Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

ଜିଓ ଗ୍ରାହକ ଏବେ ହ୍ୱାଟ୍‌ସଆପ୍ ଜରିଆରେ କରିପାରିବେ ରିଚାର୍ଜ

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍‌ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ। ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍‌ସଆପରୁ ‘ଐସ’ ବୋଲି ପଠାଇବାକୁ ପଡିବ।

ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍‌ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି। ହ୍ୱାଟ୍‌ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍‌ସଆପ୍ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ଜିଓ ଗ୍ରାହକମାନେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଯେଭଳି ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପ୍ରୟାସରେ ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍‌ସଆପ ଜରିଆରେ ସେମାନଙ୍କ ମୋବିଲିଟି, ଫାଇବର ଏବଂ ଜିଓମାର୍ଟ ଆକାଉଣ୍ଟର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିପାରିବେ। ରିଚାର୍ଜ କିମ୍ବା ଦେୟ ପ୍ରଦାନ ପାଇଁ ଇ-ୱାଲେଟ, ୟୁପିଆଇ, କ୍ରେଡିଟି ଓ ଡେବିଟ କାର୍ଡ ଆଦି ସମସ୍ତ ପ୍ରକାରର ଦେୟ ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି।

ଜିଓ ଗ୍ରାହକମାନେ ଯେଉଁସବୁ ସେବା ହ୍ୱାଟ୍‌ସଆପ୍ ଜରିଆରେ ପାଇପାରିବେ ସେଥିମଧ୍ୟରେ ରହିଛି ଜିଓ ସିମ୍ ରିଚାର୍ଜ, ନୂଆ ଜିଓ ସିମ୍ ଅଥବା ପୋର୍ଟ-ଇନ (ଏମ୍‌ଏନ୍‌ପି), ଜିଓ ସିମ୍ ସମ୍ପର୍କିତ ସହାୟତା, ଜିଓଫାଇବର ସମ୍ପର୍କିତ ସହାୟତା, ଆନ୍ତର୍ଜାତିକ ରୋମିଂ ପାଇଁ ସହାୟତା, ଜିଓମାର୍ଟ ପାଇଁ ସହାୟତା ଇତ୍ୟାଦି ଅନେକ କିଛି । ଏଥିସହିତ ଜିଓର ଏହି ହ୍ୱାଟ୍‌ସଆପ୍ ଚାଟ୍‌ବଟ୍ ଜରିଆରେ କୌଣସି ଅଂଚଳର କୋଭିଡ୍ ଭାକ୍ସିନ୍ କେନ୍ଦ୍ର ସୂଚନା, ଭାକ୍ସିନ୍ ଉପଲବ୍ଧତା ଇତ୍ୟାଦିର ସୂଚନା ମଧ୍ୟ ମିଳିପାରିବ।

ଜିଓ ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟଗୁଡିକୁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ଏବଂ ଖୁବଶୀଘ୍ର ଏହା ଅଧିକ ଭାରତୀୟ ଭାଷାଗୁଡିକରେ ଉପଲବ୍ଧ ହେବ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ‘ଜିଓ’ର ବିଜୟ ଅଭିଯାନ ଜାରି, ଏପ୍ରିଲରେ ଯୋଡ଼ିଲା ୭୨ ହଜାରରୁ ଅଧିକ ଗ୍ରାହକ, କିଏ ଖସିଲା ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକଙ୍କ ସହ ରାଜ୍ୟ ମୋବାଇଲ ବଜାର ଅଂଶର ସିଂହଭାଗ ଅଧିକାର କରିଥିବା ରିଲାଏନ୍ସ ଜିଓ ଏଥିସହିତ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଏକ କୋଟି ପଚିଶ ଲକ୍ଷ ସତାଅଶୀ ହଜାର ପାଞ୍ଚଶହ ସତାଅଶୀ (୧,୨୫,୮୭,୫୮୭) ମୋବାଇଲ ଗ୍ରାହକ ହାସଲ କରିବା ସହ ୩୮ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଦଖଲ କରିଛି । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ବିସ୍ତୃତ ଅଂଚଳରେ ଜିଓ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଓଡ଼ିଶାର କୋଣ ଅନୁକୋଣରେ ଦ୍ରୁତ ଗତିର ୪ଜି ଇଟଂରନେଟ ସେବା ପ୍ରଦାନ ବଳରେ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟା ନିରନ୍ତର ଭାବେ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅନ୍ୟ ସେବା ପ୍ରଦାନକାରୀଗୁଡ଼ିକଙ୍କ ମଧ୍ୟରୁ ଭାରତୀ ଏୟାରଟେଲ ଏପ୍ରିଲ୍ ମାସରେ ଓଡିଶାରେ ୨.୨୫ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ମଧ୍ୟ ଏହି ମାସରେ ୭୫,୦୦୦ରୁ ଅଧିକ ମୋବାଇଲ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ଜିଓ ବ୍ୟତୀତ, ବିଏସଏନଏଲ ଏହି ସମୟରେ ରାଜ୍ୟରେ ପ୍ରାୟ ୨୦,୦୦୦ ନୂଆ ଗ୍ରାହକ ଯୋଡ଼ିଛି । ଏପ୍ରିଲ୍‌ରେ ଓଡ଼ିଶାରେ ମୋଟ ଉପରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୨ ଲକ୍ଷ ହ୍ରାସ ଘଟି ୨୦୨୦ ଏପ୍ରିଲ ୩୦ ସୁଦ୍ଧା ମୋବାଇଲ ଗ୍ରାହକ ସଂଖ୍ୟା ୩.୩୧ କୋଟିକୁ ହ୍ରାସ ପାଇଥିବା ବେଳେ ଟେଲି ସାନ୍ଧ୍ରତା ୭୫.୯୬କୁ ହ୍ରାସ ପାଇଛି ।

ଜାତୀୟ ସ୍ତରରେ ମଧ୍ୟ ଏକମାତ୍ର ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୦ ଏପ୍ରିଲରେ ନୂତନ ଗ୍ରାହକ ଯୋଡିଛି । ଏହି ମାସରେ ଲକ୍‌ଡାଉନ୍ ସତ୍ତ୍ୱେ ଜିଓ ୧୫.୭୫ ଲକ୍ଷ ଗ୍ରାହକ ଯୋଡ଼ିଥିବା ଓ ଅନ୍ୟ ଅପରେଟରମାନେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଏୟାରଟେଲ ଏହି ମାସରେ ସାରା ଦେଶରେ ୫୨.୭ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ୪୫.୧୬ ଲକ୍ଷ ଓ ବିଏସନଏନଏଲ ଏହି ସମୟରେ ୨୦,୦୦୦ରୁ ଅଧିକ ଗ୍ରାହକ ହରାଇଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ରହିବା ସହ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ୁଥିବା ବେଳେ ଅନ୍ୟମାନେ ବିପୁଳ ସଂଖ୍ୟକ ଗ୍ରାହକ ହରାଉଛନ୍ତି । ୨୦୧୯ ଡିସେମ୍ବରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିବା ପରେ ରିଲାଏନ୍ସ ଜିଓ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୭ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ସେହି ସମାନ ସମୟରେ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ମିଳିତ ଭାବରେ ପ୍ରାୟ ୬ ଲକ୍ଷ ଗ୍ରାହକ ହରାଇଥିଲେ ।