Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ପକ୍ଷରୁ ସାରା ଓଡ଼ିଶାରେ ଜିଓ ଏୟାର ଫାଇବ‍ର ସେବା ସମ୍ପ୍ରସାରଣ

ଭୁବନେଶ୍ୱର: ବିଶ୍ୱର ସର୍ବବୃହତ ଘରୋଇ ମୋବାଇଲ ଡାଟା ନେଟୱର୍କ ରିଲାଏନ୍ସ ଜିଓ ପକ୍ଷରୁ ସାରା ଓଡ଼ିଶାରେ ୩୦ ରୁ ଉର୍ଦ୍ଧ୍ୱ ସହର ଓ ନଗରକୁ ବିଶ୍ୱ ମାନର ସର୍ବାଧୁନିକ ଜିଓ ଏୟାର ଫାଇବ‍ର ସେବା ସମ୍ପ୍ରସାରଣ କରାଯାଇଛି।

ପ୍ରାରମ୍ଭିକ ଭାବେ ନଭେମ୍ବର ୨୦୨୩ ରେ ଭୁବନେଶ୍ୱର ଓ କଟକ ସହରରେ ଶୁଭାରମ୍ଭ ହୋଇଥିବା ଜିଓ ଏୟାର ଫାଇବ‍ର ସେବା ଆଜିକାର ଏହି ୩୦ ସହର ଓ ନଗରକୁ ସମ୍ପ୍ରସାରଣ ମାଇଲଖୁଣ୍ଟ ସହିତ ଓଡ଼ିଶାରେ ଡିଜିଟାଲ ଦୃଶ୍ୟପଟ୍ଟରେ ଉଲ୍ଲେଖନୀୟ ପରିବର୍ଦ୍ଧନର ଏକ ନିଦର୍ଶନ ହୋଇଛି।

ଜିଓ ଏୟାର ଫାଇବ‍ର ଶେଷ ମାଇଲ ସଂଯୋଗୀକରଣରେ ରହିଥିବା ସମସ୍ୟାକୁ ଦୂର କରିବ ଏବଂ ପ୍ରତ୍ୟେକ ଘର ଓ କ୍ଷୁଦ୍ର ବ୍ୟବସାୟିକ ପ୍ରତିଷ୍ଠାନକୁ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସହିତ ସଂଯୁକ୍ତ କରିବ ଯେଉଁଠାରେ ପୂର୍ବରୁ ଗୁଣାତ୍ମକ ହୋମ୍‌‌‍ ବ୍ରଡବ୍ୟାଣ୍ଡ୍‌‌‍ ସୁବିଧା ସେମାନଙ୍କ ପରିସରକୁ ଅପ୍‌‌‍ଟିକାଲ-ଫାଇବର ସମ୍ପ୍ରସାରଣରେ ରହିଥିବା ବିଭିନ୍ନ ଜଟିଳତା କାରଣରୁ ଉପଲବ୍ଧ ହୋଇପାରୁନଥିଲା।

ଜିଓ ଏୟାର ଫାଇବର ଟିଭି ଅଥବା ବ୍ରଡବ୍ୟାଣ୍ଡ୍‌‌‍ ବ୍ୟବହାରକାରୀଙ୍କୁ ଗୋଟିଏ ସମନ୍ୱିତ ସେବା ଜରିଆରେ ଯୋଗାଇ ଦିଆଯାଉଥିବା ଏକ ବିଶ୍ୱ ମାନର ସର୍ବାଧୁନିକ ହୋମ୍‌‌‍ ଏଣ୍ଟରଟେନ୍‌‌‍ମେଣ୍ଟ, ବ୍ରଡବ୍ୟାଣ୍ଡ୍‌‌‍ ଏବଂ ଡିଜିଟାଲ ଅନୁଭୂତିକୁ ଉନ୍ନୀତ ହେବା ସୁଯୋଗ ପ୍ରଦାନ କରୁଛି। ଜିଓଏୟାରଫାଇବର ପ୍ଲାନ୍‌‌‌ରେ ଗ୍ରାହକଙ୍କୁ ଅସୀମିତ ଡାଟା ସହିତ ୩୦ ଏମ୍‌‌‌ବିପିଏସ୍ ଓ ୧୦୦ ଏମ୍‌‌‌ବିପିଏସ୍ ଭଳି ଦୁଇ ପ୍ରକାର ସ୍ପିଡ୍‌‌‌ର ପ୍ଲାନ୍ ଉପଲବ୍ଧ ହେଉଛି ।

