Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅଗଷ୍ଟ ପହିଲାରୁ ଡାକ ବିଭାଗ ପକ୍ଷରୁ ଢାଇ ଆଖର ପତ୍ରଲିଖନ ପ୍ରତିଯୋଗିତା

ଭୁବନେଶ୍ୱର: ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧, ୨୦୨୩ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘‘ଡିଜିଟାଲ ଇଣ୍ଡିଆ ଫର୍‌ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)’’। ପତ୍ର ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ଲୋକମାନେ ମୁଖ୍ୟ ମହାଡାକପାଳ, ଓଡ଼ିଶା ମଣ୍ଡଳ, ଭୁବନେଶ୍ୱର – ୭୫୧୦୦୧ ଠିକଣାରେ ପତ୍ର ଲେଖି ପଠାଇପାରିବେ।

ଦୁଇଟି ବୟସ ବର୍ଗରେ ପ୍ରତିଯୋଗିତା ଆୟୋଜନ କରାଯିବ – ୧୮ ବର୍ଷରୁ କମ୍‌ ଏବଂ ୧୮ ବର୍ଷରୁ ଅଧିକ। ସେହିପରି ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପ୍ରତିଯୋଗିତା ପାଇଁ ଉପରୋକ୍ତ ଠିକଣାରେ ପଠାଇପାରିବେ। ସାଦା ଏ-ଫୋର୍‌ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେଇପାରିବେ। ଏହି ବର୍ଗରେ ପତ୍ରର ଶବ୍ଦ ସଂଖ୍ୟା ୧୦୦୦ରୁ ଅଧିକ ହେବା ଉଚିତ୍‌ ନୁହେଁ। ଅନ୍ୟପଟେ ଅନ୍ତର୍ଦେଶୀୟ ପତ୍ର କାର୍ଡ ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ପ୍ରତିଯୋଗୀମାନେ ପଠାଇପାରିବେ। କେବଳ ହାତରେ ଲେଖା ହୋଇଥିବା ପତ୍ରକୁ ଗ୍ରହଣ କରାଯିବ, ଟାଇପ୍‌ ହୋଇଥିବା ପତ୍ର ଗ୍ରହଣଯୋଗ୍ୟ ହେବ ନାହିଁ।

ମଣ୍ଡଳ ସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୨୫,୦୦୦, ୧୦,୦୦୦ ଏବଂ ୫,୦୦୦ ଟଙ୍କାର ପୁରସ୍କାର ରାଶି ରଖାଯାଇଛି। ଅନ୍ୟପଟେ ଜାତୀୟ ସ୍ତରରେ ପ୍ରଥମ ତିନି ପୁରସ୍କାର ବିଜେତାଙ୍କୁ ୫୦,୦୦୦, ୨୫,୦୦୦ ଏବଂ ୧୦,୦୦୦ ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ରହିଛି। ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ସମ୍ପର୍କରେ ଅଧିକ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇପାରିବ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ରାଜ୍ୟ ଖବର ସିନେମା

ଜାତୀୟ ସ୍ତରୀୟ ଫ୍ୟାଶନ୍ ପ୍ରତିଯୋଗୀତାରେ ଓଡ଼ିଆ ପୁଅ ଝିଅଙ୍କ କମାଲ: ରାଜ୍ୟ ପାଇଁ ସାଉଁଟିଲେ ଗୌରବ

ଭୁବନେଶ୍ବର: ସମୁଦ୍ର ଓ ବେଳାଭୂମିର ରାଜ୍ୟ ଗୋଆରେ ନିକଟ ଅତୀତରେ ‘ମିଷ୍ଟର ଆଣ୍ଡ ମିସ୍ ଚାର୍ମିଙ୍ଗ ଫେସ୍-୨୦୨୨’ ଅନୁଷ୍ଠିତ ହୋଇଯାଇଛି। ଫ୍ୟାଶନ ସମ୍ପର୍କିତ ପ୍ରତିଯୋଗୀତା ମୂଳକ ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ୪୦ ଜଣଙ୍କୁ ପଛରେ ପକାଇ ଓଡ଼ିଶାର ଚାରିଜଣ ପୁଅ ଓ ଝିଅ ଭାଗ ନେଇ ରାଜ୍ୟ ପାଇଁ ଗୌରବ ହାସଲ କରିବାରେ ସକ୍ଷମ ହୋଇଛନ୍ତି।

ପୁରୁଷ ବର୍ଗରେ, ଢେଙ୍କାନାଳର ମହାବୀର ଶତପଥୀ ମିଷ୍ଟର ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨, ବ୍ରହ୍ମପୁରର ଏସ୍. ଅଜିତ କୁମାର ପାତ୍ର ମିଷ୍ଟର ଇଣ୍ଡିଆ ସୁପର -୨୦୨୨ ଏବଂ ମହିଳା ବର୍ଗରେ ରାଉରକେଲାର ଶ୍ରଦ୍ଧାଞ୍ଜଳି ତନ୍ତୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ-୨୦୨୨ ଓ ଭୁବନେଶ୍ବରରର ପ୍ରୀତି ପ୍ରିୟଦର୍ଶିନୀ ମିସ୍ ଇଣ୍ଡିଆ ଚାର୍ମିଙ୍ଗ ଫେସ୍ ଟୁରିଜିମ -୨୦୨୨ ର ବିଜୟିନୀ ହୋଇ ରାଜ୍ୟ ପାଇଁ ଗୌରବ ଅର୍ଜନ କରିଛନ୍ତି।

ଓଡ଼ିଶାର ଜଣାଶୁଣା ଫ୍ୟାଶନ୍ ଏକାଡେମୀ ସସ୍ମିତା ପଣ୍ଡା ଫ୍ୟାଶନ୍ କ୍ଲୋନ ତଥା ଉପଦେଷ୍ଟା ସଚ୍ଚିକାନ୍ତ ଜେନା ଏବଂ ପ୍ରଣୟ ଜେଠୀ ଙ୍କ ପକ୍ଷରୁ ଯୁବକ ଯୁବତୀମାନଙ୍କୁ ନେଇ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ସେମାନେ ନିର୍ବାଚିତ ହୋଇଥିଲେ ଏବଂ ଗୋଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଶେଷରେ ବିଜୟୀ ହୋଇଥିଲେ।