Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ମନୋରଂଜନ ରାଜ୍ୟ ଖବର ସିନେମା

Video News: ଭୁବନେଶ୍ବରରେ ଅଭିନେତ୍ରୀ ଜାହ୍ନବୀ କାପୁର, କହିଲେ ଏପରି କଥା

ଭୁବନେଶ୍ବର: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଜାହ୍ନବୀ କାପୁର ଆଜି ଓଡିଶା ଆସି ଭୁବନେଶ୍ବରକୁ ବେଶ ପ୍ରସଂଶା କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଥମେ ସେ ନମସ୍ତେ ଭୁବନେଶ୍ବର ବୋଲି କହିଛନ୍ତି। ଏହାପରେ ସେ କହିଛନ୍ତି ଯେ, ଆପଣମାନେ ମୋତେ ଯେପରି ସ୍ବାଗତ କରିଛନ୍ତି ତାହା ମୋତେ ଖୁସି କରିଛି। ମୁଁ ଏଠାକୁ ପ୍ରଥମ ଥର ପାଇଁ ଆସିଛି। ମୋତେ ଲାଗୁଛି ଏଣିକି ମୁଁ ସବୁବେଳେ ଭୁବନେଶ୍ବର ଆସିବା।

ଆଜି ଅଭିନେତ୍ରୀ ଜାହ୍ନବୀ କାପୁର ଭୁବନେଶ୍ବର ଆସି ଭାରତର ପ୍ରତିଷ୍ଠିତ କଲ୍ୟାଣ ଜୁଏଲରର୍ସର ମାଷ୍ଟର କ୍ୟାଣ୍ଟିନ ସୋରୁମକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ତାଙ୍କୁ କଂପାନୀ ତରଫରୁ ସମ୍ବର୍ଦ୍ଧନା କରାଯିବା ସହିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ମନୋରଂଜନ ସିନେମା

ସବୁଜ ରଂଗର ଶାଢୀରେ ଫଟୋ ପୋଷ୍ଟ କଲେ ଅଭିନେତ୍ରୀ ଜାହ୍ନବୀ କପୁର, ଫ୍ୟାନ ପାଗଳ

ନୂଆଦିଲ୍ଲୀ: ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ବ୍ୟକ୍ତିଗତ ଶୈଳୀକୁ ନେଇ ସବୁବେଳେ ଚର୍ଚ୍ଚିତ। ସେ କେତେବେଳେ ପୁରା ଅଲଟ୍ରା ମଡର୍ଣ୍ଣ ପୋଷାକ ପରିଧାନ କରନ୍ତି ତ କେତେବେଳେ ପୁରା ପାରଂପାରିକ। ପାରମ୍ପାରିକ ପୋଷାକରେ ଶାଢୀ, ଲେହେଙ୍ଗା ପ୍ରଭୃତି ପୋଷାକ ପିନ୍ଧି ସେ ଫଟୋ ଫୋଷ୍ଟ କଲେ ପ୍ରଶଂସକମାନେ ପାଗଳ ହୋଇଯାଆନ୍ତ।

ନିକଟରେ ଜାହ୍ନବୀ ଇନଷ୍ଟାଗ୍ରାମରେ ସବୁଜ ଫୁଲର ମୁଦ୍ରିତ ଶାଢୀ ଏବଂ ତାହାକୁ ମେଳ ଖାଉଥିବା ସ୍ଲିଭଲେସ୍ ବ୍ଲାଉଜ୍ ପରିଧାନ କରିଥିବା ଫଟୋ ସେୟାର କରିଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ବହୁ ପ୍ରଶାଂସା କରିବାରେ ଲାଗିଛନ୍ତି। ଏପରିକି ବାପା ବୋନି କପୁର ମଧ୍ୟ ତାଙ୍କ ଝିଅକୁ ପ୍ରଶଂସାରେ ପୋତି ପକାଇଛନ୍ତି। ପୋଷ୍ଟ ତଳେ “ଅତି ସୁନ୍ଦର” ବୋଲି ମନ୍ତବ୍ୟ ଦେଇଛନ୍ତି।

