Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୁରୁଗ୍ରାମରେ ସାଉଥ୍ ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଉଦଘାଟିତ
ଆଜିର ଖବର

ଗୁରୁଗ୍ରାମରେ ସାଉଥ୍ ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟର ନୂଆ କ୍ୟାମ୍ପସ୍ ଉଦଘାଟିତ

July 17, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁରୁଗ୍ରାମ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ହରିୟାଣାର ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀଙ୍କ ସହ ଗୁରୁଗ୍ରାମରେ ୟୁକେର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସାଉଥ୍ ଆମ୍ପଟନ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ନୂଆ କରି ସ୍ଥାପିତ ହୋଇଥିବା ଭାରତ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି।

ଶ୍ରୀ ପ୍ରଧାନ ଏ ନେଇ ଖୁସିବ୍ୟକ୍ତ କରିବା ସହ କହିଛନ୍ତି, ଜାତୀୟ ଶିକ୍ଷା ନୀତି ଅଧୀନରେ ଦେଶରେ ଶିକ୍ଷାର ଆନ୍ତର୍ଜାତୀୟକରଣ ଦିଗରେ ଏହା ଅନ୍ୟତମ ପଦକ୍ଷେପ। ବିଶେଷ ଭାବରେ ଭାରତ-ୟୁକେ ରୋଡମ୍ୟାପ୍ ୨୦୩୦ରେ ପରିକଳ୍ପିତ ଭାରତ-ୟୁକେ ସହଯୋଗର ଶିକ୍ଷା ସ୍ତମ୍ଭକୁ ମଜବୁତ୍ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଲେଟର ଅଫ୍ ଇଣ୍ଟେଣ୍ଟ୍(ଏଲଓଆଇ) ପାଇବାର ବର୍ଷକ ମଧ୍ୟରେ ଗୁରୁଗ୍ରାମରେ ଏହି ଅତ୍ୟାଧୁନିକ କ୍ୟାମ୍ପସ୍ ସ୍ଥାପନ କରିବା ପାଇଁ ଶ୍ରୀ ପ୍ରଧାନ ସାଉଥ୍ ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି କ୍ୟାମ୍ପସ୍ ଭବିଷ୍ୟତକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ କରିବ। ସାଉଥ୍ ଆମ୍ପଟନ୍‌ର ଶୈକ୍ଷିକ ଉତ୍କର୍ଷତାର ଐତିହ୍ୟ ସହିତ ଆଗାମୀ ପିଢିର ନେତୃତ୍ୱ ଗଠନ କରିବା ଦିଗରେ ଏହା ଏକ ପ୍ରତିଷ୍ଠିତ ପ୍ରତିଷ୍ଠାନ ଭାବରେ ଉଭା ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମତରେ ଶିକ୍ଷା ହେଉଛି ଭାରତ ଏବଂ ୟୁକେ ମଧ୍ୟରେ ଏକ ଜୀବନ୍ତ ସେତୁ। ସାଉଥ୍ ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟର ଗୁରୁଗ୍ରାମ କ୍ୟାମ୍ପସ୍‌ର ଉଦଘାଟନ ସେହି ସେତୁକୁ ଆହୁରି ମଜବୁତ୍ କରିବାର ଏକ ଅବସର। ଏହି କ୍ୟାମ୍ପସ୍ ନୂତନ ସମନ୍ୱୟ ସୃଷ୍ଟି କରିବ। ଉଲ୍ଲାସ ଏବଂ ଉତ୍କର୍ଷତାର ଏକ ନୂତନ ସଂସ୍କୃତିକୁ ପ୍ରୋତ୍ସାହିତ କରିବ। ଛାତ୍ରଛାତ୍ରୀମାନଙ୍କୁ ସୁଲଭ ମୂଲ୍ୟରେ ସ୍ୱଦେଶରେ  ବିଶ୍ୱସ୍ତରୀୟ ଶିକ୍ଷା ପାଇବା ପାଇଁ ଏକ ଅତିରିକ୍ତ ବିକଳ୍ପ ପ୍ରଦାନ କରିବ। ଏହି ଅବସରରେ ଶ୍ରୀ ପ୍ରଧାନ ସାଉଥ୍ ଆମ୍ପଟନ୍‌ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଲୋକାର୍ପିତ ଗୁରୁଗ୍ରାମ କ୍ୟାମ୍ପସରେ ଷ୍ଟେମ୍ ପାଠ୍ୟକ୍ରମ ଆରମ୍ଭ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ସେ ଆହୁରି କହିଛନ୍ତି ଯେ ଏହି କ୍ୟାମ୍ପସ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ସମାଧାନର କେନ୍ଦ୍ର ହେବା ଉଚିତ। ଆମେ ଭାରତର ବିକାଶରେ ଶିକ୍ଷାକୁ କେନ୍ଦ୍ରରେ ରଖିଛୁ। ଦେଶରେ ଶିକ୍ଷାର ଆନ୍ତର୍ଜାତୀୟକରଣ ମାଧ୍ୟମରେ ଆମେ ଭାରତକୁ ଏକ ବିଶ୍ୱସ୍ତରୀୟ ଜ୍ଞାନର ପେଣ୍ଠସ୍ଥଳି ଭାବରେ କଳ୍ପନା କରୁଛୁ। ଭାରତର ସଭ୍ୟତାମୂଳକ ଐତିହ୍ୟକୁ ପୁନରୁଦ୍ଧାର କରିବା ସହ ପୁଷ୍ପଗିରି, ନାଳନ୍ଦାରୁ ଗୁରୁଗ୍ରାମ ପର୍ଯ୍ୟନ୍ତ ଆମର ବୌଦ୍ଧିକ ଐତିହ୍ୟକୁ ପୁନର୍ଜୀବିତ କରୁଛୁ। ଶ୍ରୀ ପ୍ରଧାନ ବିଶ୍ୱର ଅନ୍ୟ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନବସୃଜନ, ଗବେଷଣା ଏବଂ ଶିକ୍ଷାର ଇକୋସିଷ୍ଟମ ପାଇଁ ଭାରତ ଆସିବାକୁ ନିମନ୍ତ୍ରଣ ଦେବା ସହ ମିଳିତ ଭାବରେ ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣ କରିବା ତଥା ନବସୃଜନ ଏବଂ ପ୍ରଗତିକୁ ଆଗେଇ ନେବା ପାଇଁ ସେ ଆହ୍ୱାନ କରିଛନ୍ତି।