ପ୍ରାରମ୍ଭିକ ୩୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୫୯୯ ଟଙ୍କା ରହିଛି । ସେହିପରି ୧୦୦ ଏମ୍‌‌‌ବିପିଏସ୍ ପ୍ଲାନ୍‌‌‌ର ମୂଲ୍ୟ ୮୯୯ ଟଙ୍କା ରହିଛି। ଉଭୟ ପ୍ଲାନ୍‌‌‌ରେ ୫୫୦ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଓ ୧୪ଟି ଲୋକପ୍ରିୟ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି।

ଜିଓ ଏୟାର ଫାଇବର ପ୍ଲାନ୍‌‌‌ରେ ୧୦୦ ଏମ୍‌‌‌ବିପିଏସ୍ ସ୍ପିଡ୍ ରହିଥିବା ଏକ ୧୧୯୯ ଟଙ୍କିଆ ପ୍ଲାନ୍ ମଧ୍ୟ ରହିଛି, ଯେଉଁଥିରେ ୫୫୦ ରୁ ଅଧିକ ଡିଜିଟାଲ୍ ଚ୍ୟାନେଲ୍ ଏବଂ ନେଟ୍‌‌‌ଫ୍ଲିକ୍ସ, ଆମାଜନ ଓ ଜିଓ ସିନେମା ଭଳି ପ୍ରିମିୟମ ଓଟିଟି ସବସ୍କ୍ରିପସନ ସମେତ ୧୬ ରୁ ଅଧିକ ମନୋରଞ୍ଜନ ଓଟିଟି ଆପ୍ ଉପଲବ୍ଧ ରହିଛି।

ଜିଓ ଏୟାର ଫାଇବ‍ର ଏହି ଶ୍ରେଣୀରେ ସର୍ବୋତ୍ତମ ମୂଲ୍ୟଗତ ଲାଭ ପ୍ରଦାନ କରିବା ସହିତ ଶିକ୍ଷା, ସ୍ୱାସ୍ଥ୍ୟ, ନିରୀକ୍ଷଣ ଓ ସ୍ମାର୍ଟ ହୋମ୍ କ୍ଷେତ୍ରରେ ନିଜସ୍ୱ ସମାଧାନ ଜରିଆରେ ବିଶ୍ୱସ୍ତରୀୟ ଡିଜିଟାଲ୍ ମନୋରଞ୍ଜନ, ସ୍ମାର୍ଟ ହୋମ୍ ସେବା ଏବଂ ବ୍ରଡ୍‌‌‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓଏୟାରଫାଇବ‍ର୍ ସହିତ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ଗ୍ରାହକ ନିଜ ଘର କିମ୍ବା ବ୍ୟବସାୟ ସ୍ଥଳରେ ନିରବଛିନ୍ନ କଭରେଜ ପାଇଁ ୱାଇ-ଫାଇ ରାଉଟର, ୪କେ ସ୍ମାର୍ଟ ସେଟ-ଅପ ବକ୍ସ ଏବଂ ଭଏସ ଆକ୍ଟିଭ ରିମୋଟ ଭଳି ଡିଭାଇସ ପାଇବେ ।

ଡିଜିଟାଲ୍ ମନୋରଞ୍ଜନ କ୍ଷେତ୍ରରେ ୫୫୦ ରୁ ଅଧିକ ପ୍ରମୁଖ ଡିଜିଟାଲ ଟିଭି ଚାନେଲ ହାଇ-ଡ଼େଫିନେସନରେ ଉପଲବ୍ଧ ହେବା ସହିତ ଜିଓଏୟାରଫାଇବ‍ର ଗ୍ରାହକ କ୍ୟାଚ-ଅପ ଟିଭି ମାଧ୍ୟମରେ ସେମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଗୁଡିକୁ ନିଜ ଇଚ୍ଛାମୂତାବକ ପଛକୁ ଯାଇ ପୁଣି ଦେଖିପାରିବେ।

ସେହିଭଳି ଜିଓ ଏୟାର ଫାଇବ‍ର ଗ୍ରାହକ ୧୬ ରୁ ଅଧିକ ପ୍ରମୁଖ ଓଟିଟି ଆପ୍ପ ଗୁଡିକର ମାଗଣା ସବସ୍କ୍ରିପସନ ସାଙ୍ଗକୁ ସେହି ସବସ୍କ୍ରିପସନ ବ୍ୟବହାର କରି ନିଜ ପସନ୍ଦର ଡିଭାଇସରେ ଯେପରିକି ଲାପଟପ, ଟିଭି, ମୋବାଇଲ କିମ୍ବା ଟାବଲେଟରେ ଏହାର ମଜା ନେଇପାରିବେ।