ଜାହ୍ନବୀ ଏକ ବଗ୍ ଇମୋଟିକନ୍ ସହିତ ସବୁଜ ଫୁଲ ମୁଦ୍ରିତ ଶାଢୀ ପିନ୍ଧିଥିବା ବହୁ ଫଟୋ ପୋଷ୍ଟ କରିଛନ୍ତି। ସେଲିବ୍ରିଟିଙ୍କ ଷ୍ଟାଇଲିଷ୍ଟ ତାନିଆ ଗାଭ୍ରୀ ଜାନଭୀଙ୍କ ଏହି ସୂକ୍ଷ୍ମ ଲୁକ୍କୁ ଷ୍ଟାଇଲ୍ କରିଛନ୍ତି। ପୋଷାକ ଡିଜାଇନର୍ ଅନୀତା ଡୋଙ୍ଗ୍ରେ ପୋଷାକ ଡିଜାଇନିଂ କରିଛନ୍ତି। ତେବେ ଏହି ଶାଢୀର ମୂଲ୍ୟ ସତୁରୀ ହଜାର ଟଙ୍କା ବୋଲି କୁହାଯାଉଛି।

Categories
ଆଜିର ଖବର ମନୋରଂଜନ ସିନେମା

ଅଭିନେତ୍ରୀ ଜାହ୍ନବୀ କପୁର ଯେଉଁ ଡ୍ରେସ ପିନ୍ଧିଥିଲେ ସେଥିରେ ସେ କ୍ୟାମେରା ଦେଖି ଲୁଚି ପଡିଲେ

ମୁମ୍ବାଇ: ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଶ୍ରୀଦେବୀ କନ୍ୟା ଜାହ୍ନବୀ କାପୁରକୁ ନେଇ ପୁଣି ଆସିଛି ଆଉ ଏକ ଚର୍ଚ୍ଚା। ତାହା ହେଲା ତାଙ୍କର ଧଳା ରଂଗର ପୋଷାକକୁ ନେଇ। ଜାହ୍ନବୀ ନିଜର ଦୈନ୍ୟନ୍ଦିନ ଜିମ୍ ସାରି ବାହାରକୁ ଯାଉଥିଲେ। ଏହି ସମୟରେ ସେ ଏକ ଧଳା ଟପ୍ ଏବଂ ଟ୍ରାଉଜର ପିନ୍ଧିଥିଲେ। ବାହାରେ କ୍ୟାମେର ଦେଖି ସେ ଡରିଯାଇଥିଲେ। କାଳେ ପୋଷାକ ପିନ୍ଧାରେ କିଛି ଅସୁବିଧା ହୋଇଥିବ ସେ ପ୍ରଥମେ ଲୁଚିଲେ। ପରେ ବାହାରକୁ ଆସି ଗାଡିରେ ବସିଲେ।

ମୁଖ୍ୟତଃ ଜାହ୍ନବୀ କପୁର ତାଙ୍କ ସୁନ୍ଦର ଶୈଳୀ ଏବଂ ଭଲ ଚେହେରାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ତାଙ୍କ ଲୁକ୍ ପ୍ରତ୍ୟେକ ଥର ଚମତ୍କାର ଦେଖାଯାଏ। ଜିମୟାର୍ ହେଉ କିମ୍ବା ପାରଂପାରି ପୋଷାକ ହେଉ କିମ୍ବା ଅତ୍ୟାଧୁନିକ ପୋଷାକ। ଜାହ୍ନବୀ ପ୍ରତ୍ୟେକ ଲୁକରେ ସୁନ୍ଦର ଦେଖାଯାଇଥାନ୍ତି। ଜାହ୍ନବୀ କପୁର ତାଙ୍କର ଗ୍ଲାମରସ୍ ଷ୍ଟାଇଲ୍ ପାଇଁ ସର୍ବଦା ଲାଇମଲାଇଟ୍ ରେ ରୁହନ୍ତି।