Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଗଣେଶ ପୂଜାରେ ଶୁଭାରମ୍ଭ ହେବ ଜିଓ ଏୟାର ଫାଇବର, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ଜିଓ ଏୟାର ଫାଇବର୍ ପାଇଁ ପ୍ରତୀକ୍ଷାର ଅନ୍ତ ହୋଇଛି। ସେପ୍ଟମ୍ବର ୧୯ ଗଣେଶ ପୂଜାରେ ଏହାର ଶୁଭାରମ୍ଭ କରାଯିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କମ୍ପାନୀର ବାର୍ଷିକ ସାଧାରଣ ବୈଠକରେ ଘୋଷଣା କରିଛନ୍ତି।

୫ଜି ନେଟ୍‌ୱର୍କ ଓ ଉନ୍ନତ ଓୟାରଲେସ୍ ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାର ଫାଇବର୍ ଘରେ ଓ କାର୍ଯ୍ୟାଳୟରେ ଓୟାରଲେସ୍ ବ୍ରଡ୍‌ବ୍ୟାଣ୍ଡ୍ ସେବା ପ୍ରଦାନ କରିବ । ଜିଓ ଏୟାର ଫାଇବର ଶୁଭାରମ୍ଭ ପରେ ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଶା କରାଯାଉଛି।

ମୁକେଶ ଅମ୍ବାନି କହିଛନ୍ତି ଯେ, “ଏକ କୋଟିରୁ ଅଧିକ ପରିସର ଆମ ଅପ୍ଟିକାଲ୍ ଫାଇବର ସେବା ଜିଓଫାଇବର ସହ ଯୋଡ଼ିହୋଇଛନ୍ତି। ଏବେବି ଏଭଳି ଏକ ଲକ୍ଷ ପରିସର ରହଛି ଯେଉଁଠାରେ ଓୟାର ଲାଇନ ସଂଯୋଗ ପ୍ରଦାନ କରିବା କଷ୍ଟକର ବ୍ୟାପାର ହୋଇରହିଛି।

ଜିଓ ଏୟାର ଫାଇବର ସେହି କଷ୍ଟକୁ ସହଜ କରିବ। ଏହା ଜରିଆରେ ଆମେ ୨୦ କୋଟି ଘର ଓ ପରିସରରେ ପହଂଚିବା ଲାଗି ଆଶା କରୁଛୁ। ଜିଓ ଏୟାର ଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ।’’

ଜିଓର ଅପ୍ଟିକାଲ୍ ଫାଇବର୍ ଭିତିଭୂମି ସାରା ଭାରତର ୧୫ ଲକ୍ଷ କିଲୋମିଟରରେ ବ୍ୟାପ୍ତ ରହିଛି । ଅପ୍ଟିକାଲ୍ ଫାଇବର୍ ରେ ଗ୍ରାହକମାନେ ମାସିକ ହାରାହାରି ୨୮୦ ଜିବିରୁ ଅଧିକ ଡାଟା ଉପଯୋଗ କରୁଛନ୍ତି ଯାହା ଜିଓର ଗ୍ରାହକ ପିଛା ମୋବାଇଲ୍ ଡାଟା ବ୍ୟବହାରଠାରୁ ୧୦ ଗୁଣା ଅଧିକ ।

ବାର୍ଷିକ ସାଧାରଣ ବୈଠକରେ ଜିଓ ଏୟାର ଫାଇବର ସହିତ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍‌ର ଶୁଭାରମ୍ଭ ବିଷୟରେ ମଧ୍ୟ ଘୋଷଣା କରି ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ ଆମେ ଏକ ଏଭଳି ପ୍ଲାଟଫର୍ମ ତିଆରି କରୁଛୁ ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍‌ଗୁଡ଼ିକର ଡିଜିଟାଲ୍ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇଦେବ।