ଜିଓର ବିଶ୍ୱସନୀୟ ୱାଇଫାଇ ସଂଯୋଗ ଜରିଆରେ ଘର କିମ୍ବା ବ୍ୟବସାୟ ପ୍ରତିଷ୍ଠାନର କୋଣ ଅନୁକୋଣରେ ହାଇ-ସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଅନୁଭୂତି ପାଇପାରିବେ।

ସେହିଭଳି ଜିଓଏୟାରଫାଇବ‍ର୍ ଗ୍ରାହକ ସ୍ମାର୍ଟ ହୋମ ସେବା ଜରିଆରେ ଶିକ୍ଷା ପାଇଁ କ୍ଲାଉଡ଼ ପିସି ଓ ୱାର୍କ ଫ୍ରମ ହୋମ, ସୁରକ୍ଷା ଓ ନିରୀକ୍ଷଣ ସମାଧାନ, ସ୍ୱାସ୍ଥ୍ୟ, ଶିକ୍ଷା, ସ୍ମାର୍ଟ ହୋମ ଆଇଓଟି, ଗେମିଙ୍ଗ ଓ ହୋମ ନେଟୱର୍କିଙ୍ଗ ଭଳି ସେବାର ଉପଯୋଗ କରିପାରିବେ।

ଜିଓଏୟାରଫାଇବ‍ର ଅନଲାଇନ୍ ଓ ଅଫ୍‌‌‌ଲାଇନ୍‌‌‌ ମାଧ୍ୟମରେ ବୁକିଂ କରାଯାଇପାରିବ। ୬୦୦୦୮ ୬୦୦୦୮ ନମ୍ବର ରେ ମିସଡ୍ କଲ୍ ଦେଇ କିମ୍ବା www.jio.com ୱେବସାଇଟ୍ ପରିଦର୍ଶନ କରି କିମ୍ବା ଜିଓ ଷ୍ଟୋରରେ ବୁକିଂ ପ୍ରକ୍ରିୟା ଆରମ୍ଭ କରାଯାଇପାରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାର ଫାଇବର, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି।

୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି।

ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି। ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି।

ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ। ଏହା ଜରିଆରେ ଆମେ ୨୦ କୋଟି ଘର ଓ ପରିସରରେ ପହଂଚିବା ଲାଗି ଆଶା କରୁଛୁ। ଜିଓ ଏୟାର ଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ।’’

ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ସାରା ଭାରତର ୧୫ ଲକ୍ଷ କିଲୋମିଟରରେ ବ୍ୟାପ୍ତ ରହିଛି । ଅପ୍ଟିକାଲ୍ ଫାଇବର୍ ରେ ଗ୍ରାହକମାନେ ମାସିକ ହାରାହାରି ୨୮୦ ଜିବିରୁ ଅଧିକ ଡାଟା ଉପଯୋଗ କରୁଛନ୍ତି ଯାହା ଜିଓର ଗ୍ରାହକ ପିଛା ମୋବାଇଲ୍ ଡାଟା ବ୍ୟବହାରଠାରୁ ୧୦ ଗୁଣା ଅଧିକ ।

ବାର୍ଷିକ ସାଧାରଣ ବୈଠକରେ ଜିଓ ଏୟାର ଫାଇବର ସହିତ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ବିଷୟରେ ମଧ୍ୟ ଘୋଷଣା କରି ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ଆମେ ଏକ ଏଭଳି ପ୍ଲାଟଫର୍ମ ତିଆରି କରୁଛୁ ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଡିଜିଟାଲ୍ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇଦେବ।

ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କ, ଏଜ୍ କମ୍ପ୍ୟୁଟିଂ ଓ ଆପ୍ଲିକେସନକୁ ମିଶାଇ ଏକ ବ୍ୟାପକ ପ୍ଳାଟଫର୍ମ ପ୍ରସ୍ତୁତ କରାଯାଇଛି। ସେହିପରି, ଜିଓ ଟ୍ରୁ-୫ଜି ଲ୍ୟାବ୍‌ରେ ଆମ ଔଦ୍ୟୋଗିକ ସହଯୋଗୀମାନେ ଶିଳ୍ପ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନର ବିକାଶ, ପରୀକ୍ଷଣ ଓ ମିଳିତ ଭାବେ ନିର୍ମାଣ କରିପାରିବେ। ଜିଓ ଟ୍ରୁ-୫ଜି ଲ୍ୟାବ୍ ରିଲାଏନ୍ସ କର୍ପୋରେଟ୍ ପାର୍କ, ନଭି ମୁମ୍ବାଇରେ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସର ଘୋଷଣା: ଆସିବ ‘ଜିଓ ଏୟାର ଫାଇବର’, ଏହାର କାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ/ଭୁବନେଶ୍ବର: ସୋମବାର ରିଲାଏନ୍ସ ଏଜିଏମ୍ ୨୦୨୨ ରେ ‘ଜିଓ ଏୟାର ଫାଇବର’ ଘୋଷଣା କରାଯାଇଛି। ଜିଓ ରିଲାଏନ୍ସର ନୂଆ ଅଧ୍ୟକ୍ଷ ଆକାଶ ଆମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି 5G  ଅଲଟ୍ରା-ହାଇ ସ୍ପିଡ୍ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ହଟସ୍ପଟ। ବିନା କୌଣସି ତାରରେ ଏହା ଫାଇବର ପରି ଗତି ବିତରଣ କରିବାରେ ସକ୍ଷମ ହେବ। ଗିଗାବାଇଟ-ସ୍ପିଡ ଇଣ୍ଟରନେଟ ବିତରଣ କରିବା ପାଇଁ ଏହି ଉପକରଣକୁ ଘରେ କିମ୍ବା ଅଫିସରେ ରଖାଯାଇପାରିବ ବୋଲି ଆକାଶ ଅମ୍ବାନୀ କହିଛନ୍ତି।

ଜିଓ ଏୟାର ଫାଇବର ହେଉଛି ଏକ ୱାରଲେସ ପ୍ଲଗ୍ ଏବଂ ପ୍ଲେ 5G ହଟସ୍ପଟ୍ ଯାହା ଘର କିମ୍ବା ଅଫିସରେ ସ୍ଥାପନ ହୋଇପାରିବ। ଏଜିଏମ ୨୦୨୨ ସମୟରେ ଏହି ଡିଭାଇସକୁ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ଯେକୈଣସି ସ୍ଥାନରେ ପ୍ଲଗ୍ କରି ସୁଇଚ୍ ମାରିଲେ ଏହା କାର୍ଯ୍ୟକାରୀ ହେବ। ଏଥିରେ କୌଣସି ତାର ଭିଡିବାକୁ ପଡିବା ନାହିଁ। ଏଥିରେ ଉପଭୋକ୍ତାମାନେ ୱାରଲେସ ହାଇ ସ୍ପିଡ୍ ଫାଇବର ପରି ବ୍ରଡବ୍ୟାଣ୍ଡ ସ୍ପିଡ୍ ପାଇପାରିବେ।

ଜିଓ ଏୟାର ଫାଇବର ଅନ କଲେ ଏହା ପବନରେ 5G ସ୍ପିଡ୍ ବିତରଣ କରି, ଉପଭୋକ୍ତାମାନେ କ୍ଲାଉଡ୍ ଗେମିଂ, ଏବଂ ଇମପ୍ରେସିଭ କ୍ରୀଡା ଦେଖିବା ପାଇଁ ଏହାର ଉଚ୍ଚ ଡାଟା ସ୍ପିଡ୍ ବ୍ୟବହାର କରିବାରେ ସକ୍ଷମ ହେବେ।  ଜିଓ ଏୟାର ଫାଇବର ବ୍ୟବହାର କରି, ଉପଭୋକ୍ତାମାନେ କମ୍ପ୍ୟୁଟର ହାର୍ଡୱେର କିଣିବା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। କାରଣ ସେମାନେ ଏହା ବଦଳରେ କ୍ଲାଉଡ୍ ରେ ଏକ ଭର୍ଚୁଆଲ୍ ପିସି ଚୟନ କରିପାରିବେ, ଯାହାକୁ ଜିଓ କ୍ଲାଉଡ୍ ପିସି କୁହାଯାଏ।

ଜିଓ ଏୟାର ଫାଇବର 5G ହଟସ୍ପଟ୍ ଡିଭାଇସ୍ ପାଇଁ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ।  ଆସନ୍ତା ଦୀପାବଳିରେ କେତେକ ସହରରେ ଭାରତରେ 5G ସେବା ଆରମ୍ଭ କରିବାକୁ ରିଲାଏନ୍ସ ଯୋଜନା କରିଛି। ୨୦୨୨ ଡିସେମ୍ବର ସୁଦ୍ଧା ସାରା ଦେଶରେ ଏହି 5G ସେବା ପ୍ରଦାନ କରାଯିବ ବୋଲି ଆଶା ରଖାଯାଇଛି। ତେଣୁ ଦେଶରେ 5G ସେବା ସଂପୂର୍ଣ୍ଣ ହେବା ପରେ ବୋଧହୁଏ ଏହାପରେ ଏହି ଜିଓ ଏୟାର ଲଞ୍ଚ କରାଯିବ।