Categories
ଆଜିର ଖବର ଖେଳ ଜାତୀୟ ଖବର

ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଆଫଗାନିସ୍ତାନ ଧରାଶାୟୀ, ୧୫ ଓଭର ପୂର୍ବରୁ ମ୍ୟାଚ ଜିତିଲା ଭାରତ

ନୂଆଦିଲ୍ଲୀ: ଅଧିନାୟକ ରୋହିତ ଶର୍ମାଙ୍କ ଧୂଆଁଧାର ଶତକ ବଳରେ ଆଫଗାନିସ୍ତାନ ବିପକ୍ଷରେ ଭାରତ ୮ ୱିକେଟ୍ ରେ ମ୍ୟାଚ ଜିତିନେଇଛି। ଏହି ମ୍ୟାଚରେ ରୋହିତ ଦିନିକିଆ ବିଶ୍ୱକପ୍‌ରେ ଭାରତ ପାଇଁ ସବୁଠୁ ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ହାସଲ କରିଛନ୍ତି। କପିଲ ଦେବଙ୍କ ରେକର୍ଡ ଭାଙ୍ଗି ସେ ୬୩ ଟି ବଲରେ ନିଜର ଶତକ ପୂରଣ କରିଛନ୍ତି। ଏହି ସମୟରେ ଭାରତୀୟ ଅଧିନାୟକ ୧୬ ଟି ଚୌକା ଓ ୫ ଟି ଛକା ସହାୟତାରେ ୮୪ ବଲରେ ୧୩୧ ରନର ଇନିଂସ ଖେଳିଛନ୍ତି। ଏହା ସହିତ ରୋହିତ ଶର୍ମା ODI ବିଶ୍ୱକପରେ ସର୍ବାଧିକ ୭ ଶତକ ହାସଲ କରିଛନ୍ତି। ଆଫଗାନିସ୍ତାନ ପାଇଁ ରସିଦ ଖାନ ସର୍ବାଧିକ ୨ ଟି ୱିକେଟ୍ ନେଇଛନ୍ତି।

ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ରେ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ଟିମ୍ ଇଣ୍ଡିଆ ମାତ୍ର ୩୫ ଓଭରରେ ଦୁଇଟି ୱିକେଟ୍ ହରାଇ ଟାର୍ଗେଟକୁ ଅତି ସହଜରେ ପୂରଣ କରିଥିଲା। ଭାରତ ବିଜୟରେ ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ସବୁଠାରୁ ବଡ ଅବଦାନ ଦେଇଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

ଦୁଇ ଦିନରେ ଖେଳ ଶେଷ: ପିଙ୍କ ବଲ ଟେଷ୍ଟରେ ୧୦ ୱିକେଟରେ ଜିତିଲା ଭାରତ

ଅହମ୍ମଦାବାଦ: ପିଙ୍କ ଟେଷ୍ଟ ଦ୍ଵିତୀୟ ଦିବସରେ ଖେଳର ଫଳାଫଳ ମିଳିଛି। ଇଂଲଣ୍ଡକୁ ହରାଇ ଭାରତ ଏହି ଟେଷ୍ଟ ୧୦ ୱିକେଟରେ ଜିତି ନେଇଛି। ଏହା ସହ ଭାରତ ଚାରି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୨-୧ରେ ଆଗୁଆ ରହିଛି। ପ୍ରଥମ ପାଳିରେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୧୧୨ ରନ ସଂଗ୍ରହ କରିଥିଲା।  ଭାରତ ପ୍ରଥମ ପାଳିରେ ସମସ୍ତ ୱିକେଟ ହରାଇ ୧୪୫ ରନ କରିବାରେ ସକ୍ଷମ ହୋଇଥିଲା। ତେଣୁ ବିରାଟ ବାହିନୀ ଇଂଲଣ୍ଡ ଦଳ ଠାରୁ ପ୍ରଥମ ପାଳିରେ ୩୩ ରନରେ ଅଗ୍ରଣୀ ଥିଲା।

ତେବେ ଭ୍ରମଣକାରୀ ଦଳ ଆଜି ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ କରିଥିଲେ ମଧ୍ୟ ପ୍ରଥମ ପାଳି ଭଳି କୌଣସି ବ୍ୟଟ୍ସମ୍ୟାନ ଲମ୍ବା ପାଳି ଖେଳିବାରେ ସକ୍ଷମ ହୋଇପାରିନଥିଲେ। ରୁଟଙ୍କ ଦଳ ମାତ୍ର ୮୧ ରନରେ ସମସ୍ତ ୱିକେଟ ହରାଇ ଭାରତୀୟ ଦଳକୁ ୪୯ ରନର ଟାର୍ଗେଟ ଦେଇଥିଲେ।

ଭାରତ ସହଜରେ ୭.୪ ଓଭରରେ କୌଣସି ୱିକେଟ ହରାଇ ଏହି ଟାର୍ଗେଟକୁ ହାସଲ କରିନେଇଛି। ରୋହିତ ଶର୍ମା ୨୫ ଟି ବଲରେ ୨୫ ରନ କରିଥିବା ବେଳେ ଶୁବମାନ ଗିଲ ୨୧ ଟି ବଲରେ ୧୫ ରନ କରି ଦଳକୁ ବିଜୟ କରାଇଥିଲେ।