭାରତ ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆଣିଛି, ସେଗୁଡିକ ମଧ୍ୟରୁ ଜାତୀୟ ଶିକ୍ଷା ନୀତି ୨୦୨୦ ଅନ୍ୟତମ। ଜାତୀୟ ଶିକ୍ଷା ନୀତି ୨୦୨୦ ଶିକ୍ଷା ମାଧ୍ୟମରେ କଳା ଏବଂ ସଂସ୍କୃତିର ପ୍ରଚାରକୁ ଗୁରୁତ୍ୱ ଦେଇଥାଏ। କଳା ଉତ୍ସବ ୨୦୨୨ରେ ମଧ୍ୟ ଜାତୀୟ ଶିକ୍ଷା ନୀତି ୨୦୨୦ ର ପରାମର୍ଶ ଗୁଡିକୁ ଅନ୍ତର୍ଭୁକ୍ତ କରିଛି।

ଭାରତ ସରକାରଙ୍କ ମାନ୍ୟବର ଶିକ୍ଷା ମନ୍ତ୍ରୀ ଡକ୍ଟର ରାଜକୁମାର ରଂଜନ ସିଂହ କହିଥିଲେ ଯେ ଦୁଇ ବର୍ଷର ପ୍ରତିକୂଳ ପରିସ୍ଥିତି ପରେ ଏନସିଇଆରଟି କଳା ଉତ୍ସବ ୨୦୨୨କୁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସଫଳତାର ସହ ପରିଚାଳନା କରିବାରେ ସଫଳ ହୋଇଛି। ସେ ଆହୁରି ମଧ୍ୟ କହିଥିଲେ ଯେ ଛାତ୍ରଛାତ୍ରୀମାନେ ଯେତେବେଳେ କୌଣସି ପ୍ରକାରର କଳା ସହିତ ଜଡିତ ହୁଅନ୍ତି, ସେତେବେଳେ ସେମାନେ ନିଜର କଳ୍ପନାକୁ ବ୍ୟବହାର କରନ୍ତି ଏବଂ ଏହାକୁ ହୃଦୟଙ୍ଗମ କରିବାକୁ ଚେଷ୍ଟା କରନ୍ତି ଏବଂ ଏହାକୁ ଜୀବନ୍ତ ରୂପ ପ୍ରଦାନ କରିଥାନ୍ତି ଏବଂ ବାସ୍ତବିକତାରେ ପରିଣତ କରନ୍ତି। ଏହି ପ୍ରକ୍ରିୟା ପାଇଁ କଳା ଉତ୍ସବ ଏକ ସୁଯୋଗ ପ୍ରଦାନ କରିଥାଏ। ଏହିପରି ସୁଯୋଗ ଛାତ୍ରଛାତ୍ରୀ ମାନଙ୍କର ତର୍କ, ବୁଝାମଣା, ସମସ୍ୟାର ସମାଧାନ, ଜ୍ଞାନଗତ ଏବଂ ନିଷ୍ପତ୍ତି ନେବା କ୍ଷମତାକୁ ବୃଦ୍ଧି କରିଥାଏ, ଯାହା ଛାତ୍ରଛାତ୍ରୀ ମାନଙ୍କର ସର୍ବାଙ୍ଗୀନ ବିକାଶରେ ସହାୟକ ହୋଇଥାଏ। ବିଜେତା ପ୍ରଦର୍ଶନ ଗୁଡିକର ସରକାରୀ ଭ୍ରମଣର ଆୟୋଜନ ପାଇଁ ମାନ୍ୟବର ମନ୍ତ୍ରୀ ଏନ୍‌ସିଇଆରଟିର ନିର୍ଦ୍ଦେଶକଙ୍କୁ କୃତଜ୍ଞତା ଜଣାଇଥିଲେ। କଳାକୃତିର ପ୍ରସ୍ତୁତି ପାଇଁ ସ୍ଥାନୀୟ ଜିନିଷ ଏବଂ ସାମଗ୍ରୀର ବ୍ୟବହାରରେ ସେ ପ୍ରଭାବିତ ହୋଇଥିଲେ ଏବଂ ସେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ “ଗୋବର୍ଦ୍ଧନ” (ଗାଈ ଗୋବରରୁ ଧନ ସୃଷ୍ଟି କରିବା) ଉଦ୍ଦେଶ୍ୟର ଉଦାହରଣ ଦେଇଥିଲେ। ଡକ୍ଟର ସିଂହ ମଧ୍ୟ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ନିଜ ନିଜ ରାଜ୍ୟ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନୀୟ କଳାକୃତି ପ୍ରଦର୍ଶନ କରିଥିବାରୁ ପ୍ରଶଂସା କରିଥିଲେ।

ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ସୁଭାଷ ସରକାର କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଥିବା ସୃଜନଶୀଳ ଦକ୍ଷତା ଉପରେ ଗୁରୁତ୍ୱ ଦେଇଥାଏ। କୌଣସି ରାଷ୍ଟ୍ରର ବିକାଶ କ୍ଷେତ୍ରରେ ସଂସ୍କୃତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଏହା ଭାଗୀଦାରୀ  ମନୋଭାବ, ମୂଲ୍ୟବୋଧ, ଲକ୍ଷ୍ୟ ଏବଂ ପ୍ରଥା ଗୁଡ଼ିକର ଏକ ସମୂହକୁ ପ୍ରତିନିଧିତ୍ୱ କରେ। ଭାରତ ପରି ବିବିଧତାରେ ପରିପୂର୍ଣ୍ଣ ଦେଶ ଏହାର ସଂସ୍କୃତିର ବହୁଳତାର ପ୍ରତୀକ ଅଟେ। ଆଜାଦୀର ଅମୃତ ମହୋତ୍ସବର ଏକ ଅଂଶ ଭାବରେ ଶିକ୍ଷା ମନ୍ତ୍ରଣାଳୟ ଏକ ଭାରତ ଶ୍ରେଷ୍ଠ ଭାରତ ଅଧୀନରେ ଦେଶବ୍ୟାପୀ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଆରମ୍ଭ କରିଛି।

ମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ କଳା ଉତ୍ସବ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି  “ଭୋକାଲ୍ ଫର୍ ଲୋକାଲ୍‌’ ଦୃଷ୍ଟିକୋଣକୁ ବିଶ୍ୱ ସ୍ତରରେ ପହଂଚାଇବା ପାଇଁ ପ୍ରୋତ୍ସାହିତ କରୁଛି । ସ୍ଥାନୀୟ କିମ୍ବା ପାରମ୍ପରିକ ଖେଳ ଏବଂ ଖେଳନା ଉତ୍ପାଦନ ମାଧ୍ୟମରେ ଏହି ଧାରା ଗୁଡ଼ିକରେ ବ୍ୟବସାୟିକ ସୁଯୋଗ ଅନୁସନ୍ଧାନ କରି ଏହା ସେମାନଙ୍କୁ ବ୍ୟବସାୟର ଏକ ମାଧ୍ୟମ ହେବାକୁ ଏକ ସୁଯୋଗ ପ୍ରଦାନ କରିଥାଏ।  “ଭୋକାଲ୍ ଫର୍ ଲୋକାଲ୍‌’  ମଧ୍ୟ ଏକ ବିଶ୍ୱ ସ୍ତରୀୟ ପରିଚୟ ସୃଷ୍ଟି କରିବାକୁ ସ୍ୱଦେଶୀ କଳାକୁ ପ୍ରେରଣା ଯୋଗାଇଥାଏ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ସ୍ତରରେ ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକୁ ଉପସ୍ଥାପନ କରିବାର ସୁଯୋଗ ପ୍ରଦାନ କରିଥାଏ । ସ୍ଥାନୀୟ କିମ୍ବା ପାରମ୍ପରିକ କଳାର ବିଭିନ୍ନ ପ୍ରକାର ଗୁଡିକ ପାଇଁ ଆଗ୍ରହୀ ହେବା ଅର୍ଥ ହେଉଛି ସେହି କଳା ଫର୍ମଗୁଡିକ ଜାତୀୟ ମଂଚରେ ସ୍ଥାପିତ ହେବାର ସୁଯୋଗ ପ୍ରଦାନ କରେ । ଏହି ପର୍ବ ଛାତ୍ରଛାତ୍ରୀ ମାନଙ୍କୁ ଆତ୍ମନିର୍ଭରଶୀଳ କରିଥାଏ । ଏହି ଆତ୍ମନିର୍ଭରଶୀଳତା ବିଭିନ୍ନ ପରୀକ୍ଷଣ ଏବଂ କଳା ଶାସ୍ତ୍ରରେ ସୁଯୋଗ ଦ୍ୱାରା ବୃଦ୍ଧି ପାଇଥାଏ । କଳା ଉତ୍ସବ ୨୦୨୨ରେ ସାମିଲ୍ ହୋଇଥିବା କଳାର ବିଭିନ୍ନ ପ୍ରକାର ଗୁଡିକ ଆତ୍ମନିର୍ଭର ଭାରତ ଅଭିଯାନକୁ ଦୃଢ଼ ଭାବରେ ସମର୍ଥନ କରିଥାଏ, ଯେଉଁଠାରେ ଛାତ୍ରମାନେ ସେମାନଙ୍କର ସ୍ଥାନୀୟ ତଥା ପାରମ୍ପରିକ ସଂସ୍କୃତି ଗୁଡିକୁ ଅଭ୍ୟାସ କରିଥିଲେ, ଯାହା ସେମାନଙ୍କୁ ଭବିଷ୍ୟତରେ ଏକ ବ୍ୟବସାୟ ବାଛିବାର ସୁଯୋଗ ମଧ୍ୟ ଦେଇପାରେ ।