ଗୁରୁଗ୍ରାମ ଜାତୀୟ ଶିକ୍ଷା ନୀତି ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026

CWGର ୮ମ ଦିନରେ ଭାରତକୁ ୨ ଟି ସ୍ୱର୍ଣ୍ଣ: ରୌପ୍ୟ ପଦକ ଜିତିଲେ ନୀରଜ ଚୋପ୍ରା

August 1, 2026
Latest News

ହକି ଦଳର ନୂତନ ଜର୍ସି ବିବାଦ ମାମଲା: ପ୍ରତିକ୍ରିୟା ଦେଲେ ମେଜର ଧ୍ୟାନଚାନ୍ଦଙ୍କ ପୁଅ

August 1, 2026

ଟ୍ରମ୍ପଙ୍କ ବଡ଼ ଘୋଷଣା: ଆତ୍ମସମର୍ପଣ କଲା ହମାସ, ଗାଜାରୁ ବାହାରିବ ଇସ୍ରାଏଲୀ ସେନା

August 1, 2026

ଇ-୨୦ ଉପରେ ବିବାଦ!: ଦିଲ୍ଲୀ ପୋଲିସ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ତହସିନ ପୁନାୱାଲା

August 1, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଲିଙ୍ଗ ଭିତ୍ତିକ ହିଂସା ଉପରେ ସେମିନାର ଅନୁଷ୍ଠିତ

August 1, 2026

କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ନାମ ପଚାରି ଦୁଇ ହିନ୍ଦୁ ଶ୍ରମିକଙ୍କୁ କଲେ ହତ୍ୟା

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.