ରିଲାଏନ୍ସର ଘୋଷଣା: ଆସିବ ‘ଜିଓ ଏୟାର ଫାଇବର’, ଏହାର କାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Published: Aug 30, 2022, 5:35 pm IST

ମୁମ୍ବାଇ/ଭୁବନେଶ୍ବର: ସୋମବାର ରିଲାଏନ୍ସ ଏଜିଏମ୍ ୨୦୨୨ ରେ ‘ଜିଓ ଏୟାର ଫାଇବର’ ଘୋଷଣା କରାଯାଇଛି। ଜିଓ ରିଲାଏନ୍ସର ନୂଆ ଅଧ୍ୟକ୍ଷ ଆକାଶ ଆମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି 5G  ଅଲଟ୍ରା-ହାଇ ସ୍ପିଡ୍ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ହଟସ୍ପଟ। ବିନା କୌଣସି ତାରରେ ଏହା ଫାଇବର ପରି ଗତି ବିତରଣ କରିବାରେ ସକ୍ଷମ ହେବ। ଗିଗାବାଇଟ-ସ୍ପିଡ ଇଣ୍ଟରନେଟ ବିତରଣ କରିବା ପାଇଁ ଏହି ଉପକରଣକୁ ଘରେ କିମ୍ବା ଅଫିସରେ ରଖାଯାଇପାରିବ ବୋଲି ଆକାଶ ଅମ୍ବାନୀ କହିଛନ୍ତି।

ଜିଓ ଏୟାର ଫାଇବର ହେଉଛି ଏକ ୱାରଲେସ ପ୍ଲଗ୍ ଏବଂ ପ୍ଲେ 5G ହଟସ୍ପଟ୍ ଯାହା ଘର କିମ୍ବା ଅଫିସରେ ସ୍ଥାପନ ହୋଇପାରିବ। ଏଜିଏମ ୨୦୨୨ ସମୟରେ ଏହି ଡିଭାଇସକୁ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ଯେକୈଣସି ସ୍ଥାନରେ ପ୍ଲଗ୍ କରି ସୁଇଚ୍ ମାରିଲେ ଏହା କାର୍ଯ୍ୟକାରୀ ହେବ। ଏଥିରେ କୌଣସି ତାର ଭିଡିବାକୁ ପଡିବା ନାହିଁ। ଏଥିରେ ଉପଭୋକ୍ତାମାନେ ୱାରଲେସ ହାଇ ସ୍ପିଡ୍ ଫାଇବର ପରି ବ୍ରଡବ୍ୟାଣ୍ଡ ସ୍ପିଡ୍ ପାଇପାରିବେ।

ଜିଓ ଏୟାର ଫାଇବର ଅନ କଲେ ଏହା ପବନରେ 5G ସ୍ପିଡ୍ ବିତରଣ କରି, ଉପଭୋକ୍ତାମାନେ କ୍ଲାଉଡ୍ ଗେମିଂ, ଏବଂ ଇମପ୍ରେସିଭ କ୍ରୀଡା ଦେଖିବା ପାଇଁ ଏହାର ଉଚ୍ଚ ଡାଟା ସ୍ପିଡ୍ ବ୍ୟବହାର କରିବାରେ ସକ୍ଷମ ହେବେ।  ଜିଓ ଏୟାର ଫାଇବର ବ୍ୟବହାର କରି, ଉପଭୋକ୍ତାମାନେ କମ୍ପ୍ୟୁଟର ହାର୍ଡୱେର କିଣିବା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। କାରଣ ସେମାନେ ଏହା ବଦଳରେ କ୍ଲାଉଡ୍ ରେ ଏକ ଭର୍ଚୁଆଲ୍ ପିସି ଚୟନ କରିପାରିବେ, ଯାହାକୁ ଜିଓ କ୍ଲାଉଡ୍ ପିସି କୁହାଯାଏ।

ଜିଓ ଏୟାର ଫାଇବର 5G ହଟସ୍ପଟ୍ ଡିଭାଇସ୍ ପାଇଁ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ।  ଆସନ୍ତା ଦୀପାବଳିରେ କେତେକ ସହରରେ ଭାରତରେ 5G ସେବା ଆରମ୍ଭ କରିବାକୁ ରିଲାଏନ୍ସ ଯୋଜନା କରିଛି। ୨୦୨୨ ଡିସେମ୍ବର ସୁଦ୍ଧା ସାରା ଦେଶରେ ଏହି 5G ସେବା ପ୍ରଦାନ କରାଯିବ ବୋଲି ଆଶା ରଖାଯାଇଛି। ତେଣୁ ଦେଶରେ 5G ସେବା ସଂପୂର୍ଣ୍ଣ ହେବା ପରେ ବୋଧହୁଏ ଏହାପରେ ଏହି ଜିଓ ଏୟାର ଲଞ୍ଚ କରାଯିବ।

Related posts