ଏନ୍‌ସିଇଆର୍‌ଟିର ନିର୍ଦ୍ଦେଶକ ପ୍ରଫେସର ଦୀନେଶ ପ୍ରସାଦ ସାକଲାନି ସମ୍ମାନିତ ଅତିଥି ମାନଙ୍କୁ ଏବଂ ପରିଷଦର ସମସ୍ତ ଅଧିକାରୀ, ଶିକ୍ଷା ମନ୍ତ୍ରଣାଳୟ ଏବଂ ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ, କେବିଏସ୍ ଏବଂ ଏନ୍‌ବିଏସ୍‌ର ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରତ୍ୟେକ ପ୍ରଦର୍ଶନକୁ ମୂଲ୍ୟାଙ୍କନ କରିବା ପାଇଁ ସେମାନଙ୍କର ନିରନ୍ତର ଏବଂ ଆନ୍ତରିକ ଉଦ୍ୟମ ପାଇଁ ସେ ବିଭିନ୍ନ କଳା ଫର୍ମର ବିଦ୍ୱାନ ଜୁରି ସଦସ୍ୟ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ କଳା ଉତ୍ସବ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା ଏବଂ ସେମାନଙ୍କର କଳା ଅଭିବ୍ୟକ୍ତିକୁ ଆହୁରି ସ୍ୱଚ୍ଛ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଥାଏ ।