ଉଦ୍ୟୋଗୀମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୫ଜି ନେଟ୍‌ୱର୍କ, ଏଜ୍ କମ୍ପ୍ୟୁଟିଂ ଓ ଆପ୍ଲିକେସନକୁ ମିଶାଇ ଏକ ବ୍ୟାପକ ପ୍ଳାଟଫର୍ମ ପ୍ରସ୍ତୁତ କରାଯାଇଛି। ସେହିପରି, ଜିଓ ଟ୍ରୁ-୫ଜି ଲ୍ୟାବ୍‌ରେ ଆମ ଔଦ୍ୟୋଗିକ ସହଯୋଗୀମାନେ ଶିଳ୍ପ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ସମାଧାନର ବିକାଶ, ପରୀକ୍ଷଣ ଓ ମିଳିତ ଭାବେ ନିର୍ମାଣ କରିପାରିବେ। ଜିଓ ଟ୍ରୁ-୫ଜି ଲ୍ୟାବ୍ ରିଲାଏନ୍ସ କର୍ପୋରେଟ୍ ପାର୍କ, ନଭି ମୁମ୍ବାଇରେ ରହିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରିଲାଏନ୍ସର ଘୋଷଣା: ଆସିବ ‘ଜିଓ ଏୟାର ଫାଇବର’, ଏହାର କାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ/ଭୁବନେଶ୍ବର: ସୋମବାର ରିଲାଏନ୍ସ ଏଜିଏମ୍ ୨୦୨୨ ରେ ‘ଜିଓ ଏୟାର ଫାଇବର’ ଘୋଷଣା କରାଯାଇଛି। ଜିଓ ରିଲାଏନ୍ସର ନୂଆ ଅଧ୍ୟକ୍ଷ ଆକାଶ ଆମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି 5G  ଅଲଟ୍ରା-ହାଇ ସ୍ପିଡ୍ ଫିକ୍ସଡ୍ ବ୍ରଡବ୍ୟାଣ୍ଡ ହଟସ୍ପଟ। ବିନା କୌଣସି ତାରରେ ଏହା ଫାଇବର ପରି ଗତି ବିତରଣ କରିବାରେ ସକ୍ଷମ ହେବ। ଗିଗାବାଇଟ-ସ୍ପିଡ ଇଣ୍ଟରନେଟ ବିତରଣ କରିବା ପାଇଁ ଏହି ଉପକରଣକୁ ଘରେ କିମ୍ବା ଅଫିସରେ ରଖାଯାଇପାରିବ ବୋଲି ଆକାଶ ଅମ୍ବାନୀ କହିଛନ୍ତି।

ଜିଓ ଏୟାର ଫାଇବର ହେଉଛି ଏକ ୱାରଲେସ ପ୍ଲଗ୍ ଏବଂ ପ୍ଲେ 5G ହଟସ୍ପଟ୍ ଯାହା ଘର କିମ୍ବା ଅଫିସରେ ସ୍ଥାପନ ହୋଇପାରିବ। ଏଜିଏମ ୨୦୨୨ ସମୟରେ ଏହି ଡିଭାଇସକୁ ପ୍ରଦର୍ଶିତ କରାଯାଇଥିଲା। ଏହାକୁ ଯେକୈଣସି ସ୍ଥାନରେ ପ୍ଲଗ୍ କରି ସୁଇଚ୍ ମାରିଲେ ଏହା କାର୍ଯ୍ୟକାରୀ ହେବ। ଏଥିରେ କୌଣସି ତାର ଭିଡିବାକୁ ପଡିବା ନାହିଁ। ଏଥିରେ ଉପଭୋକ୍ତାମାନେ ୱାରଲେସ ହାଇ ସ୍ପିଡ୍ ଫାଇବର ପରି ବ୍ରଡବ୍ୟାଣ୍ଡ ସ୍ପିଡ୍ ପାଇପାରିବେ।

ଜିଓ ଏୟାର ଫାଇବର ଅନ କଲେ ଏହା ପବନରେ 5G ସ୍ପିଡ୍ ବିତରଣ କରି, ଉପଭୋକ୍ତାମାନେ କ୍ଲାଉଡ୍ ଗେମିଂ, ଏବଂ ଇମପ୍ରେସିଭ କ୍ରୀଡା ଦେଖିବା ପାଇଁ ଏହାର ଉଚ୍ଚ ଡାଟା ସ୍ପିଡ୍ ବ୍ୟବହାର କରିବାରେ ସକ୍ଷମ ହେବେ।  ଜିଓ ଏୟାର ଫାଇବର ବ୍ୟବହାର କରି, ଉପଭୋକ୍ତାମାନେ କମ୍ପ୍ୟୁଟର ହାର୍ଡୱେର କିଣିବା ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ। କାରଣ ସେମାନେ ଏହା ବଦଳରେ କ୍ଲାଉଡ୍ ରେ ଏକ ଭର୍ଚୁଆଲ୍ ପିସି ଚୟନ କରିପାରିବେ, ଯାହାକୁ ଜିଓ କ୍ଲାଉଡ୍ ପିସି କୁହାଯାଏ।

ଜିଓ ଏୟାର ଫାଇବର 5G ହଟସ୍ପଟ୍ ଡିଭାଇସ୍ ପାଇଁ ରିଲିଜ୍ ତାରିଖ ଘୋଷଣା କରାଯାଇ ନାହିଁ।  ଆସନ୍ତା ଦୀପାବଳିରେ କେତେକ ସହରରେ ଭାରତରେ 5G ସେବା ଆରମ୍ଭ କରିବାକୁ ରିଲାଏନ୍ସ ଯୋଜନା କରିଛି। ୨୦୨୨ ଡିସେମ୍ବର ସୁଦ୍ଧା ସାରା ଦେଶରେ ଏହି 5G ସେବା ପ୍ରଦାନ କରାଯିବ ବୋଲି ଆଶା ରଖାଯାଇଛି। ତେଣୁ ଦେଶରେ 5G ସେବା ସଂପୂର୍ଣ୍ଣ ହେବା ପରେ ବୋଧହୁଏ ଏହାପରେ ଏହି ଜିଓ ଏୟାର ଲଞ୍ଚ କରାଯିବ।