Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଗ୍ରାହକ ଏବେ ହ୍ୱାଟ୍‌ସଆପ୍ ଜରିଆରେ କରିପାରିବେ ରିଚାର୍ଜ
ଆଜିର ଖବର

ଜିଓ ଗ୍ରାହକ ଏବେ ହ୍ୱାଟ୍‌ସଆପ୍ ଜରିଆରେ କରିପାରିବେ ରିଚାର୍ଜ

June 10, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଜିଓ ଗ୍ରାହକମାନେ ଏବେଠାରୁ ହ୍ୱାଟ୍‌ସଆପ୍ ଜରିଆରେ ରିଚାର୍ଜ କରିପାରିବା ସହିତ ଅର୍ଥ ପୈଠ କରିପାରିବେ, ସେମାନଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଏବଂ ସେମାନଙ୍କର କିଛି ଯଦି କିଛି ଅଭିଯୋଗ ଥାଏ ତାହା ଜଣାଇପାରିବା ସହିତ ଆହୁରି ଅନେକ କିଛି କରିପାରିବେ। ସେଥିପାଇଁ ଜିଓ ଗ୍ରାହକଙ୍କୁ ୭୦୦୦୭୭୦୦୦୭ ନମ୍ବର ସେଭ୍ କରି ନିଜର ହ୍ୱାଟ୍‌ସଆପରୁ ‘ଐସ’ ବୋଲି ପଠାଇବାକୁ ପଡିବ।

ଏହି ସୁବିଧା ପ୍ରଦାନ ପାଇଁ ଜିଓ ହ୍ୱାଟ୍‌ସଆପ ସହିତ ସମନ୍ୱିତ ହୋଇ ବର୍ତ୍ତମାନର ସମୟରେ ଗ୍ରାହକ ସଶକ୍ତିକରଣ ନିମନ୍ତେ ସର୍ବାଧୁନିକ ଉତ୍ପାଦ ଆଣିଛି। ହ୍ୱାଟ୍‌ସଆପ ଘରେ ଘରେ ସୁପରିଚିତ ଏକ ନାମ ଏବଂ ଏବଂ ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ ବ୍ୟବହାରକାରୀ ଦିନରେ ଏକାଧିକ ଥର ହ୍ୱାଟ୍‌ସଆପ୍ ବ୍ୟବହାର କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଏବଂ ଜିଓ ଗ୍ରାହକମାନେ ସେମାନଙ୍କ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଯେଭଳି ସେବା ପାଇପାରିବେ ତାହା ସୁନିଶ୍ଚିତ କରିବା ପ୍ରୟାସରେ ଜିଓ ବ୍ୟବହାରକାରୀମାନେ ଏଣିକି ହ୍ୱାଟ୍‌ସଆପ ଜରିଆରେ ସେମାନଙ୍କ ମୋବିଲିଟି, ଫାଇବର ଏବଂ ଜିଓମାର୍ଟ ଆକାଉଣ୍ଟର ସଂପୂର୍ଣ୍ଣ ଭାବରେ ନିୟନ୍ତ୍ରଣ କରିପାରିବେ। ରିଚାର୍ଜ କିମ୍ବା ଦେୟ ପ୍ରଦାନ ପାଇଁ ଇ-ୱାଲେଟ, ୟୁପିଆଇ, କ୍ରେଡିଟି ଓ ଡେବିଟ କାର୍ଡ ଆଦି ସମସ୍ତ ପ୍ରକାରର ଦେୟ ବିକଳ୍ପ ମଧ୍ୟ ଉପଲବ୍ଧ ହେଉଛି।

ଜିଓ ଗ୍ରାହକମାନେ ଯେଉଁସବୁ ସେବା ହ୍ୱାଟ୍‌ସଆପ୍ ଜରିଆରେ ପାଇପାରିବେ ସେଥିମଧ୍ୟରେ ରହିଛି ଜିଓ ସିମ୍ ରିଚାର୍ଜ, ନୂଆ ଜିଓ ସିମ୍ ଅଥବା ପୋର୍ଟ-ଇନ (ଏମ୍‌ଏନ୍‌ପି), ଜିଓ ସିମ୍ ସମ୍ପର୍କିତ ସହାୟତା, ଜିଓଫାଇବର ସମ୍ପର୍କିତ ସହାୟତା, ଆନ୍ତର୍ଜାତିକ ରୋମିଂ ପାଇଁ ସହାୟତା, ଜିଓମାର୍ଟ ପାଇଁ ସହାୟତା ଇତ୍ୟାଦି ଅନେକ କିଛି । ଏଥିସହିତ ଜିଓର ଏହି ହ୍ୱାଟ୍‌ସଆପ୍ ଚାଟ୍‌ବଟ୍ ଜରିଆରେ କୌଣସି ଅଂଚଳର କୋଭିଡ୍ ଭାକ୍ସିନ୍ କେନ୍ଦ୍ର ସୂଚନା, ଭାକ୍ସିନ୍ ଉପଲବ୍ଧତା ଇତ୍ୟାଦିର ସୂଚନା ମଧ୍ୟ ମିଳିପାରିବ।

ଜିଓ ବ୍ୟବହାରକାରୀ ଏହି ବୈଶିଷ୍ଟ୍ୟଗୁଡିକୁ ଏବେ ଇଂରାଜୀ ଓ ହିନ୍ଦୀ ଭାଷାରେ ବ୍ୟବହାର କରିପାରିବେ ଏବଂ ଖୁବଶୀଘ୍ର ଏହା ଅଧିକ ଭାରତୀୟ ଭାଷାଗୁଡିକରେ ଉପଲବ୍ଧ ହେବ।

ଜିଓ ଗ୍ରାହକ ହ୍ୱାଟ୍‌ସଆପ୍
Share. Facebook Twitter LinkedIn Email WhatsApp Copy Link

Related Posts

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026
Latest News

ଅବୁଧାବିରେ ଆଇଏଚ୍‌ସି, ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ ବୈଠକ: ଓଡ଼ିଶା ହେବ ‘ବିଶ୍ୱ ଶିଳ୍ପ କେନ୍ଦ୍ର’

September 9, 2026

ମଦ ନିଶାରେ ବାପାକୁ ଠେଙ୍ଗାରେ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

September 9, 2026

ଛାତ୍ରଙ୍କୁ ମାଜିଷ୍ଟ୍ରେଟଙ୍କ ନୋଟିସ୍: କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ

September 9, 2026

ଉଭୟ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟରେ ଏକକ ବୋର୍ଡ଼ ଗଠନ କରାଯାଉ: ଓଷ୍ଟା

September 9, 2026

ପୋଲିସ ହାଇସ୍କୁଲରେ ବିପଦପୂର୍ଣ୍ଣ ଶ୍ରେଣୀଗୃହ: ଛାତରୁ ଖସିଲା ପ୍ଲାଷ୍ଟର, ବର୍ତ୍ତିଲେ ଛାତ୍ରଛାତ୍ରୀ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.