କଳା ଉତ୍ସବ ୨୦୨୨ର ଜାତୀୟ ସଂଯୋଜକ ପ୍ରଫେସର ପୱନ ସୁଧୀର ଏହି ପ୍ରତିଯୋଗିତାରେ ମନୋନୀତ ହୋଇ ଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ କହିଥିଲେ ଯେ ଏହି କାର୍ଯ୍ୟକ୍ରମ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ କଳା ସଂରକ୍ଷଣ ତଥା ପ୍ରୋତ୍ସାହନକୁ ଉତ୍ସାହିତ କରିଥାଏ ଏବଂ ସେମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଥାଏ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦିଓ କୌଣସି ପ୍ରତିଯୋଗିତାର ମାନଦଣ୍ଡ ଅନୁଯାୟୀ ବିଜେତା ମାନଙ୍କୁ ଘୋଷିତ କରା ଯାଇଥାଏ, ତଥାପି ମଧ୍ୟ ସେ ଅନୁଭବ କରିଥିଲେ ଯେ ପ୍ରତ୍ୟେକ ଅଂଶଗ୍ରହଣକାରୀ ନିଜେ ଜଣେ ବିଜେତା ଥିଲେ । କାରଣ ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ସେମାନଙ୍କ ଆତ୍ମବିଶ୍ୱାସ ଏବଂ ପ୍ରଦର୍ଶନ କରିବାକୁ ଉତ୍ସାହ ବିଷୟରେ କହିଥାଏ । ସେ କଳା ଉତ୍ସବର  ବୈଶିଷ୍ଟ୍ୟ ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ପ୍ରତିଯୋଗିତାର ଝଲକକୁ ଆଲୋକିତ କରିବା ପାଇଁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରା ଯାଇଥିଲା ।

Categories
ଆଜିର ଖବର ଜାତୀୟ ଖବର

ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ଜାତୀୟ ଶିକ୍ଷା ନୀତିର ଶୁଭାରମ୍ଭ

ଡେରାଡୁନ/ହରିଦ୍ୱାର: ଶିକ୍ଷା ବ୍ୟବସ୍ଥାକୁ ନୂଆ ରୂପ ଦେବା ତଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରିବା ପାଇଁ ରବିବାର ଉତ୍ତରାଖଣ୍ଡରେ ଶିକ୍ଷା ବର୍ଷ ୨୦୨୨-୨୩ ପାଇଁ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) କ୍ରିୟାନ୍ୱୟନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଜାତୀୟ ଶିକ୍ଷା ନୀତି ହେଉଛି ଦାର୍ଶନିକ ଦସ୍ତାବିଜ, ଯାହା ଜ୍ଞାନ ଆଧାରିତ ଅର୍ଥନୀତି ଓ ସମାଜ ଗଠନ ଦିଗରେ ସହାୟକ ହେବ। ଦେବଭୂମି ଓ ଜ୍ଞାନଭୂମି ଉତ୍ତରାଖଣ୍ଡ ଜାତୀୟ ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରିବା ଖୁସିର ବିଷୟ। ନୂଆ ଶିକ୍ଷା ନୀତି ଆଧାରରେ ପିଲାଙ୍କୁ ୩ ବର୍ଷରୁ ୬ ବର୍ଷ ପର୍ଯ୍ୟନ୍ତ ମୌଳିକ ଶିକ୍ଷା ପ୍ରଦାନ କରାଯିବ। ଖେଳ ଶିକ୍ଷାକୁ ପ୍ରାଥମିକତା ଦିଆଯିବ। ଏହି ତିନି ବର୍ଷର ଅବଧିକୁ ଶିକ୍ଷା ନୀତିରେ ବାଲବାଟିକା ଭାବରେ ଗ୍ରହଣ କରାଯାଇଛି। ପ୍ରଥମ ଥର ପାଇଁ ବାଲବାଟିକାକୁ ସ୍କୁଲ ବ୍ୟବସ୍ଥାରେ ଅନ୍ତର୍ଭୃକ୍ତ କରାଯାଇଛି। ଏହିପରି ଏକ ବ୍ୟବସ୍ଥାକୁ ଲାଗୁ କରିବାରେ ଦେଶର ପ୍ରଥମ ରାଜ୍ୟ ହେଉଛି ଉତ୍ତରାଖଣ୍ଡ ।ନୂଆ ଶିକ୍ଷା ନୀତି ୩ରୁ ୨୩ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତିର ଜ୍ଞାନ, ଗୁଣାତ୍ମକ ଶିକ୍ଷା, କୌଶଳ ସହ କ୍ଷମତା ବଢ଼ାଇବାରେ ସହଯୋଗୀ ହେବ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ, ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଧନ ସିଂହ ରାଓ୍ୱତଙ୍କ ସହ ରାଜ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଓ ଜାତୀୟ ଶିକ୍ଷା ନୀତିର କ୍ରିୟାନ୍ୱୟନର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେ କହିଛନ୍ତି ଉତ୍ତରାଖଣ୍ଡ ବାଲବାଟିକା, ଆଞ୍ଚଳିକ ଭାଷା, ବିଦ୍ୟାଳୟ ପ୍ରସ୍ତୁତି କାର୍ଯ୍ୟକ୍ରମ, ଦକ୍ଷତା ବିକାଶ ସହ ଅନେକ ପଦକ୍ଷେପକୁ ଗୁରୁତ୍ୱ ଦେଇ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ରାସ୍ତା ପରିଷ୍କାର କରୁଛି। ଏକ ସୁଦୃଢ଼ ଶିକ୍ଷା ଏବଂ ଦକ୍ଷତା ବିକାଶ ଇକୋସିଷ୍ଟମ ସହ ଉତ୍ତରାଖଣ୍ଡ ରାଜ୍ୟର  ଯୁବପିଢିଙ୍କୁ ଏକବିଂଶ ଶତାବ୍ଦୀର ଆହ୍ୱାନକୁ ସାମ୍ନା କରିବା ପାଇଁ ଆବଶ୍ୟକୀୟ ଜ୍ଞାନ ଓ ଦକ୍ଷତା ଭିତ୍ତିରେ ପ୍ରସ୍ତୁତ କରିବ।

ଶ୍ରୀ ପ୍ରଧାନ କହିଛନ୍ତି ବିଶ୍ୱ ଦ୍ରୁତ ଗତିରେ ପରିବର୍ତ୍ତନ  ହେଉଛି। ଆମେ ଶିଳ୍ପ ବିପ୍ଳବ ୪.୦ର ମଧ୍ୟଭାଗରେ ଅଛୁ। ପ୍ରଯୁକ୍ତିବିଦ୍ୟା କ୍ରମାଗତ ଭାବରେ ଶିକ୍ଷାର ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରୁଛି। ଶିକ୍ଷା ଏବଂ ଡିଜିଟାଲ ବିଶ୍ୱବିଦ୍ୟାଳୟ ପାଇଁ ଭାରତ ସରକାର ୨୬୦ ଟିଭି ଚ୍ୟାନେଲ ଆଣୁଛନ୍ତି। ଉତ୍ତରାଖଣ୍ଡ ଯୁବବର୍ଗ ଆଗାମୀ ଦିନର ଭବଷ୍ୟତର ଆହ୍ୱାନକୁ ସାମ୍ନା କରିବା ପାଇଁ ସମର୍ଥ। ଆଜିର ଶୁଭାରମ୍ଭ ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଙ୍ଗତ୍ରି ଠାରୁ ଆରମ୍ଭ କରି ସୌରଜଗତ ତଥା ଆମର ଯୁବପିଢିଙ୍କୁ ବିଶ୍ୱକୁ ଅନ୍ୱେଷଣ କରିବାକୁ ହେବ। ଆମ ଶିକ୍ଷା ବ୍ୟବସ୍ଥା ପରିବର୍ତ୍ତନ ହେବା ସହ ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବ। ଉତ୍ତରାଖଣ୍ଡର ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀଙ୍କ ପାଇଁ ଡିଜିଟାଲ ଇକୋସିଷ୍ଟମ ବିକଶିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଏହି ଗସ୍ତ କାଳରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠ ଠାରେ ବାବା ରାମଦେବଙ୍କ ସହ ଆଚାର୍ଯ୍ୟ କୁଲମ ବାର୍ଷିକ ସମାରୋହରେ ଯୋଗ ଦେଇଥିଲେ। ଏହାବ୍ୟତିତ ଉତ୍ତରାଖଣ୍ଡର ଶିକ୍ଷା ମନ୍ତ୍ରୀଙ୍କ ସହ ରାନିପୁର ସ୍ଥିତ ହରିଦ୍ୱାର ରାଜକୀୟ ଇଣ୍ଟର କଲେଜ ପରିଦର୍ଶନ କରିବା ସହ  ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